< 2 царів 18 >
1 І сталося третього року Осі́ї, сина Елиного, Ізраїлевого царя, зацарював Єзекія, син Ахазів, цар Юдин.
ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋଶେୟଙ୍କ ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ରାଜା ଆହସ୍ଙ୍କର ପୁତ୍ର ହିଜକୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
2 Він був віку двадцяти й п'яти літ, коли зацарював, і царював в Єрусалимі двадцять і дев'ять літ. А ім'я́ його матері — Аві, дочка́ Захарія.
ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅବୀ, ସେ ଜିଖରୀୟଙ୍କ କନ୍ୟା ଥିଲେ।
3 І робив він угодне в Господніх оча́х, усе так, як робив був його батько Давид.
ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
4 Він понищив па́гірки, і поламав стовпи для богів, і стяв Астарту, і розбив мідяно́го змія, якого зробив був Мойсей, бо аж до цих днів Ізраїлеві сини все кадили йому й кликали його: Нехушта́н.
ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ-ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ।
5 Він наді́явся на Господа, Бога Ізраїля, і такого, як він, не було між усіма́ царями Юдиними, ані між тими, що були перед ним.
ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ, ତାଙ୍କର ପରବର୍ତ୍ତୀ ଯିହୁଦାର ସମସ୍ତ ରାଜାଙ୍କ ମଧ୍ୟରେ କେହି ତାଙ୍କ ପରି ନ ଥିଲେ, କିଅବା ତାଙ୍କର ପୂର୍ବବର୍ତ୍ତୀମାନଙ୍କ ମଧ୍ୟରେ କେହି ନ ଥିଲେ।
6 І міцно тримався він Господа, не відступався від Нього, і додержував заповіді Його, що наказав був Господь Мойсеєві.
କାରଣ ସେ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେଲେ, ସେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ, ଆଉ ସଦାପ୍ରଭୁ ମୋଶାଙ୍କୁ ଯାହା ଆଜ୍ଞା କରିଥିଲେ, ତାହାଙ୍କର ସେସବୁ ଆଜ୍ଞା ସେ ପାଳନ କଲେ।
7 І був Господь із ним, — у всьому, куди він ходив, він мав пово́дження. І збунтувався він на асирійського царя, і не служив йому.
ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; ସେ ଯେକୌଣସି ଆଡ଼େ ଗଲେ, ସେଆଡ଼େ କୁଶଳ ପ୍ରାପ୍ତ ହେଲେ। ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ।
8 Він побив филисти́млян аж до Аззи́ та границі її від вартово́ї башти аж до тверди́нного міста.
ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର-ବେଷ୍ଟିତ ନଗର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ସଂହାର କଲେ।
9 І сталося четвертого року царя Єзекії, — це сьомий рік Осі́ї, Елиного сина, Ізраїлевого царя, — пішов Салманаса́р, цар асирійський, на Самарію, та й обліг її.
ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ଅର୍ଥାତ୍, ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ଵର ସପ୍ତମ ବର୍ଷରେ ଅଶୂରର ରାଜା ଶଲ୍ମନେଷର ଶମରୀୟା ପ୍ରତିକୂଳରେ ଆସି ତାହା ଅବରୋଧ କଲା।
10 І здобув він її по трьох рока́х: шостого року Єзекії, — це дев'ятий рік Осі́ї, Ізраїлевого царя, — була здобута Самарія.
ପୁଣି ତିନି ବର୍ଷର ଶେଷରେ ସେମାନେ ତାହା ହସ୍ତଗତ କଲେ; ହିଜକୀୟଙ୍କ ରାଜତ୍ଵର ଷଷ୍ଠ ବର୍ଷରେ, ଅର୍ଥାତ୍, ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ଵର ନବମ ବର୍ଷରେ ଶମରୀୟା ହସ୍ତଗତ କରାଗଲା।
11 І вигнав асирійський цар Ізраїля до Асирії, і попровадив їх у Халах, і в Хавор, над річку Ґазан, та до мідійських міст.
