< 2 Ahemfo 9 >

1 Na odiyifo Elisa afrɛ adiyifo no mu baako afi adiyifokuw no mu. Ɔka kyerɛɛ no se, “Siesie wo ho, na kɔ Ramot-Gilead. Fa saa toa a ngo wɔ mu yi ka wo ho kɔ.
ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍‍-ଗିଲୀୟଦକୁ ଯାଅ।
2 Hwehwɛ Yehosafat babarima Yehu a ɔyɛ Nimsi nena no. Frɛ no fi ne nnamfo mu, na fa no kɔ pia mu,
ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକୁ ନେଇଯାଅ।
3 na hwie ngo no gu ne tirim. Ka kyerɛ no se, ‘Sɛnea Awurade se ni: Meresra wo ngo, ama woabedi Israel so hene.’ Afei, bue ɔpon no na guan, nsɛe bere!”
ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
4 Enti odiyifo kumaa no kɔɔ Ramot-Gilead.
ତହିଁରେ ସେ ଯୁବା, ଅର୍ଥାତ୍‍, ସେହି ଯୁବା ଭବିଷ୍ୟଦ୍‍ବକ୍ତା ରାମୋତ୍‍-ଗିଲୀୟଦକୁ ଗଲେ।
5 Oduu hɔ no, ohuu Yehu sɛ ɔne asraafo mpanyimfo bi reyɛ nhyiamu. Ɔkae se, “Ɔsahene, mewɔ nkra bi de ma wo.” Yehu bisae se, “Yɛn mu hena?” Obuae se, “Wo a woyɛ ɔsahene no.”
ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।”
6 Enti Yehu gyaw wɔn a aka no hɔ, kɔɔ fie. Na odiyifo kumaa no hwiee ngo no guu Yehu tirim, kae se, “Sɛnea Awurade, Israel Nyankopɔn, se ni: Mesra wo ngo sɛ di Awurade nkurɔfo Israelfo so hene.
ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍‍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍‍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
7 Ɛsɛ sɛ wosɛe Ahab, wo wura no, fi. Saa ɔkwan no so na mɛfa atua mʼadiyifo a wokunkum wɔn ne Awurade asomfo no nyinaa a Isebel kunkum wɔn no so ka.
ପୁଣି ଆମ୍ଭେ ଯେପରି ଈଷେବଲ୍‍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ।
8 Ɛsɛ sɛ wɔpepa Ahabfifo nyinaa fi hɔ—ɔbarima biara, ɔsomfo ne nea ɔde ne ho nyinaa a wɔwɔ Israel.
କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
9 Mɛsɛe Ahab fi, sɛnea mesɛee Nebat babarima Yeroboam ne Ahiya babarima Baasa afi no.
ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
10 Na akraman bɛwe Isebel nam wɔ Yesreel asase so, na obiara rensie no.” Afei, odiyifo kumaa no buee pon no, tuu mmirika guanee.
ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍‍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ।
11 Yehu san kɔɔ ne nkurɔfo mpanyimfo no nkyɛn. Wɔn mu baako bisaa no se, “Dɛn na damfo a ne ti asɛe no rehwehwɛ? Biribiara kɔ yiye ana?” Yehu buae se, “Wo ara wunim sɛnea ɔbarima no keka ne nsɛm fa.”
ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ।”
12 Wɔn nyinaa kae se, “Woboa. Ka nokware.” Enti Yehu kae se, odiyifo no ayi akyerɛ no se Awurade asra no ngo sɛ ommedi Israel so hene.
ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
13 Wɔde wɔn ntade sesɛw atrapoe no so ntɛm ara, hyɛn torobɛnto, teɛteɛɛ mu se, “Yehu yɛ ɔhene.”
ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
14 Enti Yehosafat babarima Yehu a ɔyɛ Nimsi nena pam ɔhene Yoram ti so. Afei, na Yoram de ne ho akɔbɔ asraafo wɔ Ramot-Gilead a na wogyina de tia Aramhene Hasael asraafo no.
