< Jeremia 50 >

1 Detta är det ord som HERREN talade om Babel, om kaldéernas land, genom profeten Jeremia.
ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍‍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
2 Förkunnen detta bland folken och kungören det, och resen upp ett baner; kungören det, döljen det icke. Sägen: Babel är intaget, Bel har kommit på skam, Merodak är krossad, ja, dess avgudar hava kommit på skam, dess eländiga avgudar äro krossade.
“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍‍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
3 Ty ett folk drager upp mot det norrifrån, som skall göra dess land till en ödemark, så att ingen kan bo däri; både människor och djur skola fly bort.
କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
4 I de dagarna och på den tiden, säger HERREN, skola Israels barn komma vandrande tillsammans med Juda barn; under gråt skola de gå åstad och söka HERREN, sin Gud.
ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5 De skola fråga efter Sion; hitåt skola deras ansikten vara vända: "Kommen! Må man nu hålla fast vid HERREN i ett evigt förbund, som aldrig varder förgätet."
ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6 En vilsekommen hjord var mitt folk. Deras herdar hade fört dem vilse och läto dem irra omkring på bergen. Så strövade de från berg till höjd och glömde sin rätta lägerplats.
ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମ-ସ୍ଥାନ ପାସୋରିଅଛନ୍ତି।
7 Alla som träffade på dem åto upp dem, och deras ovänner sade: "Vi ådraga oss ingen skuld därmed." Så skedde, därför att de hade syndat mot HERREN, rättfärdighetens boning, mot HERREN, deras fäders hopp.
ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’
8 Flyn ut ur Babel, dragen bort ifrån kaldéernas land, och bliven lika bockar som hasta framför hjorden.
ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍‍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
9 Ty se, jag skall uppväcka från nordlandet en hop av stora folk och föra dem upp mot Babel, och de skola rusta sig till strid mot det; från det hållet skall det bliva intaget. Deras pilar skola vara såsom en lyckosam hjältes, som icke vänder tillbaka utan seger.
କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହାଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।
10 Och Kaldeen skall lämnas till plundring; dess plundrare skola alla få nog, säger HERREN.
ପୁଣି, କଲ୍‍ଦୀୟା ଲୁଟିତ ଦ୍ରବ୍ୟ ହେବ, ସଦାପ୍ରଭୁ କହନ୍ତି, ଯେଉଁମାନେ ତାହା ଲୁଟିବେ, ସେସମସ୍ତେ ପରିତୃପ୍ତ ହେବେ।
11 Ja, om I än glädjens och fröjden eder, I som skövlen min arvedel, om I än hoppen såsom kvigor på tröskplatsen och frusten såsom hingstar,
ହେ ଆମ୍ଭର ଅଧିକାର ଅପହରଣକାରୀମାନେ, ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ, ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
12 eder moder skall dock komma storligen på skam; hon som har fött eder skall få blygas. Se, bland folken skall hon bliva den yttersta -- en öken, ett torrt land och en hedmark!
ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ; ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ; ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍‍ ହେବ, ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13 För HERRENS förtörnelses skull måste det ligga obebott och alltigenom vara en ödemark. Alla som gå fram vid Babel skola häpna och vissla vid tanken på alla dess plågor.
ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବ।
14 Rusten eder till strid mot Babel från alla sidor, I som spännen båge; skjuten på henne, sparen icke på pilarna; ty mot HERREN har hon syndat.
ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ, ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ; କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15 Höjen segerrop över henne på alla sidor: "Hon har måst giva sig; fallna äro hennes stödjepelare, nedrivna hennes murar!" Detta är ju HERRENS hämnd, så hämnens då på henne. Såsom hon har gjort, så mån I göra mot henne.
ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।
16 Utroten ur Babel både dem som så och dem som i skördens tid föra lien. Undan det härjande svärdet må envar nu vända om till sitt folk och envar fly hem till sitt land.
ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରିଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।
17 Israel var ett vilsekommet får som jagades av lejon. Först åts det upp av konungen i Assyrien, och sist har Nebukadressar, konungen i Babel, gnagt dess ben.
ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି; ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍‍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।
18 Därför säger HERREN Sebaot, Israels Gud, så: Se, jag skall hemsöka konungen i Babel och hans land, likasom jag har hemsökt konungen i Assyrien.
ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଅଶୂରର ରାଜାକୁ ଯେପରି ଦଣ୍ଡ ଦେଇଅଛୁ, ସେପରି ବାବିଲର ରାଜାକୁ ଓ ତାହାର ଦେଶକୁ ଆମ୍ଭେ ଦଣ୍ଡ ହେବା।
19 Och jag skall föra Israel tillbaka till hans betesmarker, och han skall få gå bet på Karmel och i Basan; och på Efraims berg och i Gilead skall han få äta sig mätt.
ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।
20 I de dagarna och på den tider säger HERREN, skall man söka efter Israels missgärning, och den skall icke mer vara till, och efter Juda synder, och de skola icke mer bliva funna; ty jag skall förlåta dem som jag låter leva kvar.
ସଦାପ୍ରଭୁ କହନ୍ତି, ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।
21 Drag ut mot Merataims land och mot inbyggarna i Pekod. Förfölj dem och döda dem och giv dem till spillo, säger HERREN, och gör i alla stycken såsom jag har befallt dig.
ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥୟିମ୍‍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ; ସେମାନଙ୍କର ପଶ୍ଚାତ୍‍ ପଶ୍ଚାତ୍‍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।
22 Krigsrop höras i landet, och stort brak.
ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
23 Huru sönderbruten och krossad är den icke, den hammare som slog hela jorden! Huru har icke Babel blivit till häpnad bland folken!
ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
24 Jag lade ut en snara för dig, och så blev du fångad, Babel, förrän du visste därav; du blev ertappad och gripen, ty det var med HERREN som du hade givit dig i strid.
ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାନ୍ଦ ପାତିଅଛୁ, ଆଉ ତୁମ୍ଭେ ନ ଜାଣି ତହିଁରେ ଧରା ପଡ଼ିଅଛ, ତୁମ୍ଭର ଅନୁସନ୍ଧାନ ମିଳିଅଛି, ମଧ୍ୟ ତୁମ୍ଭେ ଧରା ପଡ଼ିଅଛ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଅଛ।
25 HERREN öppnade sin rustkammare och tog fram sin vredes vapen. Ty ett verk hade Herren, HERREN Sebaot, att utföra i kaldéernas land.
ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍‍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।
26 Ja, kommen över det från alla sidor, öppnen dess förrådskammare, kasten i en hög vad där finnes, såsom man gör med säd, och given det till spillo; låten intet därav bliva kvar.
ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ, ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର; ତାହାର କିଛି ଅବଶିଷ୍ଟ ରଖ ନାହିଁ।
27 Nedgören alla dess tjurar, fören dem ned till att slaktas. Ve dem, ty deras dag har kommit, deras hemsökelses tid!
ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28 Hör huru de fly och söka rädda sig ur Babels land, för att i Sion förkunna HERRENS, vår Guds, hämnd, hämnden för hans tempel.
ଯେଉଁ ପଳାତକମାନେ ଓ ବାବିଲ ଦେଶରୁ ରକ୍ଷାପ୍ରାପ୍ତ ଲୋକମାନେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର, ହଁ, ତାହାଙ୍କ ମନ୍ଦିର ହେତୁରୁ ପ୍ରତିଶୋଧ ନେବାର ବିଷୟ ସିୟୋନରେ ପ୍ରକାଶ କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କର ରବ।
29 Båden upp mot Babel folk i mängd, allt vad bågskyttar heter; lägren eder runt omkring det, låten ingen undkomma. Vedergällen det efter dess gärningar; gören mot det alldeles såsom det självt har gjort. Ty mot HERREN har det handlat övermodigt, mot Israels Helige.
ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।
30 Därför skola dess unga man falla på dess gator, och alla dess stridsmän skola förgöras på den dagen, säger HERREN.
ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।
31 Se, jag skall vända mig mot dig, du övermodige, säger Herren, HERREN Sebaot, ty din dag har kommit, den tid då jag vill hemsöka dig.
ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, କାରଣ ତୁମ୍ଭର ଦିନ, ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
32 Då skall den övermodige stappla och falla, och ingen skall kunna upprätta honom. Och jag skall tända eld på hans städer, och elden skall förtära allt omkring honom.
ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।
33 Så säger HERREN Sebaot: Förtryckta äro Israels barn, och Juda barn jämte dem. Alla de som hava fart dem i fångenskap hålla dem fast och vilja icke släppa dem.
