< Ɔsɛnkafo 7 >
1 Din pa yɛ sen aduhuam papa, na owuda yɛ sen awoda.
ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।
2 Eye sɛ obi bɛkɔ ayi ase sen sɛ ɔbɛkɔ aponto ase, efisɛ owu yɛ onipa biara nkrabea na ɛsɛ sɛ ateasefo hyɛ eyi nsow.
ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ।
3 Awerɛhow ye sen ɔserew, efisɛ anim a ayɛ mmɔbɔmmɔbɔ de koma mu nsiesie pa ba.
ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।
4 Onyansafo koma wɔ ayi ase, nanso nkwaseafo koma wɔ ahosɛpɛwfo fi.
ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ।
5 Eye sɛ wobetie onyansafo animka sen sɛ wobetie nkwaseafo dwom.
ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ।
6 Sɛnea nsɔe turuturuw wɔ ɔsɛn ase no saa ara na nkwaseafo serew te. Eyi nso yɛ ahuhude.
କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେପରି; ଏହା ହିଁ ଅସାର।
7 Asisi ma onyansafo dan ɔkwasea, na kɛtɛasehyɛ sɛe koma.
ନିଶ୍ଚୟ ଅନ୍ୟାୟ ଧନଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ ଓ ଲାଞ୍ଚ ବୁଦ୍ଧି ନଷ୍ଟ କରେ।
8 Asɛm awiei ye sen ne mfiase, na ntoboase ye sen ahantan.
କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ; ପୁଣି, ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ।
9 Mma wo koma nsɔre ntɛmntɛm, na abufuw da nkwaseafo srɛ so.
କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।
10 Nka se, “Adɛn nti na tete nna no ye sen nnɛ mmere yi?” Onyansafo mmisa nsɛm sɛɛ.
“ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଅଣ,” ଏହା ନ କୁହ, କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁ ନାହଁ।
11 Nimdeɛ, ɛyɛ ade pa sɛ agyapade ara pɛ, so wɔ mfaso ma wɔn a wohu owia.
ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ; ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ।
12 Sɛnea nimdeɛ yɛ bammɔ no, saa ara na sika nso te; nanso nhumu ho ade a eye ne sɛ: nea ɔwɔ nimdeɛ no bɔ ne nkwa ho ban.
କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ; ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ।
13 Dwene nea Onyankopɔn ayɛ ho: Hena na obetumi ateɛ nea wɔama akyea?
ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର; କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରିପାରେ?
14 Mmere pa mu, ma wʼani nnye; nanso mmere bɔne mu, hu sɛ Onyankopɔn na wayɛ ne nyinaa. Ɛno nti onipa rentumi nhu nea ɛbɛto no daakye.
ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।
15 Me nkwanna a ɛyɛ ahuhude yi mu, mahu nneɛma abien: Ɔtreneeni a owu wɔ ne trenee mu, ne omumɔyɛfo a ɔtena ase kyɛ wɔ nʼamumɔyɛ mu.
ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।
16 Nyɛ wo ho ɔtreneeni ntra so, na nyɛ wo ho onyansafo mmoro so; adɛn nti na wosɛe wo ho?
ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ?
17 Nyɛ omumɔyɛfo ntra so, na nyɛ ɔkwasea nso, adɛn nti na ɛsɛ sɛ wuwu ansa na wo bere aso.
ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିଅବା ନିର୍ବୋଧ ହୁଅ ନାହିଁ; ଆପଣା କାଳ ପୂର୍ବରେ କାହିଁକି ମରିବ?
18 Eye sɛ wubeso baako no mu den nanso nnyaa nea aka no mu. Onipa a osuro Onyankopɔn no besiw nneyɛe mmoroso nyinaa ano.
ଏହା ଧରି ରଖିବାର, ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ; କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ଏହିସବୁରୁ ଉତ୍ତୀର୍ଣ୍ଣ ହେବ।
19 Nimdeɛ ma onyansafo baako tumi bebree sen kuropɔn mu asodifo du.
ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ ଦଶ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳ ସ୍ୱରୂପ ଅଟେ।
20 Onipa treneeni biara nni asase so a ɔyɛ papa na ɔnyɛ bɔne da.
ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।
21 Mfa nea nnipa ka nyinaa nyɛ asɛm, anyɛ saa a wobɛte sɛ wo somfo redome wo,
ମଧ୍ୟ ଯେତେ କଥା କୁହାଯାଏ, ସେହି ସବୁରେ ମନୋଯୋଗ କର ନାହିଁ; କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ;
22 na wunim wɔ wo koma sɛ wo nso woadome nkurɔfo mpɛn bebree.
କାରଣ ତୁମ୍ଭ ମନ ଜାଣେ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଅଭିଶାପ ଦେଇଅଛ।
23 Mede nimdeɛ asɔ eyinom nyinaa ahwɛ, na mekae se, “Masi mʼadwene pi sɛ mɛyɛ onyansafo” nanso na eyi boro me so.
ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋʼ ଠାରୁ ଦୂର ଥିଲା।
24 Sɛnea nimdeɛ te biara, ɛwɔ akyiri na emu dɔ, hena na obetumi ahwehwɛ ahu?
ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ?
25 Afei meyɛɛ mʼadwene sɛ mɛte ase, ayɛ nhwehwɛmu na mapɛɛpɛɛ nimdeɛ ne sɛnea nneɛma nhyehyɛe te na mate amumɔyɛ mu agyimisɛm ase, ne nkwaseasɛm mu adammɔsɛm nso.
ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ପାଗଳାମି, ଏହା ଜାଣିବାକୁ ମୁଁ ଫେରିଲି ଓ ମୋହର ମନ ତାହା ଅନୁସନ୍ଧାନ ଓ ଅନ୍ଵେଷଣ କରିବାକୁ ନିବିଷ୍ଟ ହେଲା।
26 Mahu nea ɛyɛ nwene sen owu; ɔbea a ɔyɛ afiri; ne koma yɛ nnaadaa na ne nsa yɛ mpokyerɛ. Onipa a ɔsɔ Onyankopɔn ani no renkɔ ne ho nanso ɔbɔnefo de ɔbɛtɔ nʼafiri mu.
ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ।
27 Ɔsɛnkafo no se, “Hwɛ eyi ne nea mahwehwɛ ahu: “Mekekaa nneɛma bobɔɔ so pɛɛ sɛ mihu sɛnea nneɛma nhyehyɛe te,
ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି;
28 mereyɛ nhwehwɛmu, na minhu hwee no, mihuu ɔbarima treneeni baako wɔ mmarima apem mu, nanso manhu ɔbea treneeni biara wɔ wɔn mu.
ମୋହର ପ୍ରାଣ ଆଜି ପର୍ଯ୍ୟନ୍ତ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇ ନାହିଁ; ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି; ମାତ୍ର ସେହି ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ।
29 Eyi nko ara na mahu: Onyankopɔn yɛɛ adesamma atreneefo, nanso nnipa adan wɔn ho hwehwɛ nhyehyɛe foforo.”
ଦେଖ, ମୁଁ ଏତିକି ମାତ୍ର ପାଇଅଛି ଯେ, ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ; ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ଵେଷଣ କରିଅଛନ୍ତି।