< 1 Samuel 7 >
1 Enti, Kiriat-Yearimfoɔ bɛgyee Awurade Apam Adaka no. Wɔde kɔɔ Abinadab efie a ɛda bepɔ nkyɛn baabi. Ɛhɔ na wɔdwiraa ne babarima Eleasa sɛ ɔnhwɛ so.
ଏଥିଉତ୍ତାରେ କିରୀୟଥ୍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି, ସଦାପ୍ରଭୁଙ୍କ ସିନ୍ଦୁକରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ।
2 Apam Adaka no kyɛree yie wɔ Kiriat-Yearim. Ɛdii mfirinhyia aduonu wɔ hɔ. Saa ɛberɛ no Israel nyinaa twaa agyaadwoɔ, ɛfiri sɛ na ayɛ sɛ Awurade agya wɔn.
ସିନ୍ଦୁକ କିରୀୟଥ୍-ଯିୟାରୀମ୍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ।
3 Na Samuel ka kyerɛɛ Israelfoɔ nyinaa sɛ, “Sɛ mode mo akoma nyinaa resane akɔ Awurade nkyɛn deɛ a, ɛnneɛ, montwe mo ho mfiri ananafoɔ anyame ne Astoret ahoni ho. Monsi mo adwene pi sɛ mobɛyɛ ɔsetie ama Awurade, na monsom ɔno nko, na ɔbɛgye mo afiri Filistifoɔ nsam.”
ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।”
4 Enti, Israelfoɔ no too Baalim ne Astoret guiɛ, somm Awurade nko.
ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।
5 Afei, Samuel ka kyerɛɛ Israelfoɔ no nyinaa sɛ, “Mo nyinaa mommra Mispa, na memmɔ Awurade mpaeɛ mma mo.”
ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”
6 Enti, wɔboaa wɔn ho ano wɔ hɔ. Na wɔn nyankomadeɛ mu no, wɔsaa nsuo firi abura bi mu, na wɔhwie guu Awurade anim. Wɔdii abuada ɛda no, na wɔkaa nokorɛ sɛ wɔayɛ bɔne atia Awurade. Enti, Mispa hɔ na Samuel bɛyɛɛ Israel so ɔtemmufoɔ.
ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।
7 Ɛberɛ a Filistifoɔ sodifoɔ no tee sɛ Israel nyinaa aboa wɔn ho ano wɔ Mispa no, wɔboaboaa wɔn akodɔm ano, tu teneeɛ. Na Israelfoɔ no tee sɛ Filistifoɔ no rebɛn wɔn no, wɔn akoma tuu yie.
ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ।
8 Wɔdwane toaa Samuel sɛ, “Srɛ Awurade, yɛn Onyankopɔn, na ɔnnye yɛn mfiri Filistifoɔ nsam.”
ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।”
9 Enti, Samuel faa odwan ba a ɔnyiniiɛ de ne mua no bɔɔ ɔhyeɛ afɔdeɛ maa Awurade. Ɔsrɛɛ Awurade maa Israelfoɔ, na Awurade tieeɛ.
ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ।
10 Ɛberɛ a Samuel gu so rebɔ ɔhyeɛ afɔdeɛ no, Filistifoɔ no baa sɛ wɔrebɛko. Nanso, Awurade de aprannaa nne a emu yɛ duru yie kasa firi soro, maa basabasayɛ sii Filistifoɔ no mu, maa Israelfoɔ no dii wɔn so nkonim.
ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।
11 Israel mmarima pamoo wɔn firi Mispa, kɔsii Bet-Kar, kunkumm wɔn guu ɛkwan so.
ତହୁଁ ଇସ୍ରାଏଲ ଲୋକମାନେ ମିସ୍ପାରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବେଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
12 Ɛnna Samuel faa ɔboɔ kɛseɛ bi de sii Mispa ne Sen ntam. Na ɔtoo no edin Ebeneser a aseɛ ne “Ɔboa boɔ” na ɔkaa sɛ, “Ɛha na Awurade aboa yɛn abɛsi!”
ତହିଁରେ ଶାମୁୟେଲ ଖଣ୍ଡେ ପଥର ନେଇ ମିସ୍ପା ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, “ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି।”
13 Enti, wɔdii Filistifoɔ no so, na wɔantumi ammɛgye Israelfoɔ nsase amfa wɔ ɛberɛ tenten bi mu. Na Samuel nkwa nna mu nyinaa, Awurade nsa a ɛyɛ den no tiaa Filistifoɔ.
ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି, ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟମାନଙ୍କର ପ୍ରତିକୂଳ ହେଲା।
14 Na Israel nkuro a ɛbɛn Ekron ne Gat no a na Filistifoɔ no agyegye no. Wɔde asase a aka a Filistifoɔ no agyegyeɛ no kaa ho. Ɛmaa asomdwoeɛ baa Israel ne Amorifoɔ ntam saa ɛberɛ no.
ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା।
15 Samuel kɔɔ so yɛɛ Israel so ɔtemmufoɔ ne nkwa nna a aka nyinaa.
ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ।
16 Afe biara, na ɔtu kwan kyinkyini bu atɛn wɔ nʼasɛnniiɛ. Ɔfiri aseɛ wɔ Bet-El de kɔ Gilgal na wawie wɔ Mispa. Ɔbuu Israelfoɔ atɛn wɔ saa nkurotoɔ yi biara so.
ସେ ପ୍ରତି ବର୍ଷ ବେଥେଲ୍ ଓ ଗିଲ୍ଗଲ୍ ଓ ମିସ୍ପାରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ।
17 Afei, na ɔsane ba ne kurom Rama bɛdi nsɛm wɔ hɔ nso. Na Samuel sii afɔrebukyia wɔ Rama de maa Awurade.
ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।