< Hesekiel 4 >

1 “Na afei, onipa ba, fa ntayaa bi to wʼanim na kurukyire Yerusalem kuropɔn mfoni wɔ so.
ଆହୁରି, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍‍, ଯିରୂଶାଲମର ଛବି ଅଙ୍କିତ କର;
2 Si otua ho nnwuma ma no: yɛ apie tia no, yɛ mpampim ne nsraban wɔ ho, na fa obubuadaban nnua twa ho hyia.
ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।
3 Afei, fa dadeɛ kyɛmferɛ to ɔfasuo wɔ wo ne kuropɔn no ntam na dane wʼani kyerɛ no. Wɔbɛtua kuropɔn no, na wo na wobɛtua no. Yei bɛyɛ nsɛnkyerɛnneɛ ama Israel efie.
ପୁଣି, ଏକ ଖଣ୍ଡ ଲୁହାର କହ୍ରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର; ଆଉ, ତୁମ୍ଭର ମୁଖ ତହିଁ ପ୍ରତି ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ ହେବ।
4 “Afei, da wo benkum so na fa Israel bɔne to wo ho so. Wobɛsoa wɔn bɔne nna dodoɔ a wode da wo fa so no.
ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।
5 Mede wɔn bɔne mfeɛ no mayɛ nna dodoɔ mama wo. Enti nnafua ahasa ne aduɔkron na wode bɛsoa Israelfoɔ bɔne.
କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍‍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।
6 “Ɛno akyi, da bio wɔ wo nifa so na soa Yudafoɔ bɔne adaduanan a ɛda koro biara bɛyɛ afe baako.
ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।
7 Dane wʼani kyerɛ Yerusalem mpampim na fa nsa pan hyɛ nkɔm tia no.
ଆଉ, ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ସୈନ୍ୟ ବେଷ୍ଟନ ପ୍ରତି ମୁଖ ରଖିବ ଓ ତହିଁ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ।
8 Mede ntampehoma bɛkyekyere wo sɛdeɛ worentumi nnane wo ho kɔsi sɛ otua nna no bɛba nʼawieeɛ.
ପୁଣି, ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧୁଅଛୁ, ଏଣୁ ତୁମ୍ଭେ ତୁମ୍ଭର ଅବରୋଧର ଦିନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।
9 “Fa atokoɔ ne ayuo, asɛ ne asɛdua, kɔkɔte ne aburoo; fa ne nyinaa gu adekora kuruwa mu na fa to burodo a wobɛdi. Yei na wobɛdi wɔ nnafua ahasa ne aduɔkron a woda wo fa so no.
ଆହୁରି, ତୁମ୍ଭେ ଆପଣା ପାଇଁ ଗହମ, ଯବ, ଶିମ, ମସୁର, କାଙ୍ଗୁ ଓ ଜହ୍ନା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର; ତୁମ୍ଭେ ଯେଉଁ ତିନି ଶହ ନବେ ଦିନ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟାନୁସାରେ ତାହା ଭୋଜନ କରିବ।
10 Kari aduane gram ahanu ne aduasa a wobɛdi no ɛda koro biara wɔ ɛberɛ ano, berɛ ano.
ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।
11 Afei, susu nsuo sukuruwa baako na nom no berɛ ano berɛ ano.
ଆଉ, ତୁମ୍ଭେ ପରିମାଣ ଅନୁସାରେ ଏକ ହୀନ୍‍ର ଷଷ୍ଠାଂଶ ଜଳ ପାନ କରିବ; ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।
12 Di aduane no sɛdeɛ anka wobɛdi atokoɔ ɔfam; to ma nnipa nhunu, na fa onipa agyanan yɛ ogya.”
ପୁଣି, ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଯବ ପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ!”
13 Awurade kaa sɛ: “Saa ara na Israelfoɔ bɛdi aduane a wɔagu ho fi wɔ amanaman a mɛpam wɔn akɔ so no.”
ପୁଣି, ସଦାପ୍ରଭୁ କହିଲେ, “ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ଅଶୁଚି ରୁଟି ଖାଇବେ।”
14 Na mekaa sɛ, “Ɛnte saa, Otumfoɔ Awurade! Menguu me ho fi da. Ɛfiri me mmɔfraase bɛsi saa ɛberɛ yi, mennii aboa funu anaa deɛ nkekaboa bi akum no atete ne mu da. Ɛnam a ɛho agu fi nkaa mʼano da.”
ସେତେବେଳେ ମୁଁ କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ଦେଖ, ମୋର ପ୍ରାଣ ଅଶୁଚି ହୋଇ ନାହିଁ, ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ କିଅବା ପଶୁ ଦ୍ୱାରା ବିଦୀର୍ଣ୍ଣ କିଛି ହିଁ ଭୋଜନ କରି ନାହିଁ; ଅଥବା ଘୃଣାଯୋଗ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ!”
15 Awurade kaa sɛ, “Ɛyɛ, mɛma wode nantwie agyanan asi onipa deɛ anan mu, na wato wo burodo wɔ so.”
ତହିଁରେ ସେ ମୋତେ କହିଲେ, “ଦେଖ, ଆମ୍ଭେ ମନୁଷ୍ୟର ବିଷ୍ଠା ବଦଳେ ଗୋମୟ ତୁମ୍ଭକୁ ଦେଲୁ, ଆଉ ତୁମ୍ଭେ ତହିଁ ଉପରେ ଆପଣା ରୁଟି ପାକ କରିବ।”
16 Afei ɔka kyerɛɛ me sɛ, “Onipa ba, mɛtwa aduane a wɔde ba Yerusalem so. Nnipa no de ahoyera bɛdi aduane a wɔkyekyɛ mu, na wɔde abasamutuo anom nsuo a wɔkyekyɛ,
ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;
17 ɛfiri sɛ aduane ne nsuo ho bɛyɛ den. Wɔn ho bɛdwiri wɔn sɛ wɔhunu wɔn ho wɔn ho, na wɔn bɔne enti, wɔbɛfonfɔn.”
ତହିଁରେ ଅନ୍ନ ଓ ଜଳର ଅଭାବରେ ସେମାନେ ପରସ୍ପର ପ୍ରତି ବିସ୍ମୟାପନ୍ନ ହୋଇ ଆପଣା ଆପଣା ଅଧର୍ମରେ କ୍ଷୀଣ ହେବେ।”

< Hesekiel 4 >