< 4 Mosebok 21 >
1 Och då den Cananeen, Konungen i Arad, som söderut bor, hörde att Israel inkom genom spejares väg, stridde han emot Israel, och förde några af dem fångna.
ଏଥିଉତ୍ତାରେ ଇସ୍ରାଏଲ ଅଥାରୀମର ପଥ ଦେଇ ଆସୁଅଛନ୍ତି, ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାନ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ।
2 Då lofvade Israel Herranom ett löfte, och sade: Om du gifver detta folket under mina hand, så skall jag gifva deras städer tillspillo.
ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”
3 Och Herren hörde Israels bön, och gaf dem de Cananeer, och de gjorde dem tillspillo med deras städer; och kallade det rummet Horma.
ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେହି କିଣାନୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, ପୁଣି, ସେହି ସ୍ଥାନର ନାମ ହର୍ମା ହେଲା।
4 Sedan drogo de ifrå berget Hor, på den vägen åt röda hafvet, att de skulle draga omkring de Edomeers land. Och folket vardt ledse på vägen.
ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା।
5 Och folket talade emot Gud, och emot Mose: Hvi hafver du fört oss utur Egypten, att vi skulle dö i öknene? Ty här är hvarken bröd eller vatten, och vår själ vämjar öfver denna lösa maten.
ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।
6 Då sände Herren ibland folket brännande ormar; de beto folket, så att mycket folk i Israel blef dödt.
ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ।
7 Så kommo de till Mose, och sade: Vi hafve syndat, att vi emot Herran och emot dig talat hafve; bed Herran, att han tager dessa ormarna ifrån oss. Mose bad för folket.
ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
8 Då sade Herren till Mose: Gör dig en kopparorm, och res honom upp för ett tecken; hvilken som biten är, och ser uppå honom, han skall lefva.
ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।”
9 Så gjorde Mose en kopparorm, och reste honom upp för ett tecken, och om någor vardt biten af orme, så såg han på den kopparormen, och blef vid lif.
ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।
10 Och Israels barn drogo ut, och lägrade sig i Oboth.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
11 Och ifrån Oboth drogo de ut, och lägrade sig i Ijim vid berget Abarim, uti den öknene tvärtöfver Moab österut.
ତହିଁ ଉତ୍ତାରେ ଓବୋତରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୋୟାବର ସମ୍ମୁଖସ୍ଥିତ ପ୍ରାନ୍ତରରେ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ।
12 Dädan drogo de, och lägrade sig vid den bäcken Sared.
ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ।
13 Dädan drogo de, och lägrade sig på denna sidone vid Arnon, hvilket i öknene är, och sträcker sig ut ifrå de Amoreers landsändar; ty Arnon är Moabs landamäre, emellan Moab och de Amoreer.
ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କର ସୀମାରୁ ନିର୍ଗତ ଅର୍ଣ୍ଣୋନର ଅନ୍ୟ ପାରିସ୍ଥିତ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
14 Deraf säger man uti den bokene om Herrans strider: Den höga bergklippan allt intill skyn, och intill Arnons bäck;
ଏନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧର ନଳାକାର ପୁସ୍ତକରେ କଥିତ ଅଛି, ଯଥା “ସୁଫଃରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା,
15 Och intill bäcksens källo, hvilken räcker allt intill den staden Ar, och böjer sig, och är Moabs gränsa.
ପୁଣି, ଆରର ବାସସ୍ଥାନଗାମୀ ଓ ମୋୟାବ-ସୀମାର ପାର୍ଶ୍ଵସ୍ଥିତ ଗଡ଼ନ୍ତି ଉପତ୍ୟକାସକଳକୁ (ସେ ଜୟ କଲେ।”)
16 Och dädan drogo de till brunnen; det är den brunnen, der Herren af sade till Mose: Församla folket, jag vill gifva dem vatten.
ସେଠାରୁ ସେମାନେ (ଯାତ୍ରା କରି) ବେର (କୂପ) ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା।”
17 Då söng Israel denna visona, och söngo emot hvarannan öfver brunnen:
ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାନ କଲେ, “ହେ କୂପ, ଉଚ୍ଛୁଳି ଉଠ ତୁମ୍ଭେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର;
18 Denna är den brunnen, som de Förstar grafvit hafva; de ädle i folket hafva grafvit honom, genom läraren och deras stafrar. Ifrå denne öknene drogo de till Mattana;
ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”
19 Och ifrå Mattana till Nahaliel, och ifrå Nahaliel till Bamoth;
ଏଉତ୍ତାରେ ସେମାନେ ପ୍ରାନ୍ତରରୁ ମତ୍ତାନକୁ ଓ ମତ୍ତାନଠାରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ
20 Och ifrå Bamoth till den dalen, som ligger i Moabs mark, vid det höga berget Pisga, som vet åt öknene.
ଓ ବାମୋତଠାରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ, ତାହା ମରୁଭୂମି ଆଡ଼କୁ ଥିଲା।
21 Och Israel sände båd till Sihon, de Amoreers Konung, och lät säga honom:
ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ ଏହା କହି ଦୂତ ପଠାଇଲେ;
22 Låt mig draga igenom ditt land; vi vilje intet vika in på åkrar, eller in på vingårdar; vi vilje icke heller dricka brunnvattnet; landstråtena vilje vi fara, tilldess vi komme genom dina landsändar.
“ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”
23 Men Sihon tillstadde icke Israels barn gå igenom sina landsändar; utan församlade allt sitt folk, och drog emot Israel i öknena. Och som han kom till Jahza, stridde han emot Israel.
ଏଥିରେ ସୀହୋନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ; ମାତ୍ର ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି, ଯହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
24 Men Israel slog honom med svärdsegg, och tog hans land in, ifrån Arnon allt intill Jabbok, och allt intill Ammons barn; förty Ammons landsändar voro faste.
ତହିଁରେ ଇସ୍ରାଏଲ ଖଡ୍ଗଧାରରେ ତାଙ୍କୁ ଆଘାତ କରି ଅର୍ଣ୍ଣୋନଠାରୁ ଯବ୍ବୋକ୍ ପର୍ଯ୍ୟନ୍ତ, ଅର୍ଥାତ୍, ଅମ୍ମୋନ-ସନ୍ତାନଗଣଙ୍କର ସୀମା ପର୍ଯ୍ୟନ୍ତ, ତାହାର ଦେଶ ଅଧିକାର କଲେ; କାରଣ ଅମ୍ମୋନ-ସନ୍ତାନଗଣଙ୍କର ସୀମା ଦୃଢ଼ ଥିଲା।
25 Alltså tog Israel alla dessa städerna, och bodde i alla de Amoreers städer, i Hesbon, och alla hans döttrar.
ଏହିରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମୋରୀୟମାନଙ୍କର ସମସ୍ତ ନଗରରେ, ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସ କଲେ।
26 Ty staden Hesbon hörde Sihon Amoreers Konunge till, och han hade tillförene stridt med de Moabiters Konung, och vunnit honom af all hans land, allt intill Arnon.
କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ନଗର ଥିଲା, ସେ ମୋୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ଣ୍ଣୋନ ପର୍ଯ୍ୟନ୍ତ ତାହାର ସମସ୍ତ ଦେଶ ନେଇଥିଲେ।
27 Deraf säger man i ordspråket: Kommer till Hesbon, att man bygger och upprättar den staden Sihon.
ଏନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍ବୋନକୁ ଆସ, ସୀହୋନର ନଗର ନିର୍ମିତ ଓ ଦୃଢ଼ୀକୃତ ହେଉ;
28 Ty en eld är utgången af Hesbon, en låge af den staden Sihon; han hafver uppfrätit Ar de Moabiters; och de der bo i de höjder Arnon.
କାରଣ ହିଷ୍ବୋନଠାରୁ ଅଗ୍ନି, ସୀହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି; ତାହା ମୋୟାବର ଆର ନଗରକୁ, ଅର୍ଣ୍ଣୋନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି।
29 Ve dig, Moab; du Chemos folk äst förgånget. Man hafver hans söner slagit på flyktena, och fört hans döttrar fångna till Sihon, de Amoreers Konung.
ହେ ମୋୟାବ, ତୁମ୍ଭର ସନ୍ତାପ ହେଲା! ହେ କମୋଶର ଲୋକଗଣ, ତୁମ୍ଭେମାନେ ଉଚ୍ଛିନ୍ନ ହେଲ; ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତାହାର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସୀହୋନର ହସ୍ତରେ ସମର୍ପଣ କରିଅଛି;
30 Deras härlighet är vorden omintet, ifrå Hesbon intill Dibon; hon är förstörd allt intill Nopha, hvilken räcker allt intill Medeba.
ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ; ହିଷ୍ବୋନ ଦୀବୋନ୍ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପଇ।”
31 Så bodde Israel uti de Amoreers lande.
ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
32 Och Mose sände ut spejare till Jaeser, och de vunno dess döttrar, och togo de Amoreer in, som deruti voro;
ଏଥିଉତ୍ତାରେ ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ିଦେଲେ।
33 Och vände om, och drogo uppåt den vägen till Basan. Då drog Og, Konungen i Basan, ut emot dem med allt sitt folk, till att strida i Edrei.
ତହୁଁ ସେମାନେ ଫେରି ବାଶନର ପଥ ଦେଇ ଉଠିଗଲେ; ତହିଁରେ ବାଶନର ରାଜା ଓଗ୍, ସେ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିୟୀରେ ଯୁଦ୍ଧ କଲେ।
34 Och Herren sade till Mose: Frukta dig intet för honom; ty jag hafver gifvit honom i dina hand med land och folk; och du skall göra med honom, såsom du med Sihon, de Amoreers Konung, gjort hafver, hvilken i Hesbon bodde.
ସେହି ସମୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେରୂପ କଲ, ତାହା ପ୍ରତି ସେରୂପ କରିବ।”
35 Och de slogo honom och hans söner, och allt hans folk, tilldess att ingen var igen; och togo det landet in.
ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି, ସେମାନେ ତାହାର ଦେଶ ଅଧିକାର କଲେ।