< 1 Ahemfo 9 >
1 Ɛberɛ a Salomo wiee Awurade asɔredan no ne ahemfie no sie no, ɔhunuu sɛ wayɛ deɛ ɔpɛ sɛ ɔyɛ no nyinaa awie.
ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,
2 Awurade daa ne ho adi kyerɛɛ no ne mprenu so, sɛdeɛ na wada ne ho adi akyerɛ no wɔ Gibeon dada no.
ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବୀୟୋନ୍ରେ ଦର୍ଶନ ଦେଇଥିଲେ, ସେପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ।
3 Awurade ka kyerɛɛ no sɛ: “Mate wo mpaeɛbɔ ne wʼadesrɛ. Mate saa asɔredan yi a woasi no ho, sɛdeɛ wɔbɛhyɛ me din animuonyam wɔ hɔ afebɔɔ. Mɛhwɛ so na mama mʼani aku ho.
ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଲୁ; ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ପୁଣି, ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ।
4 “Na wo, sɛ wode nokorɛ ne nyamesuro di mʼakyi, sɛdeɛ wʼagya Dawid yɛeɛ, na ɔdii me mmara ne mʼahyɛdeɛ nyinaa so no a,
ଆଉ ଆମ୍ଭେ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ, ତଦନୁସାରେ କର୍ମ କରିବା ପାଇଁ ଯଦି ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି, ଆମ୍ଭ ବିଧି ଓ ଶାସନ ପାଳନ କରିବ;
5 mɛtim wʼahennie nnidisoɔ ase wɔ Israel afebɔɔ, sɛdeɛ meka kyerɛɛ wʼagya Dawid sɛ, ‘Ɛremma sɛ worennya ɔbarima bi nntena Israel ahennwa no so da no.’
‘ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ହେବ ନାହିଁ,’ ଏହି ଯେଉଁ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା।
6 “Na sɛ wo anaa wo mmammarima dane firi me ho, na wɔbu me mmara ne mʼahyɛdeɛ a mede ama mo no so, na sɛ wɔfiri akyire kɔsom anyame afoforɔ sɔre wɔn a,
ମାତ୍ର ଯଦି ତୁମ୍ଭେମାନେ, ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାତ୍ଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
7 ɛnneɛ, mɛtwa Israel afiri asase a mede ama wɔn no so, na mapo saa asɔredan a mate ho wɔ me din mu no. Ɛbɛma Israel atɔ sin, na ayɛ aseredeɛ wɔ nnipa nyinaa mu.
ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା; ପୁଣି, ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ, ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ;
8 Na ɛwom sɛ saa Asɔredan yi yɛ fɛ deɛ, nanso, wɔn a wɔbɛtwam wɔ ho no bɛtwiri no, adi ho abooboo, abisa sɛ, ‘Adɛn enti na Awurade ayɛ asase yi ne Asɔredan yi saa?’
ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ହେଁ, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ବିଦ୍ରୂପ କରି କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ?’
9 Nnipa bɛbua sɛ, ‘Ɛfiri sɛ, wɔapa Awurade, wɔn Onyankopɔn, a ɔyii wɔn agyanom firii Misraim no akyi, na wɔde wɔn ho akɔdan anyame afoforɔ a wɔresom wɔn, sɔre wɔn. Ɛno enti na Awurade ama saa ɔhaw ne abɛbrɛsɛ yi aba wɔn so no.’”
ତହିଁରେ ଲୋକମାନେ ଉତ୍ତର କରିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।’”
10 Mfeɛ aduonu a Salomo de sii Awurade asɔredan no ne ahemfie no akyi,
ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା;
11 ɔhene Salomo de nkurotoɔ aduonu a ɛwɔ Galilea maa Tirohene Huram, ɛfiri sɛ, Huram maa no ntweneduro nnua ne pepeaa nnua ne sikakɔkɔɔ a na ɔhia.
ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୂରମ୍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୂରମ୍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ଯୋଗାଇ ଦେଇଥିଲା।
12 Huram firii Tiro kɔhwɛɛ nkuro a Salomo de ama no no, nanso nʼani ansɔ koraa.
ଏଉତ୍ତାରେ ହୂରମ୍ ଶଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ।
13 Ɔbisaa sɛ, “Me nua, na nkuro bɛn na wode ama me yi? Saa nkuro yi nni mu!” Enti, ɔfrɛɛ hɔ Kabul, “Deɛ ɛnni mu” de bɛsi ɛnnɛ.
ତହୁଁ ସେ କହିଲା, “ହେ ମୋହର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ?” ପୁଣି, ସେ ସେହିସବୁର ନାମ କାବୂଲ ଦେଶ ଦେଲା, ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
14 Na Huram asoma ma wɔde sikakɔkɔɔ tɔno 4 akɔma Salomo.
ପୁଣି, ହୂରମ୍ ଏକ ଶହ କୋଡ଼ିଏ ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା।
15 Ɛkwan a ɔhene Salomo faa so tintim, hyɛɛ nnipa, ma wɔsii Awurade asɔredan no ne nʼahemfie, Milo, Yerusalem ɔfasuo ne Hasor, Megido ne Geser nkuro no nie:
ସଦାପ୍ରଭୁଙ୍କ ଗୃହ, ଆପଣା ନିଜ ଗୃହ, ମିଲ୍ଲୋ, ଯିରୂଶାଲମର ପ୍ରାଚୀର, ହାସୋର, ମଗିଦ୍ଦୋ ଓ ଗେଷର ନିର୍ମାଣ କରିବା ପାଇଁ ରାଜା ଶଲୋମନ ଯେଉଁ ବେଠିକର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ, ତହିଁର ବିବରଣ।
16 Misraimhene kɔtuaa Geser, gyee hɔ faeɛ. Ɔkumm Kanaanfoɔ a wɔte kuro no mu nyinaa, hyee hɔ pasaa. Ɔde kuropɔn no maa ne babaa no sɛ akyɛdeɛ ɛberɛ a ɔwaree Salomo no.
ମିସରର ରାଜା ଫାରୋ ଯାଇ ଗେଷର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନୀୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ଶଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା।
17 Enti, Salomo sane kyekyeree Geser kuropɔn no. Afei, ɔsane kyekyeree nkuro a ɛwɔ Bet-Horon anafoɔ,
ଏହେତୁ ଶଲୋମନ ଦେଶ ମଧ୍ୟରେ ଗେଷର, ଅଧଃସ୍ଥିତ ବେଥ୍-ହୋରଣ,
18 Baalat ne Tamar wɔ ɛserɛ so, nʼasase so.
ବାଲତ୍ ଓ ପ୍ରାନ୍ତରସ୍ଥ ତାମୋର,
19 Ɔkyekyeree nkuro a na wɔkora nnuane wɔ hɔ, kyekyeree nkuropɔn nso a na wɔkora ne nteaseɛnam ne nʼapɔnkɔ wɔ hɔ. Ɔkyekyeree Yerusalem ne Lebanon ne nʼahemman nyinaa, sɛdeɛ nʼakoma pɛ.
ଆଉ ଶଲୋମନଙ୍କର ଯେ ଯେ ଭଣ୍ଡାର ନଗର ଥିଲା, ତାହାସବୁ ଓ ରଥ ପାଇଁ ନଗର ଓ ଅଶ୍ୱାରୋହୀମାନଙ୍କ ପାଇଁ ନଗର, ପୁଣି, ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ସନ୍ତୁଷ୍ଟ ହେଲେ, ତାହାସବୁ ନିର୍ମାଣ କଲେ।
20 Na nnipa bi da so te asase no so a wɔnyɛ Israelfoɔ. Wɔne Amorifoɔ, Hetifoɔ, Perisifoɔ, Hewifoɔ ne Yebusifoɔ.
ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସକଳ ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ;
21 Yeinom ne aman a na Israel nwiee wɔn asetɔre korakora no asefoɔ. Enti, Salomo hyɛɛ wɔn ma wɔyɛɛ nʼadwumayɛfoɔ, na wɔda so yɛ de bɛsi ɛnnɛ.
