< 2 до коринтян 11 >
1 О, коли б потерпі́ли ви трохи безу́мство моє! Але й те́рпите ви мене.
ତୁମ୍ଭେମାନେ ଯଦି ମୋହର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ! ହଁ, ତୁମ୍ଭେମାନେ ତ ମୋʼ ପ୍ରତି ସହିଷ୍ଣୁ।
2 Бо пильную про вас пильністю Божою, заручив бо я вас одно́му чоловікові, щоб Христові приве́сти вас чистою дівою.
କାରଣ ଈଶ୍ବରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍ଦାନ କରିଅଛି।
3 Та боюсь я, — як змій звів був Єву лука́вством своїм, щоб так не попсувалися ваші думки́, і ви не вхилилися від простоти́ й чи́стости, що в Христі.
କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି।
4 Коли бо хто при́йде й зачне пропові́дувати про Ісуса іншого, про якого ми не проповідували, або при́ймете іншого Духа, якого ви не прийняли, або іншу Єва́нгелію, якої ви не прийняли́, — то радо терпіли б ви те!
କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ।
5 Та ду́маю я, що нічим не лишаюсь позад передні́ших апо́столів.
କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେକୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି।
6 Хоч і неук я словом, але не знання́м, та всюди в усьому ми ви́явлені поміж вами.
କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ପାରଙ୍ଗମ ନୁହେଁ, ତଥାପି ମୁଁ ଜ୍ଞାନରେ ଅପାରଙ୍ଗମ ନୁହେଁ ପ୍ରକୃତରେ ଆମ୍ଭେମାନେ ସମସ୍ତ ପ୍ରକାରେ ସମସ୍ତ ବିଷୟରେ ତୁମ୍ଭମାନଙ୍କ ପ୍ରତି ଏହା ପ୍ରକାଶ କଲୁ।
7 Чи я гріх учинив, себе впокоря́ючи, щоб підвищити вас, бо я Божу Єва́нгелію благовістив для вас дармо?
ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ବରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କଅଣ ପାପ କଲି?
8 Оббирав я інші Церкви́, приймаючи плату для служіння вам. А коли я прийшов до вас і терпів недостачу, то ніко́го я не обтя́жив.
ତୁମ୍ଭମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀ-ସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି,
9 Бо мій нестаток попо́внили бра́ти, що прийшли з Македонії; і в усьому беріг я себе, щоб не бути для вас тягаре́м, і збережу́.
କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାର ସ୍ୱରୂପ ହୋଇ ନ ଥିଲି, କାରଣ ମାକିଦନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ, ପୁଣି, କୌଣସି ବିଷୟରେ ତୁମ୍ଭମାନଙ୍କର ଭାର ସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି।
10 Як правда Христова в мені, так оця похвала́ не замо́вчана буде про мене в країнах Ахаї.
ମୋʼ ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ, କାହିଁକି?
11 Для чо́го? Тому́, що я вас не люблю́? Відо́мо те Богові!
ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ? ଈଶ୍ବର ଜାଣନ୍ତି।
12 А що я роблю́, те й робитиму, щоб відтя́ти причину для тих, хто шукає причини, щоб у то́му, чим хва́ляться, показались такі, як і ми.
କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି।
13 Такі бо фальшиві апо́столи, лукаві робітники́, що підро́блюються на Христових апо́столів.
କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି।
14 І не дивно, бо сам сатана́ прикидається а́нголом світла!
ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ।
15 Отож, не велика це річ, якщо й слуги його прикидаються слу́гами праведности. Буде їхній кінець згідно з учинками їхніми!
ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ।
16 Зно́ву кажу́: хай ніхто не вважає мене за безумного! А як ні, то прийміть мене бодай як безумного, щоб хоч трохи й я похвалився!
ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ; କିନ୍ତୁ ଯଦି ତୁମ୍ଭେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର, ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ।
17 А що я кажу́, не кажу́ того в Господі, але ніби в безу́мстві — у цій частині хвали́.
ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି।
18 Через те ж, що тілом багато-хто хваляться, то й я похвалюся.
ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି।
19 Бо ви те́рпите радо безумних, самі мудрими бувши.
କାରଣ ତୁମ୍ଭେମାନେ ବୁଦ୍ଧିମାନ ଦାସ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ।
20 Бо ви терпите, коли вас хто нево́лить, коли хто об'їдає, коли хто обдирає, коли хто підвищується, коли хто по що́ках вас б'є.
ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଙ୍କାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ।
21 На безчестя кажу́, що ми ніби стратили сили. Коли хто відва́житься чим, то — скажу́ нерозумно — відважуюся й я.
ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ। ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ।
22 Євреї вони? — То й я. Ізра́їльтяни вони? — То й я. Насіння вони Авраамове? — То й я!
ସେମାନେ କି ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କି ଅବ୍ରହାମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ।
23 Слу́ги Христові вони? — Говорю́ нерозумне: більш я! Я був більш у пра́цях, у ранах над міру, частіш у в'язницях, часто при смерті.
ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;
24 Від юдеїв п'ять раз я прийняв був по сорок уда́рів без о́дного,
ମୁଁ ଯିହୁଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶ ପ୍ରହାର ପାଇଅଛି,
25 тричі ки́ями бито мене, один раз мене каменува́ли, тричі розбивсь корабель, ніч і день я пробу́в у глибині́ морській;
ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି,
26 у мандрі́вках я часто бува́в, бував у небезпеках на річках, у небезпеках розбійничих, у небезпеках свого наро́ду, у небезпеках поган, у небезпеках по міста́х, у небезпеках на пустині, у небезпеках на морі, у небезпеках між братами фальшивими,
ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୁଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,
27 у висна́жуванні та в праці, часто в недосипа́нні, у голоді й спразі, часто в по́сті, у холоді та в наготі́.
ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଗ୍ନତାରେ ମଧ୍ୟ ରହିଅଛି।
28 Окрім зо́внішнього, налягають на мене денні повинності й журба про всі Церкви́.
ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋʼ ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍ ମଣ୍ଡଳୀ-ସମୂହ ନିମନ୍ତେ ଚିନ୍ତା।
29 Хто слабує, а я не слабую? Хто споку́шується, а я не палю́ся?
କେହି ଦୁର୍ବଳ ହେଲେ ମୁଁ କଅଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ ମୁଁ କଅଣ ଉତ୍ତପ୍ତ ହୁଏ ନାହିଁ?
30 Коли треба хвалитись, то неміччю я похвалюся.
ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି।
31 Знає Бог і Отець Господа нашого Ісуса Христа, — а Він благослове́нний навіки, — що я не говорю́ неправди. (aiōn )
ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ବର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ। (aiōn )
32 У Дама́ску намі́сник царя Аре́ти стеріг місто Дама́ск, щоб схопи́ти мене.
ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,
33 але́ по мурі мене спу́щено в коші́ віко́нцем, — і я з рук його втік!
ଆଉ ଟୋକାଇରେ ଗୋଟିଏ ଝରକା ବାଟେ ପ୍ରାଚୀର ଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି, ମୁଁ ତାହାଙ୍କ ହସ୍ତରୁ ରକ୍ଷା ପାଇଲି।