< Tito 1 >
1 Paulo, mtumishi wa Mungu na mtume wa Yesu Kristo, kwa imani ya wateule wa Mungu na maarifa ya kweli iletayo utauwa.
୧ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ ।
2 Wapo katika tumaini la uzima wa milele ambao Mungu asiyeweza kusema uongo aliuahidi tangu milele. (aiōnios )
୨ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ । (aiōnios )
3 Kwa wakati muafaka, alilifunua neno lake katika ujumbe alionipa mimi kuhubiri. Ilinipasa kufanya hivi kwa amri ya Mungu mwokozi wetu.
୩ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ ।
4 Kwa Tito, mwana wa kweli katika imani yetu. Neema, huruma na amani kutoka kwa Mungu Baba na Yesu Kristo mwokozi wetu.
୪ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ । ବାବା ପର୍ମେସର୍କେ ଆରି ଆମର୍ ଉଦାର୍କାରିଆ ଜିସୁକିରିସ୍ଟକେ ମୁଇ ବାବୁଜିଆ କଲିନି, ସେମନ୍ ତକେ ଦୟା ଦେକାଅତ୍ ଆରି ସାନ୍ତି ଦେଅତ୍ ।
5 Kwa sababu hii nalikuacha Krete, kwamba uyatengeneze mambo yote yaliyokuwa hayajakamilika na kuweka wazee wa kanisa kwa kila mji kama nilivyokuagiza.
୫କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍କି ସବୁ କାମ୍ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍ତୁମ୍ ବିସଇ । କିରତେ ରଇବା ସବୁ ଜାଗାର୍ ମଣ୍ଡଲିମନ୍କେ ପାର୍ଚିନ୍ ଇସାବେ ଲକ୍ମନ୍କେ ବାଚ୍ । ମୁଇ ତର୍ ସଙ୍ଗ୍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି ।
6 Mzee wa kanisa lazima asiwe na lawama, mme wa mke mmoja, aliye na watoto waaminifu wasioshuhudiwa mabaya au wasio na nidhamu.
୬ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ ।
7 Ni muhimu kwa mwangalizi, kama msimamizi wa nyumba ya Mungu, asiwe na lawama. Asiwe mtu wa kelele au asiye jizuia. Lazima asiwe mwepesi wa hasira, asiwe mlevi, asiwe mtu wa kusababisha ugomvi, na asiwe mwenye tamaa.
୭ବିନ୍ ବିସ୍ବାସିମନ୍କେ ଜତନ୍ କର୍ବାକେ ଦାଇତ୍ ଇସାବେ ପର୍ମେସର୍ ଗଟେକ୍ ପାର୍ଚିନ୍କେ ଦେଲାଆଚେ । ତେବର୍ ପାଇ ଜନ୍ ମଣ୍ଡଲିର୍ ପାର୍ଚିନ୍କେ ତୁଇ ବାଚ୍ସୁ, ତାକେ କାଇ ଦସ୍ ନ ରଅ । ସେ ବଡ୍ପନିଆ ନ ରଇବାର୍, ଦାପ୍ରେ ରିସା ନ ଅଇବାର୍, ମଦୁଆ ନ ରଇବାର୍, ବିନ୍ ଲକର୍ ସଙ୍ଗ୍ କିରଜାଟି ନ ଅଇବାର୍, ଡାବୁକେ ଆସା ନ କର୍ବାର୍ ।
8 Badala yake: awe mtu mkaribishaji, apendaye wema. Lazima awe mtu mwenye akili timamu, mwenye haki, mcha Mungu, anayejitawala mwenyewe.
