< Ezra 10 >

1 Ağlayarak kendini Tanrı'nın Tapınağı'nın önünde yere atan Ezra dua edip günahlarını açıkladı. Bu arada erkek, kadın, çocuk, İsrailliler'den çok büyük bir topluluk Ezra'nın çevresine toplandı. Onlar da hıçkıra hıçkıra ağlıyordu.
ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।
2 Elamoğulları'ndan Yehiel oğlu Şekanya, Ezra'ya şöyle dedi: “Çevremizdeki halklardan yabancı karılar aldığımız için Tanrımız'a ihanet ettik. Buna karşın İsrail için hâlâ umut var.
ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।
3 Senin ve Tanrımız'ın buyrukları karşısında titreyenlerin öğütleri uyarınca, bütün yabancı kadınları ve çocuklarını uzaklaştırmak için Tanrımız'la şimdi bir antlaşma yapalım. Bu antlaşma yasaya uygun olsun.
ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।
4 Haydi kalk! Sorumluluk senin üzerinde. Biz seni destekleyeceğiz. Güçlü ol ve gerekeni yap!”
ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 Bunun üzerine yerden kalkan Ezra önde gelen Levili kâhinlere ve öbür İsrailliler'e söyleneni yapmaları için ant içirdi. Hepsi ant içti.
ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ।
6 Sonra Ezra Tanrı'nın Tapınağı'nın önünden ayrılıp Elyaşiv oğlu Yehohanan'ın odasına gitti. Orada gecelerken ne yemek yedi, ne su içti. Sürgünden dönenler Tanrı'ya bağlı kalmadığı için yas tutuyordu.
ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍‍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳ ପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ।
7 Sürgünden dönenlerin hepsinin Yeruşalim'de toplanması için Yahuda ve Yeruşalim'de bir duyuru yapıldı:
ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
8 Halkın önderlerinin ve ileri gelenlerinin kararı uyarınca, üç gün içinde gelmeyenin bütün malına el konulacak, kendisi de sürgünden dönenler topluluğundan atılacaktı.
ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 Bütün Yahudalı ve Benyaminli erkekler üç gün içinde Yeruşalim'de toplandılar. Dokuzuncu ayın yirminci günü hepsi Tanrı'nın Tapınağı'nın önündeki alandaydı. Hem durumun öneminden, hem de yağmurdan ötürü herkes titriyordu.
ତହୁଁ ଯିହୁଦା ଓ ବିନ୍ୟାମୀନ୍‍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ।
10 Kâhin Ezra kalkıp, “Siz Tanrı'ya ihanet ettiniz” dedi, “Yabancı kadınlarla evlendiniz. İsrail'in suçuna suç kattınız.
ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11 Şimdi atalarınızın Tanrısı RAB'be suçunuzu açıklayın. O'nun istediğini yapın. Çevredeki halklardan ve yabancı karılardan ayrılın.”
ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 Topluluk yüksek sesle şöyle karşılık verdi: “Bütün söylediklerini yapacağız.
ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।
13 Yalnız kalabalık çok, üstelik hava da yağmurlu. Dışarda duracak gücümüz kalmadı. Hem bu bir iki günde çözülecek iş değil. Çünkü bu konuda çok günah işledik.
ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।
14 Bütün topluluk adına önderlerimiz bu konuyla ilgilensin. Sonra kentlerimizde yabancı kadınla evli olan herkes saptanan bir zamanda kentin ileri gelenleri ve yargıçlarıyla birlikte gelsin. Yeter ki, Tanrımız'ın bu konudaki kızgın öfkesi üzerimizden kalksın.”
ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
15 Ancak, Asahel oğlu Yonatan, Tikva oğlu Yahzeya ve onları destekleyen Meşullam ile Levili Şabbetay buna karşı çıktılar.
ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।
16 Sürgünden dönenler bu öneriye göre davrandılar. Kâhin Ezra adlarını belirterek her boydan boy başlarını seçti. Onuncu ayın birinci günü oturup konuyu incelemeye başladılar.
ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।
17 Birinci ayın birinci günü yabancı kadınlarla evlenen bütün erkeklerin durumunu incelemeyi bitirdiler.
ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।
18 Kâhinlerin soyundan gelip yabancı kadınlarla evlenenler şunlardı: Yosadak oğlu Yeşu'nun oğullarından ve kardeşlerinin soyundan Maaseya, Eliezer, Yariv, Gedalya.
ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଜର, ଯାରିବ ଓ ଗଦଲୀୟ।
19 Bunlar karılarını kovacaklarına söz verdiler. İşledikleri suç için suç sunusu olarak sürüden bir koç sundular.
ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରିଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ।
20 İmmeroğulları'ndan: Hanani, Zevadya.
ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ
21 Harimoğulları'ndan: Maaseya, Eliya, Şemaya, Yehiel, Uzziya.
ଓ ହାରୀମ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ;
22 Paşhuroğulları'ndan: Elyoenay, Maaseya, İsmail, Netanel, Yozavat, Elasa.
ଆଉ, ପଶ୍‍ହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍‍ ଓ ଇଲୀୟାସା।
23 Levililer'den: Yozavat, Şimi, Kelaya –Kelita– Petahya, Yahuda, Eliezer.
ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍‍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଜର;
24 Ezgicilerden: Elyaşiv. Tapınak kapı nöbetçilerinden: Şallum, Telem, Uri.
ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍‍ ଓ ଟେଲମ୍‍ ଓ ଊରି।
25 Öbür İsrailliler'den: Paroşoğulları'ndan: Ramya, Yizziya, Malkiya, Miyamin, Elazar, Malkiya, Benaya.
ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ।
26 Elamoğulları'ndan: Mattanya, Zekeriya, Yehiel, Avdi, Yeremot, Eliya.
ଆଉ, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍‍ଦି ଓ ଯେରେମୋତ୍‍ ଓ ଏଲୀୟ।
27 Zattuoğulları'ndan: Elyoenay, Elyaşiv, Mattanya, Yeremot, Zavat, Aziza.
ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯେରେମୋତ୍‍ ଓ ସାବଦ୍‍ ଓ ଅସୀସା
28 Bevayoğulları'ndan: Yehohanan, Hananya, Zabbay, Atlay.
ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍‍, ହନାନୀୟ, ସବ୍ବେୟ, ଅତ୍ତଲୟ;
29 Banioğulları'ndan: Meşullam, Malluk, Adaya, Yaşuv, Şeal, Yeremot.
ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍‍, ମଲ୍ଲୁକ ଓ ଅଦାୟା, ଯାଶୂବ ଓ ଶାଲ, ଯିରେମୋତ୍‍।
30 Pahat-Moavoğulları'ndan: Adna, Kelal, Benaya, Maaseya, Mattanya, Besalel, Binnuy, Manaşşe.
ଆଉ, ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍‍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;
31 Harimoğulları'ndan: Eliezer, Yişşiya, Malkiya, Şemaya, Şimon,
ଆଉ, ହାରୀମ୍‍‍ର ସନ୍ତାନଗଣ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ;
32 Benyamin, Malluk, Şemarya.
ବିନ୍ୟାମୀନ୍, ମଲ୍ଲୁକ, ଶେମରୀୟ;
33 Haşumoğulları'ndan: Mattenay, Mattatta, Zavat, Elifelet, Yeremay, Manaşşe, Şimi.
ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍‍, ଇଲୀଫେଲଟ୍‍, ଯିରେମୟ, ମନଃଶି, ଶିମୀୟି;
34 Banioğulları'ndan: Maaday, Amram, Uel,
ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍‍ ଓ ଉୟେଲ;
35 Benaya, Bedeya, Keluhu,
ବନାୟ, ବେଦୀୟା, କଲୂହୂ;
36 Vanya, Meremot, Elyaşiv,
ବନୀୟ, ମରେମୋତ୍‍, ଇଲୀୟାଶୀବ;
37 Mattanya, Mattenay, Yaasay,
ମତ୍ତନୀୟ, ମତ୍ତନୟ ଓ ଯାଶୟ;
38 Bani, Binnuy, Şimi,
ଆଉ, ବାନି ଓ ବିନ୍ନୁୟି, ଶିମୀୟି;
39 Şelemya, Natan, Adaya,
ଶେଲିମୀୟ ଓ ନାଥନ ଓ ଅଦାୟା;
40 Maknadvay, Şaşay, Şaray,
ମଗ୍ନଦ୍‍ବୟ, ଶାଶୟ, ଶାରୟ;
41 Azarel, Şelemya, Şemarya,
ଅସରେଲ୍‍ ଓ ଶେଲିମୀୟ, ଶେମରୀୟ;
42 Şallum, Amarya, Yusuf.
ଶଲ୍ଲୁମ୍‍, ଅମରୀୟ, ଯୋଷେଫ।
43 Nevooğulları'ndan: Yeiel, Mattitya, Zavat, Zevina, Yadday, Yoel, Benaya.
ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍‍, ମତ୍ତଥୀୟ, ସାବଦ୍‍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ;
44 Bunların hepsi yabancı kadınlarla evlenmişti. Bazılarının bu kadınlardan çocukları da vardı.
ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।

< Ezra 10 >