< 1 Ahemfo 12 >

1 Rehoboam kɔɔ Sekem, ɛfiri sɛ, na Israelfoɔ nyinaa akɔ hɔ sɛ wɔrekɔsi no ɔhene.
ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।
2 Ɛberɛ a Nebat babarima Yeroboam tee sɛ Salomo awuo no, ɔfiri Misraim baeɛ, ɛfiri sɛ ɔdwane firii ɔhene Salomo nsam kɔtenaa Misraim.
ଏଥିମଧ୍ୟରେ ନବାଟର ପୁତ୍ର ସେହି ଯେ ଯାରବୀୟାମ ଶଲୋମନ ରାଜାଙ୍କର ଛାମୁରୁ ପଳାଇ ମିସରରେ ଏଯାଏ ଥିଲେ, ସେ ତାଙ୍କର ମୃତ୍ୟୁୁ ସମ୍ବାଦ ପାଇଲେ; ସେ ମିସରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ।
3 Enti, Israel mpanimfoɔ soma ma wɔkɔfaa Yeroboam, na Israel nnipadɔm no nyinaa kɔɔ Rehoboam nkyɛn, ne no kɔkasaeɛ sɛ,
ତହିଁରେ ଯାରବୀୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବୀୟାମଙ୍କ ନିକଟକୁ ଆସି ଏହି କଥା କହିଲେ,
4 “Wʼagya hyɛɛ yɛn ma yɛyɛɛ adwumaden. Yɛsrɛ wo, te saa adwumaden ne apeatoɔ adesoa duruduru a wʼagya de soaa yɛn no so. Woyɛ saa a, yɛbɛsom wo nokorɛ mu.”
“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।”
5 Rehoboam buaa sɛ, “Momma me nnansa na menwene mo asɛm yi ho. Ɛno akyi, mommra mmɛgye me mmuaeɛ.” Enti, nnipa no sane kɔeɛ.
ତହୁଁ ସେ ସେମାନଙ୍କୁ କହିଲେ, “ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋʼ ନିକଟକୁ ଆସ।” ତହିଁରେ ଲୋକମାନେ ଚାଲିଗଲେ।
6 Na ɔhene Rehoboam ne ne mpanimfoɔ a wɔsom nʼagya Salomo ɛberɛ a ɔte ase no tuu asɛm no ho agyina. Ɔbisaa mpanimfoɔ no sɛ, “Moka asɛm no ho ɛdeɛn? Mmuaeɛ bɛn na memfa mma saa nnipa yi?”
ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
7 Wɔbuaa no sɛ, “Sɛ ɛnnɛ yi, wopɛ sɛ woyɛ ɔsomfoɔ ma saa nnipa yi, na woma wɔn mmuaeɛ pa a, ɛnneɛ, daa wɔbɛsom wo nokorɛ mu.”
ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
8 Nanso Rehoboam amfa afotuo a mpanimfoɔ no tuu no no. Mmom, ɔkɔɔ nʼatipɛnfoɔ mmabunu bi a ɔne wɔn sii so a na wɔtu no fo no nkyɛn.
ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।
9 Ɔbisaa wɔn sɛ, “Mo nso mo adwene ne sɛn? Mmuaeɛ bɛn na memfa nkɔma nnipa a wɔpɛ sɛ mete adesoa a mʼagya de soaa wɔn no so?”
ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ମୋତେ କହୁଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ?’”
10 Nʼatipɛnfoɔ mmabunu buaa no sɛ, “Ka kyerɛ wɔn a wɔnwiinwii no sɛ, ‘Me kɔkorɔbɛto mu pi sene mʼagya asene; sɛ modwene sɛ ɔhyɛɛ mo so dodo a, montwɛn na monhwɛ sɛdeɛ mɛyɛ.’
ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋʼ ପିତାଙ୍କ କଟିଠାରୁ ମୋଟ।
11 Aane, mʼagya yɛɛ den wɔ mo so, na mɛyɛ aboro saa. Mʼagya kaa mo mpire a, me deɛ mede anyanyankyerɛ bɛkeka mo.”
ଏଥିପାଇଁ ମୋʼ ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”
12 Nnansa akyi, Yeroboam ne nnipa no nyinaa sane baa sɛ wɔrebɛtie Rehoboam mmuaeɛ, sɛdeɛ ɔkaeɛ no.
ତୃତୀୟ ଦିନରେ ମୋʼ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ।
13 Ɔhene no buaa nnipa no abufuo so. Wamfa mpanimfoɔ no afotuo no;
ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ;
14 ɔfaa mmabunu no afotuo. Ɔka kyerɛɛ nnipa no sɛ, “Mʼagya yɛɛ den wɔ mo so, na mɛyɛ aboro saa. Mʼagya hwee mo mpire na me deɛ mede anyanyankyerɛ bɛkeka mo.”
ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋʼ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
15 Enti, ɔhene no antie nnipa no adesrɛ. Sɛdeɛ nneɛma mu daneeɛ no nyinaa firi Awurade, ɛfiri sɛ, ɛmaa asɛm a Awurade nam Ahiya a ɔfiri Silo so ka kyerɛɛ Nebat babarima Yeroboam no baa mu.
ଏହିରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ଦ୍ୱାରା ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା।
16 Ɛberɛ a Israel nyinaa hunuu sɛ ɔhene anyɛ wɔn abisadeɛ amma wɔn no, wɔteateaam sɛ, “Yɛne Dawid nni hwee yɛ! Yɛne Yisai babarima no nni hwee yɛ! Israel, momma yɛnkɔ yɛn nkyi! Dawid, hwɛ wʼankasa wo fie so!” Enti, Israelfoɔ no sane kɔɔ wɔn fie.
ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।”
17 Na Rehoboam toaa so dii Israelfoɔ a wɔtenaa Yuda nkuro so no nyinaa so ɔhene.
ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।
18 Na ɔhene Rehoboam somaa Adoram a na ɔtua adwumayɛfoɔ ano no sɛ ɔnkɔhwɛ, na asomdwoeɛ mmra, nanso Israel nyinaa sii no aboɔ, kumm no. Ɛberɛ a ɔhene Rehoboam tee saa asɛm yi no, ntɛm ara, ɔhuri tenaa ne teaseɛnam mu, dwane kɔɔ Yerusalem.
ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ଅଦୋନୀରାମ୍‍କୁ ପଠାଇଲେ; ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।
19 Israel mmusuakuo a wɔwɔ atifi fam no ampene sɛ Dawid aseni bɛdi wɔn so, de bɛsi ɛnnɛ.
ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।
20 Ɛberɛ a Israelfoɔ tee sɛ Yeroboam firi Misraim asane aba no, wɔyɛɛ nhyiamu, sii no ɔhene wɔ Israel nyinaa so. Enti, Yuda abusuakuo no nko ara na wɔkaeɛ, somm Dawid fie nokorɛ mu.
ଏଉତ୍ତାରେ ଯାରବୀୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା କେହି ଦାଉଦ-ବଂଶର ଅନୁଗାମୀ ହେଲା ନାହିଁ।
21 Ɛberɛ a Rehoboam duruu Yerusalem no, ɔboaboaa Yuda ne Benyamin akodɔm ano. Ɔyii akofoɔ mpem ɔha ne aduɔwɔtwe, sɛ wɔrekɔko atia Israel akodɔm, na wɔafa ahemman no adi so.
ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ଯିହୁଦାର ସମସ୍ତ ବଂଶର ଓ ବିନ୍ୟାମୀନ୍ ଗୋଷ୍ଠୀର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ଶଲୋମନଙ୍କର ପୁତ୍ର ରିହବୀୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା।
22 Nanso, Onyankopɔn ka kyerɛɛ Semaia, Onyankopɔn onipa no sɛ,
ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
23 “Ka kyerɛ Salomo babarima Rehoboam, Yudahene ne nnipa a wɔfiri Yuda ne Benyamin sɛ,
“ଯିହୁଦାର ରାଜା ଶଲୋମନର ପୁତ୍ର ରିହବୀୟାମକୁ, ପୁଣି, ଯିହୁଦା ଓ ବିନ୍ୟାମୀନ୍‍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ:
24 ‘Sɛdeɛ Awurade seɛ nie, Mo ne mo nuanom Israelfoɔ nntwa mo ho nko. Monsane nkɔ mo akyi, na deɛ asi no nyinaa firi me!’” Enti, wɔtiee Awurade asɛm no, sane kɔɔ wɔn fie sɛdeɛ Awurade hyɛeɛ no.
‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି।’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ।
25 Yeroboam kyekyeree Sekem kuro wɔ Efraim bepɔ asase so, ma ɛbɛyɛɛ ne kuropɔn. Akyire yi, ɔkɔkyekyeree kuro Penuel.
ଏହି ସମୟରେ ଯାରବୀୟାମ ଇଫ୍ରୟିମର ପର୍ବତମୟ ଦେଶରେ ଶିଖିମ ନିର୍ମାଣ କରି ତହିଁରେ ବାସ କଲେ; ପୁଣି, ସେ ସେଠାରୁ ଯାଇ ପନୂୟେଲ ନିର୍ମାଣ କଲେ।
26 Yeroboam dwenee ho dinn, see nʼakomam sɛ, “Sɛ manhwɛ yie a, ahemman no bɛsane akɔ Dawid fiefoɔ adedifoɔ nsam.
ତହୁଁ ଯାରବୀୟାମ ଆପଣା ମନେ ମନେ କହିଲେ, “ଏବେ ରାଜ୍ୟ ପୁନର୍ବାର ଦାଉଦ-ବଂଶର ଅଧୀନ ହେବ;
27 Na sɛ wɔkɔ Yerusalem, kɔbɔ afɔdeɛ wɔ Awurade Asɔredan mu nso a, wɔbɛsom Yudahene Rehoboam. Ɛba saa a, wɔbɛkum me, de ɔno mmom asi wɔn so ɔhene.”
