< ఎస్తేరు 6 >

1 ఆ రాత్రి రాజుకు నిద్ర పట్టలేదు. అతడు తన పరిపాలన విశేషాలు రాసి ఉండే గ్రంథం తీసుకు రమ్మని ఆజ్ఞ ఇచ్చాడు. వారు తెచ్చి దాన్ని రాజుకు చదివి వినిపించారు.
ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।
2 ద్వారపాలకులు బిగ్తాను, తెరెషు అనే ఇద్దరు నపుంసకులు రాజైన అహష్వేరోషును చంపడానికి కుట్ర పన్నిన సంగతి మొర్దెకై బయట పెట్టి తెలియజేసినట్టు అందులో రాసి ఉంది.
ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କ ନପୁଂସକ ବିଗ୍‍ଥନ୍‍ ଓ ତେରଶ୍‍ ନାମକ ଦୁଇ ଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲେ।
3 రాజు ఆ సంగతి విని “మరి దీని కోసం మొర్దెకైకి సన్మానంగా, గుర్తింపుగా ఏదైనా చేశామా?” అని అడిగాడు. రాజు సేవకులు “అతనికేమీ చేయలేదు” అని జవాబిచ్చారు.
ଏଣୁ ରାଜା ପଚାରିଲେ, “ଏଥିପାଇଁ ମର୍ଦ୍ଦଖୟଙ୍କୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି?” ରାଜାଙ୍କ ସେବାକାରୀ ଦାସମାନେ କହିଲେ, “ତାହାଙ୍କ ପାଇଁ କିଛି କରାଯାଇ ନାହିଁ।”
4 అప్పుడు “ఆవరణంలో ఉన్నది ఎవరు?” అని రాజు అడిగాడు. అప్పటికి హామాను తాను చేయించిన ఉరి కొయ్య మీద మొర్దెకైని ఉరి తీయించడానికి రాజు అనుమతి అడగడానికి రాజ భవంతి ఆవరణంలోకి వచ్చి ఉన్నాడు.
ତହୁଁ ରାଜା ପଚାରିଲେ, “ପ୍ରାଙ୍ଗଣରେ କିଏ କିଛି?” ଏହି ସମୟରେ ହାମନ୍‍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟଙ୍କୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲେ।
5 రాజ సేవకులు “అయ్యా, హామాను ఆవరణంలో నిలబడి ఉన్నాడు” అని రాజుతో చెప్పారు. రాజు “అతన్ని రానియ్యండి” అన్నాడు. హామాను లోపలికి వచ్చాడు.
ତେଣୁ ରାଜାଙ୍କ ଦାସମାନେ ତାହାଙ୍କୁ କହିଲେ, ଦେଖନ୍ତୁ, “ହାମନ୍‍ ପ୍ରାଙ୍ଗଣରେ ଠିଆ ହୋଇଅଛି।” ତେବେ ରାଜା କହିଲେ, “ସେ ଭିତରକୁ ଆସୁ।”
6 “రాజు ఎవరినైనా గొప్ప చేసి సత్కరించాలనుకుంటే ఏమి చేయాలి?” అని రాజు అతన్ని అడిగాడు. హామాను “నన్ను గాక రాజు మరి ఇంకెవరిని గొప్ప చేయాలనుకుంటాడు?” అని తనలో తాను అనుకుని రాజుతో ఇలా అన్నాడు,
ତହିଁରେ ହାମନ୍‍ ଭିତରକୁ ଆସନ୍ତେ, ରାଜା ତାହାଙ୍କୁ କହିଲେ, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ?” ହାମନ୍‍ ମନେ ମନେ ଭାଳିଲେ, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
7 “రాజు సత్కరించాలని కోరిన వాడికి ఇలా చెయ్యాలి.
ଏଣୁ ହାମନ୍‍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
8 రాజు ధరించుకునే రాజవస్త్రాలను, రాజు ఎక్కే గుర్రాన్ని, రాజు తన తలపై పెట్టుకునే రాజకిరీటాన్ని తేవాలి.
ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ୱ ଅଣାଯାଉ।
9 ఆ వస్త్రాలనూ ఆ గుర్రాన్నీరాజు ఉన్నతాధికారుల్లో ఒకడికి అప్పగించాలి. రాజు గొప్ప చేయాలని కోరుకున్న వ్యక్తికి ఆ వస్త్రాలు తొడిగి ఆ గుర్రం మీద అతణ్ణి ఎక్కించి రాజవీధిలో ఊరేగిస్తూ ‘రాజు గొప్ప చేయాలని కోరిన వాడికి ఈ విధంగా చేస్తారు’ అని అతని ముందు నడుస్తూ చాటించాలి.”
ଆଉ, ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ।’”
10 ౧౦ వెంటనే రాజు “అయితే తొందరగా వెళ్లి నువ్వు చెప్పినట్టే ఆ వస్త్రాలనూ ఆ గుర్రాన్నీ తీసుకుని రాజ ద్వారం దగ్గర కూర్చుని ఉన్న యూదుడైన మొర్దెకైకి ఆ విధంగా చెయ్యి. నువ్వు చెప్పిన వాటిలో ఏదీ తక్కువ కానియ్యకుండా అంతా చెయ్యి” అని హామానుకు ఆజ్ఞాపించాడు.
ଏଥିରେ ରାଜା ହାମନ୍‍କୁ କହିଲେ, “ତୁମ୍ଭେ ଏହା ଶୀଘ୍ର କର; ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର; ତୁମ୍ଭେ ଯେସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ।”
11 ౧౧ హామాను ఆ వస్త్రాలను, గుర్రాన్నీ తెచ్చి మొర్దెకైకి ఆ బట్టలు తొడిగి ఆ గుర్రం మీద అతన్ని కూర్చోబెట్టి రాజ వీధిలో నడిపిస్తూ “రాజు గొప్ప చేయాలని కోరే వాడికి ఇలా జరుగుతుంది” అని అతని ముందర నడుస్తూ చాటించాడు.
ତେଣୁ ହାମନ୍‍ ସେହି ବସ୍ତ୍ର ଓ ଅଶ୍ୱ ନେଇ ମର୍ଦ୍ଦଖୟଙ୍କୁ ବସ୍ତ୍ରାନ୍ୱିତ କଲେ ଓ ଅଶ୍ୱାରୋହଣ କରାଇ ନଗରର ଦାଣ୍ଡରେ ବୁଲାଇଲେ, ପୁଣି “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ;” ଏହି କଥା ତାହାର ଆଗେ ଆଗେ ଘୋଷଣା କଲେ।
12 ౧౨ తరువాత మొర్దెకై రాజు ద్వారం దగ్గరికి తిరిగి వచ్చాడు. హామాను మాత్రం తలపై గుడ్డ కప్పుకుని హతాశుడై గబగబా ఇంటికి వెళ్లి పోయాడు.
ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍‍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।
13 ౧౩ హామాను తనకు పట్టిన గతి తన భార్య జెరెషుకు, తన స్నేహితులందరికీ చెప్పాడు. అతని దగ్గర ఉన్న జ్ఞానులు, అతని భార్య జెరెషు “ఎవరి ఎదుట నీవు పడిపోవడం మొదలయిందో ఆ మొర్దెకై యూదు జాతివాడైతే గనక అతన్ని నీవు ఓడించలేవు. అతని చేతుల్లో నీకు పతనం తప్పదు” అని అతనితో అన్నారు.
ପୁଣି, ହାମନ୍‍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାର୍ଯ୍ୟା ସେରଶ୍‍କୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲେ; ତହିଁରେ ତାହାଙ୍କର ଜ୍ଞାନୀ ଲୋକମାନେ ଓ ତାହାଙ୍କ ଭାର୍ଯ୍ୟା ସେରଶ୍‍ ତାହାଙ୍କୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାଙ୍କୁ ଜୟ କରି ପାରିବ ନାହିଁ; ମାତ୍ର ତାହାର ସାକ୍ଷାତରେ ନିତାନ୍ତ ପତିତ ହେବ।”
14 ౧౪ వారు ఇంకా మాట్లాడుతూ ఉండగానే రాజుగారి ఉద్యోగులు వచ్చి ఎస్తేరు ఏర్పాటు చేసిన విందుకు రమ్మని హామానును తొందర పెట్టారు.
ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ହାମନ୍‍କୁ ନେବା ପାଇଁ ଚଞ୍ଚଳ ହେଲେ।

< ఎస్తేరు 6 >