< 5 Mose 24 >
1 Sɛ ɔbarima ware yere na sɛ nʼani nnye ne ho bio, efisɛ wahu ade bɔne bi wɔ ne ho, na sɛ ɔkyerɛw awaregyae krataa de ma no, na ɔpam no fi ne fi,
କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ।
2 na ofi fi hɔ na ɔbarima foforo kɔware no,
ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରିଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ।
3 na ne kunu a ɔto so abien no gyaa no anaasɛ owu a,
ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ;
4 ne kunu a odi kan a ogyaa no no nni ho kwan sɛ ɔware no bio, bere a ne ho agu fi akyi no. Ɛyɛ akyiwade wɔ Awurade ani so. Mommfa afɔbu mma asase a Awurade, mo Nyankopɔn no, de rema mo sɛ agyapade no so.
ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।
5 Sɛ ɔbarima aware foforo a, ɛnsɛ sɛ wɔde no kɔ ɔko anaasɛ wɔde dwuma bi di to no so. Ɛsɛ sɛ ɔtena fie afe a ɔnyɛ adwuma biara sɛnea ɛbɛyɛ a, ɔbɛma ne yere foforo a waware no no anya ahotɔ.
କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।
6 Monnnye adeyam bo ne ne boba anaa ne ba no nko ara nsi ka ano, ɛba saa a na moagye ne wura no ano aduan sɛ akagyinamde.
କେହି ଚକି ବା ଚକିର ଉପର-ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
7 Sɛ obi kyere ne yɔnko Israelni na odi no nya sɛ ɔdɔnkɔ anaa ɔtɔn no a, ɛsɛ sɛ owifo no wu. Ɛsɛ sɛ mutu bɔne ase fi mo mu.
କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
8 Monhwɛ ɔhonam ani nsanyare nyinaa yiye na munni ho mmara a Lewifo asɔfo bɛkyerɛ mo no so. Munni ahyɛde a mede ama wɔn no so pɛpɛɛpɛ.
କୁଷ୍ଠରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।
9 Monkae nea bere a mufi Misraim reba no Awurade, mo Nyankopɔn no, yɛɛ Miriam.
ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର।
10 Sɛ wode biribi fɛm wo yɔnko a, nkɔ wo yɔnko fi nkogye akagyinamde.
ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ।
11 Gyina afikyiri na ma ɔyɔnko a ɔfɛm wʼade no mfa akagyinamde no mmrɛ wo.
ତୁମ୍ଭେ ବାହାରେ ଠିଆ ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକି ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ।
12 Sɛ ɔyɔnko no yɛ ohiani a, nkora akagyinamde no nkosi adekyee.
ପୁଣି ସେ ଯେବେ ଦୁଃଖୀଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକି ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ।
13 Enkosi owiatɔbere no na wode ntama no akɔma wo yɔnko no na ɔde ada. Na ɔbɛda wo ase, na wɔbɛfa no sɛ ade trenee wɔ Awurade, wo Nyankopɔn no, ani so.
ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକି ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
14 Nhyɛ ɔpaani mmɔborɔni a ɔyɛ wo nua Israelni anaa ɔhɔho a ɔte mo nkurow no mu bi mu no so.
ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ୱାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବେତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ।
15 Tua nʼapaade ma no da biara ansa na owia akɔtɔ, efisɛ ɔyɛ ohiani na nʼani da saa akatua no so. Anyɛ saa a, obesu afrɛ Awurade atia wo, na wubedi bɔne ho fɔ.
ତାହାରି ଦିନରେ ତାହାକୁ ତାହାର ବେତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀଲୋକ, ତହିଁ ଉପରେ ତାହାର ମନ ଥାଏ କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
16 Ɛnsɛ sɛ wokum awofo wɔ wɔn mma bɔne bi a wɔayɛ ho. Saa ara nso na ɛnsɛ sɛ wokum mma wɔ awofo bɔne bi a wɔayɛ ho. Ɛsɛ sɛ obiara wu wɔ nʼankasa bɔne ho.
ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ଡ ଭୋଗ କରିବ।
17 Ɛnsɛ sɛ mubu ahɔho a wɔte mo mu ne nyisaa ntɛnkyew, anaasɛ mugye ɔbea kunafo ntama de di akagyinamu.
ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
18 Daa monkae sɛ, na mo nso moyɛ nkoa wɔ Misraim na Awurade, mo Nyankopɔn no, na ogyee mo. Ɛno nti na mehyɛ mo sɛ monyɛ eyi no.
ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
19 Sɛ moretwa mo mfuw mu nnɔbae, na mo ani pa nnɔbae no bi so a, monnsan nkɔfa. Monnyaw ma ahɔho, nyisaa ne akunafo sɛnea ɛbɛyɛ a Awurade, mo Nyankopɔn no, behyira mo nsa ano nnwuma nyinaa so.
ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
20 Sɛ motew wo ngonnua so aba a, monkɔ so mprenu. Monnyaw aba a aka wɔ so no mma ahɔho, nyisaa ne akunafo.
ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ତୋଳିବା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
21 Saa nso na motew wo bobe nturo so aba a, monkɔ so mprenu; na monnyaw aba a aka wɔ so no mma ahɔho, nyisaa ne akunafo.
ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
22 Monkae sɛ, moyɛɛ nkoa wɔ Misraim. Ɛno nti na mehyɛ mo sɛ monyɛ eyi no.
ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।