< Yohana 21 >
1 Baada ya hayo Yesu aliwatokea tena wanafunzi wake kando ya ziwa Tiberia. Aliwatokea hivi:
୧ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା ।
2 Simoni Petro, Thoma (aitwaye Pacha), na Nathanieli mwenyeji wa Kana Galilaya, wana wawili wa Zebedayo na wanafunzi wake wengine wawili, walikuwa wote pamoja.
୨ଜିସୁର୍ କେତେଟା ସିସ୍ମନ୍ ଗଟେକ୍ ତେଇ ରୁଣ୍ଡିରଇଲାଇ । ସେମନ୍ ଅଇଲାଇନି, ସିମନ୍ ପିତର୍, ବିଦୁମ୍ ବଲି ଡାକ୍ବା ତମା ନାଉଁର୍ ସିସ୍, ଗାଲିଲି ଦେସର୍ କାନା ଗଡେ ରଇଲା ନିତନିଏଲ୍, ଜେବଦିର୍ ଦୁଇଟା ପିଲା ଜାକୁବ୍, ଜଅନ୍ ଆରି ବିନ୍ ଦୁଇଟା ସିସ୍ମନ୍ ।
3 Simoni Petro aliwaambia, “Nakwenda kuvua samaki.” Nao wakamwambia, “Nasi tutafuatana nawe.” Basi, wakaenda, wakapanda mashua, lakini usiku huo hawakupata chochote.
୩ସିମନ୍ ପିତର୍ ସେମନ୍କେ “ମୁଇ ମାଚ୍ ଦାର୍ବାର୍ ଗାଲିନି ।” ବଲି କଇଲା । ସେମନ୍ ମିସା “ତର୍ ସଙ୍ଗ୍ ଆଇବୁ ।” ବଲି କଇଲାଇ । ଆରି ଡଙ୍ଗାଇ ଚଗି, ସେମନ୍ ଗୁଲାଇ ରାତି ଜାଲ୍ ମାର୍ଲାଇ, ମାତର୍ ମୁଲ୍କେ ଦାରତ୍ନାଇ ।
4 Kulipoanza kupambazuka, Yesu alisimama kando ya ziwa, lakini wanafunzi hawakujua kwamba alikuwa yeye.
୪ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ ।
5 Basi, Yesu akawauliza, “Vijana, hamjapata samaki wowote sio?” Wao wakamjibu, “La! Hatujapata kitu.”
୫ଜିସୁ ସେମନ୍କେ ପାଚାର୍ଲା, “ଏ ମଇତର୍ମନ୍ ତମେ ଜଡେକ୍ ମିସା ମାଚ୍ ଦାରାସ୍ ନାଇ କି?” ସେମନ୍ “ମୁଲ୍କେ ଦାରୁ ନାଇ ।” ବଲି କଇଲାଇ ।
6 Yesu akawaambia, “Tupeni wavu upande wa kulia wa mashua nanyi mtapata samaki.” Basi, wakatupa wavu lakini sasa hawakuweza kuuvuta tena kwa wingi wa samaki.
୬ଜିସୁ ସେମନ୍କେ କଇଲା, “ଡଙ୍ଗାର୍ ଉଜାବାଟେ ଜାଲ୍ ମାରା, ତମେ ମାଚ୍ଦାର୍ସା ଆଲେ ।” ସେ କଇଲା ପାରା ଜାଲ୍ ପାକାଇଲାଇ ଜେ, ଏତର୍ ତାକର୍ ଜାଲେ ଏତେକ୍ ମାଚ୍ ଲାଗ୍ଲାଇଜେ, ସେମନ୍ ଜାଲ୍ ଜିକି ନାପାର୍ଲାଇ ।
7 Hapo yule mwanafunzi aliyependwa na Yesu akamwambia Petro, “Ni Bwana!” Simoni Petro aliposikia ya kuwa ni Bwana, akajifunga vazi lake (maana hakuwa amelivaa), akarukia majini.
୭ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, “ଏଦେ ଦେକା! ଏଟା ନିଜେ ଆମର୍ ମାପ୍ରୁ ସେ!” ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା ।
8 Lakini wale wanafunzi wengine walikuja pwani kwa mashua huku wanauvuta wavu uliojaa samaki; hawakuwa mbali na nchi kavu, ila walikuwa yapata mita mia moja kutoka ukingoni.
୮ଆରି ବାକି ସିସ୍ମନ୍ ମାଚ୍ ବର୍ତି ରଇଲା ଜାଲ୍ ଜିକିଜିକି ଡଙ୍ଗା କଣ୍ଡିତେଇ ଆନି ଲାଗାଇଲାଇ । ସେମନ୍ କଣ୍ଡିଅନି ଦୁଇସ ଆତ୍ ଦୁରିକେସେ ରଇଲାଇ ।
