< Zaburi 127 >

1 Yahwe asipoijenga nyumba, waijengao wafanya kazi bure. Yahwe asipoulinda mji, aulindaye afanya kazi bure.
ଆରୋହଣ ଗୀତ; ଶଲୋମନଙ୍କ ରଚିତ। ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି; ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ।
2 Ni kazi bure kwa wewe unayeamka mapema, na kulala kwa kuchelewa, au kula mkate kwa kuufanyia kazi ngumu, maana Yahwe huwapa chakula awapendao hata wawapo usingizini.
ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା। କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି।
3 Tazama, wana ni urithi kutoka kwa Yahwe, uzao wa tumbo ni thawabu kutoka kwake.
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର।
4 Kama mishale mkononi mwa shujaa, ndivyo walivyo wana wa ujanani.
ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।
5 Ni namna gani alivyo barikiwa mtu ambaye amelijaza podo lake hivyo. Hata aibishwa pindi atakapo kabiliana na adui zake katika lango.
ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ; ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବେ ନାହିଁ।

< Zaburi 127 >