< 2 Самуїлова 21 >

1 І був голод за днів Давида три роки, рік за роком. І шукав Давид Господнього лиця, а Господь сказав: „Кров на Саула та на його дім за те, що повбива́в він ґів'оні́тян“.
ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା; ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କରନ୍ତେ, ସଦାପ୍ରଭୁ କହିଲେ, “ଶାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବୀୟୋନୀୟ ଲୋକମାନଙ୍କୁ ବଧ କରିଥିଲା।”
2 І покликав цар ґів'оні́тян та й сказав їм про це. А ґів'оні́тяни, — вони не з Ізра́їлевих синів, а з останку аморе́янина, а Ізраїлеві сини були присягну́ли їм. Та Саул шукав, щоб повбивати їх через свою горливість для синів Ізраїля та Юди.
ତହୁଁ ରାଜା ଗିବୀୟୋନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କୁ କହିଲେ। (ଏହି ଗିବୀୟୋନୀୟ ଲୋକମାନେ ଇସ୍ରାଏଲ ସନ୍ତାନ ନ ଥିଲେ, ମାତ୍ର ଇମୋରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ; ପୁଣି ଇସ୍ରାଏଲ ସନ୍ତାନମାନେ ସେମାନଙ୍କୁ ବଧ ନ କରିବା ପାଇଁ ଶପଥ କରିଥିଲେ; ତଥାପି ଶାଉଲ ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍‍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।)
3 І сказав Давид до ґів'оні́тян: „Що́ я зроблю́ вам і чим надолу́жу, щоб ви поблагослови́ли Господню спа́дщину?“
ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞା ପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି?”
4 І сказали йому ґів'оні́тяни: „Не треба нам ані срібла, ані золота від Саула та від дому його, і не треба нам забивати чоловіка в Ізраїлі“. А він сказав: „Що́ ви скажете, зроблю́ вам“.
ତହିଁରେ ଗିବୀୟୋନୀୟମାନେ ତାଙ୍କୁ କହିଲେ, “ଆମ୍ଭମାନଙ୍କର ପୁଣି ଶାଉଲ କିଅବା ତାହା ବଂଶର ମଧ୍ୟରେ ରୂପା କି ସୁନା ସମ୍ବନ୍ଧୀୟ କିଛି କଥା ନାହିଁ; କିଅବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ଡ କରିବା ଆମ୍ଭମାନଙ୍କର ଉଚିତ ନୁହେଁ।” ତହୁଁ ଦାଉଦ କହିଲେ, “ତୁମ୍ଭେମାନେ ଯାହା କହିବ, ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
5 І сказали вони до царя: „Чоловік той, що вигубив нас, і що замишляв на нас, щоб нас ви́нищити, щоб ми не стали в усій Ізраїлевій границі, —
ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭେମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି,
6 нехай буде нам да́но семеро мужа з синів його, і ми повішаємо їх для Господа в Ґів'аті Саула, Господнього вибра́нця“. А цар сказав: „Я дам“.
ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।”
7 Та змилосе́рдився цар над Мефівошетом, сином Йоната́на, Саулового сина, через Господню прися́гу, що була поміж ними, — між Давидом та між Йонатаиом, Сауловим сином.
ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।
8 І взяв цар двох синів Ріцпи, дочки́ Айї, яких вона породила Саулові, Армонія та Мефівошета, і п'ятьох синів Мелхоли, Саулової дочки́, що вона породила Адріїлові, синові мехолатянина Барзіллая,
ମାତ୍ର ଅୟାର କନ୍ୟା, ରିସ୍ପା ଅମୌଣି ଓ ମଫୀବୋଶତ୍‍ ନାମରେ ଶାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ଶାଉଲଙ୍କର କନ୍ୟା ମୀଖଲ ମହୋଲାତୀୟ ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ
9 та й дав їх у руку ґів'оні́тян, — і вони повішали їх на горі перед Господнім лицем. І впали семеро ра́зом, а були вони побиті в перших днях жнив, коли поча́ток жнив ячме́ню.
ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍‍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ।
10 А Ріцпа, дочка Айїна, взяла́ вере́тище, і простягла́ його собі на скелі, і була там від поча́тку жнив аж поки не зійшли́ на них во́ди з неба, і не дала́ вона спочити на них пта́ству небесному вдень, а польові́й звірині́ вночі.
