< Obadia 1 >

1 Maono ya Obadia. Bwana MUNGU asema hivi juu ya Edomu Tumesikia habari kutoka kwa Bwana, na mjumbe ametumwa kati ya mataifa, akisema, Inukeni! Tuinuke dhidi yake kwa vita!”
ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, “ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।”
2 Tazama, nitawafanya wadogo kati ya mataifa, mutadharauliwa sana.
ଦେଖ, ଆମ୍ଭେ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର କରିଅଛୁ; ତୁମ୍ଭେ ଅତିଶୟ ତୁଚ୍ଛୀକୃତ ଅଟ।
3 Kiburi cha moyo wako kimekudanganya wewe, wewe ambaye unishi katika makaburi ya miamba, katika nyumba yako ya juu; asemaye moyoni mwako, 'Ni nani atakayenishusha mimi chini?'
ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, “ଆମ୍ଭକୁ ଭୂମିକୁ ଓହ୍ଲାଇ ଆଣିବ କିଏ?”
4 Ingawa unasimama juu kama tai na ingawa kiota chako huwekwa kati ya nyota, nitakushusha chini kutoka huko, asema Yahweh.
ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।
5 Kama wezi walikuja kwako, ikiwa wanyang'anyi wangekujilia usiku (jinsi ungekatilwa mbali!), Wasingeweza kuiba vya kuwatosha? Ikiwa wakusanya zabibu wangekujilia, wasingeacha mavuno?
(ତୁମ୍ଭେ କିପରି ଉଚ୍ଛିନ୍ନ ହୋଇଅଛ!) ଯଦି ଚୋରମାନେ ତୁମ୍ଭ ନିକଟକୁ ଆସନ୍ତି, ଯଦି ଡକାୟତମାନେ ରାତ୍ରିରେ ଆସନ୍ତି, ଯଦି ସେମାନେ କି ଯଥେଷ୍ଟ ପାଇବା ପର୍ଯ୍ୟନ୍ତ ଚୋରି କରିବେ ନାହିଁ? ଯେବେ ଦ୍ରାକ୍ଷାଫଳ ସଞ୍ଚୟକାରୀମାନେ ତୁମ୍ଭ ନିକଟକୁ ଆସନ୍ତି, ତେବେ ସେମାନେ କି ଗୋଟାଇବା ପାଇଁ କିଛି ଦ୍ରାକ୍ଷାଫଳ ଛାଡ଼ିବେ ନାହିଁ?
6 Jinsi Esau amekwisha kupigwa, na hazina zake zilizofichwa zimewekwa nje!
ଏଷୌର ସକଳ ବିଷୟ କିପରି ଅନୁସନ୍ଧାନ କରାଯାଇଅଛି! ତାହାର ଗୁପ୍ତ ଧନସବୁ କିପରି ଅନ୍ଵେଷଣ କରାଯାଇଅଛି!
7 Watu wote wa ushirikiano wako watakupeleka katika njiani ya hadi mpakani. Watu waliokuwa na amani pamoja nawe wamekudanganya, na kukushinda. Wale wanaokula mkate wako wameweka mtego chini yako. Hakuna uelewa ndani yake.
ତୁମ୍ଭର ସହାୟ ସମସ୍ତ ଲୋକ ତୁମ୍ଭକୁ ତୁମ୍ଭ ବାଟରେ ଆଣି ସୀମାରେ ପହଞ୍ଚାଇ ଅଛନ୍ତି; ଯେଉଁମାନେ ତୁମ୍ଭର ମିତ୍ର ଥିଲେ, ସେମାନେ ତୁମ୍ଭକୁ ପ୍ରବଞ୍ଚନା କରି ପରାଭବ କରିଅଛନ୍ତି; ଯେଉଁମାନେ ତୁମ୍ଭର ଅନ୍ନ ଭୋଜନ କରନ୍ତି, ସେମାନେ ତୁମ୍ଭ ତଳେ ଫାନ୍ଦ ପାତିଅଛନ୍ତି; ଇଦୋମରେ କିଛି ବୁଦ୍ଧି ନାହିଁ।
8 Je! Sikuweza siku hiyo, asema Bwana, kuwaangamiza watu wenye hekima kutoka Edomu na kuelewa kutoka mlima wa Esau?
ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ କି ଇଦୋମରୁ ଜ୍ଞାନୀମାନଙ୍କୁ ଓ ଏଷୌର ପର୍ବତରୁ ବୁଦ୍ଧି ବିନଷ୍ଟ କରିବା ନାହିଁ?
