< Ездра 10 >
1 А коли Ездра молився та сповіда́вся, плакав та припада́в перед Божим домом, зібрався до нього з Ізраїля дуже великий збір, — чолові́ки, і жінки́ та діти, бо наро́д плакав ре́вним плаче́м...
ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।
2 І відпові́в Шеханія, Єхіїлів син, з Еламових синів, та й сказав до Ездри: „Ми спроневі́рилися нашому Богові, бо взяли ми чужи́нок із наро́дів цього кра́ю за жіно́к. Але є ще наді́я для Ізраїля в цьо́му!
ଏଥିରେ ଏଲମ୍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।
3 А тепер складімо заповіта нашому Богові, що випровадимо від себе всіх жінок та наро́джене від них, за радою пана нашого, та тих, хто тремти́ть перед заповіддю нашого Бога, і буде зро́блене за Зако́ном.
ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।
4 Устань, бо на тобі ця річ, а ми з тобою. Будь му́жній і дій!“
ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 І встав Ездра, і заприсяг зверхників, священиків і Левитів та всього Ізраїля, щоб робити за цим словом. І вони заприсягли́.
ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ।
6 І Ездра встав з-перед Божого дому й пішов до кімна́ти Єгохонана, Ел'яшівового сина, і ночував там. Хліба він не їв і води не пив, бо був у жало́бі за спроневі́рення пове́рненців.
ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳ ପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ।
7 І оголоси́ли в Юдеї та в Єрусалимі до всіх пове́рненців, щоб зібратися до Єрусалиму.
ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
8 А кожен, хто не при́йде до трьох день, за порадою зверхників та старши́х, — увесь маєток того буде зро́блений закляттям, а він буде ви́лучений із громади пове́рненців.
ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 І зібралися всі люди Юди та Веніямина до Єрусалиму до трьох день, — це був дев'ятий місяць, двадцятого дня місяця. І сидів увесь народ на площі Божого дому, тремтячи́ від цієї справи та від дощу.
ତହୁଁ ଯିହୁଦା ଓ ବିନ୍ୟାମୀନ୍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ।
10 І встав священик Ездра та й сказав до них: „Ви спроневі́рилися, і взяли чужи́нних жінок, щоб побільши́ти Ізраїлеву прови́ну.
ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11 А тепер повині́ться Господе́ві, Богові ваших батьків, і чиніть Його волю! І віддаліться від наро́дів цього кра́ю та від тих чужих жіно́к!“
ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 І відповіла́ вся громада, і сказали гучним голосом: „Так, за словом твоїм, ми повинні зробити!
ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।
13 Але наро́д числе́нний, і час дощів, і нема сили стояти на вулиці. Та й праці не на один день і не на два, бо ми багато нагрішили в цій справі.
ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।
14 Нехай же стануть наші зверхники за ввесь збір, а кожен, хто є в наших містах, хто взяв чужи́нних жіно́к, нехай при́йде на означені часи́, а з ними старші́ кожного міста та су́дді його, аж поки не відве́рнеться від нас жар гніву нашого Бога за цю річ“.
ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
15 Особливо стали над цим Йонатан, син Асагелів, та Яхзея, син Тіквин, а Мешуллам та Левит Шеббетай допомагали їм.
ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।
16 І зробили так пове́рненні. І відділи́в собі священик Ездра людей, голів батьків за родом їхніх батьків, і всі вони поіме́нно. І сіли вони першого дня десятого місяця, щоб дослідити цю справу.
ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।
17 І скінчи́ли до першого дня першого місяця справи про всіх тих людей, що взяли були чужи́нних жіно́к.
ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।
18 І знайшлися поміж священичими синами, що взяли́ чужи́нних жіно́к, із синів Єшуї, сина Йоцадакового, та братів його: Моасея, і Еліезер, і Ярів, і Ґедалія.
ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଜର, ଯାରିବ ଓ ଗଦଲୀୟ।
19 І дали́ вони руку свою, що повипрова́джують жіно́к своїх, а винні прине́сли в жертву барана́ з отари за прови́ну свою.
ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରିଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ।
20 А з синів Іммерових: Ханані та Зевадія.
ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ
21 І з синів Харімових: Массея, і Елійя, і Шемая, і Єхіїл, і Уззійя.
