< Єзекіїль 38 >
1 І було́ мені слово Господнє таке:
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 „Сину лю́дський, зверни́ своє обличчя до Ґоґа, кра́ю Маґоґа, кня́зя Ро́шу, Мешеху та Тувалу, і пророкуй на нього
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗେଶର, ମେଶକ୍ର ଓ ତୁବଲ୍ର ଅଧିପତି ମାଗୋଗ୍ ଦେଶୀୟ ଗୋଗ୍ ପ୍ରତି ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ,
3 та й скажеш: Так сказав Господь: Ось Я проти тебе, Ґоґу, кня́же Рошу, Мешеху та Тувалу!
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଗେଶର, ମେଶକ୍ର ଓ ତୁବଲ୍ର ଅଧିପତି ଗୋଗ୍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ।
4 І заверну́ тебе, і вкладу́ гачки́ в ще́лепи твої, і ви́веду тебе та все ві́йсько твоє, ко́ней та верхівці́в, усі вони досконало озбро́єні, велике збо́рище, зо щита́ми та щитка́ми, усі озброєні меча́ми.
ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା, ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ସୈନ୍ୟ ସମସ୍ତଙ୍କୁ, ଅଶ୍ୱ ଓ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବା, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ସଜ୍ଜାରେ ସୁସଜ୍ଜିତ, ଫଳକ ଓ ଢାଲଧାରୀ ମହାସମାଜ, ସେମାନଙ୍କର ସମସ୍ତେ ଖଡ୍ଗଧାରୀ ଅଟନ୍ତି;
5 Парас, Куш і Пут із ними, усі вони зо щито́м та з шо́ломом.
ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ;
6 Ґомер і всі о́рди його, дім Тоґарми, кі́нці північні та всі відділи його, числе́нні наро́ди з тобою.
ଗୋମର ଓ ତାହାର ସମସ୍ତ ଲୋକଦଳ; ଉତ୍ତର ଦିଗର ପ୍ରାନ୍ତସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଲୋକଦଳକୁ; ଏହି ପ୍ରକାର ଅନେକ ଗୋଷ୍ଠୀୟମାନଙ୍କୁ ତୁମ୍ଭ ସଙ୍ଗେ ଆଣିବା।
7 Приготу́йся, і приготу́й собі ти та все збо́рище твоє, зі́брані при тобі, і бу́деш для них сторо́жею.
ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ।
8 По багатьох днях ти бу́деш потрі́бний, у кінці ро́ків при́йдеш до Кра́ю, що пове́рнений від меча, що зі́браний від числе́нних наро́дів, на Ізраїлеві го́ри, що за́вжди були руїною, а він був ви́ведений від наро́дів, і всі вони сидять безпечно.
ଅନେକ ଦିନ ଉତ୍ତାରେ ତୁମ୍ଭର ତତ୍ତ୍ୱାନୁସନ୍ଧାନ କରାଯିବ; ଶେଷ ବର୍ଷମାନର ମଧ୍ୟରେ ତୁମ୍ଭେ, ଖଡ୍ଗରୁ ପୁନରାନୀତ, ଅନେକ ଗୋଷ୍ଠୀ ମଧ୍ୟରୁ ସଂଗୃହୀତ ଦେଶକୁ, ଇସ୍ରାଏଲର ଚିର ଉତ୍ସନ୍ନ ପର୍ବତ ସକଳକୁ ଆସିବ; ମାତ୍ର ତାହା ନାନା ଗୋଷ୍ଠୀ ମଧ୍ୟରୁ ବାହାରେ ଆନୀତ ହୋଇଅଛି, ଆଉ ସେମାନେ, ସେମାନଙ୍କର ସମସ୍ତେ ନିରାପଦରେ ବାସ କରିବେ।
9 І ви́йдеш, при́йдеш як буря, будеш як хмара, щоб покрити землю, ти та всі відділи твої, та числе́нні наро́ди з тобою.
ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।
10 Так говорить Господь Бог: І станеться того дня, уві́йдуть слова́ на твоє серце, і ти бу́деш ду́мати злу ду́мку,
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ସମୟରେ ନାନା ବିଷୟ ତୁମ୍ଭ ମନରେ ପଡ଼ିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ;
11 та й скажеш: Піду́ на неукріплений край, знайду́ спокійних, що безпечно сидять, усі вони сидять в оса́дах без муру, і нема в них за́сува та ворі́т,
ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ;
12 щоб набрати здо́бичі, і чинити грабу́нок, щоб повернути свою руку на заселені руїни, і на наро́д, зібраний з народів, що набувають добу́ток та маєток, що сидять посеред землі.
ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)।
13 Шева та Дедан, і купці Таршішу, і всі левчуки́ його скажуть тобі: Чи ти прийшов набрати здо́бичі, чи ти зібрав своє збо́рище, щоб чинити грабу́нок, щоб ви́нести срібло та золото, щоб набрати добу́тку та маєтку, щоб набрати великої здо́бичі?
ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ‘ତୁମ୍ଭେ କି ଲୁଟିବାକୁ ଆସିଅଛ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ?’
14 Тому́ пророкуй, сину лю́дський, та й скажеш до Ґоґа: Так говорить Господь Бог: Чи того дня, коли наро́д Мій сидітиме безпечно, ти не довідаєшся про це?
ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଗୋଗ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେହି ଦିନ ଯେତେବେଳେ ଆମ୍ଭ ଇସ୍ରାଏଲର ଲୋକମାନେ ନିରାପଦରେ ବାସ କରିବେ, ସେତେବେଳେ ତୁମ୍ଭେ କି ତାହା ଜାଣିବ ନାହିଁ?
15 І при́йдеш із свого місця, із півні́чних кінців, ти та числе́нні народи з тобою, — всі вони гарцю́ють на ко́нях, зборище велике й ві́йсько числе́нне!
ପୁଣି, ତୁମ୍ଭେ ଆପଣା ସ୍ଥାନ, ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ଆସିବେ, ସେମାନେ ସମସ୍ତେ ଅଶ୍ୱାରୋହୀ ମହାସମାଜ ଓ ବିକ୍ରମୀ ସୈନ୍ୟସାମନ୍ତ;
16 І зді́ймешся на наро́д Мій Ізраїлів, як хмара, щоб покрити землю. Буде це на кінці днів, і ви́веду тебе на Мій Край, щоб наро́ди пізнали Мене, коли Я покажу́ Свою святість тобі, Ґоґу, на їхніх оча́х.
ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା।
17 Так говорить Господь Бог: Чи ти той, що про нього говорив Я за давніх днів через Моїх рабів, Ізра́їлевих пророків, що пророкували за тих днів про роки́, щоб приве́сти тебе на них?
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍, ଯେଉଁମାନେ ସେହି କାଳରେ ଅନେକ ବର୍ଷ ଯାଏ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି?
18 І станеться того дня, у дні прихо́ду Ґоґа на Ізраїлеву землю, говорить Господь Бог, — уві́йде ревність Моя в ніздрі Мої.
ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ଗୋଗ୍ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ, ସେହି ସମୟରେ ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ।
19 І в ревності своїй, в огні Свого гніву Я сказав: цього дня буде великий трус на Ізраїлевій землі.
କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ;
20 І затремтя́ть перед Моїм лицем мо́рські риби та птаство небесне, і польова́ звірина́, всяке гаддя́, що плазу́є по землі, і всяка люди́на, що на поверхні землі, і будуть поруйно́вані го́ри, і поваляться у́рвища, і всякий мур на землю впаде́.
ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍ ହେବ।
21 І покличу проти нього меча на всіх го́рах Моїх, — говорить Господь Бог, — меч кожного буде на брата його!
ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ।
22 І буду судитися з ними моровице́ю та кров'ю, і пущу́ заливни́й дощ та камі́нний град, огонь та сі́рку на нього та на відділи його, та на числе́нні народи, що з ним.
ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଲାବନକାରୀ ବୃଷ୍ଟି, ବୃହତ ବୃହତ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା।
23 І звели́чуся, і покажу́ Свою святість, і буду пі́знаний на оча́х числе́нних народів, і вони пізнають, що Я — Госпо́дь!
ପୁଣି, ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”