< Hiob 34 >
ଆହୁରି ଇଲୀହୂ ଉତ୍ତର କରି କହିଲା,
2 “Mo anyansafo, muntie me nsɛm; mo nimdefo monyɛ aso mma me.
“ହେ ଜ୍ଞାନୀମାନେ, ମୋʼ କଥା ଶୁଣ, ହେ ବିଜ୍ଞମାନେ, ମୋʼ କଥାରେ କର୍ଣ୍ଣ ଦିଅ।
3 Efisɛ aso sɔ nsɛm hwɛ sɛnea tɛkrɛma ka aduan hwɛ no.
କାରଣ ସ୍ୱାଦ ଯେପରି ଭକ୍ଷ୍ୟର ସ୍ୱାଦ ବୁଝେ, କର୍ଣ୍ଣ ସେପରି ବାକ୍ୟର ପରୀକ୍ଷା କରେ।
4 Momma yɛnsese, nhu nea eye ma yɛn. Momma yɛn nyinaa mmɔ mu nsua nea eye.
ଯାହା ଯଥାର୍ଥ, ତାହା ଆମ୍ଭେମାନେ ଆପଣାମାନଙ୍କ ପାଇଁ ମନୋନୀତ କରୁ; ଯାହା ଭଲ, ତାହା ଆମ୍ଭେମାନେ ଆପଣାମାନଙ୍କ ମଧ୍ୟରେ ନିଶ୍ଚୟ କରୁ।
5 “Hiob ka se, ‘Me ho nni asɛm, nanso Onyankopɔn abu me ntɛnkyew.
କାରଣ ଆୟୁବ କହିଅଛି, ‘ମୁଁ ଧାର୍ମିକ, ପୁଣି ପରମେଶ୍ୱର ମୋହର ନ୍ୟାୟ ହରଣ କରିଅଛନ୍ତି;
6 Ɛwɔ mu sɛ mʼasɛm da kwan mu, nanso wobu me ɔtorofo; ɛwɔ mu sɛ menyɛɛ bɔne biara, nanso ne bɛmma no ama me apirakuru a enwu da.’
ମୁଁ ନ୍ୟାୟବାନ ହେଲେ ହେଁ ମିଥ୍ୟାବାଦୀ ଗଣିତ ହୋଇଅଛି; ମୁଁ ଅପରାଧରହିତ ହେଲେ ହେଁ ମୋହର କ୍ଷତି ପ୍ରତିକାରହୀନ।’
7 Onipa bɛn na ɔte sɛ Hiob a ɔnom animtiaabu sɛ nsu?
ଆୟୁବ ପରି କେଉଁ ଲୋକ ଅଛି? ସେ ଜଳ ପରି ନିନ୍ଦା ପାନ କରେ।
8 Ɔne amumɔyɛfo nantew; na ɔne atirimɔdenfo nso bɔ.
ସେ ଅଧର୍ମାଚାରୀମାନଙ୍କ ସଙ୍ଗେ ଯାଏ ଓ ଦୁଷ୍ଟ ଲୋକମାନଙ୍କ ସଙ୍ଗେ ଗମନାଗମନ କରେ।
9 Efisɛ ɔka se, ‘Sɛ onipa bɔ mmɔden sɛ ɔbɛsɔ Onyankopɔn ani a onnya so mfaso biara.’
କାରଣ ସେ କହିଅଛି, ‘ପରମେଶ୍ୱରଙ୍କଠାରେ ଆନନ୍ଦ କଲେ, ମନୁଷ୍ୟର କିଛି ଲାଭ ନାହିଁ।’
10 “Enti mo mmarima a mowɔ ntease muntie me. Ɛmpare Onyankopɔn sɛ ɔbɛyɛ bɔne, sɛ Otumfo no bɛyɛ mfomso.