9 Walipofika nchi kavu waliona moto wa makaa umewashwa na juu yake pamewekwa samaki na mkate.
୯ସିସ୍ମନ୍ ଡଙ୍ଗାଇଅନି ଉତ୍ରିକରି ପଦାଇ କେଟ୍ଲାବେଲେ, ଜଇରଇଲା ଇଙ୍ଗ୍ରା ଉପ୍ରେ କେତେଟା ବାଜିଅଇଲା ମାଚ୍ ଆରି ରୁଟି ସଙ୍ଗଇଅଇ ରଇଲାଟା ଦେକ୍ଲାଇ ।
10 Yesu akawaambia, “Leteni hapa baadhi ya samaki mliovua.”
୧୦ତାର୍ ପଚେ ଜିସୁ “ତମେ ଏବେ ଦାର୍ଲା କେତେଟା ମାଚ୍ ଆନା ।” ବଲି କଇଲା ।
11 Basi, Simoni Petro akapanda mashuani, akavuta hadi nchi kavu ule wavu uliokuwa umejaa samaki wakubwa mia moja na hamsini na watatu. Na ingawa walikuwa wengi hivyo wavu haukukatika.
୧୧ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ ।
12 Yesu akawaambia, “Njoni mkafungue kinywa.” Hakuna hata mmoja wao aliyethubutu kumwuliza: “Wewe ni nani?” Maana walijua alikuwa Bwana.
୧୨ଜିସୁ ସେମନ୍କେ “ଆସା କାଆ!” ବଲି କଇଲା । ସିସ୍ମନର୍ ବିତ୍ରେଅନି କେ ମିସା ତୁଇ କେ? ବଲି ପାଚାର୍ବାକେ ସାଆସ୍ କରତ୍ ନାଇ । କାଇକେ ବଇଲେ ସେମନ୍ ସେ ମାପ୍ରୁ ବଲି ଜାନି ରଇଲାଇ ।
13 Yesu akaja, akatwaa mkate akawapa; akafanya vivyo hivyo na wale samaki.
୧୩ଜିସୁ ତାକର୍ ଲଗେ ଜାଇ ରୁଟି ଆରି ମାଚ୍ ବାଟାକରିଦେଲା ।
14 Hii ilikuwa mara ya tatu Yesu kuwatokea wanafunzi wake baada ya kufufuka kutoka wafu.
୧୪ଜିସୁ ମରିକରି ଜିବନ୍ଅଇ, ସିସ୍ମନ୍କେ ଏଟା ସଙ୍ଗ୍ ମିସାଇ, ତିନ୍ତର୍ ଦେକାଇଅଇଲା ।
15 Walipokwisha kula, Yesu alimwuliza Simoni Petro, “Simoni, mwana wa Yohane! Je, wanipenda mimi zaidi kuliko hawa?” Naye akajibu, “Naam, Bwana; wajua kwamba mimi nakupenda.” Yesu akamwambia, “Tunza wana kondoo wangu.”
୧୫ସେମନ୍ କାଇଲା ପଚେ ଜିସୁ ସିମନ୍ ପିତର୍କେ କଇଲା, “ଜଅନର୍ ପଅ ସିମନ୍, ତୁଇକାଇ ଏମନର୍ତେଇଅନି ମକେ ଅଦିକ୍ ଆଲାଦ୍ କଲୁସ୍ନି କି?” ପିତର୍ କଇଲା, “ଉଁ ମାପ୍ରୁ ମୁଇ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।” ଜିସୁ ତାକେ “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି ଜତନ୍ କର୍ ।” ବଲି କଇଲା ।
16 Kisha akamwambia mara ya pili, “Simoni mwana wa Yohane! Je, wanipenda?” Petro akamjibu, “Naam, Bwana; wajua kwamba nakupenda.” Yesu akamwambia, “Tunza kondoo wangu.”
୧୬ତାର୍ ପଚେ ଜିସୁ ଆରି ତରେକ୍ ତାକେ ପାଚାର୍ଲା, “ଜଅନର୍ ପଅ ସିମନ୍, ତୁଇ କାଇ ମକେ ସତଇସେ ଆଲାଦ୍ କଲୁସ୍ନି କି?” ପିତର୍ କଇଲା, “ଉଁ ମାପ୍ରୁ ମୁଇ ତକେ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।” ତାର୍ ପଚେ ଜିସୁ କଇଲା, “ସେନ୍ତାର୍ଆଲେ ମର୍ ମେଣ୍ଡାମନର୍ ଜତନ୍ କର୍ ।”
17 Akamwuliza mara ya tatu, “Simoni mwana wa Yohane! Je, wanipenda?” Hapo Petro akahuzunika kwa sababu alimwuliza mara ya tatu: “Wanipenda?” akamwambia, “Bwana, wewe wajua yote; wewe wajua kwamba mimi nakupenda.” Yesu akamwambia, “Tunza kondoo wangu!
୧୭ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି?” ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।” ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
18 Kweli nakwambia, ulipokuwa kijana ulizoea kujifunga mshipi na kwenda kokote ulikotaka. Lakini utakapokuwa mzee utanyosha mikono yako, na mtu mwingine atakufunga na kukupeleka usikopenda kwenda.”
