< 2 Berɛsosɛm 11 >

1 Ɛberɛ a Rehoboam duruu Yerusalem no, ɔboaboaa Yuda ne Benyamin akodɔm a ɛyɛ akodɔm papa ɔpeha aduɔwɔtwe ano, sɛ wɔrekɔko atia Israel akodɔm, na wagye ahennie no afa.
ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।
2 Na Awurade ka kyerɛɛ Onyankopɔn onipa Semaia sɛ,
ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
3 “Ka kyerɛ Salomo babarima Rehoboam a ɔdi ɔhene wɔ Yuda ne Israelfoɔ a wɔwɔ Yuda ne Benyamin sɛ,
“ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,
4 Sɛdeɛ Awurade seɛ nie: ‘Nko ntia wʼabusuafoɔ. Sane wʼakyi kɔ efie, ɛfiri sɛ, me na memaa asɛm a asie no ho kwan!’” Enti, wɔtiee Awurade asɛm no, na wɔanko antia Yeroboam.
‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।
5 Rehoboam tenaa Yerusalem, na ɔbɔɔ nkuro ahodoɔ ho ban, maa Yuda yɛɛ den.
ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।
6 Ɔkyekyeree Betlehem, Etam, Tekoa,
ସେ ବେଥଲିହିମ, ଐଟମ୍‍, ତକୋୟ,
7 Bet-Sur, Soko, Adulam,
ବେଥ୍-ସୁର, ସୋଖୋ, ଅଦୁଲ୍ଲମ,
8 Gat, Maresa, Sif,
ଗାଥ୍‍, ମାରେଶା, ସୀଫ୍‍,
9 Adoraim, Lakis, Aseka,
ଅଦୋରୟୀମ୍‍, ଲାଖୀଶ୍‍, ଅସେକା,
10 Sora, Ayalon ne Hebron. Yeinom ne nkuro a wɔbɔɔ ho ban wɔ Yuda ne Benyamin.
ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର-ବେଷ୍ଟିତ ନଗରସବୁ ନିର୍ମାଣ କଲେ।
11 Rehoboam yeree wɔn banbɔ mu, na ɔde asahene duaduaa hɔ. Ɔkoraa nnuane, ngo ne nsã wɔ kuropɔn biara so.
ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।
12 Ɔde akokyɛm ne mpea siee wɔ saa nkuro yi mu, de hyɛɛ wɔn banbɔ mu den. Enti, Yuda ne Benyamin nko ara na wɔbɛhyɛɛ nʼase.
ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।
13 Asɔfoɔ ne Lewifoɔ a na wɔne Israel atifi fam mmusuakuo te no kɔɔ Rehoboam afa.
ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।
14 Na Lewifoɔ no mpo gyaa wɔn afie ne wɔn agyapadeɛ kɔɔ Yuda ne Yerusalem, ɛfiri sɛ, Yeroboam ne ne mmammarima amma wɔn kwan ansom Awurade sɛ asɔfoɔ.
କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।
15 Yeroboam yii nʼankasa asɔfoɔ, ma wɔsomm abosonsomfoɔ asɔreeɛ so a na wɔsom abirekyie ne nantwie mma ahoni a na wɔayɛ.
ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।
16 Israelman mu nyinaa, wɔn a na wɔpɛ sɛ wɔsom Awurade, Israel Onyankopɔn no dii Lewifoɔ no akyi kɔɔ Yerusalem baabi a wɔbɛtumi de ayɛyɛdeɛ ama Awurade, wɔn agyanom Onyankopɔn no.
ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍‍ ଯିରୂଶାଲମକୁ ଆସିଲେ।
17 Yei maa Yuda ahennie nyaa ahoɔden, na wɔde mfeɛ mmiɛnsa boaa Salomo babarima Rehoboam, na wɔhwehwɛɛ Awurade nokorɛm, sɛdeɛ wɔyɛɛ wɔ Dawid ne Salomo ahennie mu no.
ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।
18 Rehoboam waree Mahalat. Na ɔyɛ Dawid babarima Yerimot babaa. Na ɔyɛ Abihail a ɔyɛ Yisai babarima Eliab babaa nso.
ପୁଣି, ରିହବୀୟାମ ମହଲତ୍‍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍‍ର ଓ ଯିଶୀର ପୁତ୍ର ଇଲୀୟାବ୍‍ର କନ୍ୟା ଅବୀହୟିଲର କନ୍ୟା ଥିଲା;
19 Mahalat woo mmammarima baasa a wɔne Yeus, Semaria ne Saham.
ସେ ତାଙ୍କ ଔରସରେ ଯିୟୂଶ୍‍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା
20 Akyire no, ɔwaree Absalom babaa Maaka. Maaka woo Abia, Atai, Sisa ne Selomit.
ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍‍କୁ ଜାତ କଲା।
21 Na Rehoboam dɔ Maaka yie sene ne yerenom a wɔaka ne ne mpenafoɔ nyinaa. Na ɔwɔ yerenom dunwɔtwe ne mpenafoɔ aduosia, na wɔwowoo mmammarima aduonu nwɔtwe ne mmammaa aduosia.
ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।
22 Rehoboam sii Maaka babarima Abia ahenemmahene maa ɛdaa adi pefee sɛ daakye, ɔno na ɔbɛdi nʼadeɛ sɛ ɔhene.
ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟଙ୍କୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।
23 Bio, Rehoboam faa nyansakwan so de dwumadie hyehyɛɛ ne mmammarima a wɔaka no nsa, de wɔn tuatuaa nkuro a wɔabɔ ho ban, wɔ nsase no nyinaa so. Ɔmaa wɔn wɔn ahiadeɛ nyinaa, hyehyɛɛ awadeɛ bebree maa wɔn mu biara.
ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।

< 2 Berɛsosɛm 11 >