< 2 Beresosɛm 21 >
1 Bere a Yehosafat wui no, wosiee no wɔ nʼagyanom nkyɛn wɔ Dawid kurom. Na ne babarima Yehoram dii nʼade sɛ ɔhene.
ଏଥିଉତ୍ତାରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କଲେ।
2 Yehoram nuanom mmarima a na wɔyɛ Yehosafat mmabarima afoforo bi no ne Asaria, Yehiel, Sakaria, Asaria, Mikael ne Sefatia.
ଯିହୋଶାଫଟ୍ଙ୍କ ଔରସଜାତ ଅସରୀୟ, ଯିହୀୟେଲ, ଜିଖରୀୟ, ଅସରୀୟାହ, ମୀଖାୟେଲ ଓ ଶଫଟୀୟ ତାଙ୍କର ଭାଇ ଥିଲେ; ଏସମସ୍ତେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଥିଲେ।
3 Wɔn agya maa wɔn mu biara akyɛde a ɛsom bo, a ɛyɛ dwetɛ, sikakɔkɔɔ ne aboɔdenne; na afei, ɔde Yuda nkurow a wɔabɔ ho ban no bi kyekyɛɛ wɔn. Na esiane sɛ Yehoram yɛ abakan nti, ɔbɛyɛɛ ɔhene.
ପୁଣି, ସେମାନଙ୍କର ପିତା ସେମାନଙ୍କୁ ମହାସମ୍ପତ୍ତି, ରୂପା ଓ ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଓ ଯିହୁଦା ଦେଶସ୍ଥ ପ୍ରାଚୀର-ବେଷ୍ଟିତ ନଗର ଦାନ କଲେ; ମାତ୍ର ଯିହୋରାମ୍ ଜ୍ୟେଷ୍ଠ ହେବାରୁ ତାଙ୍କୁ ରାଜ୍ୟ ଦେଲେ।
4 Na bere a Yehoram ahenni timii no, okunkum ne nuabarimanom no nyinaa ne Israelfo ntuanofo bi.
ଏହି ଯିହୋରାମ୍ ଆପଣା ପିତାଙ୍କର ରାଜ୍ୟରେ ଅଧିଷ୍ଠିତ ହୋଇ ଆପଣାକୁ ବଳବାନ କରନ୍ତେ, ଆପଣାର ସମସ୍ତ ଭ୍ରାତାଙ୍କୁ, ମଧ୍ୟ ଇସ୍ରାଏଲର କେତେକ ଅଧିପତିଙ୍କୁ ଖଡ୍ଗରେ ବଧ କଲେ।
5 Bere a Yehoram dii ade no, na wadi mfirihyia aduasa abien. Na odii ade wɔ Yerusalem mfirihyia awotwe.
ଯିହୋରାମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ।
6 Na Yehoram yɛɛ sɛnea Israel ahemfo yɛe. Na ɔyɛ otirimɔdenfo te sɛ ɔhene Ahab, efisɛ na waware Ahab mmabea no mu baako. Enti Yehoram yɛɛ bɔne wɔ Awurade ani so.
ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
7 Nanso na Awurade mpɛ sɛ ɔsɛe Dawid ahenni nnidiso no, efisɛ na ɔne Dawid ayɛ apam ahyɛ bɔ sɛ, nʼasefo bɛkɔ so adi hene afebɔɔ.
ତଥାପି ସଦାପ୍ରଭୁ ଦାଉଦଙ୍କ ସଙ୍ଗେ ଯେଉଁ ନିୟମ କରିଥିଲେ, ତହିଁ ସକାଶୁ, ପୁଣି ତାଙ୍କୁ ଓ ତାଙ୍କର ସନ୍ତାନଗଣକୁ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ଦାଉଦ-ବଂଶକୁ ବିନାଶ କରିବା ପାଇଁ ସମ୍ମତ ନୋହିଲେ।
8 Yehoram bere so na Edomfo sɔre tiaa Yuda, na wosii wɔn ankasa wɔn hene.
ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ।
9 Enti Yehoram de asraafo ne ne nteaseɛnam nyinaa kɔtow hyɛɛ Edom so. Edomfo twaa ɔno ne ne nteaseɛnamkafo no ho hyiae, nanso ɔfaa anadwo sum mu guanee.
ତହିଁରେ ଯିହୋରାମ୍ ଆପଣା ସେନାପତିମାନଙ୍କୁ ଓ ଆପଣା ସଙ୍ଗେ ସମସ୍ତ ରଥ ନେଇ ଯାତ୍ରା କଲେ; ପୁଣି ସେ ରାତ୍ରିକାଳେ ଉଠି ଆପଣାର ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ।
10 Edom ade ne ho a ɔnhyɛ Yuda ase de besi nnɛ. Saa bere koro no ara mu, Libna kurow tew atua, efisɛ na Yehoram atwe ne ho afi Awurade, nʼagyanom Nyankopɔn ho.
ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା; ସେହି ସମୟରେ ମଧ୍ୟ ଲିବ୍ନା ତାହାର ଅଧୀନତାର ବିଦ୍ରୋହୀ ହେଲା; ଯେହେତୁ ସେ ସଦାପ୍ରଭୁ ଆପଣା ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
11 Na wasisi abosonsomfo nsɔree so wɔ Yuda mmepɔw asase so, ama nnipa a wɔwɔ Yerusalem ne Yuda akɔsom abosonsomfo anyame.
ଆହୁରି, ସେ ଯିହୁଦାର ନାନା ପର୍ବତରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଲେ ଓ ଯିହୁଦାକୁ ବିପଥରେ ନେଲେ।
12 Na odiyifo Elia kyerɛw saa krataa yi kɔmaa Yehoram: “Asɛm a Awurade, wʼagya Dawid Nyankopɔn se ni: ‘Woanni wʼagya Yehosafat anaa wo nena Yudahene Asa nhwɛsopa so.
ଏଉତ୍ତାରେ ତାଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏକ ପତ୍ର ଆସିଲା, ଯଥା, “ସଦାପ୍ରଭୁ ତୁମ୍ଭ ପିତା ଦାଉଦର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଆପଣା ପିତା ଯିହୋଶାଫଟ୍ର ପଥରେ କିଅବା ଯିହୁଦାର ରାଜା ଆସାର ପଥରେ ଗମନ କରି ନାହଁ;
13 Mmom, woayɛ omumɔyɛfo sɛ Israel ahemfo. Woama Yerusalemfo ne Yudafo akɔsom ahoni te sɛnea ɔhene Ahab yɛɛ wɔ Israel no. Na mpo, woakunkum wʼankasa wo nuanom mmarima a na wodi mu sen wo.
ମାତ୍ର ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କରିଅଛ, ପୁଣି ଆହାବର ବଂଶ ତୁଲ୍ୟ ଯିହୁଦାକୁ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ, ମଧ୍ୟ ତୁମ୍ଭଠାରୁ ଉତ୍ତମ ତୁମ୍ଭ ପିତୃବଂଶର ଭ୍ରାତୃଗଣକୁ ବଧ କରିଅଛ;
14 Enti afei, Awurade de ɔhaw kɛse bɛba wo, wo nkurɔfo, wo mma, wo yerenom ne biribiara a ɛyɛ wo dea so.
ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭ ସନ୍ତାନଗଣକୁ ଓ ତୁମ୍ଭ ପତ୍ନୀମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ମହାଘାତରେ ସଂହାର କରିବେ।
15 Wʼankasa de, wɔde nsono mu yare a ɛyɛ yaw yiye bɛto wo so akosi sɛ wʼayamude betu apue.’”
ପୁଣି, ତୁମ୍ଭେ ଅନ୍ତ୍ରପୀଡ଼ାରେ ମହାପୀଡ଼ିତ ହେବ, ଶେଷରେ ସେହି ପୀଡ଼ା ସକାଶୁ ତୁମ୍ଭ ଅନ୍ତ୍ର ଦିନକୁ ଦିନ ବାହରି ପଡ଼ିବ।”
16 Na Awurade kaa Filistifo ne Arabfo a na wɔte bɛn Etiopiafo so sɛ wɔnkɔtow nhyɛ Yehoram so.
ଏଥିଉତ୍ତାରେ ସଦାପ୍ରଭୁ ଯିହୋରାମ୍ଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟସ୍ଥ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ।
17 Wɔbɔɔ nsra kɔɔ Yuda so kotuaa wɔn ano, fow aboɔden nneɛma a ɛwɔ ahemfi hɔ a ne mmabarima ne ne yerenom ka ho. Ne babarima kumaa Yehoahas nko na wogyaw no.
ତହିଁରେ ସେମାନେ ଯିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି, ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ; ତହିଁରେ ତାଙ୍କର କନିଷ୍ଠ ପୁତ୍ର ଯିହୋୟାହସ୍ ବ୍ୟତୀତ ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ।
18 Eyi akyi na Awurade maa nsono mu yare a ano yɛ den bɔɔ Yehoram.
ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତ୍ରବ୍ୟାଧିରେ ଆଘାତ କଲେ।
19 Akyiri no, mfe abien akyi, ɔyare no maa nʼayamde puei, na owui ɔyaw mu. Ne nkurɔfo ammɔ ogyatannaa kɛse, amfa anhyɛ no anuonyam wɔ nʼayiyɛ mu sɛnea wɔyɛ maa nʼagyanom no.
ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
20 Yehoram dii ade no, na wadi mfirihyia aduasa abien, na odii ade wɔ Yerusalem mfirihyia awotwe. Owui no, anyɛ obiara awerɛhow. Wosiee no wɔ Dawid kurom, nanso ɛnyɛ adehye asiei.
ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ ଓ ସେ ପ୍ରିୟପାତ୍ର ନ ହୋଇ ମଲେ; ଆଉ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ ନୁହେଁ।