< 5 Mose 13 >

1 Sɛ odiyifoɔ anaa obi a ɔnam daeɛso so ka ahintasɛm sɔre wɔ mo mu na ɔka nsɛnkyerɛnneɛ a ɛyɛ hu ne anwanwasɛm kyerɛ mo,
ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ,
2 na sɛ nsɛnkyerɛnneɛ anaa anwanwasɛm no ba mu na ɔka sɛ, “Momma yɛnni anyame foforɔ akyi (anyame a monnim wɔn) na yɛnsom wɔn” a,
ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, “ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା;”
3 monntie saa odiyifoɔ anaa ɔdaeɛsofoɔ no nsɛm. Awurade, mo Onyankopɔn, resɔ mo ahwɛ sɛ modɔ no firi mo akoma ne mo kra mu nyinaa anaa.
ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
4 Awurade, mo Onyankopɔn, na ɛsɛ sɛ modi nʼakyi na ɔno na ɛsɛ sɛ mode obuo ne anidie ma no. Monni ne mmara so na monyɛ ɔsetie mma no; monsom no na momfam ne ho den.
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।
5 Ɛsɛ sɛ wɔkum saa odiyifoɔ anaa ɔdaeɛsofoɔ no, ɛfiri sɛ, ɔkasa tia Awurade, mo Onyankopɔn, a ɔyii mo firii Misraim nkoasom asase no so no; wayere ne ho sɛ ɔpɛ sɛ ɔtwe mo firi ɛkwan a Awurade, mo Onyankopɔn, ahyɛ sɛ momfa so no so. Ɛsɛ sɛ motutu abɔnefoɔ nyinaa firi mo mu.
ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
6 Sɛ wo nuabarima, wo babarima, wo babaa, wo yere a wodɔ no anaa wʼadamfo pa bi fa sum ase ba wo nkyɛn bɛka kyerɛ wo sɛ, “Momma yɛnkɔsom anyame foforɔ, anyame a wo anaa wʼagyanom nhunuu bi da,”
ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍‍, “ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ମଧ୍ୟରେ ଯେକୌଣସି ଗୋଷ୍ଠୀର ଯେକୌଣସି ଦେବତା ହେଉ,
7 anyame a ɛyɛ nnipa a atwa wo ho ahyia dea, sɛ wɔbɛn anaa wɔwɔ akyiri firi asase ano kɔsi ano no a,
ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ;”
8 mfa wo ho mma no, anaasɛ ntie no. Nhunu no mmɔbɔ. Mfa ne ho nkyɛ no na mmɔ ne ho ban nso.
ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ।
9 Kum na ɛsɛ sɛ wokum no. Fa wo nsa di ɛkan kum no ansa na nnipa nyinaa de wɔn nsa abɛka ho.
ମାତ୍ର ତୁମ୍ଭେ ନିଶ୍ଚୟ ତାହାକୁ ବଧ କରିବ; ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ।
10 Monsi no aboɔ nku no, ɛfiri sɛ, ɔpɛɛ sɛ ɔtwe wo firi Awurade, mo Onyankopɔn, a ɔyii mo firii Misraim nkoasom asase so no ho.
ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।
11 Afei, Israel nyinaa bɛte na wɔasuro na obiara nni hɔ a ɔbɛfiri mo mu a, ɔbɛyɛ saa adeɛ no bio.
ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ।
12 Sɛ ɛba sɛ mote wɔ nkuro a Awurade, mo Onyankopɔn, de rema mo no baako so sɛ
ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାସ କରିବା ନିମନ୍ତେ ଯେଉଁ ଯେଉଁ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମ୍ଭେ ଶୁଣିବ,
13 nnipa bɔnefoɔ bi asɔre wɔ wɔn mu adi nnipa a wɔwɔ kuro no mu anim de wɔn akɔsi bɔne mu aka sɛ, “Momma yɛnkɔsom anyame foforɔ,” anyame a monhunuu bi da a,
ଯେ କେତେକ ଦୁଷ୍ଟ ଲୋକ ତୁମ୍ଭ ମଧ୍ୟରୁ ବାହାରି, “ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ,” ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;
14 ɛsɛ sɛ mobisa mu, hwehwɛ mu yie. Na sɛ ɛyɛ nokorɛ na sɛ nhwehwɛmu ada no adi sɛ nnebɔneyɛ bi akɔ so wɔ mo mu a,
ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି;
15 ɛsɛ sɛ wɔde akofena kunkum wɔn a wɔwɔ kuro no mu nyinaa. Monsɛe kuro no pasapasa, emu nnipa ne afieboa.
ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;
16 Afei, mommoaboa asadeɛ no nyinaa ano wɔ kuro no adwabɔeɛ na monhye no. Monhye kuro mu no ne emu nneɛma nyinaa mma ɛnyɛ sɛ ɔhyeɛ afɔdeɛ mma Awurade, mo Onyankopɔn. Saa kuro no nyɛ amamfo daa; ɛnsɛ sɛ wɔsane kyekyere bio.
ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେହି ସମସ୍ତ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ।
17 Asadeɛ a wɔde agu nkyɛn sɛ wɔbɛsɛe no no, mommfa bi. Sɛ moyɛ saa a, Awurade bɛdane afiri nʼabufuhyeɛ no ho na wahunu mo mmɔbɔ. Ne yam bɛhyehye no ama mo na wama mo adɔre sɛdeɛ ɔkaa ntam hyɛɛ mo agyanom bɔ no,
ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;
18 ɛfiri sɛ, moyɛ ɔsetie ma Awurade mo Onyankopɔn, na modi ne mmara a mede rema mo ɛnnɛ yi so, na moyɛ deɛ ɛsɔ nʼani.
ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ।

< 5 Mose 13 >