ହେ ବୁଦ୍ଧିମାନ ଲୋକେ, ମୋʼ କଥା ଶୁଣ; ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ।
11 Nnipa nneyɛe so na ɔhwɛ tua wɔn ka; nea ɛfata ne nneyɛe na ɔma ɛba ne so.
ମନୁଷ୍ୟର କର୍ମାନୁସାରେ ସେ ତାହାକୁ ଫଳ ଦେବେ ଓ ପ୍ରତ୍ୟେକ ଲୋକକୁ ତାହାର ଆଚରଣ ପ୍ରମାଣେ ଫଳ ଭୋଗ କରାଇବେ।
12 Ɛmfata sɛ wɔde mfomso susuw Onyankopɔn, na ɛmfata sɛ wɔde ntɛnkyew susuw Otumfo.
ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ, ସର୍ବଶକ୍ତିମାନ ବିଚାର ବିପରୀତ କରିବେ ନାହିଁ।
13 Hena na ɔde no sii asase so? Hena na ɔde wiase nyinaa hyɛɛ ne nsa?
କିଏ ତାହାଙ୍କୁ ପୃଥିବୀର କର୍ତ୍ତୃତ୍ୱଭାର ଦେଲା? ଅବା କିଏ ସମୁଦାୟ ଜଗତର ନିରୂପଣ କରିଅଛି?
14 Sɛ ɛyɛɛ ne pɛ na oyii ne Honhom ne nʼahome a,
ଯଦି ସେ ମନୁଷ୍ୟ ଉପରେ ଆପଣା ମନ ଦେବେ, ଯଦି ସେ ତାହାର ଆତ୍ମା ଓ ନିଶ୍ୱାସ ଆପଣା ନିକଟରେ ସଂଗ୍ରହ କରିବେ;
15 anka adesamma nyinaa bɛbɔ mu ayera, na onipa bɛsan akɔ mfutuma mu.
ତେବେ ସକଳ ପ୍ରାଣୀ ଏକତ୍ର ବିନଷ୍ଟ ହେବେ ଓ ମନୁଷ୍ୟ ପୁନର୍ବାର ଧୂଳିରେ ମିଶିଯିବ।
16 “Sɛ mowɔ nhumu a, muntie eyi; muntie nea meka.
ତୁମ୍ଭର ବିବେଚନା ଥିଲେ, ଏହା ଶୁଣ; ମୋʼ ବାକ୍ୟର ରବରେ ମନୋଯୋଗ କର।
17 So obi a okyi atɛntrenee betumi adi nnipa so? Mubetumi abu Ɔtreneeni kɛse no fɔ ana?
ଯେ ନ୍ୟାୟ ଘୃଣା କରେ, ସେ କି ଶାସନ କରିବ? ଓ ଯେ ଧାର୍ମିକ ଓ ପରାକ୍ରମୀ, ତାହାଙ୍କୁ କି ତୁମ୍ଭେ ଦୋଷୀ କରିବ?
18 Ɛnyɛ Ɔno na ɔka kyerɛ ahemfo se, ‘Mo so nni mfaso,’ na ɔka kyerɛɛ atitiriw se, ‘Moyɛ atirimɔdenfo,’
ରାଜାକୁ, ‘ତୁମ୍ଭେ ଅଧମ;’ ଅବା ଅଧିପତିମାନଙ୍କୁ, ‘ତୁମ୍ଭେମାନେ ଦୁଷ୍ଟ’ ବୋଲି କହିବାର କି ଉପଯୁକ୍ତ?
19 nea ɔnhwɛ mmapɔmma anim na onyiyi adefo ne ahiafo mu, efisɛ wɔn nyinaa yɛ ne nsa ano adwuma.
ତେବେ ପରମେଶ୍ୱର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ?
20 Wowuwu mmere tiaa bi mu, wɔ anadwo dasu mu; nnipa no ho wosow na wɔsen kɔ; ahoɔdenfo totɔ a emfi nipa.
ସେମାନେ ମୁହୂର୍ତ୍ତକେ, ଅର୍ଦ୍ଧରାତ୍ରରେ ହିଁ ମରନ୍ତି; ଲୋକମାନେ କମ୍ପିତ ହୋଇ ପ୍ରାଣତ୍ୟାଗ କରନ୍ତି ଓ ବିକ୍ରମୀ ବିନା ହସ୍ତକ୍ଷେପରେ ଦୂରୀକୃତ ହୁଅନ୍ତି।
21 “Nʼani hwɛ nnipa akwan; na ohu wɔn anammɔntu biara.