୮ସେନ୍ତାରି ନ ଅଇକରି ଲକ୍ମନ୍କେ ଡାକିନେବା ଲକ୍, ଦରମ୍ ବିସଇ କର୍ବାକେ ମନ୍ କର୍ବା ଲକ୍, ନିଜେ ଜାଗ୍ରତ୍ ରଇବା ଲକ୍, ବଡ୍ ସାନ୍ ଇସାବେ ନ ଦେକ୍ବା ଲକ୍, ସୁକଲ୍ ଇସାବେ ଚଲାଚଲ୍ତି କର୍ବା ଲକ୍, ନିଜେ ମନ୍କର୍ବା ବିସଇଟାନେ ଜାଗ୍ରତ୍ ଅଇବା ଲକ୍, ରଇବାର୍ ଆଚେ ।
9 Awezaye kusimamia mafundisho ya kweli yaliyofundishwa, ili aweze kuwatia moyo kwa mafundisho mazuri na awezaye kuwarekebisha wote wanaompinga.
୯ସେ ଲକ୍ ଆମେ ସିକାଇତେରଇବା ସୁବ୍ କବର୍ ଡାଟ୍ସଙ୍ଗ୍ ବିସ୍ବାସ୍ କରିରଇବାର୍ ଆଚେ । ଏ କବର୍ ସତ୍ ଆରି ନ ବାଦ୍ଲେ ବଲି ସେ ଜାନ୍ବାର୍ ଆଚେ । ଏନ୍ତାର୍ ଆଲେ ସେ ଲକ୍ମନ୍କେ ସତ୍ ବିସଇ ସିକାଇପାର୍ସି । ଆରି ଜନ୍ ଲକ୍ ତାର୍ ବିରୁଦେ କାତା ଅଇଲାଇନି, ତାକର୍ ବୁଲ୍ ଦେକାଇପାର୍ସି ।
10 Kwa kuwa kuna waasi wengi, hasa wale wa tohara. Maneno yao ni ya upuuzi. Wanadanganya na kuwaongoza watu katika upotovu.
୧୦ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।
11 Ni lazima kuwazuia watu kama hao. Wanafundisha yale wasiyopaswa kwa faida za aibu na kuharibu familia zote.
୧୧ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି ।
12 Mmoja wao, mtu mwenye busara, alisema, “Wakrete wana uongo usio na mwisho, wabaya na wanyama wa hatari, wavivu na walafi.”
୧୨କିରତେଅନି ଆଗେ ଗଟେକ୍ ଗିଆନ୍ ରଇବା ଲକ୍ ରଇଲା । ସେ ଏନ୍ତାରି କଇରଇଲା, “କିରତେରଇବା ଲକ୍ମନ୍ ବେସି ମିଚ୍ କଇବାଇ । ସେମନ୍ ବନର୍ ପସୁପାରା ଚଲାଚଲ୍ତି କର୍ବାଇ ଆରି ସେମନ୍ ବେସି ଅଲ୍ସିଆ ଆରି କାଉରାମନ୍ ।”
13 Haya maelezo ni ya kweli, kwa hiyo uwazuie kwa nguvu ili kwamba waweze kusema kweli katika imani.
୧୩କିରତେ ରଇବା ଲକର୍ ବିସଇ ସେ ବବିସତ୍ବକ୍ତା କଇଲାଟା ଏବେ ମିସା ସତ୍ସେ । ତେବର୍ ପାଇ ସେମନ୍କେ ଡାଟ୍ ସଙ୍ଗ୍ ଦମ୍କାଇକରି କଇବାର୍ ଆଚେ । ଜେନ୍ତାରିକି ସେମନ୍ ସତ୍ ସିକିଆ ବିସ୍ବାସ୍ କର୍ବାଇ ।
14 Wewe usijihusishe na hadithi zisizo za kweli za Kiyahudi au amri za watu, ambao hurudisha nyuma ukweli.
୧୪ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
15 Kwa wote walio safi, vitu vyote ni visafi. Lakini kwa wote walio wachafu na wasioamini, hakuna kilicho kisafi. Kwa kuwa mawazo yao na dhamira zao zimechafuliwa.
୧୫ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।
16 Wanakiri kumjua Mungu, lakini kwa matendo yao wanamkana. Wao ni waovu na wasiotii. Hawakuthibitishwa kwa tendo lolote jema.
୧୬ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।