< Yeremia 50 >
1 Asɛm a Awurade nam odiyifoɔ Yeremia so ka faa Babilonia ne Babiloniafoɔ asase ho nie:
ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
2 “Mommɔ no dawuro na mompae mu nka wɔ amanaman mu. Mompagya frankaa na mompae mu nka; na momma wɔnte sɛ, ‘Wɔbɛfa Babilonia; wɔbɛgu Bel anim ase, na ehu bɛhyɛ Merodak ma. Wɔbɛgu ne nsɛsodeɛ anim ase na ehu bɛhyɛ nʼahoni ma.’
“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
3 Ɔman bi firi atifi fam bɛto ahyɛ ne so na wɔbɛyɛ nʼasase amanfo. Obiara rentena so; nnipa ne mmoa bɛdwane afiri so.
କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
4 “Nna no mu ne saa ɛberɛ no,” Awurade na ɔseɛ, “Israelfoɔ ne Yudafoɔ bɛka abom de nisuo akɔhwehwɛ wɔn Awurade, wɔn Onyankopɔn.
ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5 Wɔbɛbisa ɛkwan a ɛkɔ Sion na wɔde wɔn ani akyerɛ hɔ. Wɔbɛba de wɔn ho abɛbɔ Awurade wɔ daa apam a wɔn werɛ remfiri mu.
ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6 “Me nkurɔfoɔ ayɛ nnwan a wɔayera; wɔn nnwanhwɛfoɔ ama wɔafom ɛkwan ma wɔkyinkyinii mmepɔ so. Wɔkyinkyinii bɛpɔ ne kokoɔ so na wɔn werɛ firii wɔn ankasa homebea.
ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମ-ସ୍ଥାନ ପାସୋରିଅଛନ୍ତି।
7 Obiara a ɔhunuu wɔn no tetee wɔn mu; wɔn atamfoɔ kaa sɛ, ‘Yɛn nni fɔ, ɛfiri sɛ wɔyɛɛ bɔne tiaa Awurade, wɔn nokorɛ didibea no, Awurade wɔn agyanom anidasoɔ no.’
ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’
8 “Monnwane mfiri Babilonia; momfiri Babiloniafoɔ asase so, na monyɛ sɛ mpapo a wɔdi nnwankuo anim.
ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
9 Mɛkanyane amanaman akɛseɛ nkabom afiri atifi fam asase so de wɔn abɛtia Babilonia. Wɔbɛgyinagyina wɔn afa atia no, wɔbɛfiri atifi fam ako afa no. Wɔn agyan bɛyɛ sɛ nnɔmmarima a wɔakwadare akodie mu, wɔn a wɔmmfa nsapan nsane wɔn akyi.
କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହାଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।
10 Enti wɔbɛfom Babilonia; wɔn a wɔfom no nyinaa bɛnya afodeɛ bebree,” Awurade na ɔseɛ.
ପୁଣି, କଲ୍ଦୀୟା ଲୁଟିତ ଦ୍ରବ୍ୟ ହେବ, ସଦାପ୍ରଭୁ କହନ୍ତି, ଯେଉଁମାନେ ତାହା ଲୁଟିବେ, ସେସମସ୍ତେ ପରିତୃପ୍ତ ହେବେ।
11 “Esiane sɛ mo ani gye na modi ahurisie, mo a mofom mʼagyapadeɛ, sɛ mohurihuri anigyeɛ so te sɛ nantwiforo a ɔwɔ ɛserɛ frɔmm mu na mosu te sɛ apɔnkɔnini enti,
ହେ ଆମ୍ଭର ଅଧିକାର ଅପହରଣକାରୀମାନେ, ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ, ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
12 Wo maame ani bɛwu pa ara; deɛ ɔwoo woɔ anim bɛgu ase. Ɔbɛyɛ akumaa wɔ amanaman no mu, ɛserɛ, asase wesee ne anweatam.
ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ; ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ; ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍ ହେବ, ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13 Awurade abufuo enti, obiara rentena hɔ na ɛbɛda mpan korakora. Wɔn a wɔtwam wɔ Babilonia nyinaa ho bɛdwiri wɔn na wɔadi ne ho fɛ ɛsiane nʼapirakuro nyinaa enti.
ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍ ଶବ୍ଦ କରିବ।
14 “Monnyinagyina mo afa ntwa Babilonia ho nhyia, mo a moto agyan nyinaa. Monto no! Monnnya bɛmma biara, ɛfiri sɛ wayɛ bɔne atia Awurade.
ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ, ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ; କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15 Monteam ntia no wɔ afanan nyinaa! Ɔma ne nsa so, nʼaban denden bubu, wɔdwiri nʼafasuo gu fam. Esiane sɛ yei yɛ Awurade aweretɔ no enti, montɔ ne so were; monyɛ no sɛdeɛ wayɛ afoforɔ no.
ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।
16 Monyi ogufoɔ mfiri Babilonia, ɔne ɔtwafoɔ a ɔkura ne kantankrankyi wɔ ɔtwa berɛ mu no. Esiane ɔhyɛsofoɔ no akofena enti obiara nsane nkɔ ne nkurɔfoɔ mu, obiara nnwane nkɔ nʼankasa asase so.
ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରିଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।
17 “Israel yɛ nnwankuo a wɔahwete a agyata apam wɔn. Deɛ ɔdii ɛkan tetee ne mu yɛ Asiriahene; na deɛ ɔdwerɛɛ ne nnompe akyire no yɛ Babiloniahene Nebukadnessar.”
ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି; ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।
18 Ɛno enti, yei ne deɛ Asafo Awurade, Israel Onyankopɔn seɛ: “Mɛtwe Babiloniahene ne nʼasase aso sɛdeɛ metwee Asiriahene aso no.
ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଅଶୂରର ରାଜାକୁ ଯେପରି ଦଣ୍ଡ ଦେଇଅଛୁ, ସେପରି ବାବିଲର ରାଜାକୁ ଓ ତାହାର ଦେଶକୁ ଆମ୍ଭେ ଦଣ୍ଡ ହେବା।
19 Na mede Israel bɛsane aba nʼankasa adidibea. Ɔbɛdidi wɔ Karmel ne Basan; ɔbɛmee wɔ Efraim ne Gilead nkokoɔ so.
ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।
20 Saa nna no ne saa ɛberɛ no,” Awurade na ɔsɛ, “Wɔbɛhwehwɛ Israel afɔbuo mu, nanso wɔrennya bi, wɔbɛhwehwɛ Yuda nnebɔne mu, nanso wɔrenhunu bi, ɛfiri sɛ, mede nkaeɛfoɔ a megyaa wɔn no bɔne bɛkyɛ wɔn.
ସଦାପ୍ରଭୁ କହନ୍ତି, ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।
21 “Monto nhyɛ Merataim asase so ne nnipa a wɔte Pekod. Montaa wɔn, monkunkum wɔn na monsɛe wɔn korakora,” Awurade na ɔseɛ. “Monyɛ biribiara a mahyɛ mo no.
ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥୟିମ୍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ; ସେମାନଙ୍କର ପଶ୍ଚାତ୍ ପଶ୍ଚାତ୍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।
22 Ɔko mu gyegyeegye wɔ asase no so, ɔsɛeɛ kɛseɛ nnyegyeɛ!
ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
23 Hwɛ sɛdeɛ wɔabubu na wɔabobɔ asase nyinaa so asaeɛ! Hwɛ sɛdeɛ Babilonia ada mpan wɔ amanaman no mu!
ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
24 Mesum wo afidie Ao Babilonia, na ɛyii wo ansa na worehunu; wɔhunu wo kyeree wo ɛfiri sɛ woko tiaa Awurade.
ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାନ୍ଦ ପାତିଅଛୁ, ଆଉ ତୁମ୍ଭେ ନ ଜାଣି ତହିଁରେ ଧରା ପଡ଼ିଅଛ, ତୁମ୍ଭର ଅନୁସନ୍ଧାନ ମିଳିଅଛି, ମଧ୍ୟ ତୁମ୍ଭେ ଧରା ପଡ଼ିଅଛ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଅଛ।
25 Awurade abue nʼakodeɛ akoradan na wayi nʼabufuhyeɛ akodeɛ de apue, ɛfiri sɛ Otumfoɔ Awurade wɔ adwuma yɛ wɔ Babiloniafoɔ asase so.
ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।
26 Momfiri akyirikyiri mmra ne so. Mommubu nʼasan no ani; monhɔre no sie sɛ ayuo akuakuo. Monsɛe no korakora na monnnya no nkaeɛfoɔ biara.
ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ, ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର; ତାହାର କିଛି ଅବଶିଷ୍ଟ ରଖ ନାହିଁ।
27 Monkunkum nʼanantwinini nyinaa; momfa wɔn nkɔ ma wɔnkum wɔn! Musuo nka wɔn! Ɛfiri sɛ wɔn da no aduru, ɛberɛ a wɔde bɛtwe wɔn aso no.
ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28 Montie akobɔfoɔ ne adwanefoɔ a wɔfiri Babilonia no sɛ wɔreka wɔ Sion sɛdeɛ Awurade, yɛn Onyankopɔn atɔ were nʼasɔrefie ho aweretɔ.
ଯେଉଁ ପଳାତକମାନେ ଓ ବାବିଲ ଦେଶରୁ ରକ୍ଷାପ୍ରାପ୍ତ ଲୋକମାନେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର, ହଁ, ତାହାଙ୍କ ମନ୍ଦିର ହେତୁରୁ ପ୍ରତିଶୋଧ ନେବାର ବିଷୟ ସିୟୋନରେ ପ୍ରକାଶ କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କର ରବ।
29 “Momfrɛ agyantofoɔ nkɔtoa Babilonia, wɔn a wɔto agyan nyinaa. Montwa ne ho nhyia; momma obiara nnwane. Montua ne nneyɛɛ so ka; monyɛ no sɛdeɛ wayɛ. Ɛfiri sɛ, wabu Awurade animtia, Israel kronkronni no.
ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।
30 Enti ne mmeranteɛ bɛtotɔ wɔ mmɔntene so; wɔbɛtɔre nʼasraafoɔ nyinaa ase saa ɛda no,” Awurade na ɔseɛ.
ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।
31 “Hwɛ, mekyiri wo, Ao ɔhantanni.” Awurade, Asafo Awurade na ɔseɛ, “ɛfiri sɛ wo da no aduru ɛberɛ a wɔde bɛtwe wʼaso no.
ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, କାରଣ ତୁମ୍ଭର ଦିନ, ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
32 Ɔhantanni no bɛsunti na wahwe ase obiara rempagya no; mɛto ne nkuro mu ogya na ahye wɔn a atwa ne ho ahyia nyinaa.”
ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।
33 Yei ne deɛ Asafo Awurade seɛ: “Wɔhyɛ Israelfoɔ so, na Yudafoɔ nso saa ara. Wɔn nnommumfafoɔ no kura wɔn denden a wɔmpɛ sɛ wɔgyaa wɔn ma wɔkɔ.
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି; ସେମାନଙ୍କୁ ଛାଡ଼ିଦେବାକୁ ଅସମ୍ମତ ହେଉଅଛନ୍ତି;
34 Nanso, wɔn Gyefoɔ yɛ ɔhoɔdenfoɔ; ne din ne Asafo Awurade. Ɔbɛdi wɔn asɛm ama wɔn anibereɛ so sɛdeɛ ɔde ahotɔ bɛba wɔn asase no so, na wɔn a wɔte Babilonia no deɛ, wahyɛ wɔn ahometeɛ.
(ମାତ୍ର) ସେମାନଙ୍କର ମୁକ୍ତିଦାତା ବଳବାନ; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ, ସେ ପୃଥିବୀକୁ ଶାନ୍ତ ଓ ବାବିଲ ନିବାସୀମାନଙ୍କୁ ଉଦ୍ବିଗ୍ନ କରିବା ନିମନ୍ତେ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।
35 “Akofena bi bɛsɔre atia Babiloniafoɔ!” Awurade na ɔseɛ. “Ɛbɛtia wɔn a wɔte Babilonia na atia nʼadwumayɛfoɔ ne nʼanyansafoɔ!