ଏଥିଉତ୍ତାରେ ଅଶୂରର ରାଜା ଇସ୍ରାଏଲକୁ ଅଶୂରକୁ ନେଇଯାଇ ହଲହରେ ଓ ହାବୋରରେ, ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ସେମାନଙ୍କୁ ରଖିଲା।
12 Це за те, що не слухалися вони голосу Господа, Бога свого, і переступали заповіта Його; усього, що наказав був Мойсей, раб Господній, вони ані не слухали, ані не робили.
କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞାଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
13 А чотирнадцятого року царя Єзекії прийшов Санхері́в, цар асирійський, на всі укріплені Юдині міста́, та й захопи́в їх.
ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚଉଦ ବର୍ଷରେ ଅଶୂରର ରାଜା ସନ୍ହେରୀବ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।
14 І послав Єзекія, цар Юдин, до царя асирійського, до Лахішу, говорячи: „Згрішив я! Відійди від мене, а що накладе́ш на мене, понесу́.“І наклав асирійський цар на Єзекію, Юдиного царя, три сотні талантів срібла та тридцять талантів золота.
ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋʼ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋʼ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନି ଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା।
15 І віддав Єзекія все срібло, зна́йдене в Господньому домі та в царе́вих скарбни́цях.
ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।
16 Того ча́су Єзекія відрубав золото з дверей Господнього дому та зо стовпів, що покрив був Єзекія, Юдин цар, золотом, і дав його́ асирійському цареві.
ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।
17 А асирійський цар послав із Лахішу до царя Єзекії головного кома́ндувача, і великого є́внуха та великого ча́шника з великим ві́йськом до Єрусалиму. І пішли вони, і прийшли та й стали над водотя́гом горі́шнього ставу, що на битій дорозі до поля Валю́шників.
ଏଥିଉତ୍ତାରେ ଅଶୂରର ରାଜା ଲାଖୀଶ୍ଠାରୁ ତର୍ତ୍ତାନ ଓ ରବ୍ସାରୀସ୍ ଓ ରବ୍ଶାକିକୁ ମହାସୈନ୍ୟ ସହିତ ଯିରୂଶାଲମକୁ ହିଜକୀୟ ରାଜାଙ୍କ ନିକଟକୁ ପଠାଇଲା। ତହୁଁ ସେମାନେ ଯାତ୍ରା କରି ଯିରୂଶାଲମକୁ ଆସିଲେ। ଆଉ ସେଠାରେ ଉପସ୍ଥିତ ହୁଅନ୍ତେ, ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
18 І кли́кнули вони до царя, і до них вийшов Еліяким, син Хілкійї, начальник палати, і писар Шевна, та Йоах, син Асафів, ка́нцлер.
ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍କୀୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।
19 І сказав до них великий ча́шник: „Скажіть Єзекії: Отак сказав великий цар, цар асирійський: Що́ це за надія, на яку ти наді́єшся?
ତହିଁରେ ରବ୍ଶାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ “ହିଜକୀୟଙ୍କୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ‘ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?
20 Чи думаєш ти, що слово уст, то вже рада та сила до війни? На ко́го тепер наді́єшся, що збунтувався проти мене?
ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?
21 Тепер оце ти надієшся собі опе́ртися на оту пола́ману очерети́ну, на Єгипет, що коли хто опирається на неї, то вона вхо́дить у долоню йому й продіря́влює її. Отакий фараон, цар єгипетський, для всіх, хто надіється на нього.
ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
22 А коли ви скажете мені: Ми наді́ємось на Господа, Бога нашого, то чи ж Він не Той, що Єзекія понищив па́гірки Його та же́ртівники Його, і сказав Юді та Єрусалимові: перед оцим тільки же́ртівником будете вклонятися в Єрусалимі?
ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି?’
23 А тепер піди в за́клад із моїм паном, ассирійським царем, і я дам тобі дві тисячі ко́ней, якщо ти зможеш собі дати на них верхівці́в.