କାରଣ ମନୁଷ୍ୟର ମାର୍ଗ ପ୍ରତି ପରମେଶ୍ୱରଙ୍କ ଦୃଷ୍ଟି ଅଛି ଓ ସେ ତାହାର ସବୁ ଗତି ଦେଖନ୍ତି।
22 Baabiara nni hɔ a aduru sum, sum kabii, a amumɔyɛfo betumi ahintaw.
ଯେଉଁଠାରେ ଅଧର୍ମାଚାରୀଗଣ ଲୁଚି ପାରନ୍ତି, ଏପରି ଅନ୍ଧକାର ଓ ମୃତ୍ୟୁଚ୍ଛାୟା ନାହିଁ।
23 Ɛho nhia Onyankopɔn sɛ ɔbɛhwehwɛ nnipa mu bio, a enti ɛsɛ sɛ wɔba nʼanim begye atemmu.
କାରଣ ମନୁଷ୍ୟର ପରମେଶ୍ୱରଙ୍କ ସାକ୍ଷାତରେ ବିଚାରାର୍ଥେ ଯିବାକୁ ହେବ ବୋଲି ତାହା ବିଷୟ ଦୀର୍ଘ ବିବେଚନା କରିବାର ତାହାଙ୍କର ଆବଶ୍ୟକ ନାହିଁ।
24 Ɔbobɔ abirɛmpɔn gu a ɔnyɛ nhwehwɛmu biara, na ɔde afoforo sisi wɔn anan mu.
ସେ ଅନୁଦ୍ଦେଶ୍ୟ ଉପାୟରେ ପରାକ୍ରାନ୍ତ ଲୋକମାନଙ୍କୁ ଖଣ୍ଡ ଖଣ୍ଡ କରନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ସ୍ଥାପନ କରନ୍ତି।
25 Efisɛ ohu wɔn nneyɛe, otu wɔn gu anadwo na wɔdwerɛw wɔn.
ଏହେତୁ ସେ ସେମାନଙ୍କ କର୍ମର ତତ୍ତ୍ୱ ନିଅନ୍ତି; ପୁଣି, ସେ ରାତ୍ରିରେ ସେମାନଙ୍କୁ ଓଲଟାଇ ପକାନ୍ତି, ତହିଁରେ ସେମାନେ ବିନଷ୍ଟ ହୁଅନ୍ତି।
26 Otua wɔn amumɔyɛsɛm so ka wɔ faako a obiara betumi ahu wɔn,
ସେ ଅନ୍ୟମାନଙ୍କ ଦୃଷ୍ଟିଗୋଚରରେ ଦୁଷ୍ଟ ଲୋକଙ୍କୁ ପ୍ରହାର କଲା ପରି ସେମାନଙ୍କୁ ପ୍ରହାର କରନ୍ତି;
27 efisɛ wɔman fii nʼakyi kɔe na wɔampɛ nʼakwan biara anhwɛ.
କାରଣ ସେମାନେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ଓ ତାହାଙ୍କର କୌଣସି ମାର୍ଗ ଆଦର କରିବାକୁ ଅନିଚ୍ଛୁକ ହେଲେ;
28 Wɔmaa ahiafo sufrɛ duu nʼanim na ɛma ɔtee mmɔborɔni su.
ଏହିରୂପେ ସେମାନେ ତାହାଙ୍କ ଛାମୁରେ ଦରିଦ୍ରର କ୍ରନ୍ଦନ ଉପସ୍ଥିତ କରାଇଲେ, ତହୁଁ ସେ ଦୁଃଖୀର କ୍ରନ୍ଦନ ଶୁଣିଲେ।
29 Nanso sɛ ɔyɛ komm a, hena na obetumi abu no fɔ? Sɛ ɔde nʼanim hintaw nso a, hena na obehu no? Nanso odi onipa ne ɔman so pɛpɛɛpɛ,
ସେ ଶାନ୍ତି ଦେଲେ, କିଏ ଦୋଷ ଦେଇ ପାରେ? ଓ ସେ ଆପଣା ମୁଖ ଆଚ୍ଛାଦନ କଲେ, କିଏ ତାହାଙ୍କୁ ଦେଖି ପାରେ? ଏହା କୌଣସି ଗୋଷ୍ଠୀ ଅବା କୌଣସି ବ୍ୟକ୍ତି ପ୍ରତି କରାଗଲେ, ଏକ ସମାନ ଥାଏ;
30 ɔmma onipa a onnim Nyame nni hene, sɛnea ɔrensum nnipa no mfiri.
