< 1 царів 2 >
1 І набли́зилися Давидові дні до смерти, і він наказав своєму синові Соломонові, говорячи:
ଏଥିଉତ୍ତାରେ ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ, ସେ ଆପଣା ପୁତ୍ର ଶଲୋମନଙ୍କୁ ଆଜ୍ଞା ଦେଇ କହିଲେ,
2 „ Ось я йду дорогою всієї землі, а ти будеш міцни́й та станеш мужем.
“ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି; ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର।
3 І будеш ти стерегти́ нака́зи Господа, Бога свого, щоб ходити Його дорогами, щоб стерегти́ постанови Його, заповіді Його, та устави Його й сві́дчення Його, як писано в Мойсеєвім Зако́ні, щоб тобі щастило в усьому, що будеш робити, і скрізь, куди зве́рнешся,
ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେହି ସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା-ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ-ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର;
4 щоб ви́повнив Господь слово Своє, яке говорив мені, кажучи: Якщо сини твої будуть стерегти дороги свої, щоб ходити перед лицем Моїм у правді всім своїм серцем та всією душею своєю, то, сказав: Не буде переводу ніко́му від тебе на троні Ізраїлевім!
ତହିଁରେ ସଦାପ୍ରଭୁ ମୋʼ ବିଷୟରେ ଯାହା କହିଅଛନ୍ତି, ଯଥା, ‘ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ସେ ଆପଣାର ଏହି ବାକ୍ୟ ସଫଳ କରିବେ।’
5 А також ти знаєш, що́ зробив мені Йоа́в, син Церуїн, що́ зробив він двом провідника́м Ізраїлевих військ, — Авнерові, Неровому синові, та Амасі, синові Єтеровому. Він повбивав їх, і пролив воєнну кров у час миру, і попля́мив воєнною кров'ю свого пояса, що на сте́гнах його, та санда́лі свої, що на нога́х його.
ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା।
6 І ти зро́биш за своєю мудрістю, і не даси зни́зитися сивині́ його мирно до шео́лу. (Sheol )
ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। (Sheol )
7 А синам ґілеадянина Барзіллая зробиш ласку, і нехай вони будуть серед тих, що їдять за твоїм столом, бо вони отак прийшли до ме́не, коли я втікав перед Авесаломом, твоїм братом.
ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ।
8 А ось з тобою Шім'ї, Ґерин син, веніяминівець із Бахуріму. А він прокля́в був мене гострим прокля́ттям того дня, коли я йшов до Маханаїму. Та він прийшов до Йорда́ну стрі́нути мене, і я присягнув йому Господом, говорячи: Не заб'ю тебе мечем!
ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ।
9 А тепер не прощай йому́, бо ти муж мудрий, і знатимеш, що́ зробити йому, — і ти сивину́ його зведе́ш у крові до шео́лу“. (Sheol )
ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।” (Sheol )
10 І спочив Давид з батьками своїми, і був похо́ваний у Давидовім Місті.
ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ କବର ପାଇଲେ।
11 А дні, що Давид царював над Ізраїлем, сорок літ: у Хевроні царював він сім літ, а в Єрусалимі царював тридцять і три роки.
ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
12 І сів Соломон на троні Давида, батька свого, і його царюва́ння було дуже міцне́.
ଏଥିଉତ୍ତାରେ ଶଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13 І прийшов Адо́нія, син Гаґґітин, до Вірсавії, Соломонової матері, а вона сказала: „Чи при́хід твій — з миром?“І він відказав: „З миром“.
ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ?” ସେ ଉତ୍ତର କଲା, “କୁଶଳରେ।”
14 І сказав: „Справа в мене до те́бе“. А вона відказала: „Говори!“
ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍ଶେବା କହିଲେ, “କୁହ।”
15 І він сказав: „Ти знаєш, що моє було це царство, і на мене звернув увесь Ізраїль своє обличчя, щоб мені царювати. Та відійшло царство, і доста́лось моєму братові, бо від Господа це сталось йому.
ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।
16 А тепер одне бажа́ння жадаю я від тебе: Не відмовляй мені!“А вона сказала йому: „Говори!“
ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍ଶେବା ତାହାକୁ କହିଲେ, “କୁହ।”
17 І він сказав: „Скажи цареві Соломонові, — бо він не відмовить тобі, — щоб він дав мені шунаммітку Авішаґ за жінку“.
ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋʼ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
18 І сказала Вірсавія: „Добре, — я скажу́ про тебе царе́ві“.
ଏଥିରେ ବତ୍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19 І прийшла Вірсавія до царя Соломона, щоб сказати йому про Адонія. А цар устав назустріч їй, і вклонився їй, та й сів на своєму троні. І поставив він трона й для царевої матері, і вона сіла по прави́ці його.
ଏହେତୁ ବତ୍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
20 І сказала вона: „Одне мале жада́ння бажаю я від тебе, — не відмов мені“. І сказав їй цар: „Жадай, мати моя, бо я не відмо́влю тобі“.
ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21 І сказала вона: „Нехай шунаммітка Авішаґ буде да́на братові твоєму Адонії за жінку“.
ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”
22 І відповів цар Соломон та й сказав своїй матері: „І на́що ти про́сиш шунаммітку Авішаґ для Адонії? Та попроси для нього й царства, бо він брат мій, ста́рший від мене, і для нього, і для священика Евіятара, і для Йоава, Церуїного сина“!
ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।”
23 І присягнув цар Соломон Господом, говорячи: „Так нехай зробить мені Бог, і так нехай додасть, коли не на душу свою говорив Адонія це слово...
ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।
24 А тепер, — як живий Господь, що міцно поставив мене й посадовив мене на троні мого батька Давида, і що зробив мені дім, як говорив був, — сьогодні буде вбитий Адо́нія!“
ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋʼ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।”
25 І послав цар Соломон через Бенаю, Єгоядиного сина, — і він ура́зив його, і той помер...
ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା।
26 А священикові Евіятарові цар сказав: „Іди до Анатоту на поля́ свої, бо ти чоловік смерти, а цього дня не вб'ю тебе, бо носив ти ковчега Владики Господа перед обличчям батька мого Давида, і що терпів ти в усьому, в чому терпів мій батько“.
ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋʼ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।”
27 І вигнав Соломон Евіятара, щоб не був священиком для Господа, щоб ви́повнилося слово Господнє, яке говорив у Шіло́ на дім Іліїв.
ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ।
28 А звістка про це прийшла аж до Йоава, бо Йоав схилявся до Адонії, а до Авесалома не схилявся. І втік Йоав до Господньої скинії, і схопи́вся за роги же́ртівника...
ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
29 І доне́сено цареві Соломонові, що Йоав утік до скинії Господньої, і ось він при жертівнику. І послав Соломон Бенаю, Єгоядиного сина, говорячи: „Іди, — урази́ його!“
ଏଉତ୍ତାରେ ଦେଖ, “ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି,” ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ, ତାକୁ ଆକ୍ରମଣ କର।
30 І ввійшов Беная до Господньої скинії, та й сказав до нього: „Так сказав цар: Вийди!“А той відказав: „Ні, я тут помру!“І передав Беная цареві це слово, говорячи: „Так сказав Йоав, і так відповів мені“.
ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।”
31 І сказав йому цар: „Зроби, як я говорив, і врази́ його. І поховаєш його, і зді́ймеш невинну кров, що Йоав пролив був, з мене та з дому мого батька.
ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ।
32 І нехай оберне Господь його кров на його голову, що він ура́зив був двох мужів справедливих та ліпших від нього, і повбивав їх мече́м, а батько мій Давид того не знав: Авнера, Нериного сина, провідника́ Ізраїлевого війська, та Амасу, сина Єтеревого, провідника́ Юдиного війська.
ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍ର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା।
33 І нехай зве́рнеться їхня кров на голову Йоава та на голову насіння його навіки. А Давидові й насінню його та дому його й трону його нехай буде мир від Господа аж навіки“.
ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।”
34 І пішов Беная, Єгоядин син, і вра́зив його, та й убив його. І був він похо́ваний у своїм домі в пустині.
ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା।
35 А цар, замість нього, настанови́в над ві́йськом Бенаю, Єгоядиного сина, а священика Садока цар настановив замість Евіятара.
ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ।
36 І послав цар, і покликав Шім'ї та й сказав йому: „Збудуй собі дім в Єрусалимі, й осядеш там, і не ви́йдеш звідти ані сюди, ані туди.
ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ।
37 І буде того дня, як ти ви́йдеш і пере́йдеш поток Кедро́н, то щоб ти добре знав, що конче помреш. Кров твоя буде на голові твоїй!“
କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।”
38 І сказав Шім'ї до царя: „Добра це річ. Як наказав пан мій цар, так зробить раб твій'.“І сидів Шім'ї в Єрусалимі багато днів.
ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା।
39 І сталося в кінці трьох років, і втекли́ двоє рабів Шім'ї до Ахіша, Маахіного сина, ґатського царя. І доне́сли Шім'ї, говорячи: „Ось раби́ твої в Ґаті!“
ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍ ନଗରରେ ଅଛନ୍ତି।”
40 І встав Шім'ї, й осідлав осла свого та й подався до Ахіша, щоб пошукати своїх рабів. І пішов Шім'ї, і привів своїх рабів з Ґату.
ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍ ନଗରକୁ ଆଖୀଶ୍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍ରୁ ଆପଣା ଦାସମାନଙ୍କୁ ଆଣିଲା।
41 А Соломонові доне́сено, що Шім'ї пішов з Єрусалиму в Ґат і вернувся.
ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, “ଶିମୀୟି ଯିରୂଶାଲମରୁ ଗାଥ୍କୁ ଯାଇଥିଲା, ପୁଣି, ଫେରି ଆସିଅଛି।”
42 І послав цар, і покликав Шім'ї та й сказав до нього: „Чи ж я не заприсяг тебе Господом, і не взяв свідка проти тебе, говорячи: Того дня, коли ти ви́йдеш і пі́деш туди чи сюди, щоб ти добре знав, що конче помреш? І ти сказав мені: Добра це річ, що я чув.
ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ‘ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କʼଣ ଏହି ସାକ୍ଷ୍ୟ ଦେଇ ନାହିଁ?’ ଆଉ ତୁମ୍ଭେ ମୋତେ କହିଥିଲ, ‘ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।’
43 І чому́ ти не додержувався Господньої прися́ги та нака́за, що я наказав був тобі?“
ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?”
44 І сказав цар до Шім'ї: „Ти знаєш усе те зло, і знало твоє серце, що зробив ти Давидові, батькові моєму. І поверне Господь твоє зло на твою голову.
ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।
45 А цар Соломон — благословенний, а Давидів трон буде стояти міцно перед Господнім лицем аж навіки“.
ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।”
46 І цар наказав Бенаї, Єгоядиному синові, і той вийшов і вра́зив його, — і він номер. І царство зміцніло в Соломоновій руці.
ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ଶଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।