ସଦାପ୍ରଭୁ କହନ୍ତି, କଲ୍ଦୀୟମାନଙ୍କ ଉପରେ, ବାବିଲ ନିବାସୀମାନଙ୍କ ଉପରେ, ତାହାର ଅଧିପତିମାନଙ୍କ ଓ ଜ୍ଞାନୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି।
36 Akofena bi bɛsɔre atia nʼadiyifoɔ atorofoɔ! Wɔbɛdane nkwaseafoɔ. Akofena bi bɛsɔre atia nʼakofoɔ! Ehu bɛhyɛ wɔn ma.
ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ; ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।
37 Akofena bi bɛsɔre atia nʼapɔnkɔ ne ne nteaseɛnam ne amanfrafoɔ a wɔwɔ wɔn mu nyinaa! Wɔbɛdane mmaa. Akofena bi bɛsɔre atia nʼademudeɛ! Wɔbɛfom.
ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ; ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।
38 Ɔweɛ wɔ ne nsuo ahodoɔ so! Ɛbɛwewe. Ɛfiri sɛ ɛyɛ ahoni asase, ahoni a ehu bɛma wɔabobɔ adam.
ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
39 “Enti ɛserɛ so mmoa ne mpataku bɛtena hɔ, na ɛhɔ na ɔpatuo bɛtena. Obiara rentena so bio ɛfiri awoɔ ntoatoasoɔ kɔsi awoɔ ntoatoasoɔ.
ଏଥିପାଇଁ ବନ-ପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ; ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରାଯିବ ନାହିଁ।
40 Sɛdeɛ Onyankopɔn tuu Sodom ne Gomora ne wɔn nkurotoɔ guiɛ no,” Awurade na ɔseɛ, “saa ara na obiara rentena hɔ; onipa biara rentena mu.
ସଦାପ୍ରଭୁ କହନ୍ତି, ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା, ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
41 “Monhwɛ! Akodɔm bi firi atifi fam reba; ɔman kɛseɛ ne ahemfo bebree, wɔrehwanyane wɔn afiri nsase ano.
ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
42 Wɔkurakura bɛmma ne pea; wɔn tirim yɛ den, na wɔnni ahummɔborɔ. Wɔn nnyegyeeɛ te sɛ ɛpo a ɛrehuru soɔ. Sɛ wɔtete wɔn apɔnkɔ so a, wɔba sɛ mmarima a wɔrekɔ sa abɛto ahyɛ wo so, Ao Ɔbabaa Babilonia.
ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
43 Babiloniahene ate wɔn ho nsɛm, ne nsa sesa ne ho kwa. Ahohiahia akyekyere no; ɔyea a ɛte sɛ ɔbaa a ɔrekyem awoɔ so.
ବାବିଲର ରାଜା ସେମାନଙ୍କ ବିଷୟରେ ଜନରବ ଶୁଣିଅଛି ଓ ତାହାର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ତାହାକୁ ଆକ୍ରାନ୍ତ କରିଅଛି।
44 Sɛdeɛ gyata a ɔfiri Yordan nkyɛkyerɛ mu rekɔ adidibea frɔmfrɔm no, saa ara na mɛtaa Babilonia so afiri nʼasase so wɔ ɛberɛ tiawa bi mu. Hwan ne deɛ mayi no sɛ ɔnyɛ yei? Hwan na ɔte sɛ me, na hwan na ɔbɛtumi ne me adi asie? Na odwanhwɛfoɔ bɛn na ɔbɛtumi asɔre atia me?”
ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ସେମାନଙ୍କୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି?”
45 Enti tie deɛ Awurade ahyehyɛ atia Babilonia, deɛ wabɔ ne tirim sɛ ɔbɛyɛ de atia Babiloniafoɔ asase nie: Nnwankuo no mu nkumaa no mpo, wɔbɛtwe wɔn akɔ; wɔn enti ɔbɛsɛe adidibea no koraa.
ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ; ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ମଧ୍ୟ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କର ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
46 Babilonia nnommumfa nnyegyeeɛ bɛma asase awoso; ne nteateam bɛgyegye wɔ amanaman no mu.
ବାବିଲ ଶତ୍ରୁହସ୍ତଗତ ହେବାର ଶବ୍ଦରେ ପୃଥିବୀ କମ୍ପୁଅଛି ଓ ଗୋଷ୍ଠୀଗଣ ମଧ୍ୟରେ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।