< 1 Тимофію 5 >
1 Не докоряй старшому [чоловікові], а підбадьорюй [його, ] як батька, молодших – як братів,
ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି,
2 літніх [жінок] – як матерів, а молодих – як сестер, з усією чистотою.
ବୃଦ୍ଧା ସ୍ତ୍ରୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର।
3 Шануй вдів, які й справді є вдовами!
ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର।
4 Якщо ж вдова має дітей чи внуків, то нехай вони спершу навчаться побожно поводитися у своєму домі та відплачувати своїм батькам, бо це до вподоби Богові.
କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ବରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ।
5 Та, що насправді є вдовою, опинившись на самоті, покладає свою надію на Бога та вдень і вночі перебуває в проханнях і молитвах.
ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ବରଙ୍କ ଉପରେ ଭରସା ରଖି ଦିନରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ;
6 А та, що живе в розкоші, померла ще за життя.
କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ।
7 Тож наказуй їм це, щоб вони були [людьми, ] яким не можна дорікнути.
ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ।
8 Якщо ж хтось не турбується про своїх, а тим паче про свою сім’ю, той зрікся віри та є гіршим від невіруючого.
କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ।
9 Нехай вдовою вважається та, що має не менше шістдесяти років, була дружиною одного чоловіка
ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ,
10 та має [хорошу] репутацію за свої добрі справи: якщо виростила дітей, була гостинною, мила ноги святим, допомагала тим, що мали труднощі, та присвячувала себе всяким добрим ділам.
ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ।
11 Натомість молодших вдів оминай, адже коли їхні тілесні бажання віддаляють їх від Христа, вони хочуть [знову] вийти заміж.
କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;
12 Так [вони] накликають [на себе] суд, адже порушили першу віру.
ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଙ୍ଘନ କରିବାରୁ ଦଣ୍ଡନୀୟ ହୁଅନ୍ତି।
13 До того ж, ходячи від дому до дому, вони привчаються бути лінивими, і не тільки лінивими, але й пліткарками та надокучливими, говорячи, чого не слід.
ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି।
14 Тому я хочу, щоб молоді [вдови] одружувались, народжували дітей, дбали про дім і не давали супротивнику нагоди для нападу.
ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦିଅନ୍ତୁ;
15 Адже деякі вже збочили [та пішли] за сатаною.
କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି।
16 Якщо віруюча [жінка] має вдів [у сім’ї], то нехай допоможе їм. Нехай церква не буде обтяжена, щоби могла допомагати справжнім вдовам.
ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ, ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରିପାରେ।
17 Старійшини, які добре керують церквою, заслуговують подвійної шани, особливо ті, що старанно працюють у проповідуванні та навчанні.
ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ।
18 Адже Писання каже: «Не зав’язуй рота волові, що молотить». І ще: «Робітник достойний своєї платні».
କାରଣ ପବିତ୍ର ଶାସ୍ତ୍ର କହେ, “ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ପୁଣି, “କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ।”
19 Не приймай жодного звинувачення проти старійшини, тільки якщо є двоє чи троє свідків.
ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ।
20 Тих, хто згрішив, картай перед усіма, щоби й інші боялися.
ଯେଉଁମାନେ ନିରନ୍ତର ପାପ କରିଥାଆନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟଭୀତ ହେବେ।
21 Я наполегливо прошу [тебе] перед Богом, Христом Ісусом та перед обраними ангелами: дотримуйся цього без пересуду, не роблячи нічого з упередженням.
ଈଶ୍ବରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ।
22 Ні на кого не покладай рук поспішно. Не бери участі в чужих гріхах. Зберігай себе в чистоті.
ହଠାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ।
23 Не пий [лише] воду, а вживай трохи вина через твій шлунок і часті хвороби.
ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର।
24 Гріхи деяких людей очевидні та випереджають [їх ще] до суду, а за деякими вони йдуть слідом.
କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ।
25 Так само й добрі діла очевидні, а інші не можуть залишитись прихованими.
ସେହି ପ୍ରକାରେ ମଧ୍ୟ ସତ୍କର୍ମ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇପାରେ ନାହିଁ।