< 4 Mose 17 >
1 Afei, Awurade ka kyerɛɛ Mose sɛ,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Ka kyerɛ Israelfoɔ no sɛ, abusua biara ɔdaanoni no ntwa poma na ɔntwerɛ ne din wɔ ho.
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ଗ୍ରହଣ କର; ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ।
3 Aaron din na wɔbɛtwerɛ agu Lewi abusuakuo poma no ho.
ପୁଣି, ତୁମ୍ଭେ ଲେବୀର ଯଷ୍ଟିରେ ହାରୋଣର ନାମ ଲେଖିବ; କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ।
4 Momfa mpoma yi ngu Ahyiaeɛ Ntomadan no mu ahyiaeɛm wɔ baabi a mehyia mo wɔ adaka no anim hɔ no.
ଆଉ ସମାଗମ-ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେହି ସବୁ ରଖିବ।
5 Menam mpoma yi so bɛkyerɛ onipa a mɛyi no no, na ne poma no ho bɛfefɛ! Ɛno akyi, anwiinwii a wɔnwiinwii tia wo no nyinaa to bɛtwa.”
ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା।”
6 Enti, Mose hyɛɛ saa mmara yi maa nnipa no maa ahemfo dumienu no a Aaron ka wɔn ho de wɔn mpoma brɛɛ no.
ଏଥିରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ସେମାନଙ୍କର ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ତାଙ୍କୁ ଦେଲେ; ପୁଣି, ହାରୋଣଙ୍କର ଯଷ୍ଟି ସେମାନଙ୍କ ଯଷ୍ଟିସକଳର ମଧ୍ୟରେ ଥିଲା।
7 Ɔde guu Awurade anim wɔ Adanseɛ Ntomadan no mu hɔ.
ତହୁଁ ମୋଶା ସାକ୍ଷ୍ୟ-ତମ୍ବୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ।
8 Adeɛ kyeeɛ a ɔkɔɔ mu no, ɔhunuu sɛ Aaron poma a ɛwɔ hɔ ma Lewi abusuakuo no afefɛ ayɛ frɔmm, aso aba a ɛsensɛn so.
ଏଥିଉତ୍ତାରେ ଆରଦିନ ମୋଶା ସାକ୍ଷ୍ୟ-ତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।
9 Ɛberɛ a Mose de firii Awurade hɔ baeɛ sɛ ɔde rebɛkyerɛ nkurɔfoɔ no, wɔhunuiɛ no, wɔn ho dwirii wɔn. Afei, obiara gyee ne poma, gye Aaron nko.
ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି, ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ।
10 Awurade ka kyerɛɛ Mose sɛ ɔmfa Aaron poma no nto adaka no ho pɛɛ na ɔmfa nkae saa adɔnyɛ no. Na ɛsɛ sɛ ɔde ba bɛkyerɛ nnipa no bio na sɛ anwiinwii bi wɔ hɔ a ɛtia Aaron tumi a, ɛbɛsi amanehunu foforɔ a anka ɛbɛba nnipa no so no ano.
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”
11 Enti, Mose yɛɛ deɛ Awurade hyɛɛ no sɛ ɔnyɛ no.
ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ।
12 Nanso Israelfoɔ no kɔɔ so nwiinwiiɛ sɛ, “Yɛyɛ teaseawuo.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ।
13 Obiara a ɔbɛbɛn Awurade Ahyiaeɛ Ntomadan no ho no wu. Ɛsɛ sɛ yɛn nyinaa ase hye anaa?”
ଯେକେହି ନିକଟକୁ ଆସୁଅଛି, ଅର୍ଥାତ୍, ସଦାପ୍ରଭୁଙ୍କ ଆବାସ ନିକଟକୁ ଆସୁଅଛି, ସେ ମରୁଅଛି; ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବା?”