< Zaburi 120 >

1 Katika dhiki yangu nilimuita Yahwe, naye akanijibu.
ଆରୋହଣ ଗୀତ। ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ।
2 Uiokoe nasfi yangu, yahwe, dhidi ya wale wadanganyao kwa midomo yao na wanenao hila kwa ndimi zao.
ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋʼ ପ୍ରାଣକୁ ଉଦ୍ଧାର କର।
3 Yahwe atawaadhibu vipi, na atawafanyia kitu gani zaidi, ninyi mlio na ulimi mdanganyifu?
ହେ ପ୍ରବଞ୍ଚକ ଜିହ୍ୱେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?
4 Atawaadhibu kwa mishale ya shujaa iliyo nolewa kwa makaa ya moto ya mretemu.
ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।
5 Ole wangu mimi kwa sababu ninaishi kwa muda Mesheki; huko nyuma niliishi kati ya maskani ya Kedari.
ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।
6 Kwa muda mrefu sana niliisha na wale waichukiao amani.
ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
7 Nipo kwa ajili ya amani, lakini ninenapo, wao wako kwa ajili ya vita.
ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।

< Zaburi 120 >