ଅର୍ଥାତ୍, ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ସମ୍ପୂର୍ଣ୍ଣ ରୂପେ ବିନାଶ କରିପାରି ନ ଥିଲେ, ସେମାନଙ୍କ ମଧ୍ୟରୁ ଶଲୋମନ ଆଜି ପର୍ଯ୍ୟନ୍ତ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ।
22 Nanso, Salomo anhyɛ Israelfoɔ amma wɔanyɛ ɔhyɛ nnwuma. Mmom, ɔmaa wɔyɛɛ asraafoɔ, aban adwumayɛfoɔ. Ɔmaa ebinom yɛɛ nʼakodɔm, ne nteaseɛnam ne ne nteaseɛnamkafoɔ so asahene.
ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ, ତାଙ୍କ ଅଧିପତି, ତାଙ୍କର ସେନାପତି, ତାଙ୍କ ରଥ ଓ ଅଶ୍ୱାରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ।
23 Afei, ɔyii wɔn mu ahanum ne aduonum maa wɔhwɛɛ ne nkɔso nnwuma ahodoɔ so.
ସେମାନଙ୍କ ମଧ୍ୟରୁ ପାଞ୍ଚ ଶହ ପଚାଶ ଜଣ ଶଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ। ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
24 Ɛberɛ a Salomo yii ne yere a ɛyɛ Farao babaa no firii Dawid kuro no mu, de no kɔɔ ahemfie foforɔ a wasi ama no no mu no, ɔsii Milo.
ମାତ୍ର ଫାରୋର କନ୍ୟା ଦାଉଦ-ନଗରରୁ ଶଲୋମନଙ୍କ ଦ୍ୱାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା; ତେବେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।
25 Afe biara mu, na Salomo bɔ ɔhyeɛ afɔdeɛ ne asomdwoeɛ afɔdeɛ ma Awurade wɔ afɔrebukyia a ɔsiiɛ no so mprɛnsa. Na ɔhye aduhwam nso ma Awurade. Enti, ɔde wiee asɔredan no si.
ପୁଣି, ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜ୍ୱଳାଇ ବର୍ଷକେ ତିନି ଥର ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହିରୂପେ ସେ ଗୃହ ନିର୍ମାଣ ସମାପ୍ତ କଲେ।
26 Akyire no, ɔhene Salomo yɛɛ ɛpo so ahyɛn wɔ Esion-Geber, hyɛngyinabea a ɛbɛn Elot a ɛwɔ Edom asase so hɔ a ɛwɔ Ɛpo Kɔkɔɔ no mpoano.
ଏଥିଉତ୍ତାରେ ଶଲୋମନ ରାଜା ଇଦୋମ ଦେଶରେ ସୂଫ ସାଗରତୀରସ୍ଥ ଏଲତ୍ ନିକଟବର୍ତ୍ତୀ ଇତ୍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
27 Na Huram maa nʼahyɛn mu adwumayɛfoɔ a wɔnim hyɛn mu adwuma yie no, ne Salomo nkurɔfoɔ de ahyɛn no yɛɛ adwuma.
ପୁଣି, ହୂରମ୍ ସେହି ଜାହାଜରେ ଶଲୋମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା।
28 Wɔyɛɛ adwuma kɔɔ Ofir, na wɔsane de sikakɔkɔɔ tɔno 16 brɛɛ Salomo.
ଆଉ ସେମାନେ ଓଫୀରକୁ ଯାଇ ସେଠାରୁ ଚାରି ଶହ କୋଡ଼ିଏ ତାଳନ୍ତ ସୁନା ନେଇ ଶଲୋମନ ରାଜାଙ୍କ ନିକଟକୁ ଆଣିଲେ।