< Ɛster 7 >

1 Enti ɔhene no ne Haman kɔɔ Ɔhemmea Ɛster aponto no ase.
ଏହିରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍‍ ଭୋଜନ କରିବାକୁ ଉପସ୍ଥିତ ହେଲେ।
2 Wɔrenonom nsa saa da no, ɔhene no ka kyerɛɛ no bio se, “Ɔhemmea Ɛster, kyerɛ me nea wopɛ. Wʼabisade ne dɛn? Sɛ ɛyɛ ahemman yi mu fa koraa a, mede bɛma wo!”
ରାଜା ସେହି ଦ୍ୱିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ ପୁନର୍ବାର କହିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ପ୍ରାର୍ଥନା କଅଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ।”
3 Ɔhemmea Ɛster buae se, “Sɛ Ɔhempɔn ani gye me ho, na ɔpɛ sɛ ɔyɛ mʼabisade ma me a, mʼadesrɛ ara ne sɛ, obegyaa me nkwa ne me manfo nkwa mu ama yɛn.
ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, “ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆଯାଉନ୍ତୁ।
4 Efisɛ wɔatɔn me ne me manfo ama nnipa a wobekunkum yɛn, atɔre yɛn ase. Sɛ wɔtɔn yɛn sɛ nkoa kɛkɛ mpo a, anka mɛtena dinn, efisɛ ɛno de, ɛyɛ asɛm ketewa bi a ɛho nhia sɛ wɔde kɔdan ɔhene.”
କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ। ଯଦି ଆମ୍ଭେମାନେ କେବଳ ଦାସ ଓ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି।”
5 Ɔhene Ahasweros bisae se, “Hena na ɔbɛyɛ saa? Na hena na obetumi de ne nsa aka wo?”
ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି, ସେ କିଏ? ଓ ସେ କେଉଁଠାରେ ଅଛି?”
6 Ɛster buae se, “Saa omumɔyɛfo ne ɔtamfo yi ne onimguasefo Haman.” Ehu maa Haman ho popoo wɔ ɔhene ne ɔhemmea no anim.
ଏଷ୍ଟର କହିଲେ, “ଏହି ଦୁଷ୍ଟ ହାମନ୍‍ ଜଣେ ବିପକ୍ଷ ଓ ଶତ୍ରୁ ଅଟେ;” ତହିଁରେ ରାଜା ଓ ରାଣୀଙ୍କ ସାକ୍ଷାତରେ ହାମନ୍‍ ଭୀତ ହେଲେ।
7 Ɔhene no de abufuw huruw gyinaa ne nan so, na ɔkɔɔ ahemfi hɔ turo mu. Na Haman kaa hɔ, guan toaa Ɔhemmea Ɛster sɛ ɔnsrɛ ne nkwa mma no, efisɛ na onim sɛ nʼawie adu.
ଆଉ, ରାଜା କ୍ରୋଧରେ ଦ୍ରାକ୍ଷାରସ-ପାନଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା; ତହିଁରେ ରାଜା ଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍‍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣ ମାଗିବାକୁ ଠିଆ ହେଲେ।
8 Ɔtew hwee Ɔhemmea Ɛster mpa a ɔrehome wɔ so no so. Ɛhɔ ara na ɔhene no nso fii ahemfi no turo mu hɔ bae. Ɔhene no bobɔɔ mu se, “Hwɛ ɔrebɛboro ɔhemmea yi bere a ɔwɔ me nkyɛn wɔ fie ha nso?” Ɔhene no kasa wiee ara pɛ, nʼasomfo no kataa Haman anim a ɛkyerɛ sɛ, nʼawie adu.
ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସ-ପାନଶାଳାକୁ ଲେଉଟି ଆସିଲେ; ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲେ, ହାମନ୍‍ ତହିଁ ଉପରେ ପଡ଼ିଥିଲେ; ତେଣୁ ରାଜା କହିଲେ, “ଏ କʼଣ ଗୃହ ମଧ୍ୟରେ ମୋʼ ସାକ୍ଷାତରେ ରାଣୀଙ୍କୁ ବଳାତ୍କାର କରିବ? ଏହି କଥା ରାଜା ମୁଖରୁ ବାହାରିବା ମାତ୍ର ଲୋକମାନେ ହାମନ୍‍ର ମୁଖ ଢାଙ୍କି ପକାଇଲେ।”
9 Na Harbona a ɔyɛ ɔhene no piamfo no mu baako kae se, “Haman asi dua a ne sorokɔ yɛ anammɔn aduɔson anum wɔ ɔno ara nʼadiwo. Na nʼadwene ne sɛ, ɔbɛsɛn Mordekai a ogyee ɔhene nkwa no wɔ so.” Afei, ɔhene no kae se, “Monsɛn Haman wɔ so.”
ଏଥିଉତ୍ତାରେ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲେ, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍‍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନ୍‍ର ଗୃହରେ ସ୍ଥାପିତ ହୋଇଅଛି,” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶୀ ଦିଅ।”
10 Enti wɔsɛn Haman wɔ dua no a osi maa Mordekai no so, maa ɔhene no bo dwoe.
ଏଥିରେ ହାମନ୍‍ ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶୀକାଠ ପ୍ରସ୍ତୁତ କରିଥିଲେ, ତହିଁ ଉପରେ ସେମାନେ ହାମନ୍‍କୁ ଫାଶୀ ଦେଲେ; ତହିଁରେ ରାଜାଙ୍କ କ୍ରୋଧ ଶାନ୍ତ ହେଲା।

< Ɛster 7 >