< 2 Тимофію 4 >
1 Отже, я свідкую тобі перед Богом і Христом Ісусом, що Він має судити живих і мертвих за Свого прихо́ду та за Свого Царства.
ମୁଁ ଈଶ୍ବରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି,
2 Проповідуй Слово, допоминайся вча́сно-невча́сно, докоряй, забороняй, переконуй з терпеливістю та з наукою.
ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।
3 Настане бо час, коли здорової науки не будуть триматись, але за своїми пожадливостями виберуть собі вчителі́в, щоб вони їхні ву́ха вле́щували.
କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ,
4 Вони слух свій від правди відвернуть та до байо́к нахи́ляться.
ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।
5 Але ти будь пи́льний у всьому, терпи лихо, виконуй працю благові́сника, сповня́й свою службу.
କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର।
6 Бо я вже за жертву стаю, і час відхо́ду мого вже настав.
କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।
7 Я змагався добрим зма́гом, свій біг закінчи́в, віру зберіг.
ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;
8 Наостанку мені призначається вінок праведности, якого мені того дня дасть Господь, Суддя праведний; і не тільки мені, але й усім, хто при́хід Його полюбив.
ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ।
9 Подба́й незаба́ром прибути до мене.
ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର;
10 Бо Дима́с мене кинув, цей вік полюбивши, і пішов до Солу́ня, Кри́скент до Гала́тії, Тит до Далма́тії. (aiōn )
କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀ ସହରକୁ ଯାଇଅଛି କ୍ରେସ୍କେନସ୍ ଗାଲାତୀୟ ଅଞ୍ଚଳକୁ ଓ ତୀତସ ଦଲ୍ମତିଆ ଅଞ୍ଚଳକୁ ଯାଇଅଛନ୍ତି। (aiōn )
11 Зо мною сам тільки Лука́. Візьми Ма́рка, і приведи з собою, бо мені він потрібний для служби.
କେବଳ ଲୂକ ମୋ ସହିତ ଅଛନ୍ତି। ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ।
12 А Тихи́ка послав я в Ефе́с.
ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି।
13 Як будеш іти, то плаща́ принеси́, що його я в Троа́ді зоставив у Ка́рпа, і книжки́, особливо пергамено́ві.
ତ୍ରୋୟା ସହରରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।
14 Котля́р Олександер нако́їв був лиха чимало мені... Нехай Госпо́дь йому віддасть за його вчинками!
କଂସାରି ଆଲେକ୍ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;
15 Стережись його й ти, бо він мі́цно противився нашим словам!
ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା।
16 При першій моїй обороні жоден не був при мені, але всі поки́нули мене... Хай Госпо́дь їм того не полічить!
ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ।
17 Але Госпо́дь став при мені та й мене підкріпи́в, щоб проповідь виконалась через мене, та щоб усі погани почули її. І я ви́зволився з пащі ле́в'ячої.
କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇପାରେ ଓ ଅଣଯିହୁଦୀ ସମସ୍ତେ ତାହା ଶୁଣି ପାରନ୍ତି;
18 А від усякого вчинку лихого Господь мене ви́зволить та збереже для Свого Небесного Царства. Йому слава на віки вічні, амі́нь! (aiōn )
ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍। (aiōn )
19 Поздоров Приски́ллу й Аки́лу та дім Ониси́фора.
ପ୍ରୀସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ।
20 Ера́ст позоставси в Кори́нті, а Трохи́ма лишив я слабо́го в Міле́ті.
ଏରାଷ୍ଟ କରିନ୍ଥ ସହରରେ ରହିଅଛନ୍ତି, କିନ୍ତୁ ତ୍ରଫିମ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତ ସହରରେ ଛାଡ଼ିଦେଇ ଆସିଅଛି।
21 Попильну́й прийти до зими́. Вітає тебе Евву́л, і Пуд, і Лин, і Кла́вдія, і вся бра́ття.
ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର। ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
22 Господь з твоїм духом! Благода́ть з вами! Амі́нь.
ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।