< 2 Tarihler 3 >

1 Süleyman bundan sonra RAB'bin Yeruşalim'de babası Davut'a göründüğü Moriya Dağı'nda RAB'bin Tapınağı'nı yaptırmaya başladı. Yevuslu Ornan'ın olan bu harman yerini Davut sağlamıştı.
ଏଥିଉତ୍ତାରେ ଶଲୋମନ ଯିରୂଶାଲମସ୍ଥ ମୋରୀୟା ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ, ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ, ଦାଉଦ ଯିବୂଷୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ।
2 Süleyman krallığının dördüncü yılının ikinci ayının ikinci gününde yapıyı başlattı.
ପୁଣି ସେ ଆପଣା ରାଜତ୍ଵର ଚତୁର୍ଥ ବର୍ଷର ଦ୍ୱିତୀୟ ମାସର ଦ୍ୱିତୀୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ।
3 Tanrı'nın Tapınağı için attığı temel, eski ölçülere göre altmış arşın uzunluğunda, yirmi arşın genişliğindeydi.
ଶଲୋମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ, ତାହା ଏହି ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା।
4 Tapınağın ön cephesini boydan boya kaplayan eyvanının genişliği yirmi arşın, yüksekliği yüz yirmi arşındı. Süleyman iç duvarları saf altınla kaplattı.
ପୁଣି ଗୃହର ସମ୍ମୁଖସ୍ଥ ବାରଣ୍ଡାର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ଉଚ୍ଚତା ଶହେ କୋଡ଼ିଏ ହାତ ଥିଲା; ଆଉ ସେ ତହିଁର ଭିତର ଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ।
5 Ana bölümün duvarlarını da önce çam tahtasıyla, sonra saf altınla kaplattı; hurma ağacı ve zincir motifleriyle süsletti.
ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜ୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ।
6 Tapınağı değerli taşlarla bezetti. Kullanılan altın Parvayim'den getirilmişti.
ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ; ସେହି ସ୍ୱର୍ଣ୍ଣ ପର୍ବୟିମ ଦେଶର ସ୍ୱର୍ଣ୍ଣ ଥିଲା।
7 Kirişleri, kapı eşiklerini, duvarlarla kapıları altınla kaplattı. Duvarlara Keruvlar oydurdu.
ମଧ୍ୟ ଗୃହ, କଡ଼ି, ଚଉକାଠ ଓ ତହିଁର କାନ୍ଥ ଓ ତହିଁର କବାଟସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ; ଆଉ କାନ୍ଥରେ କିରୂବାକୃତି ଖୋଦାଇଲେ।
8 En Kutsal Yer'i yaptı: Uzunluğu tapınağın genişliğine eşitti; uzunluğu da genişliği de yirmişer arşındı. En Kutsal Yer'in iç duvarlarını altı yüz talant saf altınla kaplattı.
ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ; ତହିଁର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଥିଲା; ଆଉ ସେ ଛଅ ଶହ ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ।
9 Altın çivilerin ağırlığı elli şekeldi. Süleyman yukarı odaları da altınla kaplattı.
ଆଉ କଣ୍ଟାର ପରିମାଣ ପଚାଶ ଶେକଲ ସ୍ୱର୍ଣ୍ଣ ଥିଲା, ପୁଣି ସେ ଉପର କୋଠରିମାନ ସୁବର୍ଣ୍ଣରେ ମଡ଼ାଇଲେ।
10 En Kutsal Yer'de iki Keruv heykeli yaptırarak altınla kaplattı.
ଆଉ ସେ ମହାପବିତ୍ର ଗୃହରେ ପିତୁଳା କର୍ମର ଦୁଇ କିରୂବ ନିର୍ମାଣ କଲେ ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
11 Keruvlar'ın kanatlarının uzunluğu yirmi arşındı. Keruvlar'dan birinin kanadı beş arşındı ve tapınağın duvarına erişiyordu. Öbür kanat da beş arşındı ve öteki Keruv'un kanadına değiyordu.
ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ଦୀର୍ଘ ଥିଲା; ଏକ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ସେହିପରି ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ସ୍ପର୍ଶ କଲା।
12 Aynı şekilde öteki Keruv'un da kanadı beş arşındı ve tapınağın duvarına erişiyordu. Öbür kanat da beş arşındı ve birinci Keruv'un kanadına değiyordu.
ଅନ୍ୟ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ମଧ୍ୟ ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ଲାଗିଲା।
13 Ayakta duran ve açılmış kanatlarının uzunluğu yirmi arşın olan Keruvlar'ın yüzü ana bölüme bakıyordu.
ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ବିସ୍ତାରିତ ଥିଲା; ସେମାନେ ଚରଣରେ ଠିଆ ହେଲେ ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା।
14 En Kutsal Yer'in perdesi lacivert, mor, kırmızı kumaştan ve ince ketenden yapılmıştı. Üzerinde Keruv işlemeleri vardı.
ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ କ୍ଷୌମସୂତ୍ରର ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୂବଗଣର ଆକୃତି କଲେ।
15 Süleyman otuz beşer arşın yüksekliğinde iki sütun yaptırıp tapınağın önüne diktirdi. Sütun başlıkları beşer arşın yüksekliğindeydi.
ଆହୁରି ସେ ଗୃହ ସମ୍ମୁଖରେ ପଞ୍ଚତିରିଶ ହାତ ଉଚ୍ଚ ଦୁଇ ସ୍ତମ୍ଭ ନିର୍ମାଣ କଲେ ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳି ପାଞ୍ଚ ହାତ ଥିଲା।
16 Gerdanlığa benzer zincirler yaptırarak sütunların üzerine koydurdu. Yüz nar motifi yaptırıp zincirlere taktırdı.
ଆଉ ସେ ଗର୍ଭଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ ଓ ଏକ ଶହ ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ।
17 Sütunları tapınağın önüne diktirip sağdakine Yakin, soldakine Boaz adını verdi.
ଆଉ ସେ ମନ୍ଦିର ସମ୍ମୁଖରେ ସେହି ଦୁଇ ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ଵରେ ଏକ ଓ ବାମ ପାର୍ଶ୍ଵରେ ଏକ କରି ସ୍ଥାପନ କଲେ; ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଯାଖୀନ୍‍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୋୟସ୍‍ ରଖିଲେ।

< 2 Tarihler 3 >