ଏବେ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମ୍ଭେ ପାର, ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
24 І як же ти проженеш хоч одно́го намісника з найменших слуг мого пана? А ти собі наді́єшся на Єгипет ради колесни́ць та верхівців!
ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇ ପାରିବ? କିପରି ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରୁଅଛ?
25 Тепер же, чи без Господа прийшов я на це місце, щоб знищити його? Господь сказав був мені: Піди на той край та знищ його!“
ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”
26 І сказав Еліяким, син Хілкійї, і Шевна та Йоах до великого ча́шника: „Говори до своїх рабів по-араме́йському, бо ми розуміємо, і не говори з нами по-юде́йському в слух тих людей, що на мурі“.
ଏଥିରେ ହିଲ୍କୀୟର ପୁତ୍ର ଇଲିୟାକୀମ୍ ଓ ଶିବ୍ନ ଓ ଯୋୟାହ ରବ୍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କହନ୍ତୁ।”
27 І сказав до них великий ча́шник: „Чи пан мій послав мене говорити ці слова́ до твого пана та до тебе? Хіба не до цих людей, що сидять на мурі, щоб із вами їсти вій кал та пити свою се́чу?“
ମାତ୍ର ରବ୍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”
28 І став великий чашник, і кликнув гучним голосом по-юдейському, і говорив і сказав: „Послухайте слово великого царя, царя асирійського:
ତହୁଁ ରବ୍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।
29 Так сказав цар: Нехай не ду́рить вас Єзекія, бо він не зможе врятува́ти вас від руки його!
ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।
30 І нехай не запевня́є вас Єзекія Господом, говорячи: Рятуючи, врятує вас Господь, і не буде да́но цього міста в руку царя асирійського.
କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ନ ଜନ୍ମାଉ।
31 Не слухайте Єзекії, бо так сказав цар асирійський: Примиріться зо много, та й ви́йдіть до мене, та й їжте кожен свій виноград та кожен фіґу свою, і пийте кожен воду зо своєї ко́панки,
ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର।
32 аж поки я не прийду́ й не візьму́ вас до краю такого ж, як ваш Край, до кра́ю збіжжя та виноградного соку, до краю хліба та виноградників, до краю оливки, оливного соку та меду, — щоб ви жили й не вмирали! І не слухайте Єзекії, коли він намовляє вас, говорячи: Господь порятує нас!
ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶ, ଆଉ ତୈଳଜୀତ ଓ ମଧୁମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ତୁମ୍ଭମାନଙ୍କୁ ମଣାଇଲେ, ତାହାର କଥା ତୁମ୍ଭେମାନେ ଶୁଣ ନାହିଁ।
33 Чи справді врятували боги тих народів, кожен свій край від руки асирійського царя?
ନାନା ଗୋଷ୍ଠୀୟମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?
34 Де боги Гамату та Арпаду? Де боги Сефарваїму, Гени та Івви? Чи врятува́ли вони Самарію від моєї руки?
ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଓ ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?
35 Котрий з-поміж усіх богів цих краї́в урятував свій край від моєї руки, — то невже ж Господь уряту́є Єрусалим від моєї руки?“
ନାନା ଗୋଷ୍ଠୀୟ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋʼ ହସ୍ତରୁ ଉଦ୍ଧାର କରିଅଛି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”
36 І мовчав той наро́д, і не відповів йому ані сло́ва, бо це був нака́з царя, що сказав: „Не відповідайте йому́!“
ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ। କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା।
37 І прийшов Еліяким, син Хілкійї, начальник палати, і писар Шевна, і Йоах, Асафів син, ка́нцлер, із роздертими шатами, до Єзекії, і доне́сли йому слова́ великого чашника.
ଏଥିଉତ୍ତାରେ ହିଲ୍କୀୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟଙ୍କ ନିକଟକୁ ଆସି ରବ୍ଶାକିର କଥାସବୁ ତାଙ୍କୁ ଜଣାଇଲେ।