< Єзекіїль 45 >
1 А коли ви бу́дете кидати жеребка́ про землю в спа́дщину, то дасте прино́шення Господе́ві, святе із землі, — двадцять і п'ять тисяч лі́ктів завдо́вжки, а десять тисяч завши́ршки йому. Це буде святе в усій його границі навко́ло.
ଆହୁରି, ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେହି ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ; ତହିଁର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ହାତ ହେବ; ତାହା ଚତୁର୍ଦ୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ।
ତହିଁ ମଧ୍ୟରୁ ପାଞ୍ଚ ଶହ ନଳ ଦୀର୍ଘ, ପାଞ୍ଚ ଶହ ଦଣ୍ଡ ପ୍ରସ୍ଥ ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ ପଚାଶ ହାତ ପରିମିତ ତଳଭୂମି ରହିବ।
3 А з цієї міри відміряєш двадцять і п'ять тисяч лі́ктів завдо́вж та десять тисяч завши́р, і в цьому буде святиня, Святеє Святи́х.
ଆଉ, ଏହି ପରିମିତ ଅଂଶରୁ ତୁମ୍ଭେ ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି ମାପିବ; ପୁଣି, ତହିଁ ମଧ୍ୟରେ ଧର୍ମଧାମ, ମହାପବିତ୍ର ସ୍ଥାନ ହେବ।
4 Це святість із землі; вона буде для священиків, що служать святині, для тих, що набли́жуються, щоб служити Господе́ві, і буде їм місцем для домів і святим місцем.
ଦେଶର ଏହି ଅଂଶ ପବିତ୍ର ଅଟେ; ଯେଉଁ ଯାଜକମାନେ, ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ।
5 А двадцять і п'ять тисяч лі́ктів завдо́вж і десять тисяч завши́р буде для Левитів, що служать храмові, їм на володі́ння, міста на сидіння.
ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରି ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।
6 А на володі́ння мі́сту дасте п'ять тисяч завши́р і двадцять і п'ять тисяч завдо́вж, навпроти святого прино́шення; воно буде для всього Ізраїлевого дому.
ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।
7 А для кня́зя буде з того й з того боку святого прино́шення й володіння мі́ста, навпроти святого прино́шення й на пе́реді володі́ння міста від за́хіднього кра́ю на захід, і від схі́днього кра́ю на схід, а завдо́вж відповідно одній частині племе́на від за́хідньої границі до границі схі́дньої
ପୁଣି, ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏପାଖରେ ଓ ସେପାଖରେ ରହିବ, ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ପ୍ରତି ଓ ପୂର୍ବ ପାର୍ଶ୍ୱରେ ପୂର୍ବ ପ୍ରତି ବିସ୍ତୃତ ହେବ; ଆଉ, ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ।
8 землі; це буде йому за володі́ння в Ізраїлі, і Мої князі́ не будуть уже тиснути наро́ду Мого, а Край дадуть Ізраїлевому домові, їхнім племе́нам.
ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।
9 Так говорить Госпо́дь Бог: До́сить вам, Ізраїлеві князі! Наси́льство та у́тиски відсуньте, а робіть правосу́ддя та правду, перестаньте випиха́ти наро́д Мій з його землі, говорить Господь Бог!
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
10 Майте справедливу вагу́, і справедливу ефу́ та справедливого ба́та.
ତୁମ୍ଭେମାନେ ଯଥାର୍ଥ ତରାଜୁ, ଯଥାର୍ଥ ଐଫା ଓ ଯଥାର୍ଥ ବାତ୍ ରଖିବ।
11 Ефа́ й бат буде однакова міра, щоб бат вино́сив десяту частину хо́меру, а десята частина хомеру — ефа́; згідно з хомером буде міра його.
