< До римлян 4 >

1 Що ж, скажемо, здобув Авраам, наш праотець за тілом?
ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷ ଅବ୍ରହାମ କଅଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା?
2 Якщо Авраам був виправданий через діла, він має похвалу, але не перед Богом.
କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ବରଙ୍କ ନିକଟରେ ନୁହେଁ।
3 Бо що каже Писання? «Авраам повірив Богові, і це було зараховано йому як праведність».
କାରଣ ପବିତ୍ର ଶାସ୍ତ୍ର କଅଣ କୁହେ? ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
4 Тепер тому, хто працює, плата зараховується не як благодать, а як належне.
ଯେ କର୍ମ କରେ, ତାହା ପକ୍ଷରେ ତାହାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ।
5 Однак тому, хто не працює, але вірить у Того, Хто виправдовує нечестивого, його віра зараховується як праведність.
କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତେବେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ।
6 Так само говорить і Давид, коли називає блаженною людину, яку Бог вважає виправданою без діл:
ଏହି ପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ବର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାହାକୁ ଧନ୍ୟ ବୋଲି କହନ୍ତି, ଯଥା,
7 «Блаженний той, чиї беззаконня прощені, чиї гріхи покриті!
“ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ।
8 Блаженна та людина, якій Господь не залічить її гріха».
ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ।”
9 Це благословення лише для обрізаних чи також і для необрізаних? Ми говоримо: «Авраам повірив Богові, і це було зараховано йому як праведність».
ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ନା ଅସୁନ୍ନତିପ୍ରାପ୍ତମାନଙ୍କୁ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
10 Коли було зараховано? Після обрізання чи до обрізання? Це було до обрізання, а не після обрізання!
ତେବେ, ତାହା କିପରି ଗଣିତ ହେଲା? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ।
11 Він прийняв обрізання як знак, як печатку праведності через віру, яку мав ще необрізаним. Так він міг стати батьком усіх, хто вірить, але не був обрізаний, щоб і їм також була зарахована праведність.
ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
12 Він також є і батьком обрізаних, що не лише обрізані, але й наслідують віру, яку мав наш батько Авраам до його обрізання.
ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇପାରନ୍ତି, ଅର୍ଥାତ୍‍ ଯେଉଁମାନେ ସୁନ୍ନତପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ।
13 Адже не через Закон Авраам та його нащадки отримали обітницю, що він буде спадкоємцем світу, а через праведність віри.
କାରଣ ଅବ୍ରହାମ କିମ୍ବା ତାହାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା।
14 Бо якщо нащадками є ті, хто [дотримується] Закону, то віра стає даремною й обітниця скасована.
ଯେଣୁ ଯଦି ବ୍ୟବସ୍ଥାବଲମ୍ବୀମାନେ ଅଧିକାରୀ ହୁଅନ୍ତି, ତାହାହେଲେ ବିଶ୍ୱାସ ବ୍ୟର୍ଥ କରାଯାଇଅଛି ଓ ପ୍ରତିଜ୍ଞା ନିଷ୍ଫଳ କରାଯାଇଅଛି।
15 Закон викликає гнів, адже там, де немає Закону, немає і його порушення.
କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ।
16 Тому обітниця є від віри, щоб вона була з благодаті й була гарантована всім нащадкам – не лише тим, хто дотримується Закону, а й тим, хто вірить, як Авраам, який є батьком усіх нас.
ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ;
17 Як написано: «Я зробив тебе батьком багатьох народів».[Він є нашим батьком] перед Богом, в Якого він повірив, Який повертає життя мертвим і кличе те, чого немає, як те, що вже існує.
ଯେଉଁ ଈଶ୍ବରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ବରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।
18 Всупереч надії, він повірив з надією, що стане батьком багатьох народів, як йому було сказано: «Такими [чисельними] будуть твої нащадки».
“ଏହିପରି ତୁମ୍ଭର ବଂଶ ହେବ,” ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ।
19 Його віра не ослабла, хоча він і розумів, що його тіло змертвіле (йому було близько ста років) і що утроба Сари змертвіла.
ତାହାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍‍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ,
20 Він не похитнувся [через] невірство у Божу обітницю, але зміцнився вірою й віддав славу Богові,
ବରଂ ଈଶ୍ବରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,
21 будучи цілком упевненим, що Той, Хто пообіцяв, спроможний [це] виконати.
କିନ୍ତୁ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ।
22 Ось чому «це було зараховано йому як праведність».
ଏଥିପାଇଁ ମଧ୍ୟ ଏହା ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
23 [Слова] «йому було зараховано» були написані не тільки щодо нього,
ତାହାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାହାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ,
24 але й для нас, бо [віра] має бути зарахована й нам, що віримо в Того, Хто воскресив Ісуса, Господа нашого, з мертвих.
ମାତ୍ର ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଲେଖା ହୋଇଅଛି; କାରଣ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କଲେ, ତାହାଙ୍କଠାରେ ବିଶ୍ୱାସ କରୁଅଛୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ତାହା ଗଣିତ ହେବ;
25 Він був виданий [на смерть] за наші гріхи й воскрес для нашого виправдання.
ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ପୁନରୁତ୍ଥିତ ହେଲେ।

< До римлян 4 >