9 Mashujaa wako watafadhaika, Temani, ili kila mtu akatiliwe mbali kutoka mlima wa Esau kwa kuuawa.
ପୁଣି, ହେ ତୈମନ୍‍, ଏଷୌର ପର୍ବତରୁ ହତ୍ୟା ଦ୍ୱାରା ଯେପରି ପ୍ରତ୍ୟେକ ଜଣ ଉଚ୍ଛିନ୍ନ ହେବେ, ଏହି ଅଭିପ୍ରାୟରେ ତୁମ୍ଭର ବୀରଗଣ ଉଦ୍‍ବିଗ୍ନ ହେବେ।
10 Kwa sababu ya ukatili uliofanywa kwa ndugu yako Yakobo, utafunikwa na aibu, nawe utakatiliwa mbali milele.
ତୁମ୍ଭର ଭ୍ରାତା ଯାକୁବ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ତୁମ୍ଭେ ଲଜ୍ଜାରେ ଆଚ୍ଛନ୍ନ ହେବ, ପୁଣି ତୁମ୍ଭେ ଚିରକାଳ ଉଚ୍ଛିନ୍ନ ହେବ।
11 Siku ile ulikuwa umesimama, siku wageni walichukua mali zake, na waliokuwa wageni katika malango yake, na kupiga kura kwa Yerusalemu, wewe ulikuwa kama mmoja wao.
ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବୋହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ୱାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ।
12 Lakini usifurahi siku ya ndugu yako, siku ya msiba wake, wala usifurahi juu ya watu wa Yuda siku ya uharibifu wao; msijisifu siku ya dhiki yao.
ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ।
13 Usiingie mlango wa watu wangu siku ya msiba wao; usifurahi juu ya taabu yao siku ya msiba wao, wala msipotee utajiri wao siku ya uharibifu wao.
ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ।
14 Usisimama kwenye njia panda, ili kuwakatilia mbali wakimbizi wake na usiwatoe waathirika wake katika siku ya dhiki.
ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ (ଶତ୍ରୁ ହସ୍ତରେ) ସମର୍ପଣ କର ନାହିଁ।
15 Kwa maana siku ya Bwana iko karibu na mataifa yote. Kama ulivyofanya, itafanyika kwako; matendo yako yatarudi juu ya kichwa chako mwenyewe.
କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ; ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେହିପରି କରାଯିବ; ତୁମ୍ଭ କୃତ ବ୍ୟବହାରର (ପ୍ରତିଫଳ) ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।
16 Kwa vile mlivyokunywa katika mlima wangu mtakatifu, ndivyo mataifa yote yatakavyo kunywa daima. Watakunywa na kumeza na itakuwa kana kwamba hawakuwepo kabisa.
କାରଣ ତୁମ୍ଭେମାନେ ଆମ୍ଭ ପବିତ୍ର ପର୍ବତରେ ଯେପରି ପାନ କରିଅଛ, ସେପରି ସମୁଦାୟ ଗୋଷ୍ଠୀ ନିତ୍ୟ ନିତ୍ୟ ପାନ କରିବେ, ହଁ, ସେମାନେ ପାନ କରୁ କରୁ ଗିଳି ପକାଇବେ, ପୁଣି ଅଜାତର ତୁଲ୍ୟ ହେବେ।
17 Lakini katika Mlima Sayuni kutakuwa na wale waliookoka na watakuwa watakatifu; na nyumba ya Yakobo watamiliki miliki zao.
