< 1 Mose 7 >

1 Afei, Awurade ka kyerɛɛ Noa sɛ, “Wo ne wo fiefoɔ nyinaa nkɔ Adaka no mu, ɛfiri sɛ, asase so nnipa nyinaa no, wo na mahunu sɛ woyɛ ɔteneneeni.
ଏଥିଉତ୍ତାରେ ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ।
2 Fa mmoa a wɔn ho te biara, anini nson ne abereɛ nson ka wo ho. Na fa mmoa biara a wɔn ho nte nso mmienu, onini ne ɔbereɛ.
ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି;
3 Na fa nnomaa biara anini nson ne abereɛ, sɛdeɛ ɛbɛyɛ a, nsuyire no akyiri no, wɔn ase bɛfɛe.
ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ।
4 Nnanson sɛ ɛnnɛ pɛpɛɛpɛ, mɛma osuo atɔ asase so awia ne anadwo adaduanan. Mɛpepa abɔdeɛ biara a nkwa wɔ mu a mabɔ afiri asase so.”
ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀକୁ ଲୁପ୍ତ କରିବା।”
5 Noa dii nsɛm a Awurade ka kyerɛɛ no no nyinaa so.
ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।
6 Ɛberɛ a nsuyire baa asase so no, na Noa adi mfeɛ aha nsia.
ନୋହଙ୍କର ଛଅ ଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା।
7 Noa ne ne mmammarima ne ne yere ne ne nsenom mmaa kɔhyɛɛ adaka no mu sɛdeɛ ɛbɛyɛ a, nsuyire no renka wɔn.
ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।
8 Mmoa a wɔn ho te ne wɔn a wɔn ho nte, nnomaa ne mmoa a wɔwea fam,
ପୁଣି, ନୋହଙ୍କ ପ୍ରତି ପରମେଶ୍ୱରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ
9 mmienu mmienu a wɔyɛ anini ne abereɛ kɔkaa Noa ho wɔ adaka no mu, sɛdeɛ Onyankopɔn ka kyerɛɛ Noa sɛ ɔnyɛ no.
ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
10 Na nnanson no akyiri no, nsuyire no hyɛɛ aseɛ.
ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା।
11 Noa dii mfeɛ ahansia no mu no, bosome a ɛtɔ so mmienu no ɛda a ɛtɔ so dunson no, nsutire a ɛwɔ asase mu no nyinaa bobɔeɛ, na ɛsoro mpomma nso buebueeɛ.
ନୋହଙ୍କର ବୟସର ଛଅ ଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାରସବୁ ମୁକ୍ତ ହେଲା।
12 Osuo tɔɔ asase so awia ne anadwo adaduanan.
ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା।
13 Saa ɛda no ara, Noa ne ne mmammarima Sem, Ham ne Yafet ne ne yere ne ne mmammarima baasa no yerenom kɔhyɛɛ adaka no mu.
ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ।
14 Na wiram mmoa ahodoɔ ne nyɛmmoa ahodoɔ ne aboa biara a ɔnam asase so ne anomaa biara ne abɔdeɛ biara a ɛwɔ ntaban ka wɔn ho wɔ Adaka no mu.
ପୁଣି, ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ;
15 Abɔdeɛ biara a nkwa wɔ wɔn mu mmienu mmienu baa Noa nkyɛn bɛwuraa Adaka no mu.
ଅର୍ଥାତ୍‍, ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
16 Mmoa a wɔwuraa mu no nyinaa, na wɔyɛ anini ne abereɛ, sɛdeɛ Onyankopɔn ka kyerɛɛ Noa no. Afei, Awurade kaa Noa hyɛɛ adaka no mu, too no mu.
ପରମେଶ୍ୱରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱ-ଦ୍ୱାର ବନ୍ଦ କଲେ।
17 Nsuyire no toaa so adaduanan asase so. Ɛmaa Adaka no so ma ɛtɛɛ nsuo no ani.
ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା।
18 Nsuo no kɔɔ so yirii tɛnn wɔ asase so, ma Adaka no tɛɛ nsuo no ani.
ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା।
19 Nsuo no yirii tɛntɛntɛn wɔ asase so ara kɔsii sɛ, ɛkataa mmepɔ atentene akɛseɛ a ɛwɔ asase so nyinaa so.
ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା।
20 Nsuo no yirii ara kɔsii sɛ ɛkataa mmepɔ no so boroo so anammɔn aduonu.
ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ।
21 Abɔdeɛ biara a nkwa wɔ mu a ɛnam asase so te sɛ nnomaa, wiram mmoa a wɔwea asase so ne adasamma ase hyeeɛ.
ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,
22 Biribiara a ɛte asase kesee so nso ase hyeeɛ.
ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ।
23 Wɔpepaa biribiara a nkwa wɔ mu a ɛte asase so no. Nnipa ne mmoa ne abɔdeɛ a wɔnam asase so ne ewiem nnomaa nyinaa nso, wɔpepaa wɔn firii asase so. Ɛkaa Noa ne wɔn a na wɔka ne ho wɔ adaka no mu nko ara.
ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍‍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।
24 Nsuyire no toaa so asase so nnafua ɔha aduonum.
ଏହିରୂପେ ପୃଥିବୀ ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା।

< 1 Mose 7 >

The Great Flood
The Great Flood