< 2 Samuel 3 >
1 Ɔko a ɛbɛtɔɔ wɔn a wɔwɔ Saulo afa ne wɔn a wɔwɔ Dawid afa no kyɛree yie, na ne ahyɛaseɛ nie. Ɛberɛ a Dawid adedie renya ahoɔden no, na Saulo adedie no resɛe.
ଏଥିଉତ୍ତାରେ ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧୀରେ ଧୀରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ।
2 Yeinom ne Dawid mmammarima a wɔwoo wɔn wɔ Hebron: Nʼabakan no din de Amnon a ɔyɛ Ahinoam a ɔfiri Yesreel no babarima.
ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍ଠାରୁ ଜାତ;
3 Deɛ ɔtɔ so mmienu no din de Kileab a ɔyɛ Abigail a na ɔyɛ Nabal a ɔfiri Karmel no kunabaa babarima; deɛ ɔtɔ so mmiɛnsa no din de Absalom a ɔyɛ Gesurhene Talmai babaa Maaka babarima.
ପୁଣି ଦ୍ୱିତୀୟ ପୁତ୍ର କିଲାବ୍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।
4 Deɛ ɔtɔ so ɛnan no din de Adoniya a ɔyɛ Hagit babarima; deɛ ɔtɔ so enum no din de Sefatia a ɔyɛ Abital babarima.
ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର।
5 Na deɛ ɔtɔ so nsia no din de Yitream a ɔyɛ Dawid yere Egla babarima. Wɔwoo saa mma yi maa Dawid wɔ Hebron.
ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ।
6 Ɛberɛ a na ɔko a ɛda Saulo fie ne Dawid fie no gu so no, na Abner yɛ ntuanoni a ɔwɔ tumi wɔ wɔn a wɔdi Saulo akyi no so.
ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା।
7 Emu hɔ Is-Boset bɔɔ Abner kwaadu sɛ ɔne nʼagya Saulo mpena a wɔfrɛ no Rispa, a ɔyɛ Aya babaa, ada.
ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍ବୋଶତ ଅବ୍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ?”
8 Abner bo fuu yie kaa sɛ, “Meyɛ nkraman sodifoɔ wɔ Yuda na wɔadwoodwoo me saa? Deɛ mayɛ ama wo ne wʼagya, a mannyi mo amma Dawid no, mʼayɛyie ne sɛ, mode ɔbaa yi ho asɛm rekyekyere me?
ତେବେ ଅବ୍ନର ଈଶ୍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, “ମୁଁ କି ଯିହୁଦାର କୁକ୍କୁର ମୁଣ୍ଡ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋʼ ଉପରେ ଆରୋପ କରୁଅଛ?
9 Sɛ mammoa Dawid ma ne nsa anka deɛ Awurade hyɛɛ ho bɔ no a, Onyankopɔn ne me nni no nwononwono.
ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,
10 Mede Saulo ahennie bɛkɔ akɔma Dawid na matim Dawid ahennwa ase wɔ Israel ne Yuda so afiri Dan akɔsi Beer-Seba.”
ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”
11 Esiane sɛ na Is-Boset suro Abner enti, wantumi ankasa bio.
ତହିଁରେ ସେ ଅବ୍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା।
12 Afei, Abner tuu abɔfoɔ kɔɔ Dawid nkyɛn kɔka kyerɛɛ no sɛ, “Ma yɛnyɛ nhyehyɛeɛ na mɛboa ama yɛadane Israelman mu no nyinaa ama wo.”
ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର?” ଆହୁରି କହିଲା, “ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ।”
13 Dawid buaa sɛ, “Ɛyɛ asɛm papa, nanso me ne wo renyɛ saa nhyehyɛeɛ no gye sɛ, sɛ woreba a, wode me yere Mikal a ɔyɛ Saulo babaa no brɛ me.”
ଏଥିରେ ଦାଉଦ କହିଲେ, “ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋʼ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋʼ ମୁଖ ଦେଖି ପାରିବ ନାହିଁ।”
14 Enti, Dawid soma ma wɔkɔbɔɔ Saulo babarima Is-Boset amaneɛ sɛ, “Ma me nsa nka me yere Mikal, ɛfiri sɛ, mede Filistifoɔ ɔha nkwa na ɛtɔɔ no.”
ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।”
15 Enti, Is-Boset gyee Mikal firii ne kunu Paltiel a ɔyɛ Lais babarima no nsam.
ତହିଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।
16 Na Paltiel de su dii ɔbaa no akyi kɔduruu Bahurim. Na Abner ka kyerɛɛ no sɛ, “Sane kɔ efie.” Na Paltiel sane kɔɔ efie.
ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍ନର ତାହାକୁ କହିଲା, “ଯାଅ ଗୃହକୁ ଫେରିଯାଅ,” ତହୁଁ ସେ ଫେରିଗଲା।
17 Na Abner ne Israel ntuanofoɔ adidi nkɔmmɔ. Ɔka kyerɛɛ wɔn sɛ, “Mmerɛ kakra a atwam nie no, na mopɛ sɛ mosi Dawid ɔhene.
ଏଥିଉତ୍ତାରେ ଅବ୍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ;
18 Ɛberɛ no nie. Ɛfiri sɛ, Awurade aka sɛ, ‘Mayi Dawid sɛ ɔnnye me nkurɔfoɔ mfiri Filistifoɔ ne wɔn atamfoɔ nyinaa nsam.’”
ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ‘ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା।’”
19 Abner sane ne Benyamin abusua mu ntuanofoɔ kasaeɛ. Afei, ɔkɔɔ Hebron kɔbɔɔ Dawid amaneɛ sɛ, Israel nyinaa ne Benyamin taa wʼakyi.
ଆଉ ଅବ୍ନର ବିନ୍ୟାମୀନ୍ର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନ୍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍ନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା।
20 Ɛberɛ a Abner ne ne mmarima aduonu baa Hebron no, Dawid too wɔn ɛpono kɛseɛ.
ଏରୂପେ ଅବ୍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବ୍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ।
21 Na Abner ka kyerɛɛ Dawid sɛ, “Ma menkɔ na menkɔfrɛ Israel nnipa nyinaa na wɔmmra wʼafa. Wɔne wo bɛyɛ apam, na wɔasi wo ɔhene. Na ɛbɛma woadi biribiara a wʼakoma pɛ so.” Enti, Dawid maa Abner kɔɔ dwoodwoo.
ଏଉତ୍ତାରେ ଅବ୍ନର ଦାଉଦଙ୍କୁ କହିଲା, “ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ।” ତହୁଁ ଦାଉଦ ଅବ୍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା।
22 Abner kɔeɛ ara pɛ, Yoab ne Dawid akodɔm no bi firi ɔsa mu baeɛ a wɔkura asadeɛ bebree.
ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟିତ ଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା।
23 Ɛberɛ a wɔka kyerɛɛ Yoab sɛ Abner baa hɔ nkyɛree koraa, na ɔbɛsraa ɔhene, ama ɔhene ama no kɔ asomdwoeɛ mu no,
ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, “ନେର୍ର ପୁତ୍ର ଅବ୍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି।”
24 Yoab yɛɛ ntɛm kɔhunuu ɔhene bisaa no sɛ, “Ɛdeɛn na woayɛ yi? Abner kɔ a womaa no kɔeɛ yi, wokyerɛ sɛn?
ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, “ଆପଣ କଅଣ କଲେ? ଦେଖନ୍ତୁ, ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରିଦେଲେ, ସେ ତ ଗଲାଣି?
25 Wonim pefee sɛ, ɔbaa wo so sɛ ɔkwansrafoɔ, bɛhwehwɛɛ deɛ woreyɛ nyinaa mu anaa?”
ଆପଣ କʼଣ ଜାଣନ୍ତି ନାହିଁ, ନେର୍ର ପୁତ୍ର ଅବ୍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେହି ସବୁ ଜାଣିବାକୁ ଆସିଥିଲା?”
26 Ɛhɔ ara, Yoab firi Dawid nkyɛn, na ɔsomaa abɔfoɔ sɛ wɔnti Abner. Wɔkɔtoo no Sira ɔtadeɛ ho, twee no de no baeɛ. Nanso, na Dawid nnim ho hwee.
ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ।
27 Afei, Abner sane kɔɔ Hebron no, Yoab frɛɛ no kɔɔ nkyɛn kɔsii ɛpono ano te sɛ deɛ ɔrekɔka kɔkoamsɛm akyerɛ no no. Na ɛhɔ no na ɛsiane sɛ ɔpɛ sɛ ɔtɔ ne nuabarima Asahel so wedeɛ no enti, Yoab wɔɔ Abner yafunu mu sekan ma ɔwuiɛ.
ପୁଣି ଅବ୍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗରର ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ସକାଶୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା।
28 Akyire no a Dawid tee saa asɛm yi no, ɔkaa sɛ, “Me ne mʼahemman nnim saa asɛm a ɛfa Abner yi ho hwee wɔ Awurade anim.
ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, “ନେର୍ର ପୁତ୍ର ଅବ୍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ;
29 Ne mogya ngu Yoab ne nʼagya fie so! Yoab efie deɛ, awoɔ ntoatoasoɔ mu nyinaa, obi a watutu akuro anaa ɔyare kwata, deɛ ɔnam poma ho nanteɛ anaa deɛ ɔwu akofena ano ne deɛ ɔsrɛsrɛ aduane rempa hɔ da.”
ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ।”
30 Yoab ne ne nuabarima Abisai kumm Abner, ɛfiri sɛ, Abner kumm wɔn nuabarima Asahel wɔ akono wɔ Gibeon.
ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା।
31 Na Dawid ka kyerɛɛ Yoab ne nnipa a wɔka ne ho no nyinaa sɛ, “Monsunsuane mo ntoma mu, na momfira ayitoma. Montwa Abner agyaadwoɔ.” Na ɔhene Dawid ankasa dii santen a wɔato no akyi, kɔɔ ɛda no so.
ଏଥିଉତ୍ତାରେ ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍ନରର ଆଗେ ଆଗେ ଶୋକ କରି ଚାଲ।” ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ।
32 Wɔsiee Abner wɔ Hebron, na ɔhene Dawid ne nnipa no nyinaa suu wɔ ne damena no ho.
ଆଉ ସେମାନେ ହିବ୍ରୋଣରେ ଅବ୍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ।
33 Afei, ɔhene too saa kwadwom yi maa Abner: “Ɛsɛ sɛ Abner wu sɛdeɛ nkwaseafoɔ wuo anaa?
ପୁଣି ରାଜା ଅବ୍ନର ପାଇଁ ବିଳାପ କରି କହିଲେ, “ଯେପରି ମୂଢ଼ ମରେ, ସେପରି କି ଅବ୍ନରକୁ ମରିବାକୁ ହେଲା?
34 Wɔankyekyere wo nsa; wɔangu wo nan nkɔnsɔnkɔnsɔn. Dabi, wɔdii wo awu; amumuyɛfoɔ atirimpɔ so adeɛ.” Nnipa no nyinaa suu Abner bio.
ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ।” ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ।
35 Ɛda a wɔreyɛ ayie no, Dawid annidi da mu no nyinaa, maa afei, obiara srɛɛ no sɛ ɔnnidi. Nanso, na Dawid aka ntam sɛ, “Sɛ medidi ansa na owia akɔtɔ a, Onyankopɔn nku me.”
ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, “ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟି କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”
36 Yei sɔɔ nnipa no ani yie. Nokorɛm, biribiara a ɔhene no yɛeɛ no sɔɔ ɔmanfoɔ no ani.
ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା।
37 Yei maa obiara a ɔte Yuda ne Israel no hunuu sɛ, ɛnyɛ ɔhene Dawid na ɔkumm Abner.
ଏହିରୂପେ ନେର୍ର ପୁତ୍ର ଅବ୍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ।
38 Na ɔhene Dawid bisaa ɔmanfoɔ no sɛ, “Monhunu sɛ ɔkannifoɔ kɛseɛ ne onipa kɛseɛ atɔ fam ɛnnɛ wɔ Israel anaa?
ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, “ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ?
39 Na ɛwom sɛ me ne ɔhene a wɔasra no deɛ, nanso Seruia mmammarima Yoab ne Abisai deɛ, wɔyɛ den dodo ma me sɛ mɛtumi aka wɔn ahyɛ. Ɛno enti, Awurade ntua saa mmarima amumuyɛfoɔ yi so ka wɔ wɔn amumuyɛsɛm ho.”
ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ।”