< 2 царів 24 >
1 За його днів прийшов Навуходоно́сор, цар вавилонський, а Єгояки́м був йому три роки невільником, та пото́му збунтувався на нього.
ଯିହୋୟାକୀମ୍ଙ୍କ ରାଜତ୍ୱ ସମୟରେ ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦା ଉପରେ ଆକ୍ରମଣ କଲେ, ପୁଣି ଯିହୋୟାକୀମ୍ ତିନି ବର୍ଷ ତାହାର ଦାସ ହେଲେ; ତହିଁ ଉତ୍ତାରେ ସେ ଫେରି ତାହାର ବିଦ୍ରୋହୀ ହେଲେ।
2 А Господь послав на нього о́рди халде́їв, і о́рди сирійські, і о́рди моавські, та о́рди синів Аммона. І він послав їх на Юду, щоб ви́губити їх за словом Господа, що Він говорив через рабів Своїх пророків.
ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
3 Тільки на нака́з Господа сталося це на Юду, щоб відкинути його від лиця Його за гріхи Манасії, за все, що́ він робив,
ପ୍ରକୃତରେ ମନଃଶିର ପାପ ସକାଶୁ, ତାହାର ସମସ୍ତ କୃତକର୍ମାନୁସାରେ,
4 а також за непови́нну кров, яку він пролив, і напо́внив Єрусалим непови́нною кров'ю; і не хотів Господь простити.
ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।
5 А решта Єгояки́мових діл, та все, що́ він робив, — ото вони описані в Книзі Хроніки Юдиних царів.
ଏହି ଯିହୋୟାକୀମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
6 І спочив Єгояким зо своїми батьками, а замість нього зацарював син його Єгояхі́н.
ଏଥିଉତ୍ତାରେ ଯିହୋୟାକୀମ୍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ଯିହୋୟାଖୀନ୍ ତାଙ୍କର ପଦରେ ରାଜ୍ୟ କଲେ।
7 І більше вже не вихо́див єгипетський цар зо свого кра́ю, бо вавилонський цар забрав усе від Єгипетського потоку аж до річки Ефра́ту, усе, що належало єгипетському цареві.
ଏଥିଉତ୍ତାରେ ମିସରର ରାଜା ପୁନର୍ବାର ଆପଣା ଦେଶରୁ ଆଉ ଆସିଲେ ନାହିଁ; କାରଣ ବାବିଲର ରାଜା ମିସରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମିସରୀୟ ରାଜାଙ୍କର ସମସ୍ତ ଅଧିକାର ହସ୍ତଗତ କରିଥିଲେ।
8 Єгояхін був віку вісімнадцяти літ, коли він зацарював, і царював в Єрусалимі три місяці. А ім'я́ його матері — Нехушта, дочка́ Елнатана, з Єрусалиму.
ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଯିରୂଶାଲମ ନିବାସୀ ଇଲ୍ନାଥନ୍ର କନ୍ୟା।
9 І робив він зло в Господніх оча́х, усе так, як робив його батько.
ଯିହୋୟାଖୀନ୍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
10 Того ча́су прийшли до Єрусалиму раби Навуходоно́сора, царя вавилонського, і місто попало в обло́гу.
ସେସମୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଦାସମାନେ ଯିରୂଶାଲମକୁ ଆସିଲେ, ତହିଁରେ ନଗର ଅବରୁଦ୍ଧ ହେଲା।
11 І прийшов Навуходоно́сор, вавилонський цар, на місто, а його раби обляга́ли його.
ପୁଣି ତାହାର ଦାସମାନେ ଅବରୋଧ କରୁଥିବା ସମୟରେ ବାବିଲର ରାଜା ନବୂଖଦ୍ନିତ୍ସର ନଗରରେ ଉପସ୍ଥିତ ହେଲା।
12 І вийшов Єгояхін, цар Юдин, до вавилонського царя, він та мати його, і слуги його, і князі́ його, і є́внухи його, — і вавилонський цар узяв його восьмого року свого царюва́ння.
ତହିଁରେ ଯିହୁଦାର ରାଜା ଯିହୋୟାଖୀନ୍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜା ନିକଟକୁ ବାହାରିଗଲେ; ପୁଣି ବାବିଲ ରାଜା ଆପଣା ରାଜତ୍ଵର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା।
13 І позабирав він звідти всі скарби́ Господнього дому та скарби́ дому царе́вого, і повідру́бував всі золоті речі, які поробив був Соломо́н, цар Ізраїлів, у Господньому храмі, як говорив Господь.
ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା।
14 І повиво́див він увесь Єрусалим, і всіх князі́в, і всіх ли́царів військо́вих, — десять тисяч пішло до неволі, — і всіх те́слів та ковалі́в. Не позоставив нікого, окрім нужде́нного народу Краю...
ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।
15 І він вивів до Вавилону Єгояхіна та царе́ву матір, і царськи́х жіно́к, і його є́внухів, і видатних у кра́ї, — усіх ви́провадив у неволю з Єрусалиму до Вавило́ну.
ଆହୁରି ନବୂଖଦ୍ନିତ୍ସର ଯିହୋୟାଖୀନ୍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା।
16 І всіх військо́вих, сім тисяч, і теслів та ковалів тисячу, усіх ли́царів, що займалися війною, — вивів їх вавилонський цар у неволю до Вавилону.
ଆଉ ସମସ୍ତ ବଳବାନ ଲୋକଙ୍କୁ, ଅର୍ଥାତ୍, ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲ ରାଜା ବନ୍ଦୀ କରି ବାବିଲକୁ ନେଇଗଲା, ଏସମସ୍ତେ ବଳବାନ ଓ ଯୁଦ୍ଧଯୋଗ୍ୟ ଥିଲେ।
17 А царем настанови́в вавилонський цар Маттанію, дядька Єгояхіна, замість нього, і переміни́в ім'я́ його на Седекі́ю.
ପୁଣି ବାବିଲର ରାଜା ଯିହୋୟାଖୀନ୍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।
18 Седекі́я був віку двадцяти й одно́го року, коли він зацарював, і він царював в Єрусалимі одинадцять років. А ім'я́ його матері — Хамуталь, дочка́ Єремії з Лівни.
ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ୍; ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା।
19 І робив він зло в Господніх очах, усе так, як робив був Єгояким.
ଆଉ ସେ ଯିହୋୟାକୀମ୍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
20 Бо за Господній гнів сталося це на Єрусалим та на Юду, і Він відкинув їх від Свого лиця. І Седекія збунтувався проти вавилонського царя.
କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍ନିତ୍ସରର ବିଦ୍ରୋହୀ ହେଲେ।