ଓ ହାରୀମ୍ର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ;
22 Із синів Пашхурових: Ел'йоенай, Маасея, Ізмаїл, Натанаїл, Йозавад та Ел'аса.
ଆଉ, ପଶ୍ହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲୀୟାସା।
23 А з Левитів: Йозавад, і Шім'ї, і Келая, він Келіта, Петахія, Юда та Еліезер.
ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଜର;
24 А з співакі́в: Ел'яшів. А з придве́рних: Шаллум, і Телем, та Урі.
ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।
25 А з Ізраїля, з синів Пар'ошових: Рам'я, і Їззійя, і Малкійя, і Мійямін, і Елеазар, і Малкійя та Беная.
ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍କୀୟ, ମିୟାମୀନ୍, ଇଲୀୟାସର, ମଲ୍କୀୟ ଓ ବନାୟ।
26 А з синів Еламових: Маттанія, Захарій, і Єхіїл, і Авді, і Єремот, і Елійя,
ଆଉ, ଏଲମ୍ର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍ଦି ଓ ଯେରେମୋତ୍ ଓ ଏଲୀୟ।
27 І з синів Затту: Ел'йоенай, Ел'яшів, Маттанія, і Еремот, і Завад та Азіза.
ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯେରେମୋତ୍ ଓ ସାବଦ୍ ଓ ଅସୀସା
28 А з синів Беваєвих: Єгоханан, Хананія, Заббай, Атлай.
ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନୀୟ, ସବ୍ବେୟ, ଅତ୍ତଲୟ;
29 І з синів Банієвих: Мешуллам, Маллух, і Адая, Яшув, і Шеал та Рамот.
ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲୁକ ଓ ଅଦାୟା, ଯାଶୂବ ଓ ଶାଲ, ଯିରେମୋତ୍।
30 І з синів Пахатових: Моав, Адна, і Хелал, Беная, Маасея, Маттанія, Веселії́л, і Біннуй та Манасія.
ଆଉ, ପହତ୍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;
31 І з синів Харімових: Еліезер, Їшшійя, Малкійя, Шемая, Шімон,
ଆଉ, ହାରୀମ୍ର ସନ୍ତାନଗଣ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍କୀୟ, ଶମୟୀୟ, ଶିମୀୟୋନ;
32 Веніямин, Маллух, Шемарія.
ବିନ୍ୟାମୀନ୍, ମଲ୍ଲୁକ, ଶେମରୀୟ;
33 З синів Хашумових: Маттенай, Маттатта, Завад, Еліфелет, Єремай, Манасія, Шім'ї.
ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲୀଫେଲଟ୍, ଯିରେମୟ, ମନଃଶି, ଶିମୀୟି;
34 З синів Банаєвих: Маадай, Амрам, і Уїл,
ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍ ଓ ଉୟେଲ;
36 Ванія, Меремот, Ел'ятів,
ବନୀୟ, ମରେମୋତ୍, ଇଲୀୟାଶୀବ;
37 Маттанія, Маттенай, і Яасай,
ମତ୍ତନୀୟ, ମତ୍ତନୟ ଓ ଯାଶୟ;
38 і Бані, і Бійнуй, Шім'ї,
ଆଉ, ବାନି ଓ ବିନ୍ନୁୟି, ଶିମୀୟି;
39 і Шелемія, і Натан, і Адая,
ଶେଲିମୀୟ ଓ ନାଥନ ଓ ଅଦାୟା;
40 Махнадвай, Шашай, Шарай,
ମଗ୍ନଦ୍ବୟ, ଶାଶୟ, ଶାରୟ;
41 Азаріїл, і Шелемія, Шемарія,
ଅସରେଲ୍ ଓ ଶେଲିମୀୟ, ଶେମରୀୟ;
42 Шаллум, Амарія, Йо́сип.
ଶଲ୍ଲୁମ୍, ଅମରୀୟ, ଯୋଷେଫ।
43 А з синів Нево: Єіїл, Маттітія, Завад, Зевіна, Яддай, і Йоїл, Беная.
ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍, ମତ୍ତଥୀୟ, ସାବଦ୍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ;
44 Усі оці взяли́ були́ чужи́нних жіно́к, а деякі з цих жіно́к і дітей породили.
ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।