ଯେବେ ଏହି ଲୋକମାନେ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଯିହୁଦାର ରାଜା ରିହବୀୟାମ ପ୍ରତି ଫେରିବ; ତହିଁରେ ସେମାନେ ମୋତେ ବଧ କରି ଯିହୁଦାର ରାଜା ରିହବୀୟାମ ନିକଟକୁ ଫେରିଯିବେ।”
28 Enti, ɔtiee deɛ nʼafotufoɔ ka, na ɔyɛɛ sikakɔkɔɔ anantwie mma mmienu. Ɔka kyerɛɛ nnipa no sɛ, “Ɛyɛ ɔbrɛ bebree sɛ mobɛforo akɔ Yerusalem akɔsom. Ɛno enti, Israel, yeinom ne anyame a wɔyii mo firii Misraim!”
ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ; ପୁଣି, ସେ ଲୋକମାନଙ୍କୁ କହିଲେ, “ଯିରୂଶାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି; ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ।”
29 Ɔde nantwie mma ahoni yi sisii Israel anafoɔ ne atifi, wɔ Bet-El ne Dan.
ତହୁଁ ସେ ଗୋଟିକୁ ବେଥେଲ୍‍ରେ ଓ ଅନ୍ୟଟିକୁ ଦାନ୍‍ରେ ସ୍ଥାପନ କଲେ।
30 Yei bɛyɛɛ bɔne kɛseɛ, ɛfiri sɛ, nnipa no somm ahoni no, a na mpo wɔtwa ɛkwan kɔ Dan.
ଏହି କର୍ମ ପାପର କାରଣ ହେଲା; କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ୍ ପର୍ଯ୍ୟନ୍ତ ସୁଦ୍ଧା ଗଲେ।
31 Yeroboam sisii abosonnan wɔ nkokoɔ so, na ɔpaa asɔfoɔ firii nnipa no mu a na wɔmfiri Lewi asɔfoɔ abusua mu.
ଏଉତ୍ତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଯେଉଁମାନେ ଲେବୀ-ସନ୍ତାନ ନୁହନ୍ତି, ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ।
32 Yeroboam hyehyɛɛ nyamesom dapɔnna wɔ Bet-El a na wɔdi saa nna no Bul bosome (bɛyɛ Ahinime) mu a na ɛte sɛ Yuda Dwanekɔbea Afahyɛ no ara. Bet-El hɔ na ɔno ankasa bɔɔ afɔdeɛ maa anantwie mma ahoni a wayɛ no. Na Bet-El hɔ ara nso, na ɔpaa asɔfoɔ, maa abosomfie a ɔsisiiɛ no.
ପୁଣି, ଯାରବୀୟାମ ଅଷ୍ଟମ ମାସରେ, ମାସର ପଞ୍ଚଦଶ ଦିନରେ ଯିହୁଦାର ପର୍ବ ତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦିକୁ ଗଲେ; ଏହିରୂପେ ସେ ସ୍ୱନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବେଥେଲ୍‍ରେ ବଳିଦାନ କଲେ; ପୁଣି, ସେ ଆପଣାର କୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବେଥେଲ୍‍ରେ ସ୍ଥାପନ କଲେ।
33 Na ɔno ankasa yii da bi too hɔ, Bul bosome (bɛyɛ Ɔsannaa) mfimfini mu hɔ, na Yeroboam kɔbɔɔ afɔdeɛ wɔ afɔrebukyia so wɔ Bet-El. Ɔhyɛɛ anyamesom afahyɛ ase maa Israel, na ɔforo kɔɔ afɔrebukyia no so kɔhyee aduhwam.
ଏହିପରି ସେ ଅଷ୍ଟମ ମାସର ପଞ୍ଚଦଶ ଦିନରେ, ଅର୍ଥାତ୍‍, ଆପଣା ମନର ସଂକଳ୍ପିତ ମାସରେ ବେଥେଲ୍‍ସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକୁ ଗଲେ ଓ ସେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦିକୁ ଗଲେ।

< 1 Ahemfo 12 >