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି; ସେମାନଙ୍କୁ ଛାଡ଼ିଦେବାକୁ ଅସମ୍ମତ ହେଉଅଛନ୍ତି;
34 Men deras förlossare är stark; HERREN Sebaot är hans namn. Han skall förvisso utföras deras sak, så att han skaffar ro åt jorden -- men oro åt Babels invånare.
(ମାତ୍ର) ସେମାନଙ୍କର ମୁକ୍ତିଦାତା ବଳବାନ; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ, ସେ ପୃଥିବୀକୁ ଶାନ୍ତ ଓ ବାବିଲ ନିବାସୀମାନଙ୍କୁ ଉଦ୍‍ବିଗ୍ନ କରିବା ନିମନ୍ତେ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।
35 Svärd komme över kaldéerna, säger HERREN, över Babels invånare, över dess furstar och dess visa män!
ସଦାପ୍ରଭୁ କହନ୍ତି, କଲ୍‍ଦୀୟମାନଙ୍କ ଉପରେ, ବାବିଲ ନିବାସୀମାନଙ୍କ ଉପରେ, ତାହାର ଅଧିପତିମାନଙ୍କ ଓ ଜ୍ଞାନୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି।
36 Svärd komme över lögnprofeterna, så att de stå där såsom dårar! Svärd komme över dess hjältar, så att de bliva förfärade!
ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ; ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।
37 Svärd komme över dess hästar och vagnar och över allt främmande folk därinne, så att de bliva såsom kvinnor! Svärd komme över dess skatter, så att de bliva tagna såsom byte!
ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ; ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।
38 Torka komme över dess vatten, så att de bliva uttorkade! Ty det är ett belätenas land, och skräckgudar dyrka de såsom vanvettiga människor.
ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
39 Därför skola nu schakaler bo där tillsammans med andra ökendjur, och strutsar skola där få sin boning. Aldrig mer skall det bliva bebyggt, från släkte till släkte skall det vara obebott.
ଏଥିପାଇଁ ବନ-ପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ; ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରାଯିବ ନାହିଁ।
40 Likasom när Sodom och Gomorra med sina grannstäder omstörtades av Gud, säger HERREN, så skall ingen mer bo där och intet människobarn där vistas.
ସଦାପ୍ରଭୁ କହନ୍ତି, ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା, ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
41 Se, ett folk kommer norrifrån; ett stort folk och många konungar resa sig och komma från jordens yttersta ända.
ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
42 De föra båge och lans, de äro grymma och utan förbarmande. Dånet av dem är såsom havets brus, och på sina hästar rida de fram, rustade såsom kämpar till strid, mot dig, du dotter Babel.
ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
43 När konungen i Babel hör ryktet om dem, sjunka hans händer ned; ängslan griper honom, ångest lik en barnaföderskas.
ବାବିଲର ରାଜା ସେମାନଙ୍କ ବିଷୟରେ ଜନରବ ଶୁଣିଅଛି ଓ ତାହାର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ତାହାକୁ ଆକ୍ରାନ୍ତ କରିଅଛି।
44 Se, lik ett lejon som drager upp från Jordanbygdens snår och bryter in på frodiga betesmarker skall jag i ett ögonblick jaga dem bort därifrån; och den som jag utväljer skall jag sätta till herde över dem. Ty vem är min like, och vem kan ställa mig till ansvar? Och vilken är den herde som kan bestå inför mig?
ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍‍ ତାହା ନିକଟରୁ ସେମାନଙ୍କୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି?”
45 Hören därför det råd som HERREN har lagt mot Babel, och de tankar som han har mot kaldéernas land: Ja, herdegossarna skola sannerligen släpas bort; sannerligen, deras betesmark skall häpna över dem.
ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍‍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ; ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ମଧ୍ୟ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କର ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
46 När man ropar: "Babel är intaget", då bävar jorden, och ett skriande höres bland folken.
ବାବିଲ ଶତ୍ରୁହସ୍ତଗତ ହେବାର ଶବ୍ଦରେ ପୃଥିବୀ କମ୍ପୁଅଛି ଓ ଗୋଷ୍ଠୀଗଣ ମଧ୍ୟରେ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।

< Jeremia 50 >