ଏଣୁ ଅଧାର୍ମିକ ଲୋକ ରାଜତ୍ୱ କରେ ନାହିଁ, ଲୋକମାନଙ୍କୁ ଫାନ୍ଦରେ ପକାଇବାକୁ କେହି ନ ଥାଏ।
31 “Sɛ ɛba sɛ onipa ka kyerɛ Onyankopɔn se, ‘Mayɛ bɔne na merenyɛ bɔne bio.
କାରଣ କେହି କି ପରମେଶ୍ୱରଙ୍କୁ କହିଅଛି, ‘ମୁଁ ଶାସ୍ତି ଭୋଗ କରୁଅଛି, ଆଉ ଦୋଷ କରିବି ନାହିଁ;
32 Kyerɛ me na minhu; na sɛ mayɛ bɔne a, merenyɛ saa bio.’
ଯାହା ମୁଁ ଜାଣୁ ନାହିଁ, ତାହା ତୁମ୍ଭେ ମୋତେ ଶିଖାଅ; ଯଦି ମୁଁ ଅପରାଧ କରିଅଛି, ତେବେ ଆଉ ତାହା କରିବି ନାହିଁ?’
33 So ɛsɛ sɛ Onyankopɔn gyina nea woka so tua wo ka, wɔ bere a woayɛ sɛ worennu wo ho ana? Ɛsɛ sɛ wusi gyinae, ɛnyɛ me; enti ka nea wunim kyerɛ me.
ତାହାଙ୍କ ଦତ୍ତ ପ୍ରତିଫଳ କି ତୁମ୍ଭ ଇଚ୍ଛାମତ ହେବ ଯେ, ତୁମ୍ଭେ ତାହା ଅଗ୍ରାହ୍ୟ କରୁଅଛ? କାରଣ ମନୋନୀତ କରିବାର ତୁମ୍ଭର କର୍ମ, ମୋହର ନୁହେଁ; ଏଥିପାଇଁ ଯାହା ତୁମ୍ଭେ ଜାଣ, ତାହା କୁହ।
34 “Nnipa a wɔwɔ ntease pae mu ka, nimdefo a wotie me ka kyerɛ me se,
ବୁଦ୍ଧିମାନ ଲୋକେ ଏବଂ ମୋʼ କଥା ଶ୍ରବଣକାରୀ ପ୍ରତ୍ୟେକ ଜ୍ଞାନୀ ଲୋକ ମୋତେ କହିବେ;
35 ‘Hiob nkasa nimdeɛ kwan so; aba biara nni ne kasa mu.’
‘ଆୟୁବ ନ ଜାଣି କଥା କହେ ଓ ତାହାର କଥାସବୁ ଜ୍ଞାନବର୍ଜ୍ଜିତ।’
36 Ao, sɛ wɔsɔɔ Hiob hwɛ kɔɔ akyiri a anka eye, efisɛ oyiyii nsɛm ano sɛ omumɔyɛfo!
ଆୟୁବ ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ହେଉ, କାରଣ ସେ ଦୁଷ୍ଟ ଲୋକମାନଙ୍କ ପରି ଉତ୍ତର ଦେଇଅଛି।
37 Ɔde atuatew ka ne bɔne ho; ɔde ahantan bɔ ne nsam gu yɛn so na ɔma ne nsɛm a ɔka tia Onyankopɔn no dɔɔso.”
ଯେଣୁ ସେ ଆପଣା ପାପରେ ବିଦ୍ରୋହଭାବ ଯୋଗ କରୁଅଛି, ସେ ଆମ୍ଭମାନଙ୍କ ମଧ୍ୟରେ ହାତତାଳି ଦେଉଅଛି ଓ ପରମେଶ୍ୱରଙ୍କ ପ୍ରତିକୂଳରେ ଅନେକ କଥା କହୁଅଛି।”