< 2 Samuel 9 >

1 Davut, “Saul'un ailesinden daha sağ kalan, Yonatan'ın hatırı için iyilik edebileceğim kimse var mı?” diye sordu.
ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?”
2 Saul'un ailesinin Siva adında bir hizmetkârı vardı. Onu Davut'un yanına çağırdılar. Kral, “Siva sen misin?” diye sordu. Siva, “Evet, ben kulunum” diye yanıtladı.
ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।”
3 Kral, “Saul'un ailesinden sağ kalan kimse yok mu?” diye sordu, “Tanrı'nın iyiliğini ona göstereyim.” Siva, “Yonatan'ın iki ayağı sakat bir oğlu var” diye yanıtladı.
ତହିଁରେ ରାଜା ପଚାରିଲେ, “ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି?” ଏଥିରେ ସୀବଃ ରାଜାଙ୍କୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା।”
4 Kral, “Nerede o?” diye sordu. Siva, “Ammiel oğlu Makir'in Lo-Devar'daki evinde” diye karşılık verdi.
ତହୁଁ ରାଜା ତାହାକୁ ପଚାରିଲେ, “ସେ କେଉଁଠାରେ ଅଛି?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି।”
5 Böylece Kral Davut, Lo-Devar'dan Ammiel oğlu Makir'in evinden onu yanına getirtti.
ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ।
6 Saul oğlu Yonatan oğlu Mefiboşet, Davut'un yanına gelince, onun önünde yere kapandı. Davut, “Mefiboşet!” diye seslendi. Mefiboşet, “Evet, ben kulunum” diye yanıtladı.
ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା। ତହୁଁ ଦାଉଦ କହିଲେ, “ହେ ମଫୀବୋଶତ୍‍।” ସେ ଉତ୍ତର କଲା, “ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି।”
7 Davut ona, “Korkma!” dedi, “Çünkü baban Yonatan'ın hatırı için, sana kesinlikle iyilik edeceğim. Atan Saul'un bütün toprağını sana geri vereceğim. Ve sen her zaman soframda yemek yiyeceksin.”
ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।”
8 Mefiboşet yere kapanıp şöyle dedi: “Kulun ne ki, benim gibi ölmüş bir köpekle ilgileniyorsun?”
ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”
9 Kral Davut, Saul'un hizmetkârı Siva'yı çağırtıp, “Önceden efendin Saul ile ailesine ait her şeyi torunu Mefiboşet'e verdim” dedi,
ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, “ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି।
10 “Sen, oğulların ve kölelerin onun için toprağı işleyip ürünü getireceksiniz. Öyle ki, efendinizin torununun yiyecek gereksinimi sağlansın. Efendinin torunu Mefiboşet her zaman benim soframda yemek yiyecektir.” Siva'nın on beş oğlu ve yirmi kölesi vardı.
ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।
11 Siva, “Efendim kralın buyurduğu her şeyi yapacağım” dedi. Mefiboşet kralın çocuklarından biri gibi onun sofrasında yemek yedi.
ତେବେ ସୀବଃ ରାଜାଙ୍କୁ କହିଲା, “ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ।” ମଫୀବୋଶତ୍‍ ବିଷୟରେ ରାଜା କହିଲେ, “ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ।”
12 Mefiboşet'in Mika adında küçük bir oğlu vardı. Siva'ya bağlı herkes Mefiboşet'e hizmet ediyordu.
ସେହି ମଫୀବୋଶତ୍‍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀକା। ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍‍ର ଦାସ ହେଲେ।
13 İki ayağı sakat Mefiboşet hep kralın sofrasında yemek yediğinden Yeruşalim'de oturuyordu.
ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।

< 2 Samuel 9 >