< Yeremia 11 >

1 Asɛm a ɛfiri Awurade hɔ baa Yeremia nkyɛn nie:
ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ଯଥା,
2 “Tie apam yi mu nhyehyɛeɛ na ka kyerɛ Yudafoɔ ne wɔn a wɔtete Yerusalem.
“ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ କୁହ;
3 Ka kyerɛ wɔn sɛ, yei ne deɛ Awurade, Israel Onyankopɔn seɛ: ‘Nnome nka onipa a ɔnni apam yi mu nhyehyɛeɛ so,
ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା ବିଷୟକ ଆମ୍ଭର ଶପଥ ଆଜିକାର ନ୍ୟାୟ ସିଦ୍ଧ କରିବା ନିମନ୍ତେ,
4 deɛ mehyɛ maa mo agyanom ɛberɛ a meyii wɔn firii Misraim, fononoo a wɔnane dadeɛ wo mu no.’ Mekaa sɛ, ‘Monyɛ ɔsetie mma me na monyɛ biribiara mehyɛ mo, na mobɛyɛ me nkurɔfoɔ na mayɛ mo Onyankopɔn.
ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ,
5 Na afei mɛma ntam a mekaa mo agyanom sɛ, mema wɔn asase a nufosuo ne ɛwoɔ resene wɔ so no aba mu,’ asase mote so ɛnnɛ yi.” Mebuaa sɛ, “Amen, Awurade.”
ଅର୍ଥାତ୍‍, ଆମ୍ଭ ରବରେ ଅବଧାନ କର ଓ ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁ, ସେସକଳ ଅନୁସାରେ କର୍ମ କର; ତହିଁରେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ସେହି ନିୟମର କଥା ଯେଉଁ ଲୋକ ନ ଶୁଣେ, ସେ ଅଭିଶପ୍ତ ହେଉ!” ତହିଁରେ ମୁଁ ଉତ୍ତର ଦେଇ କହିଲି, “ହେ ସଦାପ୍ରଭୁ, ଆମେନ୍‍।”
6 Awurade ka kyerɛɛ me sɛ, “Bɔ saa asɛm yi ho dawuro wɔ Yuda nkuro ne Yerusalem mmɔntene so sɛ: ‘Montie apam yi ho nhyehyɛeɛ na monni so.
ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୂଶାଲମର ସବୁ ସଡ଼କରେ ଏହିସବୁ କଥା ପ୍ରଚାର କରି କୁହ, ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ତାହା ପାଳନ କର।
7 Ɛfiri ɛberɛ a, meyii mo agyanom firii Misraim bɛsi ɛnnɛ yi, mebɔɔ wɔn kɔkɔ ɛberɛ biara sɛ, “Monyɛ ɔsetie mma me.”
କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର।
8 Nanso, wɔantie na wɔamfa no asɛm; na mmom, wɔdii asoɔden a ɛfiri wɔn akoma bɔne mu akyi. Ɛno enti memaa nnomea a ɛfiri apam a mahyɛ wɔn sɛ wɔnni so na wɔanni so no mu baa wɔn so.’”
ତଥାପି ସେମାନେ ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କଲେ; ଏନିମନ୍ତେ ଆମ୍ଭେ ପାଳନ କରିବା ପାଇଁ ସେମାନଙ୍କୁ ଯେଉଁ ନିୟମ ଆଦେଶ କଲୁ, ତହିଁର ସକଳ କଥା ସେମାନଙ୍କ ଉପରେ ବର୍ତ୍ତାଇଲୁ, ତଥାପି ସେମାନେ ପାଳନ କଲେ ନାହିଁ।”
9 Na afei Awurade ka kyerɛɛ me sɛ, “Atuateɛ apam bi wɔ Yudafoɔ ne wɔn a wɔtete Yerusalem ntam.
ଆଉ, ସଦାପ୍ରଭୁ ମୋତେ କହିଲେ, “ଯିହୁଦାର ଲୋକମାନଙ୍କ ମଧ୍ୟରେ ଓ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରେ ଏକ ଚକ୍ରାନ୍ତ ଦେଖାଯାଏ।
10 Wɔasane kɔ wɔn agyanom a wɔampɛsɛ wɔtie mʼasɛm no, bɔne ho. Wɔadi anyame foforɔ akyi akɔsom wɔn. Yerusalem fiefoɔ ne Yuda fiefoɔ abu apam a me ne wɔn agyanom yɛeɛ no so.
ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ସେମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ପ୍ରତି ସେମାନେ ଫେରିଅଛନ୍ତି ଓ ସେମାନେ ଅନ୍ୟ ଦେବଗଣର ସେବା କରିବା ପାଇଁ ସେମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି; ଇସ୍ରାଏଲ ବଂଶ ଓ ଯିହୁଦା ବଂଶ, ସେମାନଙ୍କ ପୂର୍ବପୁରୁଷଗଣର ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।
11 Ɛno enti deɛ Awurade seɛ nie: ‘Mede amanehunu a wɔrentumi nnwane mfiri mu bɛba wɔn so. Ɛwom sɛ, wɔsufrɛ me deɛ, nanso merennye wɔn so.
ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା, ସେମାନେ ତହିଁରୁ ରକ୍ଷା ପାଇ ପାରିବେ ନାହିଁ; ପୁଣି, ସେମାନେ ଆମ୍ଭ ନିକଟରେ ଆର୍ତ୍ତସ୍ୱର କରିବେ, ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
12 Yuda nkuro ne Yerusalemfoɔ bɛkɔ akɔsu afrɛ anyame a wɔhye nnuhwam ma wɔn no, nanso sɛ amanehunu ba a wɔrentumi mmoa wɔn koraa.
ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ୱଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ୱର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ।
13 Ao Yuda, wowɔ anyame a wɔn dodoɔ bɛyɛ sɛ wo nkuro; na afɔrebukyia a moasisi sɛ mobɛhye nnuhwam wɔ so ama animguaseɛ nyame Baal no dɔɔso sɛ Yerusalem mmɔntene.’
କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍‍, ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।
14 “Mmɔ mpaeɛ mma saa nnipa yi, nni mma wɔn na nsrɛ mma wɔn, ɛfiri sɛ, sɛ wɔsu frɛ me wɔ wɔn amanehunu mu a, merennye wɔn so.
ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
15 “Ɛdeɛn na medɔfo reyɛ wɔ mʼasɔredan mu ɛberɛ a wayɛ nsɛmmɔne bebree no? Mpaeɛbɔ ne afɔdeɛ bɛtumi abɔ wʼasotwe no agu anaa? Sɛ woyɛ wʼamumuyɛsɛm a na wʼani agye.”
ଆମ୍ଭ ଗୃହରେ ଆମ୍ଭ ପ୍ରିୟାର କି କାର୍ଯ୍ୟ? କାରଣ ସେ ଅନେକଙ୍କ ସଙ୍ଗେ ବ୍ୟଭିଚାର କରିଅଛି ଓ ତୁମ୍ଭ ନିକଟରୁ ପବିତ୍ର ମାଂସ ଅନ୍ତରିତ ହୋଇଅଛି, ଦୁଷ୍କର୍ମ କଲା ବେଳେ ତୁମ୍ଭେ ଆନନ୍ଦ କରୁଅଛ।
16 Awurade, frɛɛ wo ngo dua a anyini frɔmm a ɛso aba a ɛyɛ fɛ. Nanso ɔde ahum kɛseɛ bi huiɛ bɛto mu ogya, na ne mman bɛbubu.
ସଦାପ୍ରଭୁ ତୁମ୍ଭକୁ ମନୋହର ଫଳରେ ସୁନ୍ଦର ହରିତ୍‍ବର୍ଣ୍ଣ ଜୀତବୃକ୍ଷ ବୋଲି ନାମ ଦେଲେ; ଲୋକସମୂହର ମହାଶବ୍ଦ ସହକାରେ, ସେ ତହିଁ ଉପରେ ଅଗ୍ନି ଜ୍ୱଳାଇ ଅଛନ୍ତି ଓ ତହିଁର ଶାଖାସବୁ ଭଗ୍ନ ହୋଇଅଛି।
17 Asafo Awurade a ɔduaa wo no ahyɛ amanehunu ho nkɔm wɔ wo ho, ɛfiri sɛ, Israel fiefoɔ ne Yuda fiefoɔ ayɛ bɔne ahyɛ me abufuo sɛ wɔhye nnuhwam ma Baal.
ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।”
18 Esiane sɛ Awurade yii ɛpɔ a wɔabɔ kyerɛɛ me no enti, mehunuuɛ, ɛfiri sɛ saa ɛberɛ no ɔde deɛ wɔreyɛ no kyerɛɛ me.
ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ ଜ୍ଞାନ ଦିଅନ୍ତେ, ମୁଁ ତାହା ଜାଣିଲି; ସେସମୟରେ ତୁମ୍ଭେ ମୋତେ ସେମାନଙ୍କର କ୍ରିୟା ଦେଖାଇଲ।
19 Meyɛɛ sɛ odwammaa a ɔdwoɔ a wɔde no rekɔ akɔkum no; amma mʼadwene mu sɛ wɔabɔ wɔn tirim po atia me sɛ, “Momma yɛnsɛe dua no ne nʼaba no; momma yɛntwa no mfiri ateasefoɔ asase so, sɛdeɛ wɔnnkae ne din bio.”
ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; “ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ,” ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି।
20 Nanso Ao, Asafo Awurade, wo a wobu atɛntenenee na wosɔ akoma ne adwene hwɛ, ma menhunu wʼaweretɔ wɔ wɔn so, na wo nsam na mede me nsɛm nyinaa hyɛ.
ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ନ୍ୟାୟରେ ବିଚାର କରୁଥାଅ, ତୁମ୍ଭେ ମର୍ମ ଓ ଚିତ୍ତର ପରୀକ୍ଷା କରୁଥାଅ, ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ଦାନ ମୋତେ ଦେଖିବାକୁ ଦିଅ; କାରଣ ମୁଁ ତୁମ୍ଭ ନିକଟରେ ଆପଣା ଗୁହାରି ପ୍ରକାଶ କରିଅଛି।
21 Ɛno enti deɛ Awurade ka fa Anatot mmarimma a wɔrepɛ wo akum wo na wɔka sɛ, “Nhyɛ nkɔm wɔ Awurade din mu anyɛ saa a, wobɛwu wɔ yɛn nsa ano,”
ଏହେତୁ “ଅନାଥୋତ୍‍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ;
22 Ɛno enti, deɛ Asafo Awurade seɛ nie: “Mɛtwe wɔn aso. Wɔn mmeranteɛ bɛwuwu akofena ano, na ɛkɔm bɛkunkum wɔn mmammarima ne mmammaa.
ଏନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା; ଯୁବାଗଣ ଖଡ୍ଗରେ ମରିବେ; ସେମାନଙ୍କର ପୁତ୍ର ଓ କନ୍ୟାଗଣ ଦୁର୍ଭିକ୍ଷରେ ମରିବେ;
23 Wɔrennya wɔn nkaeɛfoɔ biara mpo, ɛfiri sɛ mede amanehunu bɛba Anatotfoɔ so wɔ wɔn asotwe afe mu.”
ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍‍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।”

< Yeremia 11 >