< Zekaria 1 >

1 Katika mwezi wa nane mwaka wa pili wa kutawala kwake Dario, neno la Yahwe lilimjia nabii Zekaria, mwana wa Berekia mwana wa Ido, kusema,
ଦାରୀୟାବସର ରାଜତ୍ଵର ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
2 “Yawhe alikuwa na hasira sana juu ya baba zenu!
“ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।
3 Wambie, 'Yahwe wa majeshi asema hivi: Nirudieni! - nami nitawarudia ninyi, asema Yahwe wa majeshi.
ଏଥିପାଇଁ ତୁମ୍ଭେ ଏହି ଲୋକମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ପ୍ରତି ଫେର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
4 Msiwe kama baba zenu ambao hapo zamani manabii waliwambia, wakisema, “Yahwe wa majeshi asema hivi: Geukeni kutoka katika njia zenu za mbaya na matendo yenu mabaya!” Lakini hawakuweza kusikia wala kunijari - asema Yahwe.'
ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣର ତୁଲ୍ୟ ହୁଅ ନାହିଁ, ଯେଉଁମାନଙ୍କୁ ଡାକି ପୂର୍ବକାଳର ଭବିଷ୍ୟଦ୍‍ବକ୍ତାମାନେ ଉଚ୍ଚସ୍ୱରରେ କହିଲେ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଏବେ ଫେର।’ ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା ଆମ୍ଭ ପ୍ରତି କର୍ଣ୍ଣପାତ କଲେ ନାହିଁ, ଏହା ସଦାପ୍ରଭୁ କହନ୍ତି।
5 Wako wapi baba zenu? Na manabii, je wapo hapa daima?
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ଏମାନେ କେଉଁଠାରେ? ଓ ଭବିଷ୍ୟଦ୍‍ବକ୍ତାମାନେ, ଏମାନେ କି ଚିରକାଳ ବଞ୍ଚନ୍ତି?
6 Lakini maneno yangu na maagizo niliyowaamru watumishi wangu manabii, je hayakuwapata baba zenu? Hivyo walitubu na kusema, 'Kama vile Yahwe wa majeshi alivyokusudia kututenda kwa kadili zinavyostahili njia na matendo yetu, ndivyo alivyotutenda.”
ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
7 Katika siku ya ishirini na nne ya mwezi wa kumi na moja, ndiyo mwezi wa Shebati, mwaka wa pili wa utawala wa Dario, neno la Yahwe lilimjia nabii Zekaria mwana wa Berekia mwana wa Ido, akasema,
ଦାରୀୟାବସର ଦ୍ୱିତୀୟ ବର୍ଷ ଏଗାରତମ ମାସର, ଅର୍ଥାତ୍‍, ଶବାଟ ମାସର ଚବିଶତମ ଦିନରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
8 “niliona wakati wa usiku, na tazama! mtu alikuwa amepanda farasi mwekundu, naye alikuwa kati ya miti ya mihadasi iliyoko bondeni; na nyuma yake kulikuwa na farasi mwekundu, farasi wa kijivu, na farasi mweupe.”
“ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ।
9 Nikauliza, “Bwana, hivi ni vitu gani?” Malaika aliyesema nami akaniambia, “Nitakueleza vitu hivi ni nini.”
ଏଥିରେ ମୁଁ କହିଲି, ‘ହେ ମହାଶୟ, ଏସବୁ କଅଣ?’ ତହିଁରେ ମୋʼ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, ‘ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।’
10 Kisha mtu aliyesimama kati ya miti ya mihadasi akajibu na kusema, “Hawa ndiyo Yahwe aliowatuma kuzunguka katika dunia yote.”
ଏଥିରେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ପୁରୁଷ ଉତ୍ତର କରି କହିଲେ, ‘ପୃଥିବୀରେ ଏଣେତେଣେ ଗମନାଗମନ କରିବା ପାଇଁ ସଦାପ୍ରଭୁ ଏମାନଙ୍କୁ ପଠାଇଅଛନ୍ତି।’
11 Wakamjibu malaika wa Yahwe aliyekuwa amesimama kati ya miti ya mihadasi na kumwambia, “Tumekuwa tukizunguka duniani pote; tazama, dunia yote imekaa na kutulia.”
ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’
12 Ndipo malaika wa Yahwe alipojibu na kusema, “Yahwe wa majeshi, hata lini usiuhurumie Yerusalemu na miji ya Yuda ambayo imeteswa na kudhurumiwa miaka hii sabini?”
ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’
13 Yahwe akamjibu malaika aliyekuwa amesema nami, kwa maneno mazuri, maneno ya faraja.
ପୁଣି, ମୋʼ ସହିତ କଥା କହୁଥିବା ଦୂତକୁ ସଦାପ୍ରଭୁ ଉତ୍ତର କରି ମଙ୍ଗଳ କଥା ଓ ନାନା ସାନ୍ତ୍ୱନାଦାୟକ କଥା କହିଲେ।
14 Hivyo malaika aliyekuwa anaongea nami akaniambia, “Ita kwa sauti na useme 'Yahwe wa majeshi asema: Nina wivu kwa ajili ya Yerusalemu yaani Sayuni kwa uchungu mkubwa!
ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।
15 Nami nina hasira juu ya mataifa yaliyo na utulivu. Kwa maana nilikasirika kidogo tu, lakini wao wakasababisha madhara mabaya.
ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।
16 Kwa hiyo Yahwe wa majeshi asema hivi: Nimeirudia Yerusalema kwa huruma. Hivyo nyumba yangu itajengwa ndani yake - asema Yahwe wa majeshi. Kipimo kitanyoshwa juu ya Yerusalemu!
ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
17 Ita tena, ukisema, 'Yahwe wa majeshi asema hivi: Miji yangu kwa mara nyingine itajawa na uzuri, na Yahwe ataifariji tena Sayuni, na kuichagua Yerusalemu kwa mara nyingine tena.”
‘ଆହୁରି ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସମୃଦ୍ଧି ହେତୁ ଆମ୍ଭର ନଗରସକଳ ଚତୁର୍ଦ୍ଦିଗରେ ପୁନର୍ବାର ବିସ୍ତୀର୍ଣ୍ଣ ହେବ; ସଦାପ୍ରଭୁ ପୁନର୍ବାର ସିୟୋନକୁ ସାନ୍ତ୍ୱନା କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।’”
18 Kisha nikainua macho na kuona pembe nne!
ଏଥିଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖିଲି।
19 Nikaongea na malaika aliyesema nami, “Hivi ni vitu gani? Akanijibu “hizi ni pembe zilisosababisha kutawanyika kwa Yuda, Israeli, na Yerusalemu.”
ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”
20 Kisha Yahwe akanionesha mafundi stadi wanne.
ପୁଣି, ସଦାପ୍ରଭୁ ମୋତେ ଚାରି ଜଣ କମାର ଦେଖାଇଲେ।
21 Nikasema, “Watu hawa wanakuja kufanya nini?” Akajibu na kusema, “Hizi ni pembe zililoitawanya Yuda na hakuna mtu angeweza kuinua kichwa chake. Lakini watu hawa wanakuja kuziondoa, kutupa chini pembe za mataifa yaliyoinua nguvu zao kinyume cha nchi ya Yuda na kuisambaza.”
ତେବେ ମୁଁ କହିଲି, “ଏମାନେ କଅଣ କରିବା ପାଇଁ ଆସିଅଛନ୍ତି?” ତହିଁରେ ସେ କହିଲେ, “ସେହି ଶୃଙ୍ଗସକଳ ଯିହୁଦାକୁ ଏପରି ଛିନ୍ନଭିନ୍ନ କଲେ ଯେ, କୌଣସି ମନୁଷ୍ୟ ଆପଣା ମସ୍ତକ ଉଠାଇ ପାରିଲା ନାହିଁ; ମାତ୍ର ଯେଉଁ ଗୋଷ୍ଠୀଗଣ ଯିହୁଦା ଦେଶକୁ ଛିନ୍ନଭିନ୍ନ କରିବା ପାଇଁ ତାହା ବିରୁଦ୍ଧରେ ଆପଣା ଆପଣା ଶୃଙ୍ଗ ଉଠାଇଲେ, ସେମାନଙ୍କୁ ଭୟ ଦେଖାଇବା ପାଇଁ ଓ ସେମାନଙ୍କର ଶୃଙ୍ଗ ଭାଙ୍ଗି ପକାଇବା ପାଇଁ ଏମାନେ ଆସିଅଛନ୍ତି।”

< Zekaria 1 >