< Daniel 2 >

1 Nebukadnessar adedie mfeɛ mmienu so, ɔsosoo daeɛ bi ma ɛhaa no ara kɔsii sɛ, na ɔntumi nna.
ଏଥିଉତ୍ତାରେ ନବୂଖଦ୍‍ନିତ୍ସରର ଶାସନ କାଳର ଦ୍ୱିତୀୟ ବର୍ଷରେ, ନବୂଖଦ୍‍ନିତ୍ସର ସ୍ୱପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍‍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା।
2 Ɔfrɛɛ ne nkonyaayifoɔ, pɛadeɛhunufoɔ, ntafowayifoɔ ne Kaldeafoɔ bisaa wɔn sɛ, wɔnkyerɛ no daeɛ ko no. Wɔbɛgyinaa ɔhene no anim no,
ତହୁଁ ରାଜାକୁ ତାହାର ସ୍ୱପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍‍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ।
3 ɔkaa sɛ, “Maso daeɛ bi a ɛha me, enti mepɛ sɛ monkyerɛ me daeɛ ko a mesoeɛ no, ɛfiri sɛ, ɛsɛ sɛ mehunu.”
ପୁଣି, ରାଜା ସେମାନଙ୍କୁ କହିଲା, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି, ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ମନ ଚିନ୍ତିତ ହେଉଅଛି।”
4 Na Kaldeafoɔ no buaa no wɔ Arameike kasa mu sɛ, “Ɔhene nkwa so! Ka daeɛ no kyerɛ yɛn, na yɛbɛkyerɛ aseɛ.”
ତହିଁରେ କଲ୍‍ଦୀୟମାନେ ଅରାମୀୟ ଭାଷାରେ ରାଜାକୁ କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ; ଆପଣଙ୍କ ଦାସମାନଙ୍କୁ ସ୍ୱପ୍ନଟି ଜଣାଉନ୍ତୁ, ଆମ୍ଭେମାନେ ତହିଁର ଅର୍ଥ ପ୍ରକାଶ କରିବୁ।”
5 Nanso, ɔhene no ka kyerɛɛ Kaldeafoɔ no sɛ, “Yei ne gyinaeɛ a masi wɔ asɛm yi ho. Sɛ moantumi anka me daeɛ no, na moankyerɛ me aseɛ a, wɔbɛtwitwa mo mu asinasini, na wɔbɛbubu mo afie, ama afu wira.
ରାଜା କଲ୍‍ଦୀୟମାନଙ୍କୁ ଉତ୍ତର ଦେଇ କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି; ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋତେ ନ ଜଣାଅ, ତେବେ ତୁମ୍ଭେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବ ଓ ତୁମ୍ଭମାନଙ୍କର ଗୃହ ଖତରାଶି କରାଯିବ।
6 Na sɛ moka me daeɛ no, kyerɛ me aseɛ a, mɛma mo akyɛdeɛ a ɛso bi mmaa da, na mabɔ mo aba so. Monka daeɛ no, na monkyerɛ me aseɛ.”
ମାତ୍ର ଯଦି ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼ ଠାରୁ ଦାନ, ପୁରସ୍କାର ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର।”
7 Wɔkaa bio sɛ, “Yɛsrɛ wo, Nana, ka daeɛ no kyerɛ wʼasomfoɔ, na yɛbɛkyerɛ wo aseɛ.”
ସେମାନେ ଦ୍ୱିତୀୟ ଥର ଉତ୍ତର ଦେଇ କହିଲେ, “ମହାରାଜା, ଆପଣା ଦାସମାନଙ୍କୁ ସ୍ୱପ୍ନଟି ଜଣାଉନ୍ତୁ, ତହିଁରେ ଆମ୍ଭେମାନେ ଅର୍ଥ ପ୍ରକାଶ କରିବୁ।”
8 Ɔhene no buaa sɛ, “Mahunu mo nnaadaa no. Mahunu sɛ, moretwentwɛn ɛberɛ no so, na monim gyinaeɛ a masi asɛm a mekaeɛ no ho.