୧୮“ମୁଇ ତକେ ସତ୍ କାତା କଇଲିନି, ତୁଇ ଦାଙ୍ଗ୍ଡା ରଇଲାବେଲେ, ଚକା ପଚିଆ ପିନ୍ଦି କରି ଜେନେ ପାର୍ଲା ତେନେ ଜାଇତେ ରଇଲୁସ୍ । ମାତର୍ ଡକ୍ରା ଅଇଲେ ଆତ୍ ଟେକ୍ସୁ, ଆରି ବିନ୍ ଲକ୍ମନ୍ ତକେ ବାନ୍ଦି ଜନ୍ତି ଜିବାକେ ମନ୍ ନ ରଏ, ସେ ବାଟେସେ ତକେ ନେବାଇ ।”
19 (Kwa kusema hivyo, alionyesha jinsi Petro atakavyokufa na kumtukuza Mungu.) Kisha akamwambia, “Nifuate.”
୧୯ସେ କେନ୍ତାରି ଅଇ ମରିକରି ପର୍ମେସରର୍ ଡାକ୍ପୁଟା କର୍ସି, ସେଟା ଜାନାଇବାକେ ଜିସୁ ଏନ୍ତାରି କଇଲା । ଏନ୍ତି କଇ ସାରାଇ ସେ ପିତର୍କେ କଇଲା “ମର୍ ସଙ୍ଗ୍ ଆଉ ।”
20 Hapo Petro akageuka, akamwona yule mwanafunzi ambaye Yesu alimpenda, anafuata (Huyu mwanafunzi ndiye yule ambaye wakati wa chakula cha jioni, alikaa karibu sana na Yesu na kumwuliza: “Bwana ni nani atakayekusaliti?”)
୨୦ପିତର୍ ପାସ୍ଲିକରି ଜିସୁର୍ ଆଲାଦର୍ ବିନ୍ ସିସ୍କେ ଦେକ୍ଲା । ଜାକେ କି ଜିସୁ ବେସି ଆଲାଦ୍ କର୍ତେରଇଲା । ଜନ୍ ସିସ୍ କି ରାତିଆ କାଇଲାବେଲେ ଜିସୁର୍ ବୁକେ ଆଉଜି ଅଇକରି ପାଚାରିରଇଲା । “ମାପ୍ରୁ କେ ତମ୍କେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେଇସି?”
21 Basi, Petro alipomwona huyo akamwuliza Yesu, “Bwana, na huyu je?”
୨୧ପିତର୍ ସେ ସିସ୍କେ ଦେକି ଜିସୁକେ ପାଚାର୍ଲା, “ଏ ମାପ୍ରୁ ଆର୍ ବିସଇ କାଇଟା ଅଇସି?”
22 Yesu akamjibu, “Kama nataka abaki mpaka nitakapokuja, yakuhusu nini? Wewe nifuate mimi.”
୨୨ଜିସୁ ତାକେ କଇଲା, “ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚି କରି ରଅ ବଲି ମୁଇ ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି? ତୁଇ ମର୍ ସଙ୍ଗ୍ ଆଉ ।”
23 Basi, habari hiyo ikaenea miongoni mwa wale ndugu kwamba mwanafunzi huyo hafi. Lakini Yesu hakumwambia kwamba mwanafunzi huyo hafi, ila, “Kama nataka abaki mpaka nitakapokuja, yakuhusu nini?”
୨୩ତେବେ ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ନ ମରେ ବଲି କଇରଇଲା ବିସଇ ଗୁଲାଇ ବାଟର୍ ବିସ୍ବାସ୍ କର୍ବା ବାଇମନର୍ତେଇ କେଟ୍ଲା । ମାତର୍ ସେ ନ ମରେ ବଲି ଜିସୁ କଇ ନ ରଇଲା । ମୁଇ ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚିକରି ରଅ ବଲି ମୁଇ ଜଦି ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି? ବଲି କଇରଇଲା ।
24 Huyo ndiye yule aliyeshuhudia mambo haya na kuyaandika. Nasi twajua kwamba aliyoyasema ni kweli.
୨୪ସେ ସିସ୍ ଏ ସବୁ ବିସଇ କଇଲାଆଚେ, ଏ ସବୁଜାକ ସେ ଲେକି ମିସା ଆଚେ ଆରି ସେଟା ଆମେ ଜାନୁ । ସେ ଜାଇଟା କଇଲା ଆଚେ ସେଟା ସବୁ ସତ୍ସେ ।
25 Kuna mambo mengine mengi aliyofanya Yesu, ambayo kama yangeandikwa yote, moja baada ya lingine, nadhani hata ulimwengu wenyewe usingetosha kuviweka vitabu ambavyo vingeandikwa.
୨୫ଜିସୁ କରିରଇବା କାମ୍ମନ୍ ଆରି କେତେକ୍ କେତେକ୍ ଆଚେ, ମାତର୍ ମର୍ ବିଚାର୍ ଇସାବେ ସେ ସବୁଜାକ ଜଦି ଗଟେକ୍ ଲକ୍ ଲେକ୍ଲେ, ଜେତ୍କି ବଇ ଲେକା ଅଇସି, ସେଟାମନ୍ ସଙ୍ଗଇବାକେ ଟାନ୍ ନ ଅଏ ।