< Yeşu 10 >

1 Yeruşalim Kralı Adoni-Sedek, Yeşu'nun Eriha'yı ele geçirip kralını ortadan kaldırdığı gibi, Ay Kenti'ni de ele geçirip tümüyle yıktığını, kralını öldürdüğünü, Givon halkının da İsrailliler'le bir barış antlaşması yapıp onlarla birlikte yaşadığını duyunca,
ଏଥିଉତ୍ତାରେ ଯିହୋଶୂୟ ଅୟକୁ ହସ୍ତଗତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବୀୟୋନ୍‍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ।
2 büyük korkuya kapıldı. Çünkü Givon, kralların yaşadığı kentler gibi büyük bir kentti; Ay Kenti'nden de büyüktü ve yiğit bir halkı vardı.
କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।
3 Bu yüzden Yeruşalim Kralı Adoni-Sedek, Hevron Kralı Hoham, Yarmut Kralı Piram, Lakiş Kralı Yafia ve Eglon Kralı Devir'e şu haberi gönderdi:
ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା,
4 “Gelin bana yardım edin, Givon'a saldıralım. Çünkü Givon halkı Yeşu ve İsrail halkıyla bir barış antlaşması yaptı.”
“ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବୀୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି।”
5 Böylece Amorlu beş kral –Yeruşalim, Hevron, Yarmut, Lakiş ve Eglon kralları– ordularını topladılar, hep birlikte gidip Givon'un karşısında ordugah kurdular; sonra saldırıya geçtiler.
ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍‍ର ରାଜା ଓ ଇଗ୍ଲୋନ୍‍ର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବୀୟୋନ୍‍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
6 Givonlular Gilgal'da ordugahta bulunan Yeşu'ya şu haberi gönderdiler: “Biz kullarını yalnız bırakma. Elini çabuk tutup yardımımıza gel, bizi kurtar. Çünkü dağlık bölgedeki bütün Amorlu krallar bize karşı birleşti.”
ଏଥିରେ ଗିବୀୟୋନୀୟ ଲୋକମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, “ତୁମ୍ଭେ ଆପଣାର ଏହି ଦାସମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି।”
7 Bunun üzerine Yeşu bütün savaşçıları ve yiğit adamlarıyla birlikte Gilgal'dan yola çıktı.
ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍‍ଗଲ୍‍ରୁ ଯାତ୍ରା କଲେ।
8 Bu arada RAB Yeşu'ya, “Onlardan korkma” dedi, “Onları eline teslim ediyorum. Hiçbiri sana karşı koyamayacak.”
ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ।”
9 Gilgal'dan çıkıp bütün gece yol alan Yeşu, Amorlular'a ansızın saldırdı.
ତହୁଁ ଯିହୋଶୂୟ ଅକସ୍ମାତ୍‍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍‍ଗଲ୍‍ଠାରୁ ରାତ୍ରିଯାକ ଚାଲିଥିଲେ।
10 RAB Amorlular'ı İsrailliler'in önünde şaşkına çevirdi. İsrailliler de onları Givon'da büyük bir bozguna uğrattılar; Beythoron'a çıkan yol boyunca, Azeka ve Makkeda'ya dek kovalayıp öldürdüler.
ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
11 RAB İsrailliler'den kaçan Amorlular'ın üzerine Beythoron'dan Azeka'ya inen yol boyunca gökten iri iri dolu yağdırdı. Yağan dolunun altında can verenler, İsrailliler'in kılıçla öldürdüklerinden daha çoktu.
ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।
12 RAB'bin Amorlular'ı İsrailliler'in karşısında bozguna uğrattığı gün Yeşu halkın önünde RAB'be şöyle seslendi: “Dur, ey güneş, Givon üzerinde Ve ay, sen de Ayalon Vadisi'nde.”
ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”
13 Halk, düşmanlarından öcünü alıncaya dek güneş durdu, ay da yerinde kaldı. Bu olay Yaşar Kitabı'nda da yazılıdır. Güneş, yaklaşık bir gün boyunca göğün ortasında durdu, batmakta gecikti.
ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
14 Ne bundan önce, ne de sonra RAB'bin bir insanın dileğini işittiği o günkü gibi bir gün olmamıştır. Çünkü RAB İsrail'den yana savaştı.
ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
15 Yeşu bundan sonra İsrail halkıyla birlikte Gilgal'daki ordugaha döndü.
ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ନେଉଟି ଆସିଲେ।
16 Amorlu beş kral kaçıp Makkeda'daki bir mağarada gizlenmişlerdi.
ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ।
17 Yeşu'ya, “Beş kral Makkeda'daki bir mağarada gizlenirken bulundu” diye haber verildi.
ତହୁଁ “ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି,” ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ,
18 Yeşu, “Mağaranın ağzına büyük taşlar yuvarlayın, orayı korumak için adamlar görevlendirin” dedi,
ଯିହୋଶୂୟ କହିଲେ, “ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର।
19 “Ama siz durmayın, düşmanı kovalayın; arkadan saldırıp kentlere ulaşmalarına engel olun. Tanrınız RAB onları elinize teslim etmiştir.”
ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
20 Yeşu ve İsrailliler düşmanı çok ağır bir yenilgiye uğratıp tamamını yok ettiler. Kurtulabilenler surlu kentlere sığındı.
ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
21 Sonra bütün halk güvenlik içinde Makkeda'daki ordugaha, Yeşu'nun yanına döndü. Hiç kimse ağzını açıp İsrailliler'e karşı bir şey söyleyemedi.
ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
22 Sonra Yeşu adamlarına, “Mağaranın ağzını açın, beş kralı çıkarıp bana getirin” dedi.
ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
23 Onlar da beş kralı –Yeruşalim, Hevron, Yarmut, Lakiş ve Eglon krallarını– mağaradan çıkarıp Yeşu'ya getirdiler.
ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
24 Krallar getirilince, Yeşu bütün İsrail halkını topladı. Savaşta kendisine eşlik etmiş olan komutanlara, “Yaklaşın, ayaklarınızı bu kralların boyunları üzerine koyun” dedi. Komutanlar yaklaşıp ayaklarını kralların boyunları üzerine koydular.
ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
25 Yeşu onlara, “Korkmayın, yılmayın; güçlü ve yürekli olun” dedi, “RAB savaşacağınız düşmanların hepsini bu duruma getirecek.”
ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।”
26 Ardından beş kralı vurup öldürdü ve her birini bir ağaca astı. Akşama dek öylece ağaçlara asılı kaldılar.
ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ।
27 Yeşu'nun buyruğu üzerine gün batımında kralların cesetlerini ağaçlardan indirdiler, gizlendikleri mağaraya atıp mağaranın ağzını büyük taşlarla kapadılar. Bu taşlar bugün de orada duruyor.
ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।
28 Yeşu aynı gün Makkeda'yı aldı, kralını ve halkını kılıçtan geçirdi. Kentte tek canlı bırakmadı, hepsini öldürdü. Makkeda Kralı'na da Eriha Kralı'na yaptığının aynısını yaptı.
ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ।
29 Yeşu İsrail halkıyla birlikte Makkeda'dan Livna'nın üzerine yürüyüp kente saldırdı.
ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍‍ନାକୁ ଗଲେ ଓ ଲିବ୍‍ନା ପ୍ରତିକୂଳରେ ଯୁଦ୍ଧ କଲେ;
30 RAB kenti ve kralını İsrailliler'in eline teslim etti. Yeşu kentin bütün halkını kılıçtan geçirdi. Tek canlı bırakmadı. Kentin kralına da Eriha Kralı'na yaptığının aynısını yaptı.
ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
31 Bundan sonra Yeşu İsrail halkıyla birlikte Livna'dan Lakiş üzerine yürüdü. Kentin karşısında ordugah kurup saldırıya geçti.
ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍‍ନାରୁ ଲାଖୀଶ୍‍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
32 RAB Lakiş'i İsrailliler'in eline teslim etti. Yeşu ertesi gün kenti aldı. Livna'da yaptığı gibi, halkı ve kentteki bütün canlıları kılıçtan geçirdi.
ତହିଁରେ ସଦାପ୍ରଭୁ ଲାଖୀଶ୍‍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍‍ ଆକ୍ରମଣ କରି ଯେପରି ଲିବ୍‍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
33 Bu arada Gezer Kralı Horam Lakiş'e yardıma geldi. Yeşu onu ve ordusunu yenilgiye uğrattı; kimseyi sağ bırakmaksızın hepsini öldürdü.
ସେସମୟରେ ଗେଷରର ରାଜା ହୋରମ୍‍ ଲାଖୀଶ୍‍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
34 İsrail halkıyla birlikte Lakiş'ten Eglon üzerine yürüyen Yeşu, kentin karşısında ordugah kurup saldırıya geçti.
ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍‍ରୁ ଇଗ୍ଲୋନ୍‍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
35 Kenti aynı gün ele geçirdiler. Lakiş'te yaptığı gibi, halkı ve kentteki bütün canlıları o gün kılıçtan geçirip yok ettiler.
ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍‍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
36 Ardından Yeşu İsrail halkıyla birlikte Eglon'dan Hevron üzerine yürüyüp saldırıya geçti.
ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍‍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
37 Kenti aldılar, kralını, halkını ve köylerindeki bütün canlıları kılıçtan geçirdiler. Eglon'da yaptıkları gibi, herkesi öldürdüler; kimseyi sağ bırakmadılar.
ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍‍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
38 Bundan sonra Yeşu İsrail halkıyla birlikte geri dönüp Devir'e saldırdı.
ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ।
39 Kralıyla birlikte Devir'i ve köylerini alıp bütün halkı kılıçtan geçirdi; tek canlı bırakmadı, hepsini öldürdü. Hevron'a, Livna'ya ve kralına ne yaptıysa, Devir'e ve kralına da aynısını yaptı.
ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍‍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
40 Böylece Yeşu dağlık bölge, Negev, Şefela ve dağ yamaçları dahil, bütün ülkeyi ele geçirip buralardaki kralların tümünü yenilgiye uğrattı. Hiç kimseyi esirgemedi. İsrail'in Tanrısı RAB'bin buyruğu uyarınca kimseyi sağ bırakmadı, hepsini öldürdü.
ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
41 Kadeş-Barnea'dan Gazze'ye kadar, Givon'a kadar uzanan bütün Goşen bölgesini egemenliği altına aldı.
ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍‍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
42 Bütün bu kralları ve topraklarını tek bir savaşta ele geçirdi. Çünkü İsrail'in Tanrısı RAB İsrail'den yana savaşmıştı.
ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
43 Ardından Yeşu İsrail halkıyla birlikte Gilgal'daki ordugaha döndü.
ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ଫେରି ଆସିଲେ।

< Yeşu 10 >