< Амос 3 >
1 Послухайте сло́ва того́, що Господь говорив проти вас, сино́ве Ізраїлеві, на ввесь оцей рід, що його Я підніс був із кра́ю єгипетського, промовляючи:
ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ଏହା ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ, ଅର୍ଥାତ୍, ଯେଉଁ ସମୁଦାୟ ଗୋଷ୍ଠୀକୁ ଆମ୍ଭେ ମିସର ଦେଶରୁ ବାହାର କରି ଆଣିଲୁ, ସେମାନଙ୍କ ବିରୁଦ୍ଧରେ କହିଅଛନ୍ତି,
2 Тільки вас Я пізнав зо всіх ро́дів землі, тому вас навіщу́ за всі ваші провини!
“ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ କେବଳ ତୁମ୍ଭମାନଙ୍କର ପରିଚୟ ଆମ୍ଭେ ନେଇଅଛୁ; ଏଥିପାଇଁ ତୁମ୍ଭମାନଙ୍କର ସକଳ ଅଧର୍ମର ପ୍ରତିଫଳ ଆମ୍ଭେ ତୁମ୍ଭମାନଙ୍କୁ ଦେବା।
3 Чи йдуть двоє ра́зом, якщо не умо́вились?
ଏକ ପରାମର୍ଶ ନ ହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ?
4 Чи реве́ в лісі лев, як нема йому здо́бичі? Чи левчу́к видає голос свій із своєї нори́, якщо він не зловив?
ଶିକାର ନ ପାଇଲେ କି ସିଂହ ବନ ମଧ୍ୟରେ ଗର୍ଜ୍ଜନ କରିବ? କୌଣସି ପଶୁ ନ ଧରିଲେ କି ଯୁବା ସିଂହ ଆପଣା ଗର୍ତ୍ତରେ ହୁଙ୍କାର କରିବ?
5 Чи впаде́ на землі пташка в сітку, як немає сільця́? Чи піді́йметься сітка з землі, як нічого не зло́вить?
ଫାନ୍ଦ ନ ପାତିଲେ କି ପକ୍ଷୀ ଜାଲରେ ଧରାଯାଇ ଭୂମିରେ ପଡ଼ିବ? କିଛି ନ ଧରିଲେ ଜାଲ କି ଭୂମିରୁ ଛିଟିକି ଉଠିବ?
6 Чи в місті засурмля́ть у сурму́, а наро́д не тремті́тиме? Чи станеться в місті нещастя, що його́ не Госпо́дь допусти́в?
ନଗର ମଧ୍ୟରେ ତୂରୀ ବଜାଗଲେ ଲୋକମାନେ କି ଭୀତ ହେବେ ନାହିଁ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ?
7 Бо не чинить нічо́го Господь Бог, не ви́явивши таємни́ці Своєї Своїм рабам пророкам.
ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ପ୍ରକାଶ ନ କରି କିଛି କରନ୍ତି ନାହିଁ।
8 Лев зареве́, — хто того́ не злякається? Господь Бог заговорить, — хто пророкувати не бу́де?
ସିଂହ ଗର୍ଜ୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟଦ୍ବାକ୍ୟ ପ୍ରଚାର ନ କରିବ?”
9 Розголосіть над пала́цами в Ашдоді, і над пала́тами в кра́ї єгипетському, та й скажіть: Позбирайтеся на гора́х Самарі́ї, і побачте велике збенте́ження в ній, та у́тиск у ній!
ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”
10 І правдиво не вміють робити вони, — говорить Господь, — наси́льство грома́дять та грабу́нок в пала́тах своїх.
କାରଣ ସଦାପ୍ରଭୁ କହନ୍ତି, “ଯେଉଁମାନେ ଆପଣା ଆପଣା ଅଟ୍ଟାଳିକାରେ ଦୌରାତ୍ମ୍ୟ ଓ ଲୁଟିତ ଦ୍ରବ୍ୟ ସଞ୍ଚୟ କରନ୍ତି, ସେମାନେ ନ୍ୟାୟ କରିବାକୁ ଜାଣନ୍ତି ନାହିଁ।”
11 Тому́ так Господь Бог промовляє: Ворог обля́же навколо цієї землі, і скине із тебе він силу твою́, і пограбо́вані бу́дуть пала́ти твої.
ଏନିମନ୍ତେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଏକ ଜଣ ବିପକ୍ଷ ଦେଶର ଚତୁର୍ଦ୍ଦିଗରେ (ଉଠିବ); ଆଉ, ସେ ତୁମ୍ଭଠାରୁ ତୁମ୍ଭର ବଳ ନତ କରିବ ଓ ତୁମ୍ଭର ଅଟ୍ଟାଳିକାସବୁ ଲୁଟିତ ହେବ।”
12 Так говорить Господь: Як ча́сом рятує пастух з пащі ле́в'ячої дві колі́ні, або пи́пку вуха, так будуть врято́вані діти Ізраїлеві, що сидять в Самарі́ї в заку́точку ліжка, та на адама́шку постелі.
ସଦାପ୍ରଭୁ ଏହି କଥା କହନ୍ତି, “ମେଷପାଳକ ଯେପରି ସିଂହ ମୁଖରୁ ଦୁଇ ଗୋଡ଼ ଅବା କାନରୁ ଖଣ୍ଡେ ରକ୍ଷା କରେ, ସେପରି ଇସ୍ରାଏଲର ଯେଉଁ ସନ୍ତାନଗଣ ଶମରୀୟାରେ ଖଟର କୋଣରେ ଓ ଶଯ୍ୟାର ପାଟଗଦି ଉପରେ ବସନ୍ତି, ସେମାନେ ରକ୍ଷା କରାଯିବେ।”
13 Послухайте ви та й засві́дчіть ув Якововім домі, говорить Господь Бог, Бог Савао́т.
“ତୁମ୍ଭେମାନେ ଏହା ଶୁଣ ଓ ଯାକୁବ ବଂଶ ବିରୁଦ୍ଧରେ ସାକ୍ଷ୍ୟ ଦିଅ, ଏହା ପ୍ରଭୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର କହନ୍ତି।
14 Бо в той день, коли Я покараю Ізраїля за провини його, то Я покараю за же́ртівники Бет-Елу, — і будуть відру́бані роги же́ртівника, і на землю попа́дають.
କାରଣ ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ତାହାର ସମସ୍ତ ଅପରାଧର ପ୍ରତିଫଳ ଦେବା, ସେହି ଦିନ ଆମ୍ଭେ ବେଥେଲ୍ସ୍ଥ ଯଜ୍ଞବେଦିସକଳକୁ ହିଁ ପ୍ରତିଫଳ ଦେବା, ତହିଁରେ ଯଜ୍ଞବେଦିର ଶୃଙ୍ଗସକଳ କଟାଯାଇ ଭୂମିରେ ପଡ଼ିବ।
15 І Я розіб'ю́ дім зимо́вий разом з домом літнім, і заги́нуть доми́ із слоно́вої кости, і не стане багато домі́в, говорить Госпо́дь.
ପୁଣି, ଆମ୍ଭେ ଶୀତକାଳର ଗୃହକୁ ଓ ଗ୍ରୀଷ୍ମକାଳର ଗୃହକୁ ଆଘାତ କରିବା; ଆଉ, ହସ୍ତୀଦନ୍ତର ଗୃହସକଳ ନଷ୍ଟ ହେବ ଓ ବଡ଼ ବଡ଼ ଗୃହ ଲୁପ୍ତ ହେବ।” ଏହା ସଦାପ୍ରଭୁ କହନ୍ତି।