ରାଜା ଉତ୍ତର କରି କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି, ଏହା ଦେଖି ତୁମ୍ଭେମାନେ ସମୟ ବିଳମ୍ବ କରିବାର ଇଚ୍ଛା କରୁଅଛ, ଏହା ମୁଁ ନିଶ୍ଚୟ ଜାଣେ।
9 Sɛ moanka daeɛ no ankyerɛ me a, asotwe baako pɛ na ɛda hɔ ma mo. Moapam sɛ mobɛdi atorɔ adaadaa me. Mosusu sɛ asɛm no bɛsesa. Monka daeɛ no nkyerɛ me, na ɛbɛma mahunu sɛ mobɛtumi akyerɛ aseɛ.”
ମାତ୍ର ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା-ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
10 Kaldeafoɔ no buaa Ɔhene no sɛ, “Onipa teasefoɔ biara nni hɔ a ɔbɛtumi akyerɛ wo, Nana, wo daeɛ a woaso no. Na ɔhene biara nso nni hɔ, sɛ ɔkorɔn anaa ne tumi so, a wabisa nkonyaayifoɔ, pɛadeɛhunufoɔ anaa Kaldeafoɔ saa asɛm yi bi pɛn.
କଲ୍‍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରି ପାରିବ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ; କାରଣ କୌଣସି ରାଜା, ପ୍ରଭୁ କିଅବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିଅବା ଗଣକକୁ ଅଥବା କଲ୍‍ଦୀୟକୁ ଏପରି କଥା ପଚାରି ନାହାନ୍ତି।
11 Ɔhene abisadeɛ yi yɛ den dodo. Obiara nni hɔ a ɔbɛtumi aka wo daeɛ no gye anyame. Nanso, wɔn tenabea nni ewiase yi mu.”
ପୁଣି, ମହାରାଜା ଯାହା ଚାହାନ୍ତି, ତାହା ଅସାଧାରଣ ବିଷୟ ଓ ଯେଉଁମାନଙ୍କର ନିବାସ ମାଂସ ଦେହରେ ନୁହେଁ, ସେହି ଦେବଗଣ ବିନୁ ଆଉ କେହି ମହାରାଜାଙ୍କ ଛାମୁରେ ତାହା ପ୍ରକାଶ କରି ନ ପାରେ।”
12 Ɔhene no tee saa asɛm yi no, ne bo fuu yie, enti ɔhyɛɛ sɛ, wɔnkunkum anyansafoɔ a wɔwɔ Babilonia nyinaa.
ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ୍‍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।
13 Na ɛsiane ɔhene no mmara den sɛ wɔnkunkum anyansafoɔ no enti, wɔsomaa mmarima sɛ wɔnkɔhwehwɛ Daniel ne ne nnamfonom, na wɔnkunkum wɔn.
ତହିଁରେ ଆଜ୍ଞା ପ୍ରଚାରିତ ହେଲା ଯେ, ବିଦ୍ୱାନ୍‍ ଲୋକମାନେ ହତ ହେବେ; ଆଉ, ଲୋକମାନେ ଦାନିୟେଲ ଓ ତାଙ୍କର ସଙ୍ଗୀମାନଙ୍କୁ ବଧ କରିବା ପାଇଁ ଅନ୍ଵେଷଣ କଲେ।
14 Ɛberɛ a, Ariok a ɔyɛ ɔhene no awɛmfoɔ so panin baa sɛ ɔrebɛkum wɔn no, Daniel faa nyansakwan so ne no kasaeɛ.