ଏଥିରେ ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂ ଯୋରାମ୍‍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍‍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍‍-ଗିଲୀୟଦ ରକ୍ଷା କରୁଥିଲେ।
15 Nanso na wɔapira Yoram wɔ ɔko no mu, ama wasan aba Yesreel sɛ ɔrebɛsa ne ho yare. Enti Yehu ka kyerɛɛ mmarima a wɔka ne ho no se, “Esiane sɛ mopɛ sɛ midi hene no nti, obiara nnguan nkɔ Yesreel nkɔka nea yɛayɛ wɔ hɔ no.”
ମାତ୍ର ଯୋରାମ୍‍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
16 Na Yehu kɔtenaa teaseɛnam mu, kɔɔ Yesreel kɔhwehwɛɛ ɔhene Yoram a na wapira da hɔ no. Na Yudahene Ahasia nso wɔ hɔ bi.
ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍‍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍‍ଙ୍କୁ ଦେଖିବାକୁ ଆସିଥିଲେ।
17 Ɔwɛmfo a na ɔwɔ Yesreel abantenten so no huu Yehu ne ne nkurɔfo sɛ wɔreba nti, ɔteɛɛ mu guu Yoram so se, “Mihu sɛ asraafo reba. Soma ɔpɔnkɔkafo bi, na ɔnkɔhwɛ sɛ wɔreba no asomdwoe so ana.” Ɔhene Yoram nso teɛɛ mu.
ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍‍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
18 Enti ɔpɔnkɔkafo no kohyiaa Yehu bisaa no se, “Ɔhene pɛ sɛ ohu sɛ moreba no asomdwoe so ana?” Yehu buae se, “Wuhia asomdwoe de ayɛ dɛn? Di mʼakyi!” Ɔwɛmfo no frɛɛ ɔhene se, “Ɔpɔnkɔkafo no ahyia wɔn, nanso ɔmma.”
ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
19 Enti ɔhene no somaa ɔpɔnkɔkafo a ɔto so abien. Okoduu wɔn nkyɛn bisae se, “Ɔhene pɛ sɛ ohu sɛ moreba no asomdwoe so ana?” Bio, Yehu bisae se, “Wuhia asomdwoe de ayɛ dɛn Di mʼakyi!”
ତହୁଁ ଯୋରାମ୍‍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
20 Ɔwɛmfo no teɛɛ mu se, “Ɔpɔnkɔkafo no ahyia wɔn, nanso ɔno nso mma. Ɛbɛyɛ Nimsi babarima Yehu a ɔka ɔpɔnkɔ mmirikatɛntɛ so no.”
ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍‍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
21 Ɔhene Yoram hyɛe se, “Ntɛm, monyɛ me teaseɛnam no krado mma me.” Na Israelhene Yoram ne Yudahene Ahasia tenatenaa wɔn nteaseɛnam mu kohyiaa Yehu. Wohyiaa no wɔ asase a na ɛyɛ Nabot, Yesreelni dea no so.
ତେବେ ଯୋରାମ୍‍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍‍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
22 Ɔhene Yoram bisae se, “Wobaa no asomdwoe so ana, Yehu?” Yehu buae se, “Mpɛn dodow a wo na Isebel abosom ne ne bayi atwa yɛn ho ahyia yi, ɛbɛyɛ dɛn na maba no asomdwoe so?”
ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
23 Ɛnna ɔhene Yoram twee ne teaseɛnam pɔnkɔ no hama, de dan ɔpɔnkɔ no ani, guanee a ɔreteɛteɛ mu se, “Ɔmammɔfo Ahasia!”
