< 1 Mose 21 >
1 Afei, Awurade hunuu Sara mmɔbɔ, sɛdeɛ ɔhyɛɛ no bɔ no.
ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ।
2 Sara nyinsɛneeɛ, na ɔwoo ɔbabarima maa Abraham wɔ ne nkɔkoraaberɛm, ɛberɛ a Awurade hyɛɛ no bɔ no mu pɛpɛɛpɛ.
ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ।
3 Abraham too ɔbabarima a Sara woo no maa no no edin Isak, a aseɛ ne Sereɛ.
ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍ହାକ ରଖିଲେ।
4 Ɛberɛ a Isak dii nnawɔtwe no, ɔtwaa no twetia, sɛdeɛ Onyankopɔn hyɛɛ no no.
ପୁଣି, ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍ହାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ।
5 Wɔwoo Isak maa Abraham no, na wadi mfeɛ ɔha.
ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍ହାକ ଜାତ ହେଲା।
6 Afei, Sara kaa sɛ, “Onyankopɔn ama masere. Na obiara a ɔbɛte saa asɛm yi ne me bɛbom asere.”
ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।”
7 Sara ka kaa ho sɛ, “Hwan na ɔsoo ho daeɛ ka kyerɛɛ Abraham sɛ, Sara bɛwo mma. Nanso, ne nkɔkoraaberɛm yi, mawo ɔbabarima ama no.”
ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏ କଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।”
8 Abɔfra no nyiniiɛ, ma wɔtwaa no nufoɔ. Ɛda a wɔtwaa Isak nufoɔ no, Abraham too ɛpono kɛseɛ.
ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ।
9 Nanso, Sara hunuu sɛ, ɔbabarima a nʼafenawa Misraimni Hagar woo no maa Abraham no redi Isak ho fɛ.
ଏଥିଉତ୍ତାରେ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି।
10 Enti, Sara ka kyerɛɛ Abraham sɛ, “Pam saa afenaa yi ne ne babarima yi firi ha; na Isak ne saa afenaa babarima yi nni wʼagyadeɛ biara mu kyɛfa.”
ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।”
11 Abraham tee saa asɛm no, ɛsiane ne babarima Ismael enti, ne werɛ hoo yie.
ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ।
12 Nanso, Onyankopɔn ka kyerɛɛ Abraham sɛ, “Mma wo babarima Ismael ne wʼafenaa Hagar ho asɛm no nnha wo bebree. Asɛm biara a Sara bɛka akyerɛ wo no, tie, ɛfiri sɛ, Isak so na wɔnam bɛkan wʼasefoɔ.
ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ।
13 Mɛma afenaa no babarima Ismael no nso asefoɔ ayɛ ɔman kɛseɛ, ɛfiri sɛ, ɔno nso yɛ wʼaseni.”
ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା।”
14 Adeɛ kyee anɔpatutuutu no, Abraham faa aduane ne nsuo a ɛgu aboa nwoma mu, de maa Hagar. Ɔde aduane no ne nsuo no sisii Hagar mmati so, ka kyerɛɛ ɔne ne ba Ismael no sɛ, wɔnkɔ. Ɔfirii hɔ kɔkyinkyinii Beer-Seba ɛserɛ so a na ɔnhunu baabi a ɔrekɔ.
ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା।
15 Nsuo a ɛwɔ aboa nwoma no mu saeɛ no, ɔde ne babarima no kɔhintaa wira no mu baabi.
ପୁଣି, କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା।
16 Afei, ɔkɔtenaa akyiri baabi a woto ɛboɔ a ɛbɛtɔ, kaa sɛ, “Merentumi nhwɛ sɛ abarimaa no bɛwu.” Na ɛberɛ a Hagar te hɔ saa no, ɔhyɛɛ aseɛ suiɛ.
ପୁଣି, ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, “ବାଳକର ମରଣ ମୁଁ ଦେଖିବି ନାହିଁ।” ପୁଣି, ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା।
17 Onyankopɔn tee sɛ abarimaa no resu. Onyankopɔn ɔbɔfoɔ frɛɛ Hagar firi soro bisaa no sɛ, “Hagar! Asɛm bɛn na ɛha wo? Nsuro, ɛfiri sɛ, Onyankopɔn ate abarimaa no su wɔ baabi a ɔda no.
ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ; ପୁଣି, ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, “ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ, ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି।
18 Pagya abarimaa no, ɛfiri sɛ, mɛma no ayɛ ɔman kɛseɛ.”
ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।”
19 Afei, Onyankopɔn buee Hagar ani, ma ɔhunuu subura bi. Ɔde aboa nwoma no kɔsaa nsuo ma, ɛnna ɔmaa abarimaa no bi nomeeɛ.
ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା।
20 Onyankopɔn adom enti, abarimaa no nyiniiɛ. Ɔtenaa ɛserɛ no so hunuu agyantoɔ yie.
ଏଥିଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି, ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା।
21 Ɛberɛ a ɔte Paran ɛserɛ so no, ne maame kɔfaa ɔbaa firi Misraim asase so de no brɛɛ no awadeɛ.
ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା; ତହିଁ ଉତ୍ତାରେ ତାହାର ମାତା ଏକ ମିସର ଦେଶୀୟା କନ୍ୟା ସଙ୍ଗେ ତାହାର ବିବାହ କଲା।
22 Saa ɛberɛ no mu, ɔhene Abimelek ne ne sahene Pikol baa Abraham nkyɛn bɛka kyerɛɛ no sɛ, “Biribiara a woyɛ no, Onyankopɔn ka wo ho.
ଏହି ସମୟରେ ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି।
23 Enti afei, di nse ka ntam wɔ Onyankopɔn anim kyerɛ me wɔ ha sɛ, worentwa me mma anaa mʼasefoɔ nkontompo. Saa ayamyɛ a mayɛ wo no, saa ara na fa yɛ me ne ɔman a wote so sɛ ɔmamfrani no.”
ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।”
24 Abraham penee so sɛ, “Meka saa ntam no!”
ତହିଁରେ ଅବ୍ରହାମ କହିଲେ, “ମୁଁ ଶପଥ କରିବି।”
25 Afei, Abraham de subura bi a Abimelek nkoa de aniɛden afa no ho asɛm kɔtoo Abimelek anim.
ଆଉ ଅବିମେଲକଙ୍କ ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ।
26 Nanso, Abimelek kaa sɛ, “Mennim onipa ko a ɔyɛɛ saa adeɛ no. Woammɔ me ho amaneɛ. Ɛnnɛ na mate saa asɛm yi.”
ତହିଁରେ ଅବିମେଲକ କହିଲେ, “ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି, ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ।”
27 Enti, Abraham de nnwan ne anantwie brɛɛ Abimelek. Na mmarima baanu yi de yɛɛ apam.
ଏଥିଉତ୍ତାରେ ଅବ୍ରହାମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି, ଦୁହେଁ ଗୋଟିଏ ନିୟମ ସ୍ଥିର କଲେ।
28 Abraham yii nnwanten mma abereɛ nson firii nnwankuo no mu gyinaa fa.
ଆଉ ଅବ୍ରହାମ ପଲରୁ ସାତଗୋଟି ମେଷବତ୍ସା ପୃଥକ କରି ରଖିଲେ।
29 Na Abimelek bisaa Abraham sɛ, “Nnwanten mma abereɛ nson a woayi wɔn agyina fa yi ase kyerɛ sɛn?”
ତହିଁରେ ଅବିମେଲକ ଅବ୍ରହାମଙ୍କୁ ପଚାରିଲେ, “ତୁମ୍ଭେ କି ଅଭିପ୍ରାୟରେ ଏହି ସାତଗୋଟି ମେଷବତ୍ସା ପୃଥକ କରି ରଖିଲ?”
30 Abraham buaa sɛ, “Nʼasekyerɛ ara ne sɛ, ɛyɛ akyɛdeɛ a mede rema wo de adi adanseɛ sɛ, me na metuu saa abura yi.”
ଅବ୍ରହାମ କହିଲେ, “ମୁଁ ଯେ ଏହି କୂପ ଖୋଳିଅଛି, ତହିଁର ପ୍ରମାଣ ନିମନ୍ତେ ମୋʼ ଠାରୁ ଏହି ସାତଗୋଟି ମେଷବତ୍ସା ନେବାକୁ ହେବ।”
31 Ɛfiri saa ɛberɛ no rekorɔ no, wɔfrɛɛ saa abura no, Beer-Seba a aseɛ ne Ntanka Abura, ɛfiri sɛ, ɛhɔ na wɔn baanu yɛɛ apam no.
ଏଣୁ ସେହି ସ୍ଥାନର ନାମ ବେର୍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ।
32 Wɔyɛɛ apam no wiee wɔ Beer-Seba no, ɔhene Abimelek ne ne Sahene Pikol sane kɔɔ Filistifoɔ asase so.
ଏହିରୂପେ ସେମାନେ ବେର୍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।
33 Abraham nso duaa dua bi a wɔfrɛ no ɛsɛnteɛ wɔ abura no ho wɔ Beer-Seba. Ɛhɔ na daa na ɔsom Awurade teasefoɔ no.
ଏଥିଉତ୍ତାରେ ଅବ୍ରହାମ ସେହି ବେର୍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
34 Abraham tenaa Filistifoɔ asase no so sɛ ɔmamfrani nna bebree.
ପୁଣି, ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ପ୍ରବାସ କଲେ।