< Nnwom 28 >
1 Dawid dwom. Wo na mesu mefrɛ wo, Ao Awurade me Botan; nsi wʼaso wɔ me enti. Sɛ woyɛ komm a, mɛyɛ sɛ wɔn a wɔasiane kɔ amena mu no.
ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; ହେ ମୋହର ଶୈଳ, ମୋʼ ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋʼ ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି।
2 Tie me mmɔborɔ su ɛberɛ a mefrɛ wo pɛ mmoa ɛberɛ a mema me nsa so kyerɛ wo Tenabea Kronkron hɔ.
ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ, ତୁମ୍ଭ ମହାପବିତ୍ର ସ୍ଥାନ ଆଡ଼େ ଆପଣା ହସ୍ତ ଟେକିବା ବେଳେ, ମୋʼ ନିବେଦନର ରବ ଶ୍ରବଣ କର।
3 Mfa me mfra amumuyɛfoɔ mu ntwe me nkɔ wɔn a wɔyɛ bɔne no. Wɔne wɔn yɔnkonom kasa fɛfɛ nanso wɔde ɔtan sie wɔn akoma mu.
ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ।
4 Twe wɔn aso wɔ deɛ wɔayɛ no so; wɔn adwuma bɔne no so; tua deɛ wɔde wɔn nsa ayɛ so ka na fa deɛ ɛfata wɔn sane bra wɔn so.
ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।
5 Sɛ wɔmmu deɛ Awurade ayɛ ne deɛ ɔde ne nsa ayɛ no enti, ɔbɛbrɛ wɔn ase na ɔremma wɔnnsɔre bio.
ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ।
6 Ayɛyie nka Awurade, ɛfiri sɛ watie me mmɔborɔ su.
ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ସେ ମୋʼ ନିବେଦନର ରବ ଶୁଣିଅଛନ୍ତି।
7 Awurade ne mʼahoɔden ne mʼakokyɛm; mʼakoma wɔ ne mu ahotosoɔ, na ɔboa me. Mʼakoma di ahurisie na mede dwomtoɔ bɛda no ase.
ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋʼ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।
8 Awurade yɛ ahoɔden ma ne nkurɔfoɔ; ne nkwagyeɛ nsraban ma deɛ wɔasra no ngo.
ସଦାପ୍ରଭୁ ସେମାନଙ୍କର ବଳ ଓ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି।
9 Gye wo nkurɔfoɔ na hyira wʼagyapadeɛ; yɛ wɔn hwefoɔ, na wo ne wɔn nnante afebɔɔ.
ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।