< Zekaria 4 >
1 Ndipo malaika aliyekuwa akiongea nami akageuka na kuniamsha kama mtu aamshwavyo usingizini.
ଏଉତ୍ତାରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ଆସି ମୋତେ ନିଦ୍ରାରୁ ଉଠିଥିବା ମନୁଷ୍ୟ ପରି ଜଗାଇଲେ।
2 Akaniuliza, “Unaona nini?” Nikasema, “Ninaona kinara cha taa kimetengenezwa kwa dhahabu tupu, na bakuli juu yake. Kina taa saba juu yake na mirija mmoja kwa kila taa.
ପୁଣି, ସେ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତୋଟି ନଳ ଅଛି।
3 Kando yake kuna mizeituni miwili, mmoja upande wa kulia na mwingine upande wa kushoto.”
ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ୱରେ।”
4 Kisha nikamwiliza tena na malaika aliyeongea nami. “Mambo haya yanamaana gani, bwana wangu?”
ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁର ଅର୍ଥ କʼଣ?”
5 Naye akanijibu na kusema, Haujui mambo haya yanamaanisha nini?” Nikasema, “ndiyo sijui bwana wangu.”
ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, “ଏସବୁର ଅର୍ଥ କଅଣ, ତାହା କି ତୁମ୍ଭେ ଜାଣି ନାହଁ?” ପୁଣି, ତହିଁରେ ମୁଁ କହିଲି, “ହେ ମହାଶୟ, ଜାଣି ନାହିଁ।”
6 Hivyo akaniambia, “Hili ni neno la Yahwe kwa Zerubabeli: lisemalo siyo kwa uwezo wala kwa nguvu, lakini ni kwa Roho wangu, asema Yahwe wa majeshi.
ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
7 U nini wewe, mlima mrefu? Mbele ya Zerubabeli utakuwa tambarare, naye ataondoa jiwe la juu kwa kelele ya 'Neema! Neema kwake!”
ହେ ବୃହତ ପର୍ବତ, ତୁମ୍ଭେ କିଏ ଯିରୁବ୍ବାବିଲ୍ଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ୱନି କରି ସେ ମସ୍ତକ ସ୍ୱରୂପ ପ୍ରସ୍ତର ବାହାର କରି ଆଣିବ?”
8 Neno la Yahwe likanijia kusema,
ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
9 “Mikono ya Zerubabeli imeweka misingi ya nyumba hii nayo itaimaliza. Ndipo mtakapojua kuwa Yahwe wa majeshi amenituma kwenu.
“ଯିରୁବ୍ବାବିଲ୍ଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
10 Ni nani aliyedharau siku ya mambo madogo? Watu hawa wataona jiwe la kupimia mkononi mwa Zerubabeli, nao watafurahi. (Taa saba ni macho ya Yahwe yanayozunguka duniani mwote.)”
କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀର ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲ୍ଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ।”
11 Ndipo nilipomwuliza malaika, Mizeituni hii miwili isimamayo upande wa kushoto na kulia wa kinara cha taa ni nini?”
ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, “ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ୱରେ ଓ ତହିଁର ବାମ ପାର୍ଶ୍ୱରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କʼଣ?”
12 Nikauliza kwa mara nyingine tena, “Haya matawi mawili ya mizeituni kando ya mirija miwili ya dhahabu iliyo na mafuta ya dhahabu yanatiririka kutoka ndani yake?
ପୁଣି, ମୁଁ ଦ୍ୱିତୀୟ ଥର ତାଙ୍କୁ ଉତ୍ତର କରି କହିଲି, “ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ୱରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କʼଣ?”
13 Naye akaniambia, “Hauvijui vitu hivi ni nini?” Nami nikasema, “Hapana, bwana wangu.”
ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ?” ତହୁଁ ମୁଁ କହିଲି, “ହେ ମହାଶୟ, ଜାଣେ ନାହିଁ।”
14 Akasema, “Hawa ni wana wa mafuta mabichi ya mizeituni wasimamao mbele ya Bwana wa dunia yote.”
ତେବେ ସେ କହିଲେ, “ଏମାନେ ସମୁଦାୟ ଭୂମଣ୍ଡଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।”