ମାତ୍ର ରକ୍ଷାପ୍ରାପ୍ତ ଲୋକମାନେ ସିୟୋନରେ ଥିବେ ଓ ତାହା ପବିତ୍ର ହେବ; ଆଉ, ଯାକୁବର ବଂଶ ଆପଣାମାନଙ୍କର ଅଧିକାର ଭୋଗ କରିବେ।
18 Nyumba ya Yakobo itakuwa moto, na nyumba ya Yusufu ni mwali wa moto, na nyumba ya Esau itakuwa mabua makavu, nao watawaunguza, na kuwateketeza. Hakutakuwa na waathirika kwa nyumba ya Esau, kwa kuwa Bwana amesema.
ପୁଣି, ଯାକୁବର ବଂଶ ଅଗ୍ନି ସ୍ୱରୂପ ଓ ଯୋଷେଫର ବଂଶ ଅଗ୍ନିଶିଖା ସ୍ୱରୂପ ହେବେ, ଆଉ ଏଷୌର ବଂଶ ନଡ଼ା ସ୍ୱରୂପ ହେବେ, ଆଉ ସେମାନେ ତହିଁ ମଧ୍ୟରେ ଜ୍ୱଳି ତାହା ଗ୍ରାସ କରିବେ; ତହିଁରେ ଏଷୌ ବଂଶର କେହି ଅବଶିଷ୍ଟ ରହିବେ ନାହିଁ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।
19 Wote kutoka Negebu watamiliki mlima wa Esau na wale wa Shepela watamiliki nchi ya Wafilisti. Wao wataimiliki nchi ya Efraimu na nchi ya Samaria; na Benyamini atamiliki Gileadi.
ପୁଣି, ଦକ୍ଷିଣର ଲୋକମାନେ ଏଷୌର ପର୍ବତ ଓ ନିମ୍ନ ଭୂମିର ଲୋକମାନେ ପଲେଷ୍ଟୀୟମାନଙ୍କ ଦେଶ ଅଧିକାର କରିବେ ଓ ସେମାନେ ଇଫ୍ରୟିମର ଭୂମି ଓ ଶମରୀୟାର ଭୂମି ଅଧିକାର କରିବେ ଓ ବିନ୍ୟାମୀନ୍ ଗିଲୀୟଦକୁ ଅଧିକାର କରିବ।
20 Wahamiaji wa jeshi hili la watu wa Israeli watamiliki ardhi ya Kanaani mpaka Sarepta. Wahamiaji wa Yerusalemu, waliopo Sefaradi, wataimiliki miji ya Negebu.
ପୁଣି, କିଣାନୀୟମାନଙ୍କର ମଧ୍ୟବର୍ତ୍ତୀ ନିର୍ବାସିତ ଇସ୍ରାଏଲ-ସନ୍ତାନଗଣର ଏହି ସୈନ୍ୟସାମନ୍ତ ସାରିଫତ୍‍ ନଗର ପର୍ଯ୍ୟନ୍ତ ଅଧିକାର କରିବେ ଓ ଯିରୂଶାଲମର ଯେଉଁ ନିର୍ବାସିତ ଲୋକମାନେ ସଫାରଦରେ ଅଛନ୍ତି, ସେମାନେ ଦକ୍ଷିଣସ୍ଥ ନଗରସକଳ ଅଧିକାର କରିବେ।
21 Waokoaji watakwenda hadi juu ya Mlima Sayuni kutawala nchi ya vilima ya Esau, na ufalme utakuwa wa Bwana.
ପୁଣି, ଏଷୌର ପର୍ବତର ବିଚାର କରିବା ନିମନ୍ତେ ଉଦ୍ଧାରକର୍ତ୍ତାମାନେ ସିୟୋନ ପର୍ବତକୁ ଆସିବେ; ପୁଣି, ରାଜ୍ୟ ସଦାପ୍ରଭୁଙ୍କର ହେବ।

< Obadia 1 >