< Yasa'Nin Tekrari 3 >

1 “Bundan sonra dönüp Başan'a doğru ilerledik. Başan Kralı Og'la ordusu bizimle savaşmak için Edrei'de karşımıza çıktı.
ଏଉତ୍ତାରେ ଆମ୍ଭେମାନେ ଫେରି ବାଶନର ପଥ ଦେଇ ଗମନ କଲୁ; ତହିଁରେ ବାଶନର ରାଜା ଓଗ୍‍ ଅାସି ଅାକ୍ରମଣ କଲେ, ପୁଣି ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିୟୀକୁ ଆସିଲେ।
2 RAB bana, ‘Ondan korkma!’ dedi, ‘Çünkü onu da ordusuyla ülkesini de senin eline teslim ettim. Amorlular'ın Heşbon'da yaşayan Kralı Sihon'a yaptığının aynısını ona da yapacaksın.’
ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।”
3 “Böylece Tanrımız RAB, Başan Kralı Og'u ve halkını da elimize teslim etti. Hiçbirini sağ bırakmadan hepsini yok ettik.
ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍‍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ।
4 Bütün kentlerini ele geçirdik. Ele geçirmediğimiz tek kent kalmadı. Hepsi altmış kentti: Başan'da Og'un ülkesi olan bütün Argov bölgesi.
ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍‍, ବାଶନସ୍ଥ ଓଗ୍‍ର ରାଜ୍ୟ (ହସ୍ତଗତ କଲୁ)।
5 Bütün bu kentler yüksek surlarla, kapılarla, sürgülerle sağlamlaştırılmıştı. Bunlardan başka surla çevrilmemiş birçok köy de vardı.
ସେହି ସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା।
6 Heşbon Kralı Sihon'a yaptığımız gibi hepsini yok ettik. Her kenti, kadın, erkek ve çocuklarla birlikte, tümüyle yok ettik.
ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।
7 Hayvanlara ve kentlerdeki mallara ise el koyduk.
ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣାମାନଙ୍କ ନିମନ୍ତେ ଲୁଟ ସ୍ୱରୂପେ ଗ୍ରହଣ କଲୁ।
8 “Arnon Vadisi'nden Hermon Dağı'na kadar Şeria Irmağı'nın doğu yakasındaki toprakları iki Amorlu kralın elinden aldık.
ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।
9 –Saydalılar Hermon'a Siryon, Amorlular'sa Senir derler.–
(ସୀଦୋନୀୟମାନେ ସେହି ହର୍ମୋଣ ପର୍ବତକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର୍‍ କହନ୍ତି)।
10 Ovadaki bütün kentleri, bütün Gilat'ı, Og'un ülkesine ait kentler olan Salka ve Edrei'ye uzanan bütün Başan'ı ele geçirdik.”
ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲୀୟଦ ଓ ସମସ୍ତ ବାଶନ, ଅର୍ଥାତ୍‍, ବାଶନସ୍ଥିତ ଓଗ୍‍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।
11 –Refalılar'dan yalnız Başan Kralı Og sağ kalmıştı. Og'un Ammonlular'ın Rabba Kenti'ndeki yatağı demirdendi. O gün kullanılan arşın ölçüsüne göre uzunluğu dokuz, eni dört arşındı.–
(ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍‍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ? ମନୁଷ୍ୟ ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।
12 “O sırada ele geçirdiğimiz topraklardan Arnon Vadisi yakınındaki Aroer Kenti'nin kuzeyini, Gilat dağlık bölgesinin yarısıyla oradaki kentleri Ruben ve Gad oymaklarına verdim.
ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି।
13 Gilat'ın geri kalan bölümünü ve Og'un ülkesi Başan'ı Manaşşe oymağının yarısına verdim. Başan'daki Argov bölgesi Refalılar ülkesi diye bilinirdi.
ପୁଣି ମୁଁ ଗିଲୀୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ, ଅର୍ଥାତ୍‍, ଓଗ୍‍ର ରାଜ୍ୟ, ବିଶେଷରେ ସମୁଦାୟ ବାଶନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନଃଶିର ଅର୍ଦ୍ଧ ବଂଶକୁ ଦେଲି (ତାହା ରଫାୟୀୟ ଦେଶ ବୋଲି ବିଖ୍ୟାତ।
14 Manaşşe soyundan Yair, Geşur ile Maaka sınırına dek uzanan bütün Argov bölgesini aldı. Başan denilen bölgeye kendi adını verdi. Orası bugün de Havvot-Yair diye anılıyor.
