< Esra 8 >
1 Desse äro hufvuden för deras fäder, som räknade vordo, och med mig uppdrogo ifrå Babel, i den tiden, då Konung Arthahsasta regerade.
ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା,
2 Af Pinehas barn: Gersom. Af Ithamars barn: Daniel. Af Davids barn: Hattus.
ପୀନହସ୍ର ସନ୍ତାନଗଣ ମଧ୍ୟରୁ ଗେର୍ଶୋମ; ଈଥାମରର ସନ୍ତାନଗଣ ମଧ୍ୟରୁ ଦାନିୟେଲ; ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୂଶ୍।
3 Af Sechania barn, Paros barn: Zacharia, och med honom räknade hundrade och femtio män.
ଶଖନୀୟର ସନ୍ତାନଗଣ ମଧ୍ୟରୁ; ପରିୟୋଶର ସନ୍ତାନଗଣ ମଧ୍ୟରୁ ଜିଖରୀୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ ଏକ ଶହ ପଚାଶ ଜଣ।
4 Af PahathMoabs barn: Eljoenai, Seraja son, och med honom tuhundrad män.
ପହତ୍-ମୋୟାବର ସନ୍ତାନଗଣ ମଧ୍ୟରୁ ସରହୀୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ ଦୁଇ ଶହ ପୁରୁଷ।
5 Af Sechania barn: Jahasiels son, och med honom trehundrad män.
ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।
6 Af Adins barn: Ebed, Jonathans son, och med honom femtio män.
ଆଉ, ଆଦୀନର ସନ୍ତାନଗଣ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଚାଶ ପୁରୁଷ।
7 Af Elams barn: Jesaia, Athalia son, och med honom sjutio män.
ପୁଣି, ଏଲମ୍ର ସନ୍ତାନଗଣ ମଧ୍ୟରୁ ଅଥଲୀୟର ପୁତ୍ର ଯିଶାୟାହ ଓ ତାହା ସଙ୍ଗେ ସତୁରି ପୁରୁଷ।
8 Af Sephatja barn: Sebadja, Michaels son, och med honom åttatio män.
ଆଉ, ଶଫଟୀୟର ସନ୍ତାନଗଣ ମଧ୍ୟରୁ ମୀଖାୟେଲର ପୁତ୍ର ସବଦୀୟ ଓ ତାହା ସଙ୍ଗେ ଅଶୀ ପୁରୁଷ।
9 Af Joabs barn: Obadja, Jehiels son, och med honom tuhundrad och aderton män.
ଯୋୟାବର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଓବଦୀୟ ଓ ତାହା ସଙ୍ଗେ ଦୁଇ ଶହ ଅଠର ପୁରୁଷ।
10 Af Selomiths barn: Josiphia son, och med honom hundrade och sextio män.
ଆଉ, ଶଲୋମୀତ୍ର ସନ୍ତାନଗଣ ମଧ୍ୟରୁ ଯୋଷିଫୀୟର ପୁତ୍ର ଓ ତାହା ସଙ୍ଗେ ଏକ ଶହ ଷାଠିଏ ପୁରୁଷ।
11 Af Bebai barn: Zacharia, Bebai son, och med honom åtta och tjugu män.
ପୁଣି, ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରୀୟ ଓ ତାଙ୍କ ସଙ୍ଗେ ଅଠାଇଶ ପୁରୁଷ।
12 Af Asgads barn: Johanan, Katans son, och med honom hundrade och tio män.
ଅସ୍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ ଏକ ଶହ ଦଶ ପୁରୁଷ।
13 Af de sista Adonikams barn; och heto alltså: Eliphelet, Jehiel och Semaja, och med dem sextio män.
ଆଉ, ଅଦୋନୀକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି, ଇଲୀଫେଲଟ୍, ଯିୟୀୟେଲ୍ ଓ ଶମୟୀୟ; ସେମାନଙ୍କ ସଙ୍ଗେ ଷାଠିଏ ପୁରୁଷ।
14 Af Bigvai barn: Uthai och Sabbud, och med dem sjutio män.
ଆଉ, ବିଗ୍ବୟର ସନ୍ତାନଗଣ ମଧ୍ୟରୁ ଊଥୟ ଓ ସକ୍କୁର ଓ ସେମାନଙ୍କ ସଙ୍ଗେ ସତୁରି ପୁରୁଷ।
15 Och jag församlade dem till älfvena, som kommer till Ahava; och blefvom der i tre dagar. Och då jag gaf akt uppå folket och Presterna, fann jag der inga Leviter.
ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।
16 Då sände jag till Elieser, Ariel, Semaja, Elnathan, Jarib, Elnathan, Nathan, Zacharia och Mesullam, öfverstar; och Jojarib och Elnathan, lärare;
ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍ନାଥନ୍, ଯାରିବ, ଇଲ୍ନାଥନ୍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍ ଓ ଇଲ୍ନାଥନ୍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
17 Och sände dem ut till Iddo öfverstan, till Casiphja, att de skulle hemta oss tjenare uti vår Guds hus. Och jag gaf dem in hvad de tala skulle med Iddo och hans bröder, de Nethinim i Casiphja.
ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।
18 Och de hade till oss, efter Guds goda hand öfver oss, en klok man utaf Maheli barn, Levi sons, Israels sons, Serebia, med hans söner och bröder, aderton;
ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;
19 Och Hasabia, och med honom Jesaia af Merari barn, med hans bröder och deras söner, tjugu;
ଆଉ, ହଶବୀୟ ଓ ତାହା ସଙ୍ଗେ ମରାରି-ସନ୍ତାନଗଣ ମଧ୍ୟରୁ ଯିଶାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ କୋଡ଼ିଏ ଜଣକୁ;
20 Och af de Nethinim, hvilka David och Förstarna gåfvo till att tjena Leviterna, tuhundrad och tjugu, alle nämnde vid namn.
ଆଉ, ଦାଉଦ ଓ ଅଧିପତିମାନେ ଯେଉଁ ନଥୀନୀୟମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଶହ କୋଡ଼ିଏ ଜଣ ନଥୀନୀୟ ଲୋକ ଆଣିଲେ; ଏସମସ୍ତଙ୍କ ନାମ ଲିଖିତ ହେଲା।
21 Och jag lät der vid älfvena, vid Ahava, utropa ena fasto, att vi skulle ödmjuka oss för vårom Gud, till att söka af honom en rättan väg för oss, och vår barn, och alla våra håfvor.
ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।
22 Ty jag skämdes bedas ledsagare och resenärar af Konungenom, att de skulle hjelpa oss för fienderna på vägenom; förty vi hade sagt Konungenom: Vår Guds hand är till det bästa öfver alla de honom söka; och hans starkhet och vrede öfver alla dem, som honom öfvergifva.
କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା; “ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି; ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି।” ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ।
23 Alltså fastade vi, och sökte detta af vårom Gud, och han hörde oss.
ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ।
24 Och jag afskiljde tolf af de öfversta Presterna, Serebia och Hasabia, och med dem tio deras bröder;
ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି;
25 Och vog dem till silfver, och guld, och tyg till häfoffer i vår Guds hus, hvilka Konungen, och hans rådherrar, och Förstar, och hele Israel, som för handene var, till häfoffer gifvit hade;
ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;
26 Och vog dem till i deras hand sexhundrad och femtio centener silfver, och i silfvertyg hundrade centener, och i guld hundrade centener;
ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା;
27 Tjugu gyldene skålar, de höllo tusende gylden, och tu god kostelig kopparkäril, klar såsom guld;
ଏକ ହଜାର ଡ୍ରାକ୍ମା (ଗ୍ରୀସ୍ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।
28 Och sade till dem: I ären helige Herranom; så äro ock kärilen helig; dertill det frigifna silfver och guld Herranom edra fäders Gud.
ପୁଣି, ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ରସକଳ ମଧ୍ୟ ପବିତ୍ର ଅଟେ; ଆଉ, ଏହି ରୂପା ଓ ସୁନା ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।
29 Så vaker, och bevarer det, tilldess I vägen det inför öfversta Presterna, och Leviterna, och öfversta fäderna i Israel i Jerusalem, uti Herrans hus kistor.
ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହର କୋଠରିରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃ ବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର।”
30 Då togo Presterna och Leviterna det vägna silfret, och guldet, och kärilen, att de skulle föra det till Jerusalem, till vår Guds hus.
ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ।
31 Alltså fore vi ifrån älfvene Ahava, på tolfte dagen i första månadenom, att vi skulle draga till Jerusalem; och vår Guds hand var öfver oss, och bevarade oss ifrå fiendernas hand och försåt på vägenom.
ଏଥିଉତ୍ତାରେ ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ; ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ।
32 Och vi komme till Jerusalem, och blefvom der i tre dagar.
ତହିଁରେ ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ।
33 På fjerde dagenom vardt väget silfret och guldet, och kärilen uti vår Guds hus, under Meremoths hand, Uria sons Prestens, och med honom var Eleazar, Pinehas son; och med dem Josabath, Jesua son, och Noadja, Binnui son, de Leviter;
ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ରସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୌଲା ଯାଇ ଊରୀୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା; ତାହା ସଙ୍ଗେ ପୀନହସ୍ର ପୁତ୍ର ଇଲୀୟାସର ଥିଲା; ଆଉ, ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୁୟିର ପୁତ୍ର ନୋୟଦୀୟ, ଏହି ଲେବୀୟମାନେ ଥିଲେ;
34 Efter hvars tal och vigt; och vigten vardt på den tiden all beskrifven.
ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ଓଜନ ଲେଖାଗଲା।
35 Och fängelsens barn, som utu fängelset komne voro, offrade bränneoffer Israels Gudi, tolf stutar för hela Israel, sex och niotio vädrar, sju och sjutio lamb, tolf bockar till syndoffer; alltsammans till bränneoffer Herranom.
ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ବାର ବୃଷ, ଛୟାନବେ ମେଷ, ସତସ୍ତରି ମେଷଶାବକ, ପାପାର୍ଥକ ବଳି ନିମନ୍ତେ ବାର ଛାଗ ଉତ୍ସର୍ଗ କଲେ; ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା।
36 Och de antvardade Konungens befallning Konungens ämbetsmän och landshöfdingom på denne sidon älfven; och de upphöjde folket, och Guds hus.
ଏଥିଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞା ପତ୍ର ସମର୍ପଣ କଲେ; ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ସାହାଯ୍ୟ କଲେ।