ସେତେବେଳେ ଅରୀୟୋକ୍‍ ନାମକ ଯେଉଁ ରାଜସେନାପତି ବାବିଲୀୟ ବିଦ୍ୱାନ୍‍ମାନଙ୍କୁ ବଧ କରିବା ପାଇଁ ନିର୍ଗତ ହୋଇଥିଲା, ତାହାକୁ ଦାନିୟେଲ ବିବେଚନାରେ ଓ ଜ୍ଞାନରେ ଉତ୍ତର ଦେଲେ;
15 Daniel bisaa Ariok sɛ, “Adɛn enti na ɔhene hyɛɛ mmara a ano yɛ den saa?” Na Ariok kaa deɛ asi nyinaa kyerɛɛ no.
ସେ ରାଜସେନାପତି ଅରୀୟୋକ୍‍କୁ ଉତ୍ତର କରି କହିଲେ, “ରାଜାଜ୍ଞା ଏଡ଼େ ବ୍ୟଗ୍ର କାହିଁକି?” ତହିଁରେ ଅରୀୟୋକ୍‍ ଦାନିୟେଲଙ୍କୁ ବୃତ୍ତାନ୍ତ ଜଣାଇଲା।
16 Daniel kɔhunuu Ɔhene no, na ɔsrɛɛ no sɛ ɔmma no berɛ kakra na ɔbɛba abɛkyerɛ daeɛ no ase.
ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆପଣା ପାଇଁ ଗୋଟିଏ ସମୟ ନିରୂପଣ କରିବାକୁ ପ୍ରାର୍ଥନା କଲେ, ତାହା କଲେ ମହାରାଜାଙ୍କ ନିକଟରେ ସ୍ୱପ୍ନର ଅର୍ଥ ପ୍ରକାଶ କରିବି ବୋଲି କହିଲେ।
17 Na Daniel kɔɔ ne fie kɔbɔɔ ne nnamfonom Hanania, Misael ne Asaria asɛm a asie.
ଏଥିରେ ଦାନିୟେଲ ଆପଣା ଗୃହକୁ ଗଲେ, ଆଉ ସେ ଓ ତାଙ୍କର ସଙ୍ଗୀମାନେ ଯେପରି ବାବିଲର ଅନ୍ୟାନ୍ୟ ବିଦ୍ୱାନ୍‍ମାନଙ୍କ ସଙ୍ଗେ ବିନଷ୍ଟ ନୋହିବେ,
18 Ɔhyɛɛ wɔn sɛ, wɔmmisa ɔsoro Onyankopɔn sɛ, ɔnnom wɔn nʼahummɔborɔ sɛdeɛ wɔrenkum wɔn mfra anyansafoɔ nkaeɛ a wɔwɔ Babilonia no mu.
ଏଥିପାଇଁ ଏହି ନିଗୂଢ଼ ବିଷୟରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆପଣା ସଙ୍ଗୀ ହନାନୀୟ, ମୀଶାୟେଲ ଓ ଅସରୀୟକୁ ସେହି ବୃତ୍ତାନ୍ତ ଜଣାଇଲେ।
19 Anadwo no, ɔdaa kɔkoamsɛm no adi kyerɛɛ Daniel wɔ anisoadehunu mu. Na Daniel kamfoo ɔsoro Onyankopɔn
ଏଥିଉତ୍ତାରେ ରାତ୍ରିକାଳୀନ ଦର୍ଶନରେ ସେହି ନିଗୂଢ଼ ବିଷୟ ଦାନିୟେଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ।
20 na ɔkaa sɛ, “Nkamfoɔ nka Onyankopɔn din daa nyinaa, ɔno nko na ɔwɔ nyansa ne tumi.
ଦାନିୟେଲ ଉତ୍ତର କରି କହିଲେ, “ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର;
21 Ɔno na ɔsesa mmerɛ ne nnipa hyɛberɛ; ɔsi ahene, na ɔtu wɔn adeɛ so. Ɔma anyansafoɔ hunu nyansa, na ɔma nhunumu ho nimdeɛ.
ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି;
22 Ɔda nneɛma a emu dɔ na ɛyɛ nwanwa adi, na ɔnim deɛ ahinta wɔ sum mu; hann atwa ne ho ahyia.
