< 5 Mose 11 >

1 Dɔ Awurade wo Onyankopɔn na di nʼapɛdeɛ, ne mmara ne nʼahyɛdeɛ so berɛ nyinaa.
ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
2 Montie ɛnnɛ sɛ, ɛnyɛ mo mma na wɔnyaa osuahunu hunuu Awurade mo Onyankopɔn ntenesoɔ, ne tumi, ne basa kɛseɛ, ne nsa a watene mu,
ପୁଣି ଆଜିଠାରୁ ଜ୍ଞାନବାନ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
3 nsɛnkyerɛnneɛ a ɔyɛeɛ ne nneɛma a wɔyɛɛ wɔ Misraim pɛɛ maa ebi kaa Misraimhene Farao ne ɔman mu no nyinaa.
ପୁଣି ତାହାଙ୍କ ଚିହ୍ନସକଳ, ମିସର ମଧ୍ୟରେ ମିସରର ରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
4 Wɔanhunu dwuma a mo Onyankopɔn dii Misraim asraafoɔ, wɔn apɔnkɔ ne wɔn nteaseɛnam, anaa sɛdeɛ ɔmaa Ɛpo Kɔkɔɔ yiri faa wɔn ɛberɛ a wɔtaa mo no ne sɛdeɛ Awurade sɛee wɔn ɛberɛ a wɔtaa mo no ne sɛdeɛ Awurade sɛee wɔn de bɛsi ɛnnɛ yi.
ପୁଣି ମିସରୀୟ ସୈନ୍ୟ, ସେମାନଙ୍କ ଅଶ୍ୱ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କୁ ଗୋଡ଼ାଇବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
5 Wɔanhunu sɛdeɛ na Awurade hwɛ mo so yie wɔ ɛserɛ so hɔ kɔsii sɛ mobɛduruu ha.
ପୁଣି ଏହି ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
6 Na wɔnni hɔ enti, wɔanhunu deɛ wɔde yɛɛ Eliab a ɔyɛ Ruben aseni mma Datan ne Abiram ɛberɛ a wɔyɛɛ bɔne na asase mu bue menee wɔn ne wɔn afie ne wɔn ntomadan ne biribiara a na nkwa wɔ mu a ɛyɛ wɔn agyapadeɛ no.
ଆଉ ରୁବେନ୍‍ର ପୁତ୍ର ଇଲୀୟାବ୍‍ର ସନ୍ତାନ ଦାଥନ ଓ ଅବୀରାମ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ, ସେମାନଙ୍କ ପରିଜନବର୍ଗଙ୍କୁ, ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାଦ୍‍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏହି ସମସ୍ତ ସେମାନେ ଦେଖି ନାହାନ୍ତି;
7 Na mode mo ani ahunu Awurade tumi nnwuma a ɔyɛeɛ nyinaa.
ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି।
8 Monni mmara a merehyɛ ama mo ɛnnɛ yi so sɛdeɛ ɛbɛyɛ a, mobɛnya ahoɔden akɔfa asase a morebɛtwa Yordan akɔ so akɔfa yi,
ଏଥିପାଇଁ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
9 na mo nna aware asase a nufosuo ne ɛwoɔ resene wɔ so a Awurade kaa ntam kyerɛɛ mo agyanom sɛ ɔde bɛma wɔn ne wɔn asefoɔ no so.
ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ।
10 Asase a morebɛkɔ so no nte sɛ Misraim asase a mofiri so baeɛ no a na modua mfudeɛ a mode mo nan twa nsuka te sɛ deɛ moredua nhahannuane no.
ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ୱାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ।
11 Na asase a moretwa Yordan akɔfa no yɛ mmepɔ mmepɔ ne bɔnhwa a osuo tɔ wɔ hɔ yie
ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
12 a ɛyɛ asase a Awurade, mo Onyankopɔn, hwɛ so yie. Na daa Awurade mo Onyankopɔn ani wɔ so firi afe no ahyɛaseɛ kɔsi nʼawieeɛ.
ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
13 Sɛ moto mo bo ase tie me mmara a merehyɛ ama mo ɛnnɛ yi na mode mo akoma ne mo kra nyinaa dɔ Awurade, mo Onyankopɔn, na mosom no a,
ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
14 ɛnneɛ, ɔbɛtɔ osuo ne berɛ mu ama mo na moatumi atwa nnɔbaeɛ de bi ayɛ nsã ne ngo.
ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍‍, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ, ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ।
15 Ɔbɛma mo ɛserɛ pii na mo anantwie awe na mo nso mobɛdidi amee.
ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ।
16 Monnnane mo akoma mfiri Awurade so nkɔsom anyame foforɔ.
ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
17 Sɛ moyɛ saa a, Awurade Abufuo no bɛhuru atia mo. Ɔbɛto ɔsoro mu, agyina osutɔ, na mo nnɔbaetwa ayɛ basaa. Na ntɛm so, mobɛwuwu wɔ asase a Awurade de rema mo no so.
ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
18 Enti, momma me nsɛm yi ntena mo akoma mu. Momfa nkyekyere mo nsa sɛ nkaedeɛ na momfa mmɔ abotire.
ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
19 Monkyerɛkyerɛ mo mma. Sɛ mowɔ fie anaa monam ɛkwan so, sɛ moda hɔ anaa mosɔre anɔpa a, monkyerɛkyerɛ wɔn.
ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।
20 Montwerɛ ngu mo afie aponnwa ne mo abɔntenpono ho,
ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।
21 sɛdeɛ ɛbɛyɛ a, ɔsoro da so kata asase ani yi, mo ne mo mma ase bɛdɔre wɔ asase a Awurade kaa ntam sɛ ɔde bɛma mo agyanom no so.
ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ଡଳ ଉପରେ ଆକାଶମଣ୍ଡଳର ଅବସ୍ଥିତି କାଳ ତୁଲ୍ୟ ହେବ।
22 Monhwɛ yie na monni mmara a merehyɛ ama mo yi so; monnante Awurade, mo Onyankopɔn, akwan so na momfa mo ho mmata ne ho mfa nkyerɛ ɔdɔ a modɔ no.
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯଦି ତୁମ୍ଭେମାନେ ଯତ୍ନପୂର୍ବକ ମାନ୍ୟ କରିବ;
23 Ɛwom sɛ aman a wɔwɔ mo asase so yɛ den sen mo deɛ, nanso Awurade bɛpamo wɔn nyinaa.
ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ।
24 Baabiara a mode mo nan bɛtia no, asase no bɛyɛ mo dea. Mo ahyeɛ bɛyɛ ɛfiri ɛserɛ so anafoɔ kɔsi Lebanon wɔ atifi fam de firi Asubɔnten Eufrate wɔ apueeɛ fam kɔsi Ntam Po no fam.
ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନଠାରୁ ନଦୀ, ଅର୍ଥାତ୍‍, ଫରାତ୍‍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
25 Obiara rentumi nsɔre ntia mo, ɛfiri sɛ, Awurade, mo Onyankopɔn, bɛto mo ho hu ne mo ho suro adi mo anim sɛdeɛ ɔhyɛɛ mo bɔ no wɔ baabiara a mobɛkɔ wɔ asase no so.
ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେହି ସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ଭୟ ଉପସ୍ଥିତ କରାଇବେ।
26 Hwɛ, ɛnnɛ mede nhyira ne nnome resi mo anim,
ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି।
27 Sɛ modi Awurade, mo Onyankopɔn, mmara a merehyɛ ama mo ɛnnɛ yi so a, ɛbɛyɛ nhyira.
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ।
28 Na sɛ mopo Awurade, mo Onyankopɔn mmara dane firi nʼakwan a merehyɛ mo ɛnnɛ yi so, kɔsom anyame foforɔ a, ɛbɛyɛ nnome.
ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।
29 Na sɛ Awurade, mo Onyankopɔn, de mo duru asase a morekɔ so akɔfa no a, monka nhyira nsɛm mfiri Gerisim Bepɔ no so na monka nnome nsɛm nso mfiri Ebal Bepɔ so.
ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେହି ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ।
30 Saa mmepɔ mmienu yi wɔ Asubɔnten Yordan atɔeɛ fam, asase a na Kanaanfoɔ a na wɔte Yordan subɔnhwa a ɛbɛn kuro Gilgal no te hɔ. Na wɔwɔ atɔeɛ fam a ɛbɛn More kwaeɛ no.
ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍‍ଗଲ୍‍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ?
31 Moreyɛ atwa Yordan akɔtena asase a Awurade, mo Onyankopɔn, de rema mo no so. Sɛ mokɔfa saa asase no kɔtena so a,
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
32 monhwɛ yie na monni mmara ne ahyɛdeɛ a mede rema mo ɛnnɛ yi so.
ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ଯେଉଁ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ।

< 5 Mose 11 >