ବାତ୍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍ର ଏକ ସମାନ ପରିମାଣ ହେବ; ତହିଁର ପରିମାଣ ହୋମର ଅନୁସାରେ ହେବ।
12 А ше́кель — двадцять ґе́рів; двадцять шеклів, двадцять і п'ять шеклів, та п'ятнадцять шеклів буде вам мі́на.
ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା ହେବ।
13 Оце те прино́шення, що ви принесе́те: шоста частина ефи́ з хо́меру пшениці й шоста частина ефи з хомеру ячме́ню.
ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ; ଗହମର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଓ ଯବର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଦେବ;
14 А поста́нова про оливу з ба́та оли́ви: десята частина ба́та з ко́ру, десять батів — хо́мер, бо десять батів — хомер.
ପୁଣି, ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ, କୋର ଦଶ ବାତ୍, ଅର୍ଥାତ୍, ଏକ ହୋମର; କାରଣ ଦଶ ବାତ୍ରେ ଏକ ହୋମର ହୁଏ;
15 І одна штука з отари з двохсот штук з доброго пасови́ська Ізраїлевого на жертву хлі́бну, і на цілопа́лення, і на жертви мирні, щоб очи́стити їх, говорить Господь Бог.
ଆଉ, ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ ପଲର ଦୁଇ ଶହ ମେଷ ମଧ୍ୟରୁ ଏକ ମେଷ (ନେବ); ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
16 Увесь наро́д цього Кра́ю повинен давати прино́шення для кня́зя в Ізраїлі.
ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।
17 А на обов'я́зку кня́зя буде: цілопа́лення, і жертва хлі́бна та жертва лита в свята, і в новомі́сяччя та в суботи, в усі свята Ізраїлевого дому, — він приготу́є жертву за гріх, і жертву хлі́бну, і цілопа́лення, і жертви мирні на очи́щення за Ізраїлів дім.
ପୁଣି, ପର୍ବାଦିରେ, ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ; ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ।
18 Так говорить Госпо́дь Бог: У першому місяці, першого дня місяця ві́зьмеш молодого бика́ з великої худо́би, безва́дного, й очистиш святиню.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ।
19 І ві́зьме священик з крови жертви за гріх, і покро́пить на одві́рок храму та на чотири ку́ти ві́дступу же́ртвіника, і на одві́рок брами вну́трішнього подвір'я.
ପୁଣି, ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦି ଥାକର ଚାରି କୋଣର ଉପରେ, ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ।
20 І так зро́биш сьомого дня першого місяця за кожного, хто прогріши́ться через по́милку або з глупо́ти, і очистите храма.
ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
21 У першому місяці, чотирна́дцятого дня місяця буде вам Па́сха, свято семиде́нне; будете їсти опрі́сноки.
ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ, ତାହା ସାତ ଦିନର ପର୍ବ ହେବ; ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
22 І приготу́є того дня князь за себе та за ввесь наро́д кра́ю бика на жертву за гріх.
ପୁଣି, ସେହି ଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ।
23 І сім день свята буде він пригото́влювати цілопа́лення для Господа, сім биків і сім барані́в безвадних на день, сім день, і жертву за гріх, — козла на день.
ଆଉ, ପର୍ବର ସାତ ଦିନ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ, ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷ ଓ ସାତ ମେଷ, ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।
24 І пригото́вить жертву хлі́бну, ефу́ на бика й ефу́ на барана́, а оливи — гін на ефу́.
ପୁଣି, ସେ ଏକ ଏକ ବୃଷ ସଙ୍ଗେ ଏକ ଏକ ଐଫା, ଏକ ଏକ ମେଷ ସଙ୍ଗେ ଏକ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ଏକ ହୀନ୍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ।
25 Сьомого місяця, п'ятнадцятого дня місяця в свято буде він пригото́влювати те саме, сім день, як жертву за гріх, як цілопа́лення, так і жертву хлі́бну, так і оли́ву.
ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଏହିରୂପ, ଅର୍ଥାତ୍, ପାପାର୍ଥକ ବଳିର, ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର, ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।