ଏଉତ୍ତାରେ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଚ୍ଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଓ ଶବ ନିକଟରେ ଆପଣା ପାଇଁ ତାହା ପ୍ରସାରିଲା; ଆଉ ସେ ଦିନ ବେଳେ ଆକାଶର ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ, କିଅବା ରାତ୍ରି ବେଳେ ବନ ପଶୁଗଣକୁ ଆସିବାକୁ ଦେଲା ନାହିଁ।
11 І було доне́сено Давидові, що́ зробила Ріцпа, Айїна дочка́, Саулова нало́жниця.
ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା।
12 А Давид пішов, і взяв кості Саула та кості сина його Йоната́на від госпо́дарів ґілеадського Явешу, що ви́крали були їх із майда́ну Бет-Шану що їх повісили там филисти́мляни того дня, коли филисти́мляни побили Саула в Ґілбоа.
ସେତେବେଳେ ଦାଉଦ ଯାଇ ଯାବେଶ-ଗିଲୀୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ, କାରଣ ଗିଲ୍‍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାର ବେଥ୍-ଶାନ୍‍ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ-ଗିଲୀୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ।
13 І виніс він звідти кості Саула та кості сина його Йонатана, і зібрали кості пові́шаних.
ଏନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ; ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ।
14 І поховали кості Саула та сина його Йонатана в Веніяминовому кра́ї, в Целі, в гробі батька його Кіша. І зробили все, що наказав був цар, — і пото́му Бог був убла́ганий Кра́єм.
ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ୍ ଦେଶସ୍ଥ ସେଲାରେ ତାହାର ପିତା କୀଶ୍‍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁ ଉତ୍ତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।
15 І була ще війна филисти́млян з Ізраїлем. І зійшов Давид та з ним слуги його, і воювали з филисти́млянами. І змучився Давид.
ଏଥିଉତ୍ତାରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା; ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ସୈନ୍ୟମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ; ତହିଁରେ ଦାଉଦ କ୍ଳାନ୍ତ ହେଲେ।
16 І був Ішбі в Нові, що з наща́дків Рафи, а вага його списа́ три сотні шеклів міді, і опере́заний він був ново́ю зброєю. І він сказав, щоб забити Давида.
ସେସମୟରେ ଇଶ୍‍ବୀ ବନୋବ୍‍ ନାମରେ ତିନି ଶହ ଶେକଲ ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା।
17 Та поміг йому Авіша́й, син Церуїн, — і він ударив филисти́млянина, та й забив його. Тоді Давидові люди присягли́ йому, говорячи: „Ти не ви́йдеш уже з нами на війну, — і не пога́сиш Ізраїлевого світильника!“
ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, “ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ।”
18 І сталося по́тім, і була́ ще війна в Нові з филисти́млянами. Тоді хушанин Сіббехай побив Сафа, шо з наща́дків Рафи.
ଏଥିଉତ୍ତାରେ ପୁନର୍ବାର ଗୋବ୍‍ରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
19 І була́ ще війна в Нові з филисти́млянами, і віфлеємець Елханан, син Яаре, побив ґатянина Ґоліята, — а держа́к списа́ його був, як тка́цький вал.
ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ୍‍ରେ ଯୁଦ୍ଧ ହେଲା; ତହିଁରେ ବେଥଲିହିମୀୟ ଯାରେ-ଓରଗୀମର ପୁତ୍ର ଇଲ୍‍ହାନନ୍‍, ତନ୍ତୀ ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତକୁ ବଧ କଲା।
20 І була ще війна в Ґаті. А там чоловік великого зросту, що мав на руках та на нога́х по шість пальців, числом двадцять і чотири. Також і він був наро́джений тому Рафі.
ଏହାପରେ ପୁନର୍ବାର ଗାଥ୍‍ରେ ଯୁଦ୍ଧ ହେଲା; ସେଠାରେ ଅତି ଦୀର୍ଘକାୟ, ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ।
21 І зневажав він Ізраїля, — та вбив його Йонатан, син Шім'ї, Давидового брата!
ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।
22 Четверо тих були наро́джені тому Рафі в Ґаті, — і попа́дали вони від руки Давида та від руки його слуг.
ଏହି ଚାରି ଜଣ ଗାଥ୍‍ରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ଓ ତାଙ୍କ ଦାସମାନଙ୍କ ହସ୍ତ ଦ୍ୱାରା ବଧ ହୋଇଥିଲେ।

< 2 Самуїлова 21 >