ସେ ଗଭୀର ଓ ଗୁପ୍ତ ବିଷୟସବୁ ପ୍ରକାଶ କରନ୍ତି; ଅନ୍ଧକାରରେ ଯାହା ଅଛି, ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତିଃ ବାସ କରଇ।
23 Meda wo ase, kamfo wo mʼagyanom Onyankopɔn, ɛfiri sɛ, woama me nyansa ne tumi; woaka deɛ yɛbisaa wo akyerɛ me, ada deɛ ɔhene bisaeɛ no adi akyerɛ yɛn.”
ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି, ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ ଓ ତୁମ୍ଭ ନିକଟରେ ଆମ୍ଭମାନଙ୍କର ନିବେଦନର ବିଷୟ ଏବେ ମୋତେ ଜଣାଇଅଛ; କାରଣ ତୁମ୍ଭେ ରାଜାର କଥା ଆମ୍ଭମାନଙ୍କୁ ଜଣାଇଅଛ।”
24 Afei, Daniel kɔhunuu Ariok a wɔahyɛ no sɛ ɔnkunkum anyansafoɔ a wɔwɔ Babilonia no, ka kyerɛɛ no sɛ, “Nkunkum anyansafoɔ a wɔwɔ Babilonia no. Fa me kɔ ɔhene no nkyɛn, na mɛkyerɛ no ne daeɛ no ase.”
ଏହେତୁ ବାବିଲୀୟ ବିଦ୍ୱାନ୍‍ଗଣକୁ ବିନାଶ କରିବା ପାଇଁ ରାଜାର ନିଯୁକ୍ତ ଅରୀୟୋକ୍‍ ନିକଟକୁ ଦାନିୟେଲ ଗଲେ; ସେ ଯାଇ ତାହାକୁ ଏହିପରି କହିଲେ, “ବାବିଲୀୟ ବିଦ୍ୱାନ୍‍ମାନଙ୍କୁ ବଧ ନ କରନ୍ତୁ; ରାଜାଙ୍କ ଛାମୁକୁ ମୋତେ ନେଇ ଯାଉନ୍ତୁ, ମୁଁ ରାଜାଙ୍କ ନିକଟରେ ଅର୍ଥ ପ୍ରକାଶ କରିବି।”
25 Na ntɛm ara, Ariok de Daniel kɔɔ ɔhene no anim kaa sɛ, “Mahunu atukɔfoɔ a wɔfiri Yuda no mu baako a ɔbɛkyerɛ wo, Nana, daeɛ no ase.”
ତହିଁରେ ଅରୀୟୋକ୍‍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଇ ରାଜାକୁ ଏରୂପ କହିଲା, “ନିର୍ବାସିତ ଯିହୁଦାର ସନ୍ତାନଗଣ ମଧ୍ୟରେ ମୁଁ ଜଣେ ମନୁଷ୍ୟ ପାଇଅଛି, ସେ ମହାରାଜାଙ୍କୁ ଅର୍ଥ ଜଣାଇବେ।”
26 Ɔhene no bisaa Daniel (a wɔsane frɛ no Beltesasar) no sɛ, “Ɛyɛ nokorɛ? Wobɛtumi akyerɛ me deɛ mehunuu wɔ me daeɛ no mu na woakyerɛ me aseɛ?”
ରାଜା ସେହି ଦାନିୟେଲ, ଯାହାଙ୍କ ନାମ ବେଲ୍‍ଟଶତ୍ସର ଥିଲା, ତାଙ୍କୁ ଉତ୍ତର କରି କହିଲା, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର?”
27 Daniel buaa sɛ, “Nana, anyansafoɔ, pɛadeɛhunufoɔ, nkonyaayifoɔ anaa ntafowayifoɔ biara nni hɔ a wɔbɛtumi akyerɛ ahintasɛm a worebisa yi!