ମନଃଶିର ପୁତ୍ର ଯାୟୀର, ଗଶୂରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାଶନ ଦେଶର ସେହି ସମସ୍ତ ସ୍ଥାନର ନାମ ହବୋତ୍‍-ଯାୟୀର ରଖିଲା)।
15 Makir'e Gilat'ı verdim.
ପୁଣି ମୁଁ ମାଖୀରକୁ ଗିଲୀୟଦ ଦେଲି।
16 Gilat'la Arnon Vadisi arasında kalan toprakları Ruben ve Gad oymaklarına verdim. Vadinin ortası onların sınırıydı; Ammonlular'la sınırları ise Yabbuk Irmağı'ydı.
ଆଉ ଗିଲୀୟଦଠାରୁ ଅର୍ଣ୍ଣୋନ-ଉପତ୍ୟକା, ଅର୍ଥାତ୍‍, ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମୋନ-ସନ୍ତାନଗଣର ସୀମା ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ;
17 Arava'da da sınır Şeria Irmağı'ydı; Kinneret'ten Arava –Lut– Gölü'ne, doğuda Pisga yamaçlarının aşağısına kadar uzanıyordu.
ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।
18 “O zaman size şöyle buyruk verdim: ‘Tanrınız RAB mülk edinmek için bu ülkeyi size verdi. Bütün savaşçılarınız silahlı olarak İsrailli kardeşlerinizin önüsıra gitsin.
ଏଥିଉତ୍ତାରେ ମୁଁ ସେହି ସମୟରେ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି; ତୁମ୍ଭମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ୍ଜ ହୋଇ ତୁମ୍ଭମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।
19 Ancak RAB sizi rahata erdirdiği gibi onları da rahata erdirene ve onlar Tanrınız RAB'bin Şeria Irmağı'nın karşı yakasında kendilerine vereceği toprakları ele geçirene kadar, kadınlarınız, çocuklarınız ve hayvanlarınız –biliyorum, birçok hayvanınız var– size verdiğim kentlerde kalsın. Ondan sonra, her biriniz size verdiğim toprağa dönebilir.’”
ମାତ୍ର ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି, ସେହି ସବୁ ନଗରରେ ତୁମ୍ଭମାନଙ୍କ ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ; କାରଣ ମୁଁ ଜାଣେ, ତୁମ୍ଭମାନଙ୍କର ଅନେକ ପଶୁ ଅଛି।
ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”
21 “O zaman Yeşu'ya, ‘Tanrın RAB'bin bu iki krala neler yaptığını gözlerinle gördün’ dedim, ‘RAB gideceğin bütün ülkelere aynısını yapacak.
ଆଉ ମୁଁ ସେହି ସମୟରେ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି, ତୁମ୍ଭେ ତାହା ସ୍ୱଚକ୍ଷୁରେ ଦେଖିଅଛ; ତୁମ୍ଭେ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ, ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୂପ କରିବେ।
22 Onlardan korkmayın! Tanrınız RAB sizin için savaşacak.’
ତୁମ୍ଭେମାନେ ସେମାନଙ୍କୁ ଭୟ କରିବ ନାହିଁ; କାରଣ ଯେ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ସେହି ସଦାପ୍ରଭୁ ତ ତୁମ୍ଭମାନଙ୍କ ପରମେଶ୍ୱର ଅଟନ୍ତି।”
23 “Sonra RAB'be yalvardım:
ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି,
24 ‘Ey Egemen RAB, büyüklüğünü ve güçlü elini bana göstermeye başladın. Gökte ve yerde senin yaptığın yüce işleri yapabilecek başka bir tanrı yok!
“ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ; ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି?
25 İzin ver de Şeria Irmağı'ndan geçip karşı yakadaki o verimli ülkeyi, o güzel dağlık bölgeyi ve Lübnan'ı göreyim.’
ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”
26 “Ama RAB sizin yüzünüzden bana öfkelendi, yalvarışıma kulak asmadı. Bana, ‘Yeter artık!’ dedi, ‘Bir daha bu konudan söz etme bana.
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ଉପରେ କ୍ରୋଧ କଲେ ଓ ମୋʼ କଥା ଶୁଣିଲେ ନାହିଁ; ଆଉ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭର ଯଥେଷ୍ଟ ହେଲାଣି ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ।
27 Pisga Dağı'na çık. Batıya, kuzeye, güneye, doğuya bak. Gözlerinle gör. Çünkü Şeria Irmağı'ndan geçmeyeceksin.
ପିସ୍ଗାର ଶୃଙ୍ଗକୁ ଚଢ଼ି ଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର; କାରଣ ତୁମ୍ଭେ ଏହି ଯର୍ଦ୍ଦନ ପାର ହେବ ନାହିଁ।
28 Yeşu'ya görev ver. Onu güçlendir ve yüreklendir. Çünkü bu halk Şeria Irmağı'ndan onun önderliğinde geçecek. Göreceğin toprakları halka o miras olarak verecek.’
ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।”
29 Böylece Beytpeor'un karşısındaki vadide kaldık.”
ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।

< Yasa'Nin Tekrari 3 >