< Amos 2 >
1 Nea Awurade se ni: “Moab ayɛ bɔne bebree ama no atra so, ɛno nti, merennan mʼabufuw. Ɔhyew Edomhene nnompe, maa ɛdan nsõ.
ସଦାପ୍ରଭୁ ଏହି କଥା କହନ୍ତି, “ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;
2 Mede ogya bɛto Moab mu, na ahyew Keriot aban. Moab bɛhwe ase wɔ huuyɛ, ɔko nteɛteɛmu ne torobɛnto nnyigyei mu.
ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥ୍ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;
3 Mɛsɛe ne hene na makunkum ne mmapɔmma aka ne ho,” sɛnea Awurade se ni.
ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା ଓ ତାହା ସଙ୍ଗେ ତହିଁର ସମସ୍ତ ଅଧିପତିଙ୍କୁ ସଂହାର କରିବା।” ଏହା ସଦାପ୍ରଭୁ କହନ୍ତି।
4 Nea Awurade se ni: “Yuda ayɛ bɔne bebree ama no atra so, ɛno nti, merennan mʼabufuw. Wɔapo Awurade mmara no na wɔanni nʼahyɛde so efisɛ atoro anyame no ama wɔafom ɔkwan no, anyame a wɔn nenanom dii akyi no.
ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ, ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;
5 Mede ogya bɛto Yuda mu na ahyew Yerusalem aban.”
ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ।”
6 Nea Awurade se ni: “Israel ayɛ bɔne bebree ama no atra so, ɛno nti, merennan mʼabufuw. Wɔtɔn atreneefo de gye dwetɛ, ne ahiafo de gye mpaboa.
ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
7 Wotiatia ahiafo so te sɛnea wɔyɛ fam mfutuma na wɔma atɛntrenee bɔ mmɔborɔfo. Agya ne ne ba ne ɔbea baako da de gu me din kronkron no ho fi.
ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି; ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀଠାରେ ଗମନ କରନ୍ତି;
8 Wɔdeda afɔremuka biara ho wɔ wɔn awowa ntama so. Wɔn anyame fi mu no, wɔnom nsa a wɔagye sɛ mmaratode.
ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ ବନ୍ଧକି ବସ୍ତ୍ରର ଉପରେ ଶୟନ କରନ୍ତି, ଆଉ ସେମାନେ ଅର୍ଥଦଣ୍ଡପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି।
9 “Mesɛee Amorifo no wɔ wɔn anim, ɛwɔ mu sɛ wɔwoware te sɛ sida. Wɔn ho nso yɛ den sɛ odum. Nanso mesɛee nʼaba wɔ ne soro, ne ne ntin wɔ nʼase.
ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ; ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।
10 Miyii mo fii Misraim, na midii mo anim mfirihyia aduanan wɔ sare so sɛnea mede Amorifo asase bɛma mo.
ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।
11 Miyiyii mo mmabarima no bi yɛɛ wɔn adiyifo, ne mo mmerante ebinom sɛ Naserefo. Na ɛnte saa ana, Israelfo?” Nea Awurade bisa ni.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍ବକ୍ତାଗଣ ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ। ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ-ସନ୍ତାନଗଣ, ଏପରି କି ହୋଇ ନାହିଁ?”
12 “Nanso momaa Naserefo no nom nsa na mohyɛɛ adiyifo no sɛ wɔnnhyɛ nkɔm.
ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ।
13 “Na afei, mɛdwerɛw mo sɛnea teaseɛnam a aduan ayɛ no ma mia asase no.
“ଦେଖ, ହଳାରେ ପୂର୍ଣ୍ଣ ଶଗଡ଼ ଯେପରି ଚାପେ, ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।
14 Ahoɔharefo rentumi nguan. Ahoɔdenfo rennya ahoɔden, na ɔkofo rennya ne ti nnidi mu.
ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ, ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;
15 Agyantowfo rentumi nnyina nea ogyina. Asraafo ahoɔharefo rentumi nguan, na ɔpɔnkɔsotefo rentumi mpere ne nkwa.
ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ; ଯେ ଅଶ୍ୱାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;
16 Mpo akofo akokodurufo de adagyaw beguan wɔ saa da no,” sɛnea Awurade se ni.
ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ, ସେ ଉଲଙ୍ଗ ହୋଇ ସେଦିନ ପଳାଇଯିବ।” ଏହା ସଦାପ୍ରଭୁ କହନ୍ତି।