ଦାନିୟେଲ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ୱାନ୍‍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରିପାରନ୍ତି ନାହିଁ;
28 Nanso, Onyankopɔn bi wɔ ɔsoro a ɔda kɔkoamsɛm adi, na wakyerɛ ɔhene Nebukadnessar asɛm a ɛbɛsi daakye. Wo daeɛ no ne anisoadehunu a ɛberɛ a woda wo mpa so no wohunuiɛ nie:
ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍‍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଆପଣଙ୍କ ସ୍ୱପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି;
29 “Nana, ɛberɛ a woreda no, wʼadwene kɔsisii nsɛm bi a ɛbɛsisi so. Deɛ ɔkyerɛ ahintasɛm mu no akyerɛ wo deɛ ɛrebɛba.
ହେ ମହାରାଜ, ଶଯ୍ୟା ଉପରେ ଆପଣଙ୍କ ମନରେ ଭବିଷ୍ୟଦ୍‍ ଘଟଣା ବିଷୟକ ଚିନ୍ତା ଉପସ୍ଥିତ ହେଲା; ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେ ଯାହା ଘଟିବ, ତାହା ଆପଣଙ୍କ ପ୍ରତି ପ୍ରକାଶ କରିଅଛନ୍ତି।
30 Na ɛnnyɛ sɛ, Nana, menim nyansa kyɛn onipa teasefoɔ biara enti, na mmom Onyankopɔn pɛ sɛ Nana nya ahintasɛm no asekyerɛ na ɔte deɛ ɛbaa nʼadwene mu no ase.
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋʼ ର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପ୍ରକାଶିତ ହୋଇଅଛି, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ ପ୍ରତି ପ୍ରକାଶିତ ହୋଇଅଛି।
31 “Nana, wʼanisoadehunu no mu, wohunuu ohoni kɛseɛ bi sɛ ɔgyina wʼanim a ɔso pa ara na ɛharan hyɛnn na ne ho yɛ hu yie.
ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।
32 Sikakɔkɔɔ na wɔde yɛɛ ne ti; Dwetɛ na wɔde yɛɛ ne koko ne nʼabasa. Kɔbere na wɔde yɛɛ ne yafunu ne nʼasrɛ.
ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ,
33 Dadeɛ na wɔde yɛɛ ne nan, na wɔde dadeɛ ne dɔteɛ a wɔde afra yɛɛ ne nantabon.
ତାହାର ଚରଣ ଲୌହମୟ ଓ ତାହାର ପାଦର କିଛି ଅଂଶ ଲୌହମୟ, କିଛି ମୃତ୍ତିକାମୟ ଥିଲା।
34 Na Nana, worehwɛ no, ɔboɔ bi a nsa biara nkura mu te bɛhwee dadeɛ ne dɔteɛ nantabon no so, pɛkyɛɛ no gɔsɔɔ.
ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା।
35 Afei Nana, ohoni mu no nyinaa a ɛyɛ dadeɛ, dɔteɛ, kɔbere, dwetɛ ne sikakɔkɔɔ no nyinaa yam fekɔfekɔ, ma ɛyɛɛ sɛ ahuhuro berɛ mu ayuporobea so ntɛtɛ, ma mframa bɛhuu ne nyinaa kɔeɛ a, hwee anka hɔ. Nanso, ɔboɔ a ɛpem ohoni no hwee fam no danee bepɔ kɛseɛ a ɛkataa asase nyinaa so.
ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।
36 “Nana, daeɛ no nie o, afei, yɛrebɛkyerɛ wo aseɛ.
ସ୍ୱପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ।
37 Nana, woyɛ ahene bebree so ɔhene. Ɔsoro Onyankopɔn ayɛ wo ahene mu ɔhene, ama wo tumi, ahoɔden ne animuonyam.
ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।
38 Ɔde ewiase nnipa, mmoa a wɔwɔ wiram ne nnomaa a wɔtu ahyɛ wo nsa. Baabiara a wɔwɔ no, wɔayɛ wo wɔn so difoɔ. Wo na woyɛ saa sikakɔkɔɔ ti no.
ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟ-ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।
39 “Na wʼahemman aba nʼawieeɛ akyi no, ahemman a ɛnnto wo deɛ no bɛsɔre abɛsi wʼananmu. Sɛ saa ahemman no gu a, ahemman kɛseɛ foforɔ a ɛtɔ so mmiɛnsa a kɔbere yafunu ne asrɛ no gyina hɔ ma no no bɛsɔre adi ewiase so.
ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।
40 Nea ɛbɛdi saa ahemman no akyi no, ɛbɛyɛ ahemman a ɛtɔ so ɛnan a ɛso na ɛwɔ ahoɔden te sɛ dadeɛ. Saa ahemman no bɛbubu, ayam aman a adi ɛkan no nyinaa te sɛdeɛ dadeɛ bubu yam biribiara a ɛne no hyia no.
ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ।
41 Nana, sɛdeɛ wohunu sɛ nantabon ne nansoaa yɛ dadeɛ ne dɔteɛ a adi afra no kyerɛ sɛ, saa ahemman yi mu bɛkyekyɛ.
ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।
42 Nʼafaafa bi bɛyɛ den sɛ dadeɛ, na ebi ayɛ mmerɛ sɛ dɔteɛ.
ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ।
43 Saa dadeɛ ne dɔteɛ mfrafraeɛ no sane kyerɛ sɛ, saa ahemman no bɛyɛ nnipa ahodoɔ a wɔadi afra a wɔntumi nka wɔn ho mmɔ mu sɛdeɛ dadeɛ ne dɔteɛ ntumi nni afra no.
ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ।
44 “Saa ahemfo no adedie mu no, Ɔsoro Onyankopɔn bɛbɔ ahemman bi atenaseɛ a ɛrensɛe da; na obiara renni so da. Ɛbɛdwɛre ahemman ahodoɔ yi nyinaa de wɔn aba awieeɛ, na ɛno deɛ, ɛbɛgyina afebɔɔ.
ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାପି ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।
45 Ɔboɔ no a nsa biara nkura mu na ɛtwa firi bepɔ no so a ɛyam dadeɛ, kɔbere, dɔteɛ, dwetɛ ne sikakɔkɔɔ mfrafraeɛ ohoni no gyina hɔ ma saa ɔman no. “Onyankopɔn kokuroko akyerɛ Nana, deɛ ɛbɛba daakye. Daeɛ no yɛ nokorɛ, na ne nkyerɛaseɛ yɛ kann.”
କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥିଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇଅଛନ୍ତି; ପୁଣି, ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।”
46 Ɔhene Nebukadnessar bɔɔ ne mu ase wɔ Daniel anim, somm no, na ɔhyɛɛ ne manfoɔ sɛ, wɔmfa afɔrebɔdeɛ mmra, na wɔnhye aduhwam wɔ nʼanim.
ସେତେବେଳେ ରାଜା ନବୂଖଦ୍‍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା।
47 Ɔhene no ka kyerɛɛ Daniel sɛ, “Nokorɛ, wo Onyankopɔn yɛ Onyankopɔn wɔ anyame mu; ɔyɛ Awurade wɔ ahene so ahintasɛm mu kyerɛfoɔ, ɛfiri sɛ, wo na woatumi akyerɛ saa kɔkoamsɛm yi mu.”
ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, “ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ୱର ଈଶ୍ୱରଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି।”
48 Afei, ɔhene no maa Daniel dibea a ɛkorɔn yie sane yɛɛ no ayɛ a ɛsom bo yie. Ɔmaa Daniel bɛyɛɛ sohwɛfoɔ wɔ Babiloniaman no mu nyinaa, na ɔde no sii nʼanyansafoɔ no nyinaa so ɔhene.
ତହୁଁ ରାଜା ଦାନିୟେଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲା, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ୱାନ୍‍ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲା।
49 Daniel bisa ma wɔyɛɛ Sadrak, Mesak ne Abednego, Babilonia asase no so ahwɛfoɔ, na Daniel yɛɛ ɔsomfoɔ wɔ ɔhene aban mu.
ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।

< Daniel 2 >