ଏଥିରେ ଯୋରାମ୍‍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
24 Na Yehu twee nʼagyan tow wɔɔ Yoram mmati ntam. Agyan no hwirew ne koma mu ma ɔtew hwee wɔ ne teaseɛnam no mu, wui.
ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍‍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
25 Yehu ka kyerɛɛ ne kunini Bidkar se, “Tow no kyene Nabot, Yesreelni no asase no so. Wokae bere a na yɛtete nteaseɛnam mu, di nʼagya Ahab akyi no? Awurade kae se,
ତେବେ ଯେହୂ ଆପଣା ସେନାପତି ବିଦ୍‍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍‍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର:
26 ‘Meka ntam, di nsew sɛ, metua no so ka wɔ Nabot agyapade mu ha, sɛnea Awurade se ni,’ sɛ okum Nabot ne ne mmabarima nnɛra a mihuu no. Enti tow no kyene Nabot asase so ha, sɛnea Awurade kae no.”
ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
27 Bere a Yudahene Ahasia huu asɛm a asi no, oguan kɔɔ Bet-Hagan. Yehu taa no teɛteɛɛ mu se, “Munkum ɔno nso bi.” Enti wɔtow Ahasia agyan wɔɔ no wɔ ne teaseɛnam mu wɔ Gur atrapoe a ɛbɛn Yibleam. Otumi kɔe ara koduu Megido, na owui wɔ hɔ.
ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର।” ତହୁଁ ସେମାନେ ଯିବ୍ଲିୟିମ ନିକଟସ୍ଥ ଗୂର୍‍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ। ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ।
28 Ne mpanyimfo de no too teaseɛnam mu, kɔɔ Yerusalem kosiee no wɔ ne mpanyimfo ho wɔ Dawid kurom.
ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ।
29 Na Ahasia dii ade wɔ Yuda no, na Israelhene Yoram nso adi ade mfe dubaako.
ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ରାଜତ୍ଵର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିଥିଲେ।
30 Bere a ɔhemmea Isebel tee sɛ Yehu aba Yesreel no, ɔkekaa nʼanintɔn, yɛɛ ne ti fɛfɛɛfɛ, tɛw mfɛnsere mu.
ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍‍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା।
31 Bere a Yehu wuraa ahemfi pon no mu no, ɔhemmea no teɛɛ mu guu ne so se, “Owudifo, wobaa no asomdwoe so ana? Wote sɛ Simri a okum ne wura no.”
ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍‍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?”
32 Yehu pagyaw nʼani huu no wɔ mfɛnsere no mu teɛɛ mu se, “Hena na ɔwɔ mʼafa!” Na piamfo baanu anaa baasa hwɛɛ no.
ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।
33 Yehu teɛɛ mu se, “Montow no nkyene fam.” Enti wɔtow no fii mfɛnsere no mu, maa ne mogya bi bɔ petee ɔfasu no ne nʼapɔnkɔ ho. Na Yehu maa nʼapɔnkɔ tiatiaa nʼamu no so.
ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍‍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍‍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।
34 Na Yehu kɔɔ ahemfi hɔ kodidi, nomee. Akyiri no, ɔkae se, “Monkɔ nkosie ɔbea a wɔadome no yi, efisɛ ɔyɛ ɔhene babea.”
ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”
35 Nanso wɔkɔɔ sɛ wɔrekosie no no, ne ti ne nan ne ne nsa nko ara na wohui.
ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
36 Bere a wɔbɛbɔɔ Yehu amanneɛ no, ɔkae se, “Eyi ne Awurade asɛm a ɔnam ne somfo Tisbini Elia so kae se, ‘Asasetam bi a ɛda Yesreel no so na akraman bɛwe Isebel nam no.
ଏହେତୁ ସେମାନେ ଫେରିଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍‍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍‍ର ମାଂସ ଖାଇବେ;
37 Na nʼamu bɛbɔ apete, te sɛ wura wɔ Yesreel pɔw mu a ne saa nti, obiara ntumi nhu no.’”
ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍‍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍‍ ବୋଲି ଲୋକେ କହିବେ ନାହିଁ।